ପୃଷ୍ଠା:Typical selections from Oriya literature.pdf/୪୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୨
ଓଡ଼ିଆ ସାହିତ୍ୟ-ପରିଚୟ

କାହିଁକି ପ୍ରାଣବନ୍ଧୁ ହୁଅନ୍ତା ଦୀନ । କିପାଁ କାମ ହସନ୍ତା ।
କୋଦଣ୍ତରେ କାହିଁକି ଫୁଲଶର ବସାନ୍ତା ।
କଳକଣ୍ଠ-କଣ୍ଠୀ ଅଙ୍ଗକୁ କିପାଁ ପେଷନ୍ତା ।
କଷ୍ଟସାଗରେ ଶଶିମୁଖୀ କିପାଁ ଭାସନ୍ତା ।
କର୍ପୂର ଚନ୍ଦନହିଁ ନୁହ‌ନ୍ତା ବିଷ ।
କୋକିଳରବ ଅବା କରନ୍ତା କିସ ? କି କରନ୍ତା ଚନ୍ଦ୍ରମା ।
କୋଳଗତେ ଥାଆନ୍ତା ଯେବେ ମୋ-ପ୍ରିୟତମା ।
କାହାଛାର ଦେଖାନ୍ତା ଅବା କେଉଁ ଗାରିମା ।
କରିଛନ୍ତି ସବୁଟି ଏହା ବିଚିତ୍ରକର୍ମା ।
କଳାନିଧାନୀ ନାନା ସୁବେଶ ହୋଇ ।
କଉତୁକରେ ଯେତେବେଳେ ଆସଇ । କାମ ଥାଇ ଗୋଡ଼ାଇଁ ।
କିଣାଲୋକପରାୟେ ଅନୁଗତକୁ ପାଇ ।
କାନ୍ତା-ନୁପୁରନାଦେ ପ‌ହଣ୍ତକୁ ମଣାଇ ।
କାହାରିତ ନ ଥାଇ ସେ କାଳରେ ବଡ଼ାଇ ।
କୁଟିଳକୁନ୍ତଳରେ ଲୋଟଣୀ ଜୁଡ଼ା ।
କରଇ ସବୁରୂପେ ଧଇର୍ଯ୍ୟବୁଡ଼ା । ଆହା କାମଦାୟିନି ।
କଲା କେଉଁ ଦଇବ ମୋର ସେସୁଖ ହାନି ।
କାମଦେବ କେବଳ ହେଲା ବିଜୟମାନୀ ।
କଷ୍ଟ ଦେଇ ଯାଉଛି ଏବେ ଜୀବନ ଘେନି ।
କୁରୁବକ‌କୁସୁମ ତୋରାରେ କରି ।
କି ଶୋଭା ଦିଶୁଥାଇ କେତକୀପୋରୀ । ଆହା କମଳମୁଖି ।
କେତେପ୍ରକାରେ ନ କରଇ ମନ‌କୁ ସୁଖୀ ।
କେଉଁ ଅଭାଗ୍ୟରୁ ଅଇଲି ତାକୁ ଉପେକ୍ଷି ।
କାମହସ୍ତରେ ପଡ଼ି ଏବେ ହେଉଛି ଦୁଃଖୀ ।
କରି ଯେ ଥାଇ ଉର୍ଦ୍ଧ୍ୱେ ଗନ୍ଧିତିଳକ ।
କଲେ ଦର୍ଶନ ନ ରହଇ ବିବେକ । ଆହା କୁରଙ୍ଗନେତ୍ରି ।
କୃଶଉଦରି କାମକଳାକଳାପ‌ପାତ୍ରି ।
କୃପାନିଧନୀ ସେ ମୋର ପରମ‌ପବିତ୍ରୀ ।
କ୍ଳେଶ ପାଇଲା ମୋହି ଘେନି କୋମଳଗାତ୍ରୀ ।
କେତେ ଜାଣଇ ହାବ ଭାବ ଚାତୁରୀ ।
କଟାକ୍ଷେ ଚାହୁଁଥାଇ କେମନ୍ତ କରି । ଆହା କେକିଲାଳସୀ ।
କାମଶର ଆଶେ ମୋହର ପାଶକୁ ଆସି ।
କ‌ହେ ଚକ୍ରବଚନ ମନ୍ଦମଧୁର-ହାସୀ ।
କଉତୁକ ଉପରେ ସ୍ନେହ ସୁଧାବରଷି ।