ତ୍ରୟତ୍ରଂଶ ଛାନ୍ଦ
ରାଗ - ପୁରୁବି
କହନ୍ତି ଉଦ୍ଧବ କେବେହେଁ ମାଧବ କରନ୍ତି ନାହିଁ ନିରାଶ ।
କଲେ ଶତ୍ରୁଗଣ ନିର୍ବାଣ ଏ ରୂପରେ ପୀତବାସ ସେ ।
କିପାଁ ତୁମ୍ଭଙ୍କୁ କରିବେ ଆନ । କାହିଁ ପାଇ କରୁଅଛ ମାନ ସେ ।
କଂସ, କେଶୀ ଆଦି ଅମରବିବାଦୀ କାହାର କେଉଁ ଭଗତି ।
କୃପାଳୁ ଏମନ୍ତ କଲେ ତାଙ୍କୁ ଅନ୍ତ କରନ୍ତି ପରମ ଗତି ସେ ।
କଲେ ସେବା ସେ କରନ୍ତି ଯାହା । କେତେ ବଚନେ କହିବି ତାହା ସେ ।
କୁବୁଜା ଚନ୍ଦନଟୀକାକେ ବନ୍ଦନ କରି ପାଇଲା ସେ ସୁଖ ।
କର୍ତ୍ତବ୍ୟ, ମନ, ବଚନ, ଦେଲା ଲୋକ କଥା କାହିଁପାଇଁ ଲେଖ ସେ ।
କୃଷ୍ଣ ମହିମା ଅତି ଅପାର । କହି କେ ଅବା ପାଇବ ପାର ସେ ।
କଳ୍ପେ କଳ୍ପେ ଯୋଗୀ ଯୋଗବାଟ ଜଗି ଦେଖନ୍ତି ନାହିଁ ଯାହାକୁ ।
କେଉଁ ଭାଗ୍ୟବଳେ ଏତେକାଳ କୋଳେ ଘେନି ଖେଳିଲ ତାହାଙ୍କୁ ସେ ।
କୃଷ୍ଣ କଲେ ଏଡ଼ିକି ସୁଦୟା । କହ କଲେ ଆମ୍ଭଙ୍କୁ ନିର୍ଦ୍ଦୟା ସେ ।
କେଉଁ ଇନ୍ଦ୍ର ଚନ୍ଦ୍ର ଅମର ନରେନ୍ଦ୍ର ତୁମ୍ଭଙ୍କୁ ହେବେ ସମାନ ।
କର୍ମ କରି ନର୍ମକାଣ୍ତ କରି ଚର୍ମ କିପାଁ କର ଅଭିମାନ ସେ ।
କୃଷ୍ଣ ତୁମ୍ଭଠାରେ କଲେ ଯାହା । କେଉଁ ଲୋକ ପାଇ ନାହିଁ ତାହା ସେ ।
କହେ କେଉଁଗୋପୀ ବିରହରେ ତାପୀ ହୋଇ ଉଦ୍ଧବଙ୍କୁ ଚାହିଁ ।
କେବଳ ଆମ୍ଭର ପରାୟେ ତୁମ୍ଭର ଅନୁଭବ ଯହୁଁ ନାହିଁ ସେ ।
କୃଷ୍ଣ କରନ୍ତି ନାହିଁ ନିରାଶ । କଲେ କରନ୍ତି ଏମନ୍ତ ବେଶ ସେ ।
କଇତବଧାଇ କାଳକୂଟ ଦେଇ ପାଇଲା ଅମୃତପାନ ।
କଳେବର ଦେଇ କୃଶଦଶା ପାଇ ଆମ୍ଭେ ହେଲୁଁ ହୀନିମାନ ସେ ।
କୃଷ୍ଣ କଲେ ଏମନ୍ତ ଅନୀତି । କାହା ଆଗେ କହିବୁଁ ସେ ରୀତି ସେ ।
କେଶୀ, ଅଘା, ବକା, ଶକଟା ଧେନୁକା ପ୍ରାଣ ନେବାକୁ ଅଇଲେ ।
କୃପାଳୁ ଏମନ୍ତ କୁବୁଜାଙ୍କ କାନ୍ତ କୃତାର୍ଥ ତାହାଙ୍କୁ କଲେ ସେ ।
କରେ ଯେ ତାହାଙ୍କୁ ଅପକାର । କରନ୍ତି ସେ ତାକୁ ଉପକାର ସେ ।
କଟିରେ ଦଉଡ଼ୀ ବାନ୍ଧିଥିଲେ ଭିଡ଼ି ଯାମଳା ଅର୍ଜ୍ଜୁନ-ବୃକ୍ଷେ ।
କିଞ୍ଚିତରେ କରି ପରାୟେ ଉପାଡ଼ି ଦେବତା କଲେ ପ୍ରତ୍ୟକ୍ଷେ ସେ ।
କରୁଁ କରୁଁ ସେ ଅବଲୋକନ । କଲେ ସ୍ୱର୍ଗକୁ ଶୀଘ୍ର ଗମନ ସେ ।
କାଳିନ୍ଦୀଜଳରେ ପାଦ-କମଳରେ କାଳୀ କୁଣ୍ତଳୀ ଦଂଶିଲା ।
କିକି କରି ସ୍ତୁତି କରି ତା ଯୁବତି ଜଳନିଧିରେ ପଶିଲା ସେ ।
କେତେ କହିବା ତାଙ୍କ ଚରିତ । କହି ବସିଲେ ହେବ ବହୁତ ସେ ।
ପୃଷ୍ଠା:Typical selections from Oriya literature.pdf/୪୭୫
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୭
ଓଡ଼ିଆ ସାହିତ୍ୟ-ପରିଚୟ