ପୃଷ୍ଠା:Typical selections from Oriya literature.pdf/୪୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୪
ଓଡ଼ିଆ ସାହିତ୍ୟ-ପରିଚୟ

ଜ୍ଞାନ ବୋଲନ୍ତି ମନ ଶୁଣ । ରାଜାଙ୍କୁ କ‌ହେ ତପୋଧନ ।
ସୁଚିତ୍ତେ ଶୁଣ ମହାଭୂପ । ଶ୍ରୀଗୋପୀ ଗୋବିନ୍ଦସ୍ୱରୂପ ।
ପରମ ଆତ୍ମା ଭଗବାନ । ରାଧିକା ଜୀବ ଆତ୍ମା ଜାଣ ।
ରାଧିକା ଅଂଶେ ଯେତେ ଗୋପୀ । ସେ କୃଷ୍ଣ ଜୀବନ ସ୍ୱରୂପୀ ।
ପରମେ ମିଶିପାରେ ଜୀବ । ଆନ‌କୁ ଅଟେ ଅସମ୍ଭବ ।
ହୀବ ପରମ ଏକ ଜାଣ । ଭୋଗ ସଂଯୋଗ ଭିନ୍ନ ଭିନ୍ନ ।
ଯେସନେ ବୀଜ ବେନିଫାଳ । ଏକେ ସେ ନୁହେ ବେନିଫାଳ ।
ଦ୍ୱି ଅର୍ଦ୍ଧ ଏକ ପୂର୍ଣ୍ଣ ହୋଇ । ଏଣୁ ସେ ଏକ ଅଙ୍ଗଦୁଇ ।
ଯେ ପାରେ ଗୋପୀ ଅଙ୍ଗେ ପଶି । ସେ ପାରେ କୃଷ୍ଣ ଅଙ୍ଗେ ମିଶି ।
ବେଦ ଯେ ବ୍ରହ୍ମରୁ ପ୍ରକାଶି । ବ୍ରହ୍ମ ରହିଛି ବେଦେ ମିଶି ।
ବେଦର ଆତ୍ମା ଭଗବାନ । ବେଦ ତା ଚିହ୍ନର ପ୍ରମାଣ ।
ଦେହରେ ଆତ୍ମା ଯେହ୍ନେ ଥାଇ । ଦେହି ତ‌ହିଁରେ ନ ମିଶଇ ।
ଏରୂପେ ବେଦେ ବ୍ରହ୍ମ ପୂରି । ବେଦ ନ ଜାଣେ ନିର୍ଣ୍ଣେକରି
ସଂପୂର୍ଣ୍ଣ ବେଦମୟୀ ବ୍ରହ୍ମ । ବେଦ ନ ଜାଣେ ତାର ମର୍ମ୍ମ ।
ଏରୂପେ ବ୍ରହ୍ମ ବେଦାନ୍ତର । ଦେହର ଆତ୍ମା ଯେ ପ୍ରକାର ।
ଯେ ବେଦ ଅଂଶୀ କନ୍ୟାଗଣ । କୃଷ୍ଣର ବନିତା ବିଧାନ ।
ନିଜ ଭାରିଜା ପାଟବଂଶୀ । ଜାନୁରେ ଥାନ୍ତି କୋଳେ ବସି ।
ହୃଦେ ଜଡ଼ିତ ରତି ସ୍ନେହ । କେବଳ ଭିନ୍ନ ଭିନ୍ନ ଦେହ ।
ଅଙ୍ଗେ ଯେ ଅଙ୍ଗ ନୋହେ ଲୀନ । ଏଣୁ ଏ ବନିତା ବିଧାନ ।
ଯେ କନ୍ୟାଗଣ ମୁନି ଅଂଶୀ । କୃଷ୍ଣର ଦେହଲଗା ଦାସୀ ।
ନିଜ ଭାରିଜା ସମସରି । ତାହାଙ୍କ ତୁଲେ ପ୍ରୀତି କରି ।
କୃଷ୍ଣ କରନ୍ତି ସ୍ନେହ ଅତି । ସେ ଦାସୀଭାବ ନ ଛାଡ଼ନ୍ତି ।
କୃଷ୍ଣ ଆସନେ କୃଷ୍ଣ ଶେଯେ । ଭରସି ନ ପାରନ୍ତି ସେଯେ ।
ଜଣାନ୍ତି ଶିରେ କର ଦେଇ । ଖଣ୍ତେ ଦୂରରେ ଉଭାହୋଇ ।
ଆଘ୍ରାଣ ପୁଷ୍ପ ନ ଦିଅନ୍ତି । ମୁକ‌ତ ମୁଖେ ନ ହସନ୍ତି ।
ମିଳନ୍ତି ଶୟନ ଭୁବନେ । ବସନ୍ତି ଚରଣ ସେବନେ ।
କୃଷ୍ଣ ତାହାଙ୍କୁ ବଳେ ନେଈ । ପଲ୍ୟଙ୍କ ସଙ୍ଗତେ ଶୁଆଇ ।

ଚତୁର୍ଥ ଅଧ୍ୟାୟ
ଜ୍ଞାନ ବୋଲନ୍ତି ମୁନି ଶୁଣ । ମୁନି କ‌ହ‌ନ୍ତି ହେ ରାଜନ ।
ଶୁଣି ହେଲେ କୃତ କୃତ । ବିଚିତ୍ର ଗୋବିନ୍ଦ ଚରିତ ।