ପୃଷ୍ଠା:Typical selections from Oriya literature.pdf/୪୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୬
ଓଡ଼ିଆ ସାହିତ୍ୟ-ପରିଚୟ

କଟୁଆଳ, ତସକର ଶୋଭା ନିଊନ । କଳାକରପ୍ରିୟ ଚରେ ହେଲେ ମଉନ । କବାଟ ଉଲାଗି କଲେ ନୀଳାଦ୍ରିପୁରେ । କୃପାସିନ୍ଧୁ ଅପ‌ହୁଡ଼ ହେଲେ ସତ୍ୱରେ । କରି ନିତ୍ୟକୃତ୍ୟ ଶେଷ ଗୋପବଲ୍ଲଭ । କଉତୁକେ ସାରିଲେ ଗୋପାଳବଲ୍ଲଭ । କର ଦେଇଁ ସୁବଳ ସୁଦାମକରରେ । କ୍ରୀଡ଼ନ୍ତି ଉପବନରେ ନାନାରଙ୍ଗରେ । କେ ବୋଲେ ଆରାମ ରାମସୈନ୍ୟ ପରାୟେ । କଞ୍ଚନ, ଡ଼ାଳିମ,ସୁଷେଣାଦି ଥିବାଏ । କେତେରୂପେ କେତେ ପ୍ରତି ଅଛନ୍ତି ଦେଖ । କାହାର ଆହାବ ନାହିଁ ପ୍ରସନ୍ନ ମୁଖ । କ‌ହି ଏମନ୍ତ ବାହାର ହେଲେ ସମସ୍ତେ । କାହାକରେ ବେଣୁ, ଶିଙ୍ଘା କାହାର ହସ୍ତେ । କଳାନିଧିକି ନକ୍ଷତ୍ର ବେଢ଼ିଲା ପ୍ରାୟେ । କେ ଆଗେ କେ ପଛେ ମଧ୍ୟେ କୃଷ୍ଣ ବିଜୟେ । କାମ‌ପାଳହିଁ ଅଛନ୍ତି କୃଷ୍ଣପାରଶ୍ୱେ । କ‌ହି ହୋଇଏ ସେ ଶୋଭା କି ଶେଷ-ମହେଶେ । କ‌ଟକେ ଛଟକ ଠାଣିମାନ କରନ୍ତି । କୃଷ୍ଣଦାସ ମନ ଅଳପକେ ହରନ୍ତି ।

ଅଷ୍ଟାବିଂଶ ଛାନ୍ଦ ରାଗ ଭାଟିଆରି କୃଷ୍ଣ ବିଜୟ ମଥୁରାଦାଣ୍ତେ । କାନ୍ତି କୋଟିକାମଛବି ଖଣ୍ତେ । କଳାମେଘେ ଇନ୍ଦ୍ରକୋଦଣଜ୍ଞତ ପରାୟେ କଳାପିକଳାପ ମୁଣ୍ତେ । ହେ ଜନେ । କାବ୍ୟ ତାର ମୋତିବର ନାସେ । କବି ଉପମାକୁ ଏହି ଆସେ । କଳାକରକୋଳେ ମହାସୁଖଭୋଳେ, ରୋହିଣୀ ରାମା କି ବସେ । ହେ ଜନେ । କର୍ଣ୍ଣେ ଶୋହେ ମକରକୁଣ୍ତଳ । କରେ ନିନ୍ଦଇ ରବିମଣ୍ତଳ । କଲେ ଅବଲୋକେ ହେଳେ ହେବେ ଲୋକ ସୁର ମୁନି ଆଖଣ୍ତଳ । କଣ୍ଠେ କଳିତ ନକ୍ଷତ୍ରମାଳ । କଉସ୍ତୁଭ ଶୋହେ ବକ୍ଷସ୍ଥଳ । କିବା ନୀଳମଣିସ୍ଥଳେ ନିଶାମଣି ରମଣୀଙ୍କ ସଙ୍ଗେ ମୋଳ । କରେ କଙ୍କଣ ବାହେ ବାହୁଟୀ । କାଞ୍ଚିମାଳାମଧ୍ୟେ ଅଛି ଘଣ୍ଟି । କନ‌କନିଭ ପତନୀ ପାଗ ଲାଞ୍ଜି ମ‌ହୀରେ ଯାଉଛି ଲୋଟି ।