ପୃଷ୍ଠା:Typical selections from Oriya literature.pdf/୪୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୨
ଓଡ଼ିଆ ସାହିତ୍ୟ-ପରିଚୟ

କେ ମେଲାଗବାକ୍ଷେ ଦେଇ ସୁନ୍ଦରମୁଖ ।
କରୁଛି ଦଇ‌ତ‌ହୃଦମାନଙ୍କୁ ସୁଖ ।
କଳାନିଧି ଶ୍ୱେତମେଘୁଁ ବାହାର ପ୍ରାୟେ ।
କଲଇଁ ଉପମା ସୁଧାପୁରେ ଥିବାଏ ।
କୃଷ୍ଣବିଜୟରଜନୀ କରିଛି ଏହା ।
କାମିନେତ୍ରେ ଚକୋର ହେଉଛି ଉତ୍ସାହା ।
କାହାନେତ୍ର କଳାକବାଟିରେ ଚଞ୍ଚଳ ।
କବିଙ୍କି ବଣା କରାଏ ଶୋଭାଚଞ୍ଚଳ ।
କେତେହେଁ କ‌ହିବି ଏହିପ୍ରକାରେ ଯେତେ ।
କେତେରୂପେ ଦେଖୁଛନ୍ତେ ଯେ ଯାହା ମତେ ।
କେ ବୋଲେ ଧନ୍ୟ ଏ କଳା, ଧଳାମୂରତି ।
କରି ମନ୍ଦଗତି ମଣ୍ତୁଅଛନ୍ତି କ୍ଷିତି ।
କି ତପସ୍ୟା କରିଥିଲେ ଗୋପ‌ଯୁବତି ।
କରୁଥିଲେ ଦରଶନ ଏରୂପ ନିତି ।
କାଖ କୋଳ କରି ନେଲେ ବାଳକଭାବ ।
କିଶୋରବେଳେ ବିଚ୍ଛେଦ କଲା ଦଇବ ।
କେମନ୍ତ କରି ସେମାନେ ଧରିବେ ଧୃତି ।
କୋଟିଯୁଗ ସମ ହେବ ଆଜର ରାତି ।
କାମକାଣ୍ତେ ଜର କରୁ ହୋଇବ ଛାତି ।
କଉତୁକ କଥାମାନ ହେବ ଅରାତି ।
କର୍ପୂର ଚନ୍ଦନ ବିଷ ସମ ମଣିବେ ।
କୋକିଳବଚନ ବଜ୍ରଘାତ ଗଣିବେ ।
କମଳ-ନୟନ ବିଚ୍ଛେଦକୁ ଏ କେତେ ।
କଟାକ୍ଷେ ଆମ୍ଭର ମନ ହେଲାଣି ଯେତେ ।
କ‌ହୁଁ କ‌ହୁଁ ଏହା ମଧୁପୁର-ତରୁଣୀ ।
କରନ୍ତି ଗମନ ପ୍ରଭୁ ମୁରଲୀପାଣି ।
କଉତୁକେ ପୁଣି ରଜକ‌କୁ ଅନାଇ ।
କ‌ହିଲେ ଅମ୍ବର କିଛି ଦେବୁ କି ଭାଇ ।
କଲେ ଏତେକ ତୁହିରେ ଆମ୍ଭର ହୋଇ ।
କଂସରାଜ-ରଙ୍ଗସଭା ଦେଖନ୍ତୁ ଯାଇ ।
କ‌ହଇ ରଜକ ଜାତି ଗଉଡ଼ ହେଲା ।
କାହିଁ ଏତେ ଅପାଟପଦେଶେ ବଢ଼ଲ ।
କଂସରାଜା ଅମ୍ବରକୁ କରିଛ ମନ ।
କିରେ ମେଳିଥାଏ ଅରଜିଲ କି ଧନ ।