ପୃଷ୍ଠା:Typical selections from Oriya literature.pdf/୪୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୮
ଓଡ଼ିଆ ସାହିତ୍ୟ-ପରିଚୟ

କଲୁଁ ହତଆଦର କୁଳ-ଶୀଳ-ବେଭାରଠାରେ ତୁମ୍ଭଙ୍କୁ ମନ ଦେଇ ।
କାଳ ହେଉଛି ଏବେ ଚରଣ ବେନି ନାବେ ଦେଲା ଲୋକପରାୟେ ହୋଇ ହେ ।
କୃପାନିଧି । କୁଳିଶ ହୃଦୟ ତୁମ୍ଭର । କର୍କଶ ଉରଜ ଆମ୍ଭର ।
କେ କାହା ଷ୍ପରଶରେ କଠୋର ଭାବ ଧରେ ଏକଥା ନୋହୁଛି ଗୋଚରେ ହେ ।
କରୁଛ ତୁମ୍ଭେ ଗତି ରହିଛି ଆମ୍ଭଛାତି କେହି କାହାକୁ ନୋହେ ଊଣା ।
କାକ ପୋଷିଲା ପିକ ପରାୟେ କଥା ଲୋକମଧ୍ୟରେ ଯାଉଅଛି ଜଣା ହେ ।
କୃପାନିଧି । କାହାକୁ କରିବୁଁ ଗୁହାରି । କଂସତ ଆମ୍ଭର ବଇରୀ ।
କି କ‌ହିବା ଅନୀତି, କୃଷି ରଖିବା ଭିତ୍ତି କୃଷି ଯାଉଛି ଯେବେ ଚରି ହେ ।
କଣ୍ଠରେ ଥିବା ମାଳା କାଟି ଦେଉଅଛି ଗଳା କ‌ହିବାକୁ ଏକଥା ଲାଜ ।
କେତେ ସଙ୍କଟୁଁ ରଖି ଏବେ ତାହା ଉପେକ୍ଷି ଯିବାକୁ ହେଉଅଛି ସଜ ହେ ।
କୃପାନିଧି । କରେ ଲଗାଇ ବିଷବୃକ୍ଷ । କାଟିବା କଥା ନୋହେ ମୁଖ୍ୟ ।
କେଉଁ ନୀତି ନ ଜାଣ ବୋଲି ଏତେ ଦୂଷଣ କଥାହିଁ ଭୂଷଣ କରୁଛ ହେ ।
କି କରିଥିଲା ବିହି କି କରୁଅଛି ସେହି କି କରୁଛ ତୁମ୍ଭେ ପ୍ରତ୍ୟକ୍ଷେ ।
କର୍ମ‌ବାମ ବେଳକୁ ବିଧାତା ଅବଳକୁ ବିଷ ଉପୁଜେ ସୁଧାବୃକ୍ଷେ ହେ ।
କୃପାନିଧି । କୃପଣଜନେ ଲୋଭୀ କେହି । କେବେହେଁ କାର୍ଯ୍ୟ ପାଇ ନାହିଁ ।
କେବଳମାତ୍ର ଯାହା ହୁଅଇ ଅନ୍ତର୍ଦାହା ତେତେବେଳର ଫଳ ସେହି ହେ ।
କେତେବେଳରେ ଆଖି ପିଛାଡ଼ିବା ଉପେକ୍ଷି କ‌ଋଣା ବିଲୋକନ କର ।
କେତେବେଳରେ କର ଯୋଡ଼ି କ‌ହିଲେ ଶିର ଲୁଆଁଇ ନ ଦିଅ ଉତ୍ତର ହେ ।
କୃପାନିଧି । କରନ୍ତି ପ୍ରଭୁମାନେ ଯାହା । କରି ନ ପାରେ ଆନ ତାହା ।
କେତେରୂପେ ମଣ୍ତନ୍ତି କିଞ୍ଚିତରେ ଦଣ୍ତନ୍ତି କ‌ହିବାକୁ ନ ଥାଇ ସାହା ହେ ।
କରିଥିଲୁଁ କାମନା ସକଳ ଗୋପାଙ୍ଗନା ତୁମ୍ଭେ ଗୋପରେ ଶୁଭେ ଥିବ ।
କଉତୁକ ହରଷରସେ ପାଦସାରସ-ସେବାରେ ଆମ୍ଭ ଦିନ ଯିବ ହେ ।
କୃପାନିଧି । କଲା ସେ କଥା ଆନ ବିଧି । କରୁଛ ତୁମ୍ବଜେ ଏ ଅବିଧି ।
କଳାନିଧିକି କରେ ଧରିବାକୁ ମନରେ ବିଚାରିଲେ କି ହୋଏ ସିଦ୍ଧି ହେ ।
କେତେ କେତେ ବିପତ୍ତି ମାନରୁ କରି ଗତି ଯଶ ଚନ୍ଦ୍ର ଉଦେ କରିଛ ।
କିପାଁ ନିରାଶ-ଅସ୍ତ-ଗିରିରେ ତାହା ଅସ୍ତ କରିବା ବିଚାର କରୁଛ ହେ ।
କୃପାନିଧି । କାମଅନ୍ଧକାରେ ପକାଇ । କୁକୀର୍ତ୍ତୀ ପତାକା ଟେକାଇ ।
କଇତବ ଅକ୍ରୂର ସଙ୍ଗତରେ ବାହାର ହୋଇଛ କେଉଁ ସୁଖପାଁଇ ହେ ।
କରି ଭକ୍ଷିଲା ଦ‌ଧିଫଳ ପରାୟେ ବିଧି ଆମ୍ଭର ଆକାର ରଖିବ ।
କମଠ ନିଜକୋଷ କଲା ପ୍ରାୟେ ତା ଗ୍ରାସ କେବଳ ତୁମ୍ଭେ ନ ଦେଖିବ ହେ ।
କୃପାନିଧି । କର୍ମରେ ଅଛି ଏତେ ଯୋଗ । କରିବୁଁ କେତେ ଦଶା ଭୋଗ ।
କୁର‌ରୀପକ୍ଷୀପ୍ରାୟୈ ଝୁରିବାକୁ ଏକାଏ କରାଇବ ତୁମ୍ଭ ବିଯୋଗ ହେ ।