ପୃଷ୍ଠା:Typical selections from Oriya literature.pdf/୪୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୦
ଓଡ଼ିଆ ସାହିତ୍ୟ-ପରିଚୟ

କାମ‌ପାଳ ସଙ୍ଗତେ ରହିଲେ ତାଙ୍କର ।
କେତେଦିନ ଏମନ୍ତେ ହୋଇଲା ଅନ୍ତର ।
କୁବୁଜା ଯେ ହୋଇଥିଲା ବାସକଶଜ୍ଜ୍ୟା ।
କଲେ ତ‌ହିଁକି ବିଜୟ ରସିକରାଜା ।
କର ପଇଠ ଉଦ୍ଧବକରରେ ଦେଇ ।
କୁବୁଜାପୁରେ ପ୍ରବେଶ ହୋଇଲେ ଯାଇଁ ।
କୁବେର ଅଳକାପୁର ଶୋଭାକୁ ଜିଣି ।
କରିଛି ମ‌ନ୍ଦର ଅତିଶୟ ମଣ୍ତଣି ।
କମନୀୟ ଚନ୍ଦ୍ରତପ ପାଟ ପତନୀ ।
କି ଶୋଭା ଦିଶନ୍ତି ଫୁଲ ଚାମର ଘେନି ।
କାନ୍ଥମାନଙ୍କରେ ନାନାଚିତ୍ରପ୍ରତିମା ।
କଥା ନ କ‌ହି ହସନ୍ତି ଯେମନ୍ତ ବାମା ।
କର୍ପୂର ଚନ୍ଦନ ଛରା ବିଜେବାଟରେ ।
କରିଛି ପାଏଡ଼ା ସବୁ ରଙ୍ଗପାଟରେ ।
କନ‌କପାତ୍ରମାନଙ୍କେ ଅଗୁରୁ ଧୂପ ।
କେତେ କେତେ ଜଳୁ ଅଛି ରତନ‌ଦୀପ ।
କରିଦନ୍ତପଲଙ୍କରେ ହଂସୁଲୀ ତୁଳୀ ।
କେଶରମାନଙ୍କେ ମନୋହରମୁଚୁଳୀ ।
କୁସୁମ‌ପାଖୁଡ଼ା ବିଞ୍ଚି ଝୋଳା ପକାଇ ।
କର୍ପୂରତାମ୍ବୁଳ ରତ୍ନ ବଟାରେ ଥୋଇଁ ।
କରରେ ସ‌ଜାଡ଼ି ଦିବ୍ୟ ଚତୁଃସମକୁ ।
କଉତୁମେ ଥୋଇଛି ପୁରାଇ ପ୍ରେମକୁ ।
କୁଞ୍ଜବିହାରିଙ୍କ ଅଙ୍ଗେ ବୋଳିବା ପାଁଇ ।
କୁଜ-କଳଙ୍କ ଯାଇଛି ଯାହା ଲଗାଇଁ ।
କେଉଁ କାଳେ କି ତପସ୍ୟା କରି ସେ ଥିଲା ।
କୋଟିବ୍ରହ୍ମାଣ୍ତନାଥଙ୍କୁ ପୁରକୁ ନେଲା ।
କ‌ହେ ଦୀନ‌କୃଷ୍ଣ ଆହେ ରସିକରାୟେ ।
କୋଟିକେ ଗୋଟିଏ ନାହିଁ ତୁମ୍ଭ ପରାୟେ ।

ତ୍ରିଂଶ ଛାନ୍ଦ
ରାଗ-କାଫୀ
କମଳନେତ୍ର କଂସକଟକେ ଥାଇ ।
କରନ୍ତି ଚିନ୍ତା କାନ୍ତାକଥା ଚିତ୍ତୋଇ । ଆହା କୁନ୍ଦ‌ଦଶନା ।