ପୃଷ୍ଠା:Typical selections from Oriya literature.pdf/୪୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୫
ଓଡ଼ିଆ ସାହିତ୍ୟ-ପରିଚୟ

କୃଷ୍ଣଦୂତକୁ ବସାଇ ପାଶେ । କଉତୁକେ ପଚାରନ୍ତି ତୋଷେ ।
କୃଷ୍ଣ କାମ‌ପାଳ, ସମସ୍ତ କୁଶଳ କ‌ହ କ‌ହ ଆମ୍ଭଙ୍କୁ ହରଷେ ହେ । ଉଦ୍ଧବ ।
କ‌ହ କପଟୀ ଅକ୍ରୂର କଥା । କରାଇଲା ଯେ ଏତେ ଅବସ୍ଥା ।
କଂସ ମ‌ହୀପତି ଅତିହିଁ ଅନୀତି କରି ପରିଗଲା ଦେଇ ବ୍ୟଥା ହେ । ଉଦ୍ଧବ ।
କ‌ହ କୁବୁଜାଙ୍କ ସର୍ବ ଶୁଭ । କର୍ଣ୍ଣେ ଶୁଣିମାକୁ ସେ ଦୁର୍ଲ୍ଲଭ ।
କଂସକଟକରେ ପ୍ରବେଶ ହେବାରେ କୃଷ୍ଣ ପାଇଛନ୍ତି କେତେ ଲାଭ ହେ । ଉଦ୍ଧବ ।
କୋମଳରେ କ‌ହ‌ନ୍ତି ଉଦ୍ଧବ । କୁଶଳର ମନ୍ଦିର ମାଧବ ।
କେବଳ ତୁମ୍ଭର ବିରହେ ବିଧୁର ଭାବ-କଥାହିଁ ତାଙ୍କୁ ଅଭାବ ଗୋ । ସୁନ୍ଦରି ।
କରି ଜପାମାଳୀ ତୁମ୍ଭ-ଗୁଣ । କରିଅଛନ୍ତି ଶ୍ରୀଅଙ୍ଗ କ୍ଷୀନ୍ନ ।
କ‌ହିଲେ ପରତେ ନ ଯିବ ସେ ଯେତେ ପାଉଅଛନ୍ତି ମହାକଷଣ ଗୋ । ସୁନ୍ଦରି ।
କର୍ଣ୍ଣେ ଉଦ୍ଧବ ବଚନ ଶୁଣି । କ୍ରୋଧ କରି ବରଜରମଣୀ ।
କ‌ହିଲେ ସେବକବତ୍ସଳକୁ ଲୋକ ଲୋକମଧ୍ୟେ ନିକି ତାଙ୍କୁ ଗଣି ହେ । ଉଦ୍ଧବ ।
କେତେ ବିପତ୍ତିରୁ ନ ରଖିଲେ । କେତେ କେତେ ସୁଖ ସେ ନ ଦେଲେ ।
କର୍ମ-ଅବଳକୁ କୁବୁଜା-ଫଳକୁ କଂସ ନୃପତିବଧୁକୁ ଗଲେ ସେ । ଉଦ୍ଧବ ।
କଂସ ପାଇଲା ଦୀର୍ଘଶ‌ୟନ । କିପାଁ ନଇଲେ ପଦ୍ମଲୋଚନ ।
କ‌ହିଥିବା କଥା କରିବା ଅନ୍ୟଥା ପ୍ରଭୁପଣକୁ ଏହି ଦୂଷଣ ହେ । ଉଦ୍ଧବ ।
କେଉଁଲୋକ ଆମ୍ଭେ ଗୋପନାରୀ । କଲେ ସେହି ସିନା ଏତେ ସରି ।
କେବେହେଁ ବିନାଶ ନ କରିତ ବିଷବୃକ୍ଷ କରରେ ଲଗାଇ କରି ହେ ।
କୃଷ୍ଣ ନ ଜାଣନ୍ତି କେଉଁ ନୀତି । କଲେ ଆମ୍ଭଠାରେତ ଅନୀତି ।
କୂଳରୁ ଛଡ଼ାଇ ଦୁଃଖରେ ସଡ଼ାଇ ଏଥୁଁ ପାଇଲେ କେଉଁକୀ ରତି ହେ । ଉଦ୍ଧବ ।
କୃପାସିନ୍ଧୁ ନାମ ବ‌ହି କରି । କିପାଁ ଦାସୀଙ୍କି କୃପା ନ କରି ।
କୁସୁମମାର୍ଗଣ ଠାରେ ଆମ୍ଭ ପ୍ରାଣ ଦେଇ ରହିଲେ ମଥୁରାପୁରୀ ହେ । ଉଦ୍ଧବ ।
କାର୍ଯ୍ୟ ପାଇଲେ ଯେଉ ପୁରୁଷ । କାମିନୀଙ୍କି କରନ୍ତି ନିରାଶ ।
କେବେହେଁ ବିଶ୍ୱାସ ନ ଯିବ ପିୟୂଷ ବୋଲି ଦେଲେ ସେ ସାକ୍ଷାତେ ବିଷ ହେ ।
କୋମଳରେ ସେ କ‌ହିଲେ ଯେତେ । କେତେବେଳେ ନ ଯିବ ପରତେ ।
କାଳେ ମନୋଭବକଷ୍ଟ ଅନୁଭବ କରି ଭାଳିବ ଅନୁବରତେ ହେ । ଉଦ୍ଧବ ।
କରାଇଲେ ଯେତେ ପରି ଆଶା । କଲୁଁ ସେହି ପ୍ରକାରେ ଭରସା ।
କିଛିହିଁ ନୋହିଲା କେବଳ ହୋଇଲା ଯେହ୍ନେ ଶରଦେ ଚାତକ ଦଶା ହେ ।
କଥା ଅମୃତଠାରୁ ମଧୁର । କର୍ପୂରରୁ ଅତି ଶୀତକର ।
କରୁଣା କପଟ କର୍କଶର କୁଟ ତାଙ୍କ ହୃଦୟକୁ ନମସ୍କାର ହେ । ଉଦ୍ଧବ ।
କୁଜ କରରେ ଭାଙ୍ଗିଲା ଦିନୁ । କମ୍ପ ଚୁମ୍ବିଲା କି ଆମ୍ଭତନୁ ।
କୁଟିଳବଚନ ପ୍ରାୟେ ସେ ମୋହ‌ନ ଏତେବେଳେ ଯାଉ ନାହିଁ ମନୁ ହେ । ଉଦ୍ଧବ ।