ପୃଷ୍ଠା:Typical selections from Oriya literature.pdf/୪୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସରସ୍ବତୀ ନଦୀତଟେ । ଗଙ୍ଗା-ଯମୁନା-ନିକଟେ ।
ସିନ୍ଧୁ ଦିଶୁ ଅଛି ଅନା । ସୂଚୀ-ଅଗ୍ରେ ବାଟ ସେ ଘରେ ସିନା ଲୋ ।
ଶଙ୍କର ଜଗୁଆଳ ସେଠାରେ । ସୂଚୀ-ଅଗ୍ରେ ବାଟ ସିନା ସେ ପୁରେ ।

ହର କପିଳାସ ଘାଟ । ହ ଅକ୍ଷରେ ମଧ୍ୟେ ବାଟ ।
ହେଟ ବୃକ୍ଷପରେ ଯାଇ । ହଂସ ରହିଅଛି ଉଲଟ ହୋଇ ଲୋ ।
ହେଜାଅ ହଂସ ଚରଣେ ମନ । ହତ ହେଉ ତୋର ପାତକମାନ ଲୋ ।

କ୍ଷକ୍ଷନ୍ଦ୍ରେ ବହେ ଉଜାଣି । କ୍ଷମେ ବୁଝ ପରମାଣି ।
ଛାୟା ମାୟା ଯାର ନାହିଁ । ଛନ୍ଦ ଫେଇ ଗୁରୁ ଦେଲେ ଦେଖାଇ ଲୋ ।
ଛାଡ ନା ଏବେ ମୁକତି ବାଟ । ଛାର ନାଥିଆ ତ୍ରିଲୋଚନ ଚାଟ ଲୋ ।


ଗୋପୀଭାଷା

ଦନାଇ ଦାସ

ପ୍ରଥମ ଛାନ୍ଦ

କୃଷ୍ଣ କଥା ଭାଳି ଗୋପୀ ସକଳ।
ଗୁଣ ସୁମରି ହୁଅନ୍ତି ବିକଳ ।
କାହୁଁ ଦାରୁଣ ଅକ୍ରୁର ଅଇଲା।
କଂସ ଆଜ୍ଞା ବୋଲି ଗୋପେ କହିଲା।
କୃଷ୍ଣ ଆସିବେ ବୋଲି ଗଲେ ଭଣ୍ଡି।
ତାହା ଜାଣିଲେ କିମ୍ପା ଦ୍ୟନ୍ତୁ ଛାଡି।
କଂସ ଯାହା କରୁ ପଛେ କରନ୍ତା ।
ଗୋପପୁରଯାକ ସବୁ ମାରନ୍ତା।
ତହିଁ ମଲେହେଁ ହୁଅନ୍ତା କାରଣ।
ଯାହା ଉପେକ୍ଷି ଗଲେ ନାରାୟଣ।
ଏକ ଗୋପୀଏ ବୋଇଲା ଥାଇଣ।
ଆମ୍ଭେ ବେଳହୁଁ ହୁଡିଗଲୁ ପୁଣ।
ଯେବେ ଅକ୍ରୁର ବାହୁଡି ଯାଆନ୍ତା।
କୃଷ୍ଣ ଗୋପପୁରେ ରହି ଥାଆନ୍ତା।
ଯାଇଁ କହନ୍ତା ଅକ୍ରୁର ରାଜାକୁ ।
କଂସ ଡରେ କି ଆସନ୍ତା ଗୋପକୁ।
ସେ କି ଶୁଣିଣ ନାହିଁ କର୍ଣ୍ଣଘେନି।
ଯେତେ ଯେତେକ କଲେ ଭାଇ ବେନି।