ପୃଷ୍ଠା:Typical selections from Oriya literature.pdf/୪୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୪
ଓଡ଼ିଆ ସାହିତ୍ୟ-ପରିଚୟ

କ‌ହୁ ନାହାନ୍ତି ଏମନ୍ତ ଉତ୍ତମଲୋକ । କ‌ହିଲେ କି ହେବ ଯ‌ହିଁ ନାହିଁ ବିବେକ । କାଳ ଘୋଟିଲେ ପ୍ରାଣିକି ନ ଦିଶେ ବୁଦ୍ଧି । କରିଅଛି ବିହି ଏହା ପୂର୍ବରୁ ସିଦ୍ଧି । କଲେ ରଜକ ବିନାଶି ବସନ ଜୂର । କୃଷ୍ଣ ରାମ ନେଲେ ପୀତ, ନୀଳ ଅମ୍ବର । କଂସଗନ୍ତାଇତ ଦେଖି ସୁଖୀ ହୋଇଲା । କମନୀୟ କରି ବସ୍ତ୍ର ପିନ୍ଧାଇ ଦେଲା । କଲେ ଆନନ୍ଦେ ବିଜୟ ତ୍ରୈଲୋକ୍ୟଶୋଭା । କଲା ନେଇ ମାଳାକାର କୁସୁମ ଗଭା । କେଶ ବେଶ କରି ରାମ ଗୋବିନ୍ଦ ଗଲେ । କୁବୁଜା ନାଗରୀ ଆସୁଅଛି ଦେଖିଲେ । କାଖେ ଗନ୍ଧପେଟୀ କୁଜ ଚରମଦେଶେ । କମଳ-ନୟନ ପଚାରିଲେ ହରଷେ । କ‌ହ କ‌ହ କୁବୁଜା ତୁ କାହା ଭାରିଯା । କରିବା ତୋତେ ନାଗରୀମାନଙ୍କ ଧ୍ୱଜା । କ‌ହଇ କୁବୁଜା ରାଜାନିଯୋଗୀ ମୁହିଁ । କର୍ପୂର ଚନ୍ଦନ ଦେଇ ନିତି ସେବଇଁ । କୁଜ କଳଙ୍କରୁ କରି ହେଲି ଅଶୋଭା । କେହି ଏହି ଘେନି ମୋତେ ନୋହିଲେ ବିଭା । କୃତାର୍ଥ ହୋଇଲି ଆଜ ତୁମ୍ଭଙ୍କୁ ଦେଖି । କେହି ନାହିଁ ଆଉ ମୋହୋ ପରାୟେ ଦୁଃଖୀ । କେବଳ ଏତେ ଶରଧା ହେଉଛି ମନେ । କଳା ଶ୍ରୀଅଙ୍ଗ ମଣ୍ତିବି ଚନ୍ଦ୍ର ଚନ୍ଦନେ । କୃଷ୍ଣ ବୋଇଲେ କୁବୁଜା ତୋହୋର ଇଚ୍ଛା । କରିଅଛୁଁ ଏହି ଘେନି ଦେହକୁ ତୁଚ୍ଛା । କ‌ହିବାରୁ ସ୍ନେହବାଣୀ ବରଜରାଜ । କୁବୁଜା ଅଙ୍ଗରେ ପୀଡ଼ା କଲା ମନୋଜ । କାଖରୁ ସୁଗନ୍ଧପେଟୀ ବାହାର କରି । କେ ବଡ଼ କେ ସାନ ହୃଦୟରେ ବିଚାରି । କାମ‌ପାଳଭାଲେ ଗନ୍ଧତିଳକ ଦେଲା । କାମକର-କୃପାଣ କି ଚନ୍ଦ୍ର ପାଇଲା । କେଶବକପାଳେ ଦେଲା ଚନ୍ଦନ-ଚିତା । କଳାମେଘୁଁ ବାହାର କି ଚନ୍ଦ୍ର ଦେବତା ।