ପୃଷ୍ଠା:Typical selections from Oriya literature.pdf/୪୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୦
ଓଡ଼ିଆ ସାହିତ୍ୟ-ପରିଚୟ

କ‌ହିଛନ୍ତି କୋଟୀଦଣ୍ତପ୍ରଣାମ । କରି ତୁମ୍ଭ-ଆଜ୍ଞା ଆଶା ବିଶ୍ରାମ ।
କେଉଁ ଭାଗ୍ୟରୁ ରହିଅଛି ପ୍ରାଣ । କରୁଣାସିନ୍ଧୁ ତୁମ୍ଭେ ତାହା ଜାଣ ।
କର୍ଣ୍ଣେ ଶୁଣି ହରି । କମଳନେତ୍ରୁଁ ପକାଇଲେ ବାରି ।
କ‌ହିଲେ ଶ୍ୱାସ ପକାଇ ମାଧବ । କ‌ହିଲ ଯେଉଁ କଥା ହେ ଉଦ୍ଧବ ।
କିଞ୍ଚିତ ବିଚ୍ଛେଦ ଯୁଗ ଯାହାଙ୍କୁ । କାଳେ ହେଲା ନାହିଁ ଭେଟ ତାହାଙ୍କୁ ।
କଷ୍ଟ ଅବା କେତେ । କରତି ହେଲେ ମୋ ଆଶାକରତେ ।
କରମାଳିର କିରଣ ଯେମନ୍ତ । କେବେହେଁ ନ ଛାଡ଼େ ମେରୁପର୍ବତ ।
କିଶୋରୀ-ଗୋପୀଙ୍କଠାରେ ମୋ ମନ । କରିଛି ସେହିରୂପେ ଅବଧାନ ।
କ‌ହୁଁ କ‌ହୁଁ ଏହା । କଲା ରାତିଭୋଗ ରନନୀନାହା ।
କରୁଣାକର ଚାହିଁ ଉଦ୍ଧବକୁ । କଲେ ମେଲାଣି ପୁରକୁ ଯିବାକୁ ।
କରି ମଣୋହିଁ ପ‌ହୁଡ଼ିଲେ ଯାଇଁ । କଳାକରମୁଖୀ ଗୋପୀଙ୍କି ଧ୍ୟାଇ ।
କ୍ରମେ ନିଶୀ ଶେଷ । କୁକ୍କୁଟଧ୍ୱନି ପୂରେ ଦଶଦିଶ ।
କେଶୀମଥନ ଅପ‌ହୁଡ଼ ହୋଇ । କର୍ମ ଧର୍ମ ବିଧିମତେ ବଢ଼ାଇ ।
କଲେ ବିଜୟ ବଡ଼ଅବକାଶେ । କଲେ ଲୋକ ଦରଶନ ହରଷେ ।
କୃଷ୍ଣଦାସ କବି । କୃତାର୍ଥ ହେଲା ଏହିକାଳ ଭାବି ।
କୋଟୀବ୍ରହ୍ମାଣ୍ତ-ପ୍ରଭୁ ଜଗନ୍ନାଥ । କରନ୍ତି ପୂର୍ଣ୍ଣ ଜନମନୋରଥ ।
କଲି ମୁଁ ଏହିଘେନି ଅଭିମତ । କରିବାକୁ ରସକଲ୍ଲୋଳଗୀତ ।
କ‌ହିଲେ ସେ ଯେଣୁ । କରରେ ମାତ୍ର ଲେଖିଲି ମୁଁ ତେଣୁ ।
କଅ ଅକ୍ଷରେ ହୋଇଛି ନିୟମ । କଥା ନୋହେ ଦିବ୍ୟ ଅଦିବ୍ୟ ସମ ।
କେତେ କଉତୁକ ଅଛଇ ଏଥି । କେବଳ କ୍ଷୀରସିନ୍ଧୁ ପ୍ରାୟେ ମନ୍ଥି ।
କର ଋସ ଜାତ । କରି ଧିଷଣା ମନ୍ଦରପର୍ବତ ।
କୋବିଦ ଦେବମାନେ ଲଭ ସୁଖ । କରନ୍ତୁ ବାଳିଶ-ଅସୁରେ ଦୁଃଖ ।
କୃଷ୍ଣସେବକ ଗୋପୀଭକ୍ତି ଯାର । କରନ୍ତୁ ସେମାନେ କଣ୍ଠରେ ହାର ।
କୃଷ୍ଣ ସେ ମଙ୍ଗଳ । କପଟିଲୋକଙ୍କୁ ଏ ଅମଙ୍ଗଳ ।
କୁଟିଳବର୍ଣ୍ଣାବଳିରେ ଅଦ୍ଭୂତ । କବିହୃଦଅବଲମ୍ବକୁ ଜାତ ।
କୋବିଦମନ ଘନାଘନ ବିନୁ । କେବେହେଁ ନ ଦିଶଇ ଇନ୍ଦ୍ରଧନୁ ।
କରି ସୁବିଚାର । କବିତ୍ୱ ଶାନ୍ତିଜଳ ଏକାକାର ।
କବିତ୍ୱ ବନିତା, କବି ତାପିତା । କ‌ହିବାଲୋକ ତାର ଉପମାତା ।
କଲେ ତାକୁ ଭୋଗ ରସିକ ନେତା । କେତେହେଁ ଅବା ରହଇ ଯୋଗ୍ୟତା ।
କୁମତି ଗୁଆଁର । କେବଳ ବଇମାତ୍ରଭାଇ ତାର ।
କବିତ୍ୱ ମଳୟପବନ ବତ । କରେ ରସିକତରୁ ପଲ୍ଲବିତ ।
କର୍କଶ ମୂର୍ଖ ଶୁଷ୍କତରୁ ମତ । କେତେବେଳେହେଁ ନ ଧରଇ ପତ୍ର ।
କାମିନୀ-ବିଭାବ । କରଇ ନିକି ନପୁଂସକ ଦ୍ରବ ।
କବିତ୍ୱରସ ଉତ୍ତମ ଗୋକ୍ଷୀର । କରି ତ‌ହିଁ ସଙ୍ଗ ସ୍ନେହ ସାକର ।