ପୃଷ୍ଠା:Typical selections from Oriya literature.pdf/୪୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୯
ଓଡ଼ିଆ ସାହିତ୍ୟ-ପରିଚୟ

ଦ୍ୱାଦଶ ବୃନ୍ଦାବନ ଭେଦି । କ‌ହେ କାଳିନ୍ଦୀ ନାମେ ନ‌ଦୀ ।
ଶ୍ୟାମ ରାଧିକା ବେନିକୁଣ୍ତ । ଯହିଁ ପାଲଟେ ନିଜ ପିଣ୍ତ ।
ବ୍ରହ୍ମାଦି ରୁଦ୍ର କୁଣ୍ତ ଯ‌ହିଁ । ଶୁକ ସନ‌କାଦି ଯେ ତ‌ହିଁ ।
ତା ମଧ୍ୟେ ସପ୍ତ ଆବରଣ । ନବମ ଭେଦୀ ବିଚାରଣ ।
ଅଶେଷ ଲୀଳା ପୂରି । ସତେ କି ପାସୋରିଙ୍କୁ ହରି ।
ଯେଣୁଟି ମହିମା ତୋହର । ବ୍ରହ୍ମାଦି ଦେବେ ଅଗୋଚର ।
ବିଷ୍ଣୁର ଲୋମ ଅତି ଲମ୍ବ । ଅଶେଷ ବ୍ରହ୍ମାଣ୍ତକୁ ସ୍ତମ୍ଭ ।
ହେ କୃଷ୍ଣ କେଳୀ ଅବତଂସ । ସେ ମହାବିଷ୍ଣୁ ତୋର ଅଂଶ ।
ତୁ ପରମ ବ୍ରହ୍ମ ଅବିନାଶୀ । ଆମ୍ଭେ ତୋହର ନିଜ ଦାସୀ ।
ଏ ବ୍ରଜଭୂମି ବୃନ୍ଦାବନ । ଗୁପତେ ପ୍ରେମ ମର୍ମ୍ମସ୍ଥାନ ।
ଏ ପ୍ରେମେ ମିଶି ନାହିଁ ଭୟ । ଏଣୁ ତୁ କରିବୁ ସଞ୍ଚୟ ।
ନବୀନ ରସିକ ନାଗର । ସୁନ୍ଦର ସୀମା ନଟବର ।
ସଙ୍ଗୀତ ବିଦ୍ୟାରେ ବ୍ୟୁତ୍‌ପନ୍ନ । ଅପୂର୍ବ ପୁରୁଷ ରତନ ।
ସର୍ବଜ୍ଞ ଚତୁର ଚନ୍ଦ୍ରମା । ସକଳ ଗୁଣେ ଅନୁପମା ।
ଧ୍ୟାନ ବିଧାନ ରୂପ ଧରି । ବଂଶୀ ବିନୋଦ ନାଦ କରି ।
ଗୋଲକ ବାଞ୍ଛା ବୃକ୍ଷ ମୂଳେ । ମଣି ମଣ୍ତପ ମଧ୍ୟସ୍ଥଳେ ।
ପାଦରେ ପାଦ ଛନ୍ଦି ଦେଇ । ତ୍ରିଭଙ୍ଗୀ ଭଙ୍ଗେ ଉଭା ହୋଇ ।
ଅବଲମ୍ବନ କଳ୍ପତରୁ । ବଂଶୀବିନୋଦ ନାଦ କରୁ ।
ପ୍ରଥମ ବଂଶୀ ଉଚ୍ଚାଟନ । ପ୍ରକାଶେ ବେଦ କନ୍ୟାଗଣ ।
ସ୍ତମ୍ବନ ବଂଶୀ ନାଦ ଶୁଣି । ଉଦିତ ଦେବତା ନନ୍ଦିନୀ ।
ବଶୀକରଣ ନାଦ ବଂଶୀ । ତ‌ହୁଁ ଜନ୍ମିଲେ ମୁନି ଅଂଶୀ ।
ମୋହ ନାଦ ଯେ ମୂରଲୀ । ତ‌ହୁଁ ବିଦିତ ବ୍ରଜବାଳୀ ।
କନ୍ୟାଙ୍କ ଜନ୍ମ ଏ ବିଧାନ । ଷୋଳ ସ‌ହସ୍ର ଚତୁର୍ଗୁଣ ।
ରାଧିକା ସଙ୍ଗେ ଚତୁରାକ୍ଷ । ଦ୍ୱିଆଡ଼ୁ ଜନ୍ମଇ କଟାକ୍ଷ ।
କଟାକ୍ଷୁ କାମ ପ୍ରେମ ଜାତ । ସୁରତି ରସେ ବନ୍ଦେ ଚିତ୍ତ ।
ରବୀ ମୃଦଙ୍ଗ ବୀଣା ତାଳ । ବିବିଧ ବାଦ୍ୟ ସୁର ଆଳ ।
ନାନା ବିନୋଦ ଅଭିଳାଷେ । ରହ ସ‌ହାସ୍ୟ ପରିହାସେ ।
ଏହାଙ୍କ ମଧ୍ୟେ ତୁମ୍ଭେ ଥାଇ । ବିରହ ବିକାର ଦେଖାଇ ।
ସମସ୍ତେ ହୋଇଲୁଁ ଚକିତ । ଏ ଲୋକେ ଏକି ବିପରୀତ ।
ଏ ନିତ୍ୟେ ଅଇଶ୍ୱର୍ଯ୍ୟ ସୁଖ । ଏଠାରେ ନାହିଁ ଦୁଃଖ ସୁଖ ।
ଏମନ୍ତ ବୋଲି ଏକମେଳେ । ପଡ଼ିଲୁ ତୋର ପାଦତଳେ ।
ସବୁଙ୍କୁ କରି ଶାନ୍ତ ଚିତ୍ତ । ବୋଇଲୁ ଶୁଣ ଏ ବୃତ୍ତାନ୍ତ ।
ଏ ଯେ ଶୃଙ୍ଗାର ରସସାର । ବିଚାରେ ଏ ଚାରି ପ୍ରକାର ।
ସ୍ୱକ୍ରିୟା ସମାନ ବିଟପୀ । ଚତୁର୍ଥେ ଶୁଦ୍ଧା ପ୍ରେମାରୂପୀ ।