କ୍ରମଶରେ । ମାଜଣା ବିଧି କରି ଶେଷ ।
କଉତୁକେ । କଲେ ମଣୋହିଁ ପୀତବାସ ।
କଥା ପ୍ରସଙ୍ଗେ ବସି ଅକ୍ରୂର ସଙ୍ଗେ ନିଶି ଥୋକାଏ କଲେ ଅବଶେଷ ସେ ।
କମନୀୟ ପଲ୍ୱଙ୍କ ହଂସୁଲି ତୁଳୀଅଙ୍କଦେଶରେ ଯାଇଁ ପହୁଡ଼ିଲେ ।
କ୍ରମେ ରଜନୀ ଶେଷ ହୁଅନ୍ତେ ଆତ୍ମଘୋଷ ଚରଣ-ଆୟୁଧ ରଟିଲେ ସେ ।
କୃପାସିନ୍ଧୁ । ନିଦ୍ରା କାମିନୀଙ୍କି ଛାଡ଼ିଲେ ।
କଂସଦୂତ । ଅକ୍ରୂର ରଥ ସଜାଡ଼ିଲେ ।
କିସେ ଗୁଣ୍ତିଚାଜାତ ପ୍ରାୟେ ଲୋକ ବହୁତ ଦେଖୁଁ ଦେଖୁଁ ମାଡ଼ି ପଡ଼ିଲେ ସେ ।
କାମପାଳ ଶ୍ରୀହରି ପ୍ରାତମଣୋହି ସାରି ରଥେ ଯାଇଁ ବିଜୟ କଲେ ।
କାନ୍ତ ଯୁବତିମାନେ କାନ୍ତ ଆନନ୍ଦମନେ ଉଚ୍ଚରେ ହୁଳହୁଳି ଦେଲେ ସେ ।
କଲେ ନନ୍ଦ । ଅନେକ ସମ୍ଭାର ଭିଆଣ ।
କେତେ ରୂପେ । ସଜ ହୋଇଲେ ଗୋପଗଣ ।
କାହାକୁ ଦେବା ସମ ସହଜେ ନିରୂପମ କମଳନୟନ ଗହଣ ସେ ।
କୃଷ୍ଣଦାସ ମାନସ ହୋଏ ଅତି ବିରସ ହରସ କେତେବେଳେ ହୋଏ ।
କିଶୋରୀ ଗୋପୀଙ୍କର କଂଶ ଦୁଷ୍ଟ ପାମର କଥା ମନରେ ପଡ଼ିଯାଏ ସେ ।
କି ନିଷ୍ଠୁର । ପ୍ରଭୁ ମାନଙ୍କର ହୃଦୟ ।
କରିଥିଲେ । କେତେ ପ୍ରକାର ସେ ଅଭୟ ।
କହୁଁ କହୁଁ ସେ ଏବେ ମଧୁପୁରକୁ ଯିବେ ପ୍ରୀତିଠାରେ କରି ନିର୍ଦ୍ଦୟ ସେ ।
ଷଷ୍ଠବିଂଶ ଛାନ୍ଦ ।
ରାମ - କାମୋଦୀ
କୃଷ୍ଣ କଂସ ନଗର ଯିବା ଶୁଣି କାତର ସକଳ କଳାକରମୁଖି ।
କାକୁସ୍ଥ ହୋଇ ଧୀରେ କହନ୍ତି କୋମଳରେ କଙ୍କଣ ନୟନରେ ରଖି ସେ ।
କୃପାନିଧି । କେମନ୍ତେ ମୂର୍ଚ୍ଛିବୁଁ ତୁମ୍ଭଙ୍କୁ । କହ ଏ ବିଚାର ଆମ୍ଭଙ୍କୁ ।
କେଉଁ ମନ୍ତ୍ରବଳରେ ହୃହୟକମଳରେ ଧଇଲ ଏମନ୍ତ ଦମ୍ଭକୁ ହେ ।
କ୍ରୁର କୁସୁମଧନୁ କୃଶ କରଇ ତନୁ କାନନୁଁ ଆସିବା ସରିକି ।
କେମନ୍ତେ କରି ଦେହ କରିବ ସେ ଅଦେହ ଗଲେ ମଥୁରାନଗରୀକି ହେ ।
କୃପାନିଧି । କଲ ଯେତେରୂପରେ ପ୍ରୀତି । କରୁଛ ତେତିକି ଅନୀତି ।
କମଠପୁଣ୍ଠ ପ୍ରାୟ ନ କର କୃପାମୟ କୋମଳନିକେତନସ୍ଥତି ହେ ।
କାନ୍ତା କାନ୍ତ ଅଭାବେ କନ୍ଦର୍ପପରାଭବେ କୃଶକୁ ଭଜଇ ବିକଳେ ।
କେ ବା ତାହା ନ ସହେ କଲେବରକୁ ଦହେ ପ୍ରବଳ ଜଳନ୍ତା ଅନଳେ ସେ ।
କୃପାନିଧି । କାହାକୁ କହିବୁଁ ଏକଥା । କେବା ଖଣ୍ତିବ ମନବ୍ୟଥା ।
କୃପାଳୁ ହୋଇ ଯେବେ କୃପାଛାଡ଼ି ଅଭାବେ ତୁମ୍ଭେ ତ ପୋତିଲଣି ମଥାହେ ।
ପୃଷ୍ଠା:Typical selections from Oriya literature.pdf/୪୫୫
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୭
ଓଡ଼ିଆ ସାହିତ୍ୟ-ପରିଚୟ