ପୃଷ୍ଠା:Typical selections from Oriya literature.pdf/୪୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୫
ଓଡ଼ିଆ ସାହିତ୍ୟ-ପରିଚୟ

କର୍ପୂର ଚନ୍ଦନ ଗନ୍ଧ କୁଙ୍କୁମ ଗୋଳି । କୃଷ୍ଣ ରାମ ଶ୍ରୀଅଙ୍ଗରେ ସଧୀରେ ବୋଳି । କୃପାସିନ୍ଧୁ ଦୀନବନ୍ଧୁ ହୋଇ ଫୁରୁଣଆ । କୁବୁଜାଭକ‌ତି ଦେଖି କଲେ କରୁଣା । କମଳଚରଣ ତାର ଚରମେ ଦେଲେ । କର ଚିବୁକରେ ଦେଇ ଟେକିଲା କଲେ । କାହିଁ ଗଲା କୁଜ ଲୋକେ ଦେଖି ଚକିତ । କରିଥିଲା କେଉଁକାଳେ କେତେ ସୁକୃତ । କାମିନୀକୁଳମଣ୍ତନ କୁବୁଜା ହେଲା । କରେ ପୀତାମ୍ବର-ପିତାମ୍ବର ଧଇଲା । କ‌ହିଲା ମୋପୁରକୁ ବିଜୟ କରିବ । କାମ‌ପୂର୍ଣ୍ଣକରି ଭବକଣ୍ଟୁଁ ତାରିବ । କମଳ-ନୟନ ମନ୍ଦ ହସିଲା ହୋଇ । କ‌ହିଲେ ଯିବୁଁ ରାଜାଙ୍କ ଭେଟ ବଢ଼ାଇ । କୁବୁଜାକୁ ବୋଧ କରି ବିଜୟ କଲେ । କାର୍ମୁକ ମନ୍ଦିରେ ଯାଇଁ ପ୍ରବେଶ ହେଲେ । କରି ଅବଲୋକନ ଧନୁକୁ ବୋଇଲେ । କେତେ ବଳ ଅଛି ବୋଲି କରେ ଧଇଲେ । କରିକରେ ଇକ୍ଷୁଦଣଜ୍ଞତ ପଡ଼ିଲା ପ୍ରାୟେ । କିଞ୍ଛିତେ ଭାଙ୍ଗିଲେ କରେ ଓଟାରିବାଏ । କରି ଶୁଭକାର୍ଯ୍ୟ ବିଜେ ବରଜ-ରାଟ । କଲେ ଆନନ୍ଦେ ଗୋପାଳେ ଗଉଡ଼ନାଟ । କେ ବେଣୁ ଶୃଙ୍ଗ କେ ମୁଖେ ବଂଶୀ ବଜାଏ । କେ ଖେମଟାବନ୍ଧେ ଗୀତ ସୁସ୍ୱରେ ଗାଏ । କୃତ୍ରିମ‌ବନରେ ଯାଇଁ ପ୍ରବେଶ ହେଲେ । କରି ଶୀତଳମଣୋହି ସୁଖେ ଶୋଇଲେ । କୁକ୍କୁଟେ ଡ଼ାକିଲେ ରାତି ହେଲା ପାହାନ୍ତି । କାତରେ ଜାରପୁରୁଷମାନେ ଚାହାଁନ୍ତି । କୁଙ୍କୁମ‌ବର୍ଣ୍ଣ ଦିଶିଲା ବାସବଦିଗ । କରିବାକୁ ସ୍ନାନ ବିପ୍ରେ ହେଲେ ଉଦ୍‌ବେଗ । କମ୍ବୁ ଶବଦ ପୂରିଲା ଦେବଙ୍କ ପୁରେ । କ‌ହେ କି କାରଙ୍କୁ ଯିବା ପାଁଇ ସତ୍ୱରେ । କଇରବେ ଶୋଇଲେ କମଳେ ହସିଲେ । କୋକମିଥନ ବିଯୋଗ-ଦୁଃଖ ନାଶିଲେ ।