ଅଥ ଆରଣ୍ୟକକାଣ୍ତ
ପ୍ରଥମ ଛାନ୍ଦ
ରାଗ - ବଙ୍ଗଳାଶ୍ରୀ
ଏଥୁ ଅନନ୍ତରେ ମହାବନାନ୍ତରେ ପ୍ରବେଶ ହୋଇଲେ ଶ୍ରୀରାମ ।
ଦଣ୍ରକ ଅରଣ୍ୟେ ସୀତାଙ୍କୁ ଦେଖାନ୍ତି ଦେଇଣ କନ୍ଧେ ଭୁଜ ବାମ ।
ଗୋ ସଜନୀ । ତରୁମାନେ ଯେ ଅଭିରାମ ।
ଫଳ ପୁଷ୍ପେ ଲତା ଅତି ଅପ୍ରମିତା କି ଅବା ଶତ୍ରର ଆରାମ ।
ଶୁକ ସାରୀ ସଙ୍ଗେ ଅଛନ୍ତି ବିହଙ୍ଗେ ଫଳ ଲୋଭରେ ନ ଛାଡ଼ନ୍ତି ।
ବିହଙ୍ଗ ସଙ୍ଗରେ କ୍ରୀଡ଼ା କରିବାରେ ବିବିଧ ଧ୍ୱନିକି ଭାଷନ୍ତି ।
ଗୋ ସଜନୀ । ଦେଖାଇ ଶ୍ରୀଋଅମ ସନ୍ତୋଷ ।
ତମାଳରମାଳ ତଳରେ କସ୍ତୂରୀ ଜୀବ ଚରନ୍ତି ଯେ ବିଶେଷ ।
ସିଂହ, ଶାର୍ଦ୍ଦୂଳ, ଗଣ୍ତା, ଗଜ ଗୟଳ, ମର୍କଟ, ଭାଲୁଙ୍କର କୁଳ ।
ମୃଗ, ଶୂକର, ଶଅମ୍ବର ହରିଣୀ, କୃଷ୍ଣାଜିନର ସଙ୍ଗେ ମେଳ ।
ସେ ଜାନକୀ । ସହିତେ ରାମ ଯେ ସନ୍ତୋଷ ।
ଏହି ସମୟରେ ପ୍ରବେଶ ହୋଇଲା ବିରାଧ ନାମରେ ରାକ୍ଷସ ।
ମହାଗିରି ପ୍ରାୟ ଦିଶଇ ତା କାୟ ଧରିଛି କରେ ଦିବ୍ୟ ଶୂଳ ।
ରୁଧିରେ ଶରୀର କର୍ଦ୍ଦନ ହୋଇଛି ମୁଖ ଦିଶଇ ବିକରାଳ ।
ହେ ସୁଜନେ । ସୀତାଙ୍କୁ ଘେନିଣ ସେ ଗଲା ।
ରାମ ଲକ୍ଷ୍ମଣ ଶର ବୃଷ୍ଟି କରନ୍ତେ ଭୟ ତହିଁକି ଯେ ନ କଲା ।
ଛାଡ଼ିଣ ସୀତାଙ୍କୁ ରାମ ଲକ୍ଷ୍ମଣଙ୍କୁ ନେଉଥିଲା ସେ କାନ୍ଧ କରି ।
ସୀତାଙ୍କ ରୋଦନ ଦେଖି ବେନି ଭାଇ ବାହୁକୁ ଭଗ୍ନ ତାର କରି ।
ହେ ସୁଜନେ । ଦଳି ଦହିଲେ ତାର ପିଣ୍ତ ।
ପ୍ରାଣ ତେଜି ଦୈତ୍ୟ ଗନ୍ଧର୍ବ ହୋଇଲା ପାଇଣ ରାମଭୁଜଦଣ୍ତ ।
ବିରାଧ ବିନାଶି ବନେ ବନେ ପଶି ଦେଖନ୍ତି ମୁନିଙ୍କ ଆଶ୍ରମ ।
ସମସ୍ତ ଋଷିମାନଙ୍କ ମଠ ଦେଖି ପ୍ରଶଂସା କରନ୍ତି ଯେ ରାମ ।
ହେ ସୁଜନେ । ଶରଭଙ୍ଗଋଷିଙ୍କ ପାଶେ ।
ଶରୀପତି ତାଙ୍କୁ ବିନୟ କରନ୍ତି ବ୍ରହ୍ମଲୋକକୁ ଯିବା ଆଶେ ।
ଶ୍ରୀରାମଙ୍କୁ ଦେଖି ଅନ୍ତର୍ଦ୍ଧାନ ହୋଇ ଗଲେ ଯେ ଦେବ ସୁନାଶୀର ।
ସୀତାଙ୍କ ସହିତେ ଶ୍ରୀରାମ ଲକ୍ଷ୍ମଣ ପଡ଼ିଲେ ମୁନିଙ୍କ ପୟର ।
ହେ ସୁଜନେ । ରାମଙ୍କୁ କରିଣ ସେ ପୂଜା ।
ଅଗ୍ନିରେ ପଶିଣ ଶରୀଋ ଧ୍ୱଂସିଣ ବ୍ରହ୍ମଲୋକକୁ ଗଲେ ଦ୍ୱିଜା ।
ଋଷି ବ୍ରହ୍ମଲୋକ ଯିବା ଶୁଣି ଋଷିମାନେ ଯେ ହେଲେ ତହିଁ ରୁଣ୍ତ ।
ଦେଖିଲେ ଅଗ୍ନିରେ ଭସ୍ମ ହୋଇ ଗଲା ଋଷିଙ୍କ ପବିତର ପିଣ୍ତ ।
ହେ ସୁଜନେ । ରାମଙ୍କୁ ସେହିଠାରେ ଦେଖି ।
ବୋଲଇ ବିଶି ସମସ୍ତ ଋଷିମାନେ ହୋଇଲେ ଯେ ପରମ ସୁଖୀ ।
ପୃଷ୍ଠା:Typical selections from Oriya literature.pdf/୫୦୩
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୬୫
ଓଡ଼ିଆ ସାହିତ୍ୟ-ପରିଚୟ