କମନୀୟ ବଧୂଲୀ ବିମ୍ବ ଦନ୍ତବସନା ।
କାମକାଣ୍ତଧାଡ଼ି-ଘାତରେ ହୋଇ ବିମନା ।
କେଉଁରୂପେ ବଞ୍ଚୁଥିବ ସେ ମୋସଙ୍ଗ ବିନା ।
କି କଲା ବିହି ମୋତେ ତାକୁ କି କଲା ।
କପାଳେ ଏହିଦଶା ଲେଖି ସେ ଥିଲା । ଆହା କନକଗୋରି ।
କରିବରଗମନି ମୋର ପ୍ରାଣ ଈଶ୍ୱରୀ ।
କଷ୍ଟଅନୁଭବ ଯେ କରି ନାହିଁ କିଶୋରୀ ।
କିପାଁ ଅଇଲି ତାକୁ ଛାଡ଼ି ବିଦେଶ କରି ।
କାଳ କି ନ କରଇ କି ନୋହେ ଦେହ ।
କେଉଁ ଦଇବ କରାଇଲା ବିରହ । ଆହା କୁଟିଳକେଶି ।
କରକମଳେ ଗଣ୍ତ ଦେଇ ଥିବ ଯେ ବସି ।
କି ବିଚାରୁଥିବ ସେ ମୋର ପ୍ରାଣପ୍ରେୟସୀ ।
କମେ ଥିଲା କାମଅନଳେ ହେବାକୁ ଝାସି ।
କରୁ ଅଛି ମୁଁ ଯେତେବେଳେ ଗମନ ।
କି ବିକଳ ହୋଇଲା ପରାଣଧନ । ଆହା କାନ୍ତାରତନ ।
କଲା ଲୋତକେ ପଦ୍ମଦଳନେତ୍ର ଆଚ୍ଛନ୍ନ ।
କର ଧରି ବୋଇଲା ଆହେ ବନ୍ଧୁ ଅଭିନ୍ନ ।
କି କହିବି ମୁଁ ଏବେ ତୁମ୍ଭେ କରୁଛ ଭିନ୍ନ ।
କାହିଁ ପାଁଇ ରହିଛି ପାପିଷ୍ଠ ପ୍ରାଣ ।
କଠିନ ହୃଦେ ଗୁଣ ସୁମୁଖୀଗୁଣ । ଆହା କୋମଳାଙ୍ଗି ।
କୃଶଦଶାକୁ ପାଇଥିବ ଚଳଅପାଙ୍ଗୀ ।
କାହିଁ ପାଁଇ ଥିବ ସେ ମନୋହର ଭ୍ରୁଭଙ୍ଗୀ ।
କାମବ୍ୟାଧକରକୁ ହେଲା କ୍ରୀଡ଼ାକୁରଙ୍ଗୀ ।
କଳାନିଧିକି ହସେ ଯେଉଁ ବଦନ ।
କରୁଥିବ ଲୋତକଜଳେ ମଳିନ । ଆହା କୁଟିଳକେଶ ।
କେଶ ଗର୍ଭକ ବିନୁ ନୋହିଥିବ ସୁବେଶ ।
କେହିଁ ପଡ଼ିଥିବ ତାହାର ଚରମଦେଶ ।
କାହିଁ ପାଁଇଁ ତହିଁରେ ଥିବ କୁସୁମବାସ ।
କମ୍ପୁ ଯେ ଥିବ କେତେବେଳେ ତା ଅଙ୍ଗ ।
କେତେବେଳେ ରୋମାଞ୍ଚ ବଦନ ଭଙ୍ଗ । କେତେବେଳେ ରୋଦନ ।
କେତେବେଳେ ହୋଇଥିବ ସେ ଝାଳେ କର୍ଦ୍ଦନ ।
କେତେବେଳେ ନ ରୁଚୁଥିବ ନିଜସଦନ ।
କଥା ଗୋଟିକେ ନାଶ କଲା ଚାରିବଦନ ।
କରନ୍ତାନାହିଁ ଯେବେ ଦୁହିଙ୍କି ଭିନ୍ନା ।
ପୃଷ୍ଠା:Typical selections from Oriya literature.pdf/୪୬୯
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୧
ଓଡ଼ିଆ ସାହିତ୍ୟ ପରିଚୟ