ଦ୍ୱିତୀୟ ଛାନ୍ଦ
ରାଗ - ଆନନ୍ଦଭୈରବ
କଉଶଲ୍ୟା ଆଦି ଯେତେକ ନାରୀ । ନ ଚାହାନ୍ତି ତୋର କୋପକୁ ଡ଼ରି ।
ଶ୍ରୀରାମକୁ ଯେବେ ପେଶିବୁ ବନେ । କି ବୋଲିବେ ମୋତେ ସକଳ ଜନେ ।
ଆରେ କୋପନାବର । ଏବେ କୋପ ସଂହର ।
ଘେନ ବିନୟ ମୋର । ଧରୁଅଛି ତୋ କର ।
ରାମକୁ ନ ଦେଖି ଛାଡ଼ିବି ପ୍ରାଣ । ଏ କଥା ମୋହର ସତ୍ୟ ପ୍ରମାଣ ।
କରିଥିଲି ତୋତେ ଗଳାର ମଣି । କାଳେ ହୋଇଲୁ ତୁ କାଳସର୍ପିଣୀ ।
କି ଦୋଷ କଲେ ତୋତେ ମୋର ରାମ । କିପାଁଇ ତାହାଙ୍କୁ ହୋଇଛୁ ବାମ ।
କାଳେହେଁ ନ ଥିଲା ତୋର ଏ ରୀତି । ଶିଖାଇଲା ତୋତେ କେଉଁ ଯୁବତୀ ।
ଚାଟୁ କହୁଁ ହେଲା ରଜନୀ ଶେଷ । ଶଙ୍ଗଶବଦ ଶୁଭିଲା ବିଶେଷ ।
କେବେହେଁ ତା ମାନ ନୋହିଲା ତୋଷ । ବୋଲେ ବିଶି କଲା ରିଷ୍ଟ ଅଶେଷ ।
ତୃତୀୟ ଛାନ୍ଦ
ରାଗ - ସିନ୍ଧୁଡ଼ା
ରାଜାଙ୍କ ବିନୟ ଦେଖିଣ କୈକେୟୀ ବୋଲନ୍ତି ଶୁଣ ନୃପତି ।
ଶୁଣିଛତ ସତ୍ୟ ପାଇଁ ପୂର୍ବେ ରାଜାମାନେ କଲେ ଯେତେ ରୀତି ।
ଆହେ ସତ୍ୟବକତା । ସତ୍ୟ ତେଜିଲେ ମୋହର ହତ୍ୟା ।
ଶୁଭିବ ସତ୍ୟହୀନ ବାରତା । କିପାଜ୍ଞ ହେଉଛ ଏଡ଼େ ଦୀନତା ହେ ।
ପିତା ଆଜ୍ଞା ଦେଲେ ସାନୁଜ ସହିତେ ଅଇଲେ କୋଦଣ୍ତଧର ।
ନୃପତିଙ୍କି ଚାହିଁ ନମସ୍କାର କଲେ ଛୁଇଁଣ ବେନି ପୟର ।
ଦେଖି ପିତା ବିକଳ । ନୟନରୁ ବହେ ଅଶ୍ରୁଜଳ ।
'ରାମ' ବୋଲି ହୋଇଲେ ବିକଳ । ଢଳିପଡ଼ିଲେ ଅବନୀତଳ ।
ଓଳଗି ହୋଇ କୈକେୟୀକି ପୁଚ୍ଛନ୍ତି ଏଥିର ଚରିତ କହ ।
କେଉଁ କାରଣେ ପିତାଙ୍କ ଶୋକ ଏଡ଼େ ଲାଗିଲା ମୋତେ ସନ୍ଦେହ ।
କିବା ମୋ ଅଭିଷେକ । ସୀଉକାରକୁ କରନ୍ତି ଶୋକ ।
ନାଶଗଲେ କିବା ଜ୍ଞାତି ଲୋକ । ତୁମ୍ଭଯୋଗୁଁ କି ହୁଏ ଏତେକ ।
କୈକେୟୀ କହନ୍ତି ଶୁଣ ରାମଚନ୍ଦ୍ର ଯହିଁପାଇଁ ଏ ମୂର୍ଚ୍ଛିତ ।
ସେତ ନ କହିବେ ମୁଁ ତାହା କହିବି କଲେ ତୁମ୍ଭେ ସନମତ ।
ଶୁଣି ଜାନକୀକାନ୍ତ । କହୁଛି ଏହା କରି ସୁକୃତ ।
ପ୍ରାଣ ମାଗିଲେ ଦେବି ତ୍ୱରିତ । ଅଗ୍ନି ଜାଳିଣ ହୋଇବି ହତ ।
ସନ୍ତୋଷ ହୋଇଣ ବୋଲନ୍ତି ଜନନୀ ପୂର୍ବେ ଦେଇଛନ୍ତି ବର ।
ତାହା ମାଗିବାକୁ ନିସତ ହୋଇଣ ଶୋକ କରନ୍ତି ପିଅର ।
ପୃଷ୍ଠା:Typical selections from Oriya literature.pdf/୪୯୯
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୬୧
ଓଡ଼ିଆ ସାହିତ୍ୟ-ପରିଚୟ