କାଳୀ ଶିର-ମର୍ଦ୍ଦନ-ରଥ-ପଛରେ ଦୀନକୃଷ୍ଣମାନସ ଗୋଡ଼ାଇଲା ।
କରିଥିଲା ଯେତେକ ଜନ୍ମକାଳୁଁ ପାତକ କିଞ୍ଚିତ୍ମାତ୍ରେ ପୋଡ଼ାଇଲା ସେ
କଲା ପୁଣି । ମନରେ ଶରଧା ଅନେକ । କରିବେ କେତେ କଉତୁକ ।
କରେ ହାଣି ରଜକମସ୍ତକ ତୋଷିଲୋକ ଜୂର କରିବେ ବସ୍ତ୍ରଯାକ ସେ ।
କୁବୁଜାକୁଜ ହରି କୁବଳୟ ସଂହାରି ମାହୁନ୍ତ ମାଲଙ୍କୁ ମାରିବେ ।
କଂସଜୀବନ ହରି ମାରଙ୍କି ବୋଧକରି ଜନକ ଜନନୀ ତାରିବେ ସେ ।
କୃପାନିଧି । କରାଇ ଅଜାକୁ ରାଜନ । କରିବେ ତୋଷ ଦେବଗଣ ।
କାଳମୁଖରେ ନେଇ କାଳଦମନ ଦେଇ କୁମୁଦ କରିବେ ଜିମ୍ଭଣି ସେ ।
କୁବଳୟ ମଧ୍ୟରେ କନକମୟପୁରେ ଦ୍ୱାରକା ନାମରେ କରିବେ ।
କୁଣ୍ତିନୃପତି-ସୁତା ଆଦି ରାଜଦୁହିତାମାନଙ୍କ ସଙ୍ଗେ ବିହରିବେ ସେ ।
କୃପାନିଧି । କୁରୁକୁଳକୁ ସଂହାରିବେ । କଷ୍ଟୁଁ ପାଣ୍ତବଙ୍କୁ ତାରିବେ ।
କଉଣପ ରମଣୀମାନଙ୍କ କର ମଣିକଙ୍କଣ ଅବଶ୍ୟ ହରିବେ ସେ ।
କଉତୁକରେ ଆସି ଅକ୍ରୂରରଥେ ବସି ମଥୁରାତୋଟାରେ ରହିଲେ ।
କଂସନୃପତି ଆଗେ ଅକ୍ରୂର ସେହିଲାଗେ ପ୍ରଭୁଙ୍କ ବିଜୟ କହିଲେ ସେ ।
କୃପାନିଧି । କମଳଚରଣକୁ ଆଶ । କରିଛି ଦୀନକୃଷ୍ଣ ଦାସ ।
କୃତାନ୍ତ-ଦଣ୍ତଭୟ ହେବାରେ କରି କ୍ଷୟ କାଟିବ ଉବତାପ-ପାଶ ସେ ।
ସପ୍ତବିଂଶ ଛାନ୍ଦ
ରାଗ -ଗୁଜ୍ଜରୀ
କର୍ଣ୍ଣଦେଇ କୃଷ୍ଣକଥା ଶୁଣ ସୁଜନେ ।
କେବଳ ମନକୁ ସ୍ଥାପି ସ୍ଥିର ଆସନେ ।
କଳାକରକରେ ଚନ୍ଦ୍ରମଣି ପରାୟେ ।
କଳେବର ଦ୍ରବି ଯାଉ କଳୁଷ କ୍ଷୟେ ।
କ୍ରୋଧମାନ ଛାଡ଼ି ଭାବଭକତି ଘେନ ।
କଇବଲ୍ୟଦାନୀ ଦେବେ କୈବଲ୍ୟ ଦାନ ।
କଂସ କଟକରେ ରାମ କୃଷ୍ଣ ପ୍ରବେଶ ।
କରନ୍ତି ଦର୍ଶନ ଲୋକେ ହୋଇ ହରଷ ।
କେ ବୋଲେ କାହିଁ ଥିଲେ ଏ ଅପୂର୍ବ ରୂପ ।
କାନ୍ତି ନିନ୍ଦୁଅଛି କୋଟି କୁସୁମଚାପ ।
କେଉଁ ବିହି କେତେକାଳ ଗଢ଼ିଲା ଏହା ।
କି କହିବା ଦେଖି ମନ ହେଉଛି ଯାହା ।
କି ଅପୂର୍ବ ଏ ତରୁଣ-କଳପତରୁ ।
କାମପୂର୍ଣ୍ଣ କରିବାକୁ ଆସେ ସ୍ୱର୍ଗରୁ ।
ପୃଷ୍ଠା:Typical selections from Oriya literature.pdf/୪୫୮
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୦
ଓଡ଼ିଆ ସାହିତ୍ୟ-ପରିଚୟ