ପୃଷ୍ଠା:Typical selections from Oriya literature.pdf/୪୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୭
ଓଡ଼ିଆ ସାହିତ୍ୟ-ପରିଚୟ

କଟାକ୍ଷରେ କରି ସୁଧାବୃଷ୍ଟି । କରୁଅଛନ୍ତି କୃତାର୍ଥ ସୃଷ୍ଟି । କି ସୁଖ ସଂସାର ଅବତାର-କର ଅଭିନବ ପରମେଷ୍ଠୀ । କ‌ହୁଁ କ‌ହୁ ଏହା ନରନାରୀ । କଂସସିଂହଦ୍ୱାରେ ବିଜେ ହରି । କୁବଳ କରିବର ଦେଖିକରି ରହିଲେ ଆଗେ ଉଭାରି । ହେ ଜନେ । କୋମଳରେ କ‌ହିଲେ ହେ ଯନ୍ତା । କୁବଳୟ ବଡ଼ ବଳବନ୍ତା । କଲେ ଆଡ଼ ଥରେ ପଶନ୍ତୁ ଭିତରେ ତୋଉପକାର ଦିଶନ୍ତା । କ‌ହେ କର୍କଶ କରି ମାହୁନ୍ତ । କୁହାଉଯେ ଥାଅ ବଳବନ୍ତ । କେଶୀ ଅଘା ବକା ନାଶକଲ ଏକା ଏବେତ କ‌ହ ଏମନ୍ତ । କୃଷ୍ଣ ବୋଇଲେ ହସ୍ତିପାଳକ । କଥା ଖୁତ କରି ଚାଳକ । କାଳ‌ଯାକ ଦେଶେ ରହିଲୁଁ ବିଦେଶେ ଭୟାଳୁ ବ୍ରଜବାଳକ । କରିବରକନ୍ଧେ ଅଛୁ ଚଢ଼ି । କ‌ହୁଅଛୁ ଏହିଘେନି ବଢ଼ି । କର ଅବଲମ୍ବ କରିବାକୁ ଲମ୍ବ ହେଲେ ଉଡ଼ନ୍ତାନି ଦାଢ଼ି । କର୍ଣ୍ଣେ ଯ‌ହୁଁ ଏମନ୍ତ ଶୁଣିଲା । କୋପଭରେ ମାହୁନ୍ତ କମ୍ପିଲା । କରାଳବଦ‌ନ ବୁଲାଇ ନୟନ, ଗଜ ଆଗଭର କଲା । କୋପେ ମାଇଲା ମାତଙ୍ଗ ଦନ୍ତ । କଲେ ବିଚିତ୍ରଗତି ଅନନ୍ତ । କୁଣ୍ତଳୀ-ପ୍ରବଳଘାତରେ ନ‌କୁଳ ବଞ୍ଚାଇ ରହେ ଯେମନ୍ତ । କଣ୍ଠୀରବପ୍ରାୟେ ଗ‌ତି କରି । କରେ ଚାପୋଡ଼େ ମାଇଲେ ହରି । କରିବର ଲାଞ୍ଜ ଧରି ଦେବରାଜ ପଛକୁ ନେଲେ ଓଟାରି । କି କ‌ହିବା ସେ ସମୟ ଶୋଭା । କରେ ଜନମନ ଅତି ଲୋଭା । କଶ୍ୟପତନୟ ମହାବିଳେଶୟ ଧଇଲେ ଯେମନ୍ତ ପ୍ରଭା । କୁମ୍ଭକାରଚକ୍ର ପ୍ରାୟେ ହୋଇ । କଣ୍ଠୀରବ ବଇରି ବୁଲଇ । କୁମାରକରରେ ବନ୍ଧନେ ସୂତ୍ରରେ ଗୁଞ୍ଜୁରା ଯେହ୍ନେ ଭ୍ରମଇଁ । କଲେ ସମର ନାନା ପ୍ରକାରେ । କଉତୁକେ ଦେଖନ୍ତି ଅମରେ । କରି ଅଦଭୁତ ବିରହସଂଜାତ ହୋଇଛନ୍ତି ନିରନ୍ତରେ । କେଶୀ-ହତ ବେଗେଁ ଦେଲେ ଛାଡ଼ି । କ୍ରୋଧଭରେ ଦଶନ ଉପାଡ଼ି । କୁଧରେ କୁଳିଶ ପ୍ରାୟେ ଶିରଦେଶ ଉପରେ ନେଇ କଚାଡ଼ି । କରି ହତ କୁମ୍ଭୀ ହସ୍ତୀ-ପକା କଲେ ପ୍ରକାଶ ଜୟପତାକା । କରି ଅବଲୋକ ସ୍ୱର୍ଗ ମର୍ତ୍ତ୍ୟ-ଲୋକମାନେ ହୋଇଲେ ତାଟକା । କରେ ଦଶନ ଧରି ଗୋବିନ୍ଦ । କଉତୁକେ ବିଜେ ମନ୍ଦ ମନ୍ଦ । କୁସୁମ ବରଷି ଜୟ ଜୟ ଭାଷି ଆନନ୍ଦ ଅମରବୃନ୍ଦ । କ୍ରମେ ରଙ୍ଗସଭାରେ ପ୍ରବେଶ । କୋଟିକନ୍ଦର୍ପ ଲାବଣ୍ୟବେଶ । କୁଋଇଳ ନିର୍ଦ୍ଦୟ ସରଳହୃଦୟ ମନ ଅନୁରୂପେ ଦୃଶ । କାମି-କାମିନୀଙ୍କ କାମଦାତା । କଂସନୃପକୁ କାଳଦେବତା । କୁଳିଶ ପରାୟେ ମାଲଙ୍କ ହୃଦୟେ ପ୍ରକାଶନ୍ତି ଜଗଜ୍ଜିତା ।