ପୃଷ୍ଠା:Typical selections from Oriya literature.pdf/୪୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୯
ଓଡ଼ିଆ ସାହିତ୍ୟ-ପରିଚୟ

କଣ୍ଟୁଁ ତରିବାପାଁଇ ପ୍ରୀତି ବୋଇତ ନେଇ ତୁମ୍ଭସଙ୍ଗସିନ୍ଧୁରେ ମେଲି ।
କୁଳଶୀଳ ବେଭାର ସବୁ ଏକପ୍ରକାର ଆମ୍ଭର କରି ତା ଅଝାଲି ହେ ।
କୃପାନିଧି । କିଛି କାଳ ବାଣିଜ୍ୟ କଲୁଁ । କେତେ ସୁଖରେ ଦିନ ନେଲୁଁ ।
କଂସଦୂତ ବତାସ କଲାତ ଏବେ ନାଶ ଦେଖୁଁ ଦେଖୁଁ ଦୁଃଖକୁ ଗଲୁଁ ହେ ।
କାହାପାଶେ ରହିବୁଁ କାହାକୁ କି କ‌ହିବୁଁ କେ ଜାଣିବ ଆମ୍ଭର ମନ ।
କି କି ହୋଇ ପ୍ରମାଦ ପଡ଼ିଗଲେ ବିଷାଦ ହରି କେ ରଖିବ ଜୀବନ ହେ ।
କୃପାନିଧି । କ‌ହିବାର ଅଧିକ ସିନା । କାହିଁ କେତେ, ନୋହିଛ ସେହ୍ନା ।
କର୍ମ ଫାଟିଲା ବେଳେ କଳ୍ପତରୁ ନ ଫଲେ ସବୁ ତୁମ୍ଭ ଭିଆଣ ସିନା ହେ ।
କୁଞ୍ଜବନ ବିହାରୀ ମୋହ‌ନ ବେଣୁଧାରୀ କୁଞ୍ଜର-ଗମନୀ କି ଚାହିଁ ।
କ‌ହିଲେ କୁପୁରୁଷମାନଙ୍କର ସେ ଦୋଷ ଗୁଣ ଯ‌ହୁଁ ଜାଣନ୍ତି ନାହିଁ ସେ ।
କୃଶୋଦରି । କେଡ଼େ ମଧୁର ନୁଆଗୁଡ଼ । କରଇ ଅବିଗୁଣ ବଡ଼ ।
କାଳ ଦୀର୍ଘକୁ ପାଇ କେତେ ଗୁଣ କରଇ ଏଠାରେ ପିତା-ଭାବ ଛାଡ଼ ଗୋ ।
କେତେବେଳରେ ଗୁଣଦ୍ରବ୍ୟର ଅବିଗୁଣ ଥିଲେହେଁ ନୁହଇ ଦୂଷଣ ।
କଳଙ୍କ ଥିଲେ ଶୀତ-କର ସବୁରି ହିତ କପର୍ଦି ମସ୍ତକ ଭୁଷଣ ଗୋ ।
କୃଶୋଦରି । କଳ ହେଲେ କୋକିଳ ବାଣୀ । କେତେ ଆଦରେ ତାହା ଶୁଣି ।
କୁଣ୍ତଳି ପ୍ରାଣହର ହେଲେମଣି ତାହାର ଗ୍ରହଣ କରୁଛନ୍ତି ପ୍ରାଣୀ ଗୋ ।
କୁଟଚ୍ଚ ନିମ୍ବପିତା ଚନ୍ଦନ ହୋଇଲେ ତା ତିଳକ କରି ହୃଦେ ବୋଳି ।
କୁବଳୟ ଫଳତ ଶାମୁକରୁ ସମ୍ଭତ ହେଲେ କଣ୍ଠରେ କରି ମାଳି ଗୋ ।
କୃଶୋଦରି । କେତେ କ‌ହିବା ତାହା ବସି । କେବଳ ଗୁଣ ଥିଲେ ରସି ।
କେହି କେହି ଆପଣା- ସୁଖନିମିତ୍ତେ ଊଣା-ଦ୍ରବ୍ୟେ ହୁଅନ୍ତି ଅଭିଳାସୀ ଗୋ ।
କରି ମନ ଫୁରୁଣା କର ଏବେ କରୁଣା ଅନାଅ ସରାଗନୟନେ ।
କର ଧରି ଯେତେହେଁ କ‌ହୁଅଛି ସେନେହେଁ ଅବଶ୍ୟ ପଡ଼ୁଥିବି ମ‌ନେ ଗୋ ।
କୃଶୋଦରି । କଲୁଁ ଗମ‌ନ ପିଠିଆଇଁ । କର ଯେ ଯାହା କର୍ମ ଯାଇଁ ।
କନ‌କମ‌ହୀଧର କମଳନାଥଙ୍କର ପ୍ରାୟେ ମନ ତୁମ୍ଭଙ୍କୁ ଦେଇ ଗୋ ।
କପଟ କୂଟେ ହରି ଏମନ୍ତ କ‌ହି କରି ଯେତେବେଳୈ ଅନ୍ତର ହେଲେ ।
କନ୍ୟାସ୍ତମ୍ଭ ପରାୟେ ହୋଇ ସବୁ ଗୋପୀଏ ଅପଲକରେ ଚାହୁଁ ଥିଲେ ସେ ।
କୃଶୋଦରି । ଅଦୃଶ୍ୟ ହେଲା ମାତ୍ରେ ରଥ । କପାଳରେ ମାଇଲେ ହାତ ।
କେ ବୋଲେ ଆହେ ନାଥ କରିଗଲ ଅନାଥ ହରି ସକଳ ମନୋରଥ ସେ ।
କଷ୍ଟ କଷ୍ଟରେ ଗୋପୀ ହୋଇ ମହାସନ୍ତପୀ ଯେ ଯାହା ମନ୍ଦିରେ ପ୍ରବେଶ ।
କେ ହୁଅଇ ବିକଳ କେ ଛାଡ଼େ ଅଶ୍ରୁଜଳ କେ ଦୀର୍ଘେ ପକାଇ ନିଶ୍ୱାସ ସେ ।
କେଉଁ ଗୋପୀ । ଶ୍ରୀକୃଷ୍ଣରୂପ ପଟେ ଲେଖି । କେତେ ହୋଇଲା ମନେ ସୁଖୀ ।
କେ ସଙ୍ଗେ ଘେନି ସଖୀ ବୋଇଲା ଆରେ ସଖି କାମ ନ ଦେବ ଆଉ ରଖି ସେ ।