ପୃଷ୍ଠା:Typical selections from Oriya literature.pdf/୪୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୮
ଓଡ଼ିଆ ସାହିତ୍ୟ-ପରିଚୟ

କେ ବୋଲଇ ଏଠାରେ ନ ଥିବା । କିଆଁ ବାଳକବଧ ଦେଖିବା । କାହାରିତ ଧର୍ମ ନାହିଁ ଏ ଅଧର୍ମସଭା ବେଗେଁ ଉପେକ୍ଷିବା । କ୍ରୋଧ କରି ଜନ‌କ ଜନନୀ । କଷ୍ଟଦଶାତ ଆଛନ୍ତି ଘେନି । କରନ୍ତି ଚିନ୍ତା ନିଜ ଇଷ୍ଟଦେବତା ଆନନ କରି ଅବନୀ । କ‌ହେ ମାଲ ବାହାସ୍ଫୋଟ ମାରି । କାହିଁ ଯିବ ଆଜ ହଳି ହରି । କେଶରୀ ପରାୟେ କରିବରରାୟେ ମାଇଲ ବିଚିତ୍ର କରି । କର ଆମ୍ଭସଙ୍ଗତେ ସମର । କୃଷ୍ଣ ବୋଇଲେ ଆରେ ମୁଖର । କାଳଦେବତାକୁ ବାର୍ତ୍ତା କ‌ହିବାକୁ ତୋତେହେଁ କରିବା ଚାର । କ‌ହୁଁ କ‌ହୁଁ ଏମନ୍ତ ଚାଣୂର । କଲା କୃଷ୍ଣଙ୍କୁ ମୁଥେ ପ୍ରହାର । କରି ତାହା ଶୂନ୍ୟ କଲେ ପ୍ରତିଦାନ ବ୍ରଜସିଂହ ବୀରବର । କାମ‌ପାଳ ମୁଷ୍ଟିକର ଯୁଦ୍ଧ । କଉତୁକେ ଦେଖନ୍ତି ବିବୁଧ । କୃପାଣ ତୋମର କିଛି ନାହିଁ କର ମାତ୍ର କେବଳ ଆୟୁଧ । କୃଷ୍ଣ କୃଷ୍ଣ ଅଗ୍ରଜ ସିଂହାଣ । କଲେ ବିଚିତ୍ର ମାଲବିନ୍ଧାଣ । କଷ୍ଟନିବାରଣ ମାଲଙ୍କ ପରାଣ ଘେନିଲେ ଦେଇ ନିର୍ବାଣ । କଂସନୃପତି ତାହା ଦେଖିଲା । କମ୍ପିକାତରେ ମୁଖ ଶୁଖିଲା । କଳେବର ଛାଡ଼ି ପ୍ରାଣ ଗଲା ଉଡ଼ି ଭବଭୟ ଉପେକ୍ଷିଲା । କେଶ କେଶବ ଧଇଲେ ଯାଇଁ । କଚାଡ଼ିଲେ ମହୀତଳେ ନେଇଁ । କୁମ୍ଭକାରକୀଟ ପ୍ରାଏ ନନ୍ଦଚାଟ ମାରଇ ପୁଣ ତାରଇ । କୃପାସାଗର ସେ ଜଗଜ୍ଜ୍ୟୋତି । କଲେ ଉଗ୍ରସେନେ ମ‌ହୀପ‌ତି । କ‌ହେ ଦୀନ କୃଷ୍ଣଦାସ ସେ ଶ୍ରୀକୃଷ୍ଣ ଅଗତିଲୋକର ଗତି ।