ପୃଷ୍ଠା:Typical selections from Oriya literature.pdf/୪୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୩
ଓଡ଼ିଆ ସାହିତ୍ୟ-ପରିଚୟ

ବୋଇଲେ ନମୋ ମହେଶ୍ୱର । ନମାମି ବ୍ରହ୍ମାଣ୍ତ ଠାକୁର ।
ଫଳେ ମୋ ପ୍ରୟୋଜନ ନାହିଁ । ତୋ ଆଜ୍ଞା ଝଳିଲା କିପାଇଁ ।
ଏମନ୍ତ ଶୁଣି ଶୂଳପାଣି । ଗଣେଶେ ଦେଲେ ସେ ମେଲାଣି ।
କାର୍ତ୍ତିକେ କୋଳରେ ବସାଇ । କ‌ହ‌ନ୍ତି ବାକ୍ୟ ଚାଟୁଆଇ ।
ଚୁଇଁଲେ ରୂପ ମନୋହର । ଆଘ୍ରାଣେ ହୁଅନ୍ତି ଅମର ।
କାର୍ତ୍ତିକ ଗଣପତି ଦୁଇ । ମାଗିଲେ ଏକା ବେଳେ ଯାଇ ।
ଏକଇ ଫଳ ଏକେ ଦେବା । ଆରକ ମନ ନ ପାଇବା ।
ଏମନ୍ତ ବିଚାରି ଶଙ୍କର । ପୁତ୍ରଙ୍କୁ ବୋଲନ୍ତି ଉତ୍ତର ।
ପୃଥିବୀ କରି ପର୍ଯ୍ୟଟନ । ଯେ ଆଗେ କରିବ ଦର୍ଶନ ।
ସେ ଏ ଅମୃତ ଫଳ ନେବ । ଅନ୍ୟଥା ଏ ବାକ୍ୟ ନୋହିବ ।
ଏ ଆଜ୍ଞା ଶୁଣନ୍ତେ କୁମାର । ମୟୁର ଚଢ଼ି ତ‌ତ୍‌ପର ।
ପୃଥିବୀ ପର୍ଯ୍ୟଟନ କଲେ । ଶୁଣ ଗଣେଶ ଯାହା କଲେ ।
ଶିବଙ୍କୁ କରି ପ୍ରଦକ୍ଷିଣ । ଛାମୁରେ କଲେକ ଜଣାଣ ।
ବୋଇଲେ ନମୋ ମହେଶ୍ୱର । ତୋ ଦେହେ ଅଶେଷ ସଂସାର ।
ପୃଥିବୀ ପର୍ଯ୍ୟଟନେ କିସ । ତୋ ତ‌ହିଁ ମ‌ହିମା ବିଶେଷ ।
ତୋହର ବିଶ୍ୱରୂପେ ହର । ଲୋମକେ ବ୍ରହ୍ମାଣ୍ତ ଗୋଚର ।
ଏ କଥା ମିଥ୍ୟା ଯେବେ ବୋଲ । ନୋହିଲେ ଦିଅ ମୋତେ ଫଳ ।
ଏ ବାକ୍ୟ ଶୁଣନ୍ତେ ଶଙ୍କର । ଗଣେଶେ ବସାଇ କୋଳର ।
ଅମୃତ ଫଳ ତାଙ୍କୁ ଦେଲେ । ସୁବୁଦ୍ଧି ବୋଲି ପ୍ରଶଂସିଲେ ।
ପୃଥିବୀ ପର୍ଯ୍ୟଟନ କରି । ମନ ହରଷେ ଶକ୍ତି ଧରି ।
ଶିବଙ୍କୁ କଲେ ଦରଶନ । ଏମନ୍ତ ବେଳେ ଷଡ଼ାନନ ।
ସୁନ୍ଦର ଶୂର ବୀରପଣେ । ତୋ ସଙ୍ଗେ କେହୁ ତ୍ରିଭୁବନେ ।
ପୃଥୁଳ ପେଟା ଗଜାନନ । ବିଶେଷେ ମୂଷିକ ବାହାନ ।
ତୋ ସଙ୍ଗେ ଧାଇଁ ନ ପାରିଲା । ବିଚିତ୍ର ବୁଦ୍ଧି ଭିଆଇଲା ।
ଆମ୍ଭଙ୍କୁ କଲା ପ୍ରଦକ୍ଷିଣ । ଛାମୁରେ ଦେଲା ଦରଶନ ।
ବୋଇଲା ନମୋ ମହେଶ୍ୱର । ତୋ ଦେହେ ଅଶେଷ ସଂସାର ।
ପୃଥିବୀ ପର୍ଯ୍ୟଟନେ କିସ । ତୋରେ ମହିମା ଶେଷ ।
ଏ କଥା ମିଥ୍ୟା ଯେବେ ବୋଲ । ନୋହିଲେ ମତେ ଦିଅ ଫଳ ।
ଏମନ୍ତେ ଚିତ୍ରବୁଦ୍ଧି ବଳେ । ଫଳ ମୋତ‌ହିଁ ନେଲା ଛଳେ ।
ବାଙ୍ଗର ମାନବ ଉପାୟ । ଯ‌ହିଁ ହାରିଲେ ବଳିରାୟ ।
ଏଣୁ ବାଙ୍ଗର ଲୋକଙ୍କର । ହୃଦୟ ନୁହଇ ଗୋଚର ।
ମୋର ସଦୃଶେ ତୁ କୁମର । ତୋତେ କି ଦ୍ରବ୍ୟ ଅଗୋଚର ।
ଏମନ୍ତ ବାକ୍ୟେ ବୋଧ କଲେ । ଫଳତ ଗଣପତି ନେଲେ ।
ଏ ପଥେ ସେହି ଫଳମତ । ତ୍ୱରିତେ କୃଷ୍ଣ ପରାତାତ ।