ପୃଷ୍ଠା:Typical selections from Oriya literature.pdf/୪୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୫
ଓଡ଼ିଆ ସାହିତ୍ୟ-ପରିଚୟ

କଲେ ଅବା । ଲୋକନ ପାଦପଦ୍ମଚିହ୍ନ । କମ୍ବୁ, ଚକ୍ର, ପଦ୍ମରେ ହୋଇଛି ଶୋଭନ । କୁଳଶ, ଅଷ୍ଟକୋଣ, ଊର୍ଦ୍ଧ୍ୱରେଖା, ତ୍ରିକୋଣ, ଧନୁ, ଧ୍ୱଜ, ସ୍ୱସ୍ତିକ, ମୀନ ସେ । କଲଶ, ଯବ, ବିନ୍ଦୁ, ଅଙ୍କୁଶ, ଅର୍ଦ୍ଧଇନ୍ଦୁ, ଗୋସ୍ପଦ, ଅମର ନିରେଖି । କୁସୁମଲିଟପ୍ରାୟେ ପକାଇ ତ‌ହିଁ କାୟେ ଭାବରେ ନ ପାରେ ଉପେକ୍ଷି ସେ । କଷ୍ଟେ କଷ୍ଟେ । ଉଠି କିଛିଦୂରକୁ ଯାଇ । କଳେବର । ବେଣୁରେ ହୋଇଅଛି ଛାଇ । କଲେ ଅବଲୋକନ ଜଗଜ୍ଜନ‌ଜୀବନ ଶ୍ରୀରାମ, କୃଷ୍ଣ ବେନିଭାଇ ସେ । କୁନ୍ଦ, ଇନ୍ଦୁ, କର୍ପୂର, କଳରବ, ଗୋକ୍ଷୀର, କମ୍ବୁ, ଶମ୍ଭୁପର୍ବତ ଗର୍ବ । କାଶ, ସାଗରଫେନ, କଳଧଉତବର୍ଣ୍ଣ ଶ୍ରୀରାମ ଛବିକି ଏ ଖର୍ବ ସେ । କଟୀତଟେ । ନୀଳପତନୀ କାଛ ଶୋହେ । କଇଳାସେ । ନୀଳମେଘ ଯେମନ୍ତ ରହେ । କମନୀୟ ଉଷ୍ଣୀଷ ଗୋଧନ‌ଦୁହାଁବେଶ ସୁରନର କିନ୍ନର ମୋହେ ସେ । କୋକନ‌ଦଆକୃତି ଦିଶେ ନୟନ ଜ୍ୟୋତି ଶ୍ରୀମୁଖ ପୂର୍ଣ୍ଣଚନ୍ଦ୍ର ଜିଣି । ତ୍ରତୁଭୁଜସରିତ କଳିନ୍ଦକ‌ନ୍ୟା ଯୁତ ପରାୟେ ପାଶେ ବେଶୁପାଣି ସେ । କି ଉପମା । ଦେବା ସେ ଶ୍ରୀଅଙ୍ଗଛଟାକୁ । କଳା ମଧ୍ୟେ । ମନ ନ ବଳଇ ଗୋଟାକୁ । କାଳିନ୍ଦୀ ଜଳ ପାନ କରି ଅଇଲେ ମନ ନ ଯିବ ଜଳଦଘଟାକୁ ସେ । କେଶରୀକଟୀତଟେ ପୀତପତନୀ ଘଟେ ତ‌ଥି ମୋହ‌ନବେଣୁ ଖୋସି । କୋମଳେ ଗୀତ ପଦେ ପଦେ ଗାଇ ପ୍ରମୋଦେ ଗାଈଙ୍କି ଡ଼ାକନ୍ତି ଆଶ୍ୱାସି ସେ । କେଉଁ ଧେନୁ । ଚରଣେ ଛନ୍ଦିଲେ ଛନ୍ଦଣୀ । କରି ଜାନୁ । ଯୁଗଳେ ସଂଯୋଗ ଦୁହୁଣୀ । କାମୀ କାମ ଦୋହ‌ନ କରନ୍ତି ଗୋଦୋହ‌ନ କଲଶେ ରଖି ପୁଣ ପୁଣି ସେ । କଳା ଶ୍ରୀଅଙ୍ଗେ କ୍ଷୀରବିନ୍ଦୁ ପଡ଼ି ସୁନ୍ଦର ଦିଶେ ଗ‌ଗନେ ତାରା ପ୍ରାୟେ । କରେ କଳିତବାସ ମନ ନୟନ ପାଶ ରତ୍ନପାଦୁକା ପଦ୍ମ‌ପାୟେ ସେ । କଲା ଏହି । ସମୟେ ଅକ୍ରୂର ଦର୍ଶନ । କୃପାସିନ୍ଧୁ । ଅନାଇଁ ହୋଇଲେ ପ୍ରସନ୍ନ । କର‌ଯୁଗଳେ ବେଗେଁ ଅତ୍ୟନ୍ତ ଅନୁରାଗେ କୋମଳ କଲେ ଆଲିଙ୍ଗନ ସେ । କଉତୁକେ ହସନ୍ତି, କୁଶଳ ପଚାରନ୍ତି, କି କାର୍ଯ୍ୟେ ଅଇଲ ଏଥିକି । କର ଯୋଡ଼ି ଅକ୍ରୂର ବୋଲଇ ମୋହୋ ଛାର କି କ‌ହିବି ଅନ୍ତର୍ଯ୍ୟାମିଙ୍କି ସେ । କଂସ ପେଶି । ଅଛି ତୁମ୍ଭଙ୍କୁ ନେବାପାଁଇ । କରିଛି ସେ । ଧନୁ ଉତ୍ସବ ସୁଖଦାୟୀ । କୂଟ କରିଛି ଯେତେ ତାହା କ‌ହିବି କେତେ ସେତ ମନ‌କୁ ଥିବ ଯାଇ ସେ ।