ପୃଷ୍ଠା:Typical selections from Oriya literature.pdf/୪୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୬
ଓଡ଼ିଆ ସାହିତ୍ୟ-ପରିଚୟ

ଆମ୍ଭର ପ୍ରୟୋଜନ ପ୍ରେମ । ଏଣୁ ଏ ନୁହଇ ଉତ୍ତମ ।
ଆମ୍ଭର ନିଜ ପ୍ରୟୋଜନେ । ଆସିଲୁ ତୋର ବେଣୁସ୍ୱନେ ।
ପ୍ରୟୋଜନରେ ପ୍ରେମ ଦେଖି । ଗୋବିନ୍ଦ ଗଲେଟି ଉପେକ୍ଷି ।
ଏବେହେଁ ନିଜ ପ୍ରୟୋଜନ । ତାହାଙ୍କୁ ଖୋଜୁଅଛି ବନେ ।
ଅପ୍ରୟୋଜନ ପୂର୍ଣ୍ଣ କରି । ନିଶ୍ଚୟ ଛାଡ଼ିଯିବ ହରି ।
ଛଡ଼ିଲା ଉତ୍ତାରେ ଆମ୍ଭର । ହୋଇବ ପ୍ରେମ ବଳିୟାର ।
ଦର୍ଶନ ବାଞ୍ଛା ମାତ୍ର ଥିବ । କାଳେ ଦର୍ଶନ ଯେ ନୋହିବ ।
ଦର୍ଶନେ ନ ରସିବ ମନ । ଏକାନ୍ତ ପ୍ରେମରେ ନିମଗ୍ନ ।
ଦର୍ଶନ ସ୍ପର୍ଶନରେ ଇଚ୍ଛା । ନଥିବ କିଛି ମନ ବାଞ୍ଛା ।
ତେବେ ଲଭିବା କୃଷ୍ଣରସ । କୃଷ୍ଣ ହୋଇବେ ଆମ୍ଭ ବଶ ।

(୩)
ଜ୍ଞାନ ବୋଲନ୍ତି ମନ ଶୁଣ । ଶ୍ରୀଶୁକ ଦେବଜ୍ଞବଚନ ।
କ‌ହ‌ନ୍ତି ଶୁଣ ନୃପମଣି । ବିଚାରି ସକଳ ଗୋପିନୀ ।
ସମେ ହୋଇଲେ ଚାରିଭାଗ । ଖୋଜିଲେ ବନ ଚାରିଦିଗ ।
ପୂର୍ବେ ଯେ ଗୋପାଙ୍ଗନା ପଶି । ପଶ୍ଚିମ ଦିଗେ ମୁନି ଅଂଶୀ ।
ଉତ୍ତରେ ଅମର ଦୁହିତା । ଦକ୍ଷିଣେ ନିଗମ ବନିତା ।
ଯେ ଯାହା ଭାବ ଅନୁସାରେ । କୃଷ୍ଣଙ୍କୁ ତାକନ୍ତି ବନରେ ।
ଚତୁର୍ଥ ଦଶା ବିରହର । ଗୁଣ ଉଙ୍ଗରି ଉଚ୍ଚସ୍ୱର ।
ବେଦ କନ୍ୟାଏ ବନେ ଡ଼ରି । ସେ ନିଜ ଶକତି ସୁମରି ।
ଜ୍ଞାନ ପାଇଲେ ଛାଡ଼ି ଭ୍ରମ । ଜାଣିଲେ କୃଷ୍ଣ ପୂର୍ଣ୍ଣ ବ୍ରହ୍ମ ।
ଆମ୍ଭେ ସକଳ ବେଦ ଅଂଶୀ । ଶ୍ରୀକୃଷ୍ଣ ଶ୍ରୀଗୋଲକବାସୀ ।
ଚେତିଲେ କୃଷ୍ଣଙ୍କୁ ଚେତାଇ । ଡ଼ାକିଲେ ବେଦାନ୍ତ ମିଶାଇ ।
କୃଷ୍ଣର ଦେହେ ସେ କାମିନୀ । ବେଦାନ୍ତ ମତ ତ‌ତ୍ତ୍ୱଜ୍ଞାନୀ ।
ସୁଚିତ୍ତେ ଶୁଣ ନୃପରାଣ । ଯେ ବେଦ କନ୍ୟାଙ୍କ ବଚନ ।
ହେ ନିତ୍ୟ ସତ୍ୟ ତ‌ତ୍ତ୍ୱଅଜ । ସଚ୍ଚିଦାନନ୍ଦ ବ୍ରହ୍ମ‌ବୀଜ ।
ହେ ନିରଞ୍ଜନ ନିରାକାର । ନିରବଲମ୍ବ ନିରାଧାର ।
ତୋହର ଆଦି ଅନ୍ତ ନାହିଁ । ନୁତନ ପୁରାତନ କାହିଁ ।
ବାଳ ଯୁବାଙ୍କ ଧୈର୍ଯ୍ୟ ବୃଦ୍ଧ । ତୋହର ଯ‌ହିଁ ଜନ୍ମ‌ବଧ ।
ଦୀର୍ଘ ବା ପ୍ରତି ପୁଷ୍ଟ କ୍ଷୀଣ । ଉଚ୍ଚ ବା ତୁଚ୍ଛ ମଧ୍ୟମାନ ।
ତୁ ନୋହୁ ଅଳ୍ପ ବ‌ହୁତ । ଅବ୍ୟୟ ଅପୂର୍ବ ଅତୀତ ।
ତୋତେ ନ ଦେଖଇ ନୟନ । ଶୁଣି ନ ପାରଇ ଶ୍ରବଣ ।
ତୁବର୍ଣ୍ଣ ବେଦରୁ ବାହାର । ଠୁଳ ଶୂନ୍ୟରୁ ଅଭ୍ୟନ୍ତର ।
ତୋ ମଧ୍ୟେ ଅଶେଷ ସଂସାର । ତୁ ନୋହୁ ବାହାର ଭିତର ।