ପୃଷ୍ଠା:Typical selections from Oriya literature.pdf/୪୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୪
ଓଡ଼ିଆ ସାହିତ୍ୟ-ପରିଚୟ

କେବେହେଁ ଦିନମଣି ଆଗେ ଖଦ୍ୟୋତ ଶ୍ରେଣୀ ଜ୍ୟୋତି ଦେଖାଇ ଯଶ ପ୍ରାୟୈ ହେ । ଆହେ ଜନେ । କରିଛ ଶ୍ରବଣ ମହିଁମା । କ‌ହୁଅଛି । କେମନ୍ତ ପ୍ରକାରେ ଗାରିମା । କାଳ ଘୋଟିଲେ ପ୍ରାଣୀ କ‌ହେ ବିକୃତବାଣୀ ସ‌ହଜେତ ଏ ଦୁଷ୍ଟସୀମା ହେ । କ‌ହିଲା ବିଚକ୍ଷଣ ମାନେ ମୋଠାରୁ ଶୁଣ ବୁଦ୍ଧିଏ ଦିଶୁଅଛି ମୋତେ । କରିବି ଧନୁଜାତ ଆଣିବି ନନ୍ଦସୁତ ଜନ‌କ ଜନନୀ ସ‌ହିତେ ହେ । କୋବିଦେ ହେ । କରିତ ଥିବି ରଙ୍ଗସଭା । କାମ‌ପାଳ । କୃଷ୍ଣ ଦେଖି ହୋଇବେ ଲୋଭା । କପଟବୁଦ୍ଧି କରି କରେ ଆୟୁଧ ଧରି ଯୋଦ୍ଧାଏ ହୋଇଥିବେ ଉଭା ହେ । କୁବଳୟ । ଆରୋହି ମାହୁନ୍ତ ଥିବ ରହି ସିଂହଦ୍ୱାର ଆଶ୍ରୟ କରି । କୁଳିଶ-ହୃଦ ମାଲେ ଉଭାରିଥିବେ ଭଲେ କାହା ମୁଖୁଁ ବଞ୍ଚିବ ହରି ସେ । କ‌ହି ଏହା । ମନ୍ତ୍ରିକି ଚାହିଁ ହସ ହସ । କର ନିଶେ । ପକାଇ ଛାଡ଼ି ନିଶ୍ୱାସ । କଲା ପୁଣି ଆଦେଶ ଅକ୍ରୂର ରାଇ ପାଶ ରାମ କୃଷ୍ଣଙ୍କୁ ଘେନିଆସ ହେ । କର ଯୋଡ଼ି ଅକ୍ରୂର କରି ଶିରଉପର ବାହାର ହେଲେ ରଥେ ବସି । କେତେରୂପେ ମଙ୍ଗଳ ହୋଇଲେ ଆସି ମେଳ କେତେ ତା କ‌ହିବି ବିଶେଷି ହେ । ଆହେ ଜନେ । କେଶବ ଶ୍ରବଣ ମଙ୍ଗଳ । କାଟି ଯାହା । ନାମ ଧଇଲେ ଅମଙ୍ଗଳ । କଲେ ତାଙ୍କୁ ଦର୍ଶନ କରିବାକୁ ଗମନ ତ‌ହିଁ ନୋହିବ କେଉଁ ଫଳ ହେ । କମ୍ପେ ଦକ୍ଷିଣନେତ୍ର ଆଦି ଦକ୍ଷିଣ‌ଗାତ୍ର କେତେ ଆନନ୍ଦ ହୋଏ ଜାତ । କଲି କି ତପ କାହିଁ କଳିତ ପାରୁ ନାହିଁ କୃଷ୍ଣଙ୍କୁ ଦେଖିବି ସାକ୍ଷାତ ସେ । କଳ୍ପାନ୍ତରେ । ଯୋଗିଏ ଜାଗି ଯୋଗବାଟ । କେହି ପାଇ । ନାହାନ୍ତି ଆଜ‌ଯାଏ ଭେଟ । କେଉଁ ସୁକୃତବଳେ ତାଙ୍କୁ ଦେଖିବି ଡ଼ୋଳେ ବୋଲି ଆନନ୍ଦେ କରେ ନାଟ ସେ । କନ‌କଗିରିଚରମାନଙ୍କ ମସ୍ତକର ମୁକୁଟ ମର୍କତମଣି ଏ । କମ୍ବୁ ଚକ୍ରାଦିଧର ପାଦପଦ୍ମେ ଯାହାର ଦିଶନ୍ତି ମଧୁଙ୍କର ପ୍ରାୟେ ସେ । କଇଳାସ । ଶିଖରବାସୀ ପଞ୍ଚାନନ । କରୁଛନ୍ତି । ଯାହାପାଦଜଳରେ ସ୍ନାନ । କରିବାକୁ ଅପାର ଭବସାଗରୁଁ ପାର ଯାହା ନାମ ନଉକା ଯାନ ସେ । କଳେବର ଫୁଲଇ ନେତ୍ରୁଁ ନୀର ଗଳଇ ଭାବି ଶ୍ରୀକୃଷ୍ଣକଥାମାନ । କଣ୍ଠ ହୋଏ ଗଦ୍ଗଦ ଉଚ୍ଚାରି କୃଷ୍ଣପଦ ପ୍ରବେଶହେଲେ ବୃନ୍ଦାବନ ସେ ।