ପୃଷ୍ଠା:Typical selections from Oriya literature.pdf/୪୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୩
ଓଡ଼ିଆ ସାହିତ୍ୟ-ପରିଚୟ

କର କେଉଁରୂପେ ଡ଼କା ଗୋପନ‌ଗରେ । କରିଅଛ ତାହା ଏବେ ମଥୁରାପୁରେ । କଣ୍ଠୀରବ ପୁରେ ଏବେ କୁରଙ୍ଗ ନାଟ । କାହା-ବଳ ପାଇ ଏଡ଼େ କରିଛ ଆଣ୍ଟ । କ‌ହୁଛି ଏତେ ହେ ବେଳାବେଳି ଲେଉଟ । କାଳଦେବତା ସଙ୍ଗରେ ହେବଟି ଭେଟ । କାଳ‌ଯାକଦ‌ଧି ଦୁଧ ଖାଅ ଛଡ଼ାଇଁ । କଟକେ କରିଛ ଆସି ସେହି ବଡ଼ାଇ । କେଶବ ବୋଇଲେ ଆମ୍ଭେ ରାଜାଭଣଞ୍ଜା । କରୁଅଛୁ ଆମ୍ଭଆଗେ ଏଡ଼େ ତରିଜା । କୋପେ ଚାପୋଡ଼େ ମାଇଲେ ଛାଡ଼ିଲା ପ୍ରାଣ । କଳୁଷ ପକାଇ ପାଇଗଲା ନିର୍ବାଣ । କୃପାନିଧି କୋପ, କୃପା ଏକପ୍ରକାରେ । କରୁଥାଇଁ ଅନୁମାନ ମୁକ‌ତିଦ୍ୱାରେ । କେ ଚକିତ ହୋଇ ବୋଲେ କି କଲେ ପୋଏ । କରେ ମୁଣ୍ତ କାଟିଲେତ ଦେଖୁଁ ଦେଖୁଁ ଏ । କେ ବୋଲେ ଶୁଣିନାହିଁ କି ଏହାଙ୍କ ଗୁଣ । କବଳ କଲେ ଯେ ପୂତନାର ପରାଣ । କଣ୍ଠଚାପି ତୃଣାବର୍ତ୍ତ କଲେ ବିନାଶ । କୁମାରବୟସ କାଲୁଁ ଏଡ଼େ ସାହସ । କଚାଡ଼ି ବତ୍ସାସୁରକୁ ମାଇଲେ ବୃକ୍ଷେ । କାଳୀଶିରେ ତାଣ୍ତବତ କଲେ ପ୍ରତ୍ୟକ୍ଷେ । କେଶୀତୁଣ୍ତେ କର ଦେଇ ମନ୍ଥିଲେ ପିଣ୍ତ । କପଟି ଅଘାସୁରର ଫୋଡ଼ିଲେ ମୁଣ୍ତ । କରେ ଏକା ଧଇଲେ ସେ ଗୋମତ ଗିରି । କୁଳିଶଧର କିଞ୍ଚିତେ ଗଲାଟି ହାରି । କାନନ‌ଦ‌ହ‌ନ ପାନ କଲେ କିକରି । କୁବେରପୁଅଙ୍କୁ ଦେଲେ ଶାପୁଁ ଉଦ୍ଧାରି । କୃପାରେ ଅନ୍ଧକୁ ଦେଲେ ଲୋଚନ ଦାନ । କେ କ‌ହିବ ଏହାଙ୍କର ଚରିତମାନ । କେହି ନାହିଁ ଏ ସଂସାରେ ବିବେକୀ ସଖି । କଅଁଳାପୁଅ କରି କି ଏହାଙ୍କୁ ଲେଖି । କରଣି ଯାହାର ଧରଣୀରେ ଏମନ୍ତ । କରୁଛନ୍ତି କୂଟତାଙ୍କୁ କରିବେ ଅନ୍ତ ।