ସେ ରଣେ । ମଲେ ବାନର ରାକ୍ଷସଗଣେ । ନରାନ୍ତକ ଅଶ୍ୱ, ଆରୋହଣେ ।
ବର୍ଚ୍ଛିଘେନି ଭୂଷଇ ଆପଣେ । କପି ମାଇଲା ଲକ୍ଷ ପ୍ରମାଣେ ।
ବାନର ମାରିବା ଦେଖିଣ ସୁଗ୍ରୀବ ଅଙ୍ଗଦକୁ ବୋଲେ ମାର ।
ବାଳିର କୁମର ଶୂନ୍ୟହସ୍ତେ ଉଭା ହେଲେ ଅସୁର ଆଗର ।
ସେ ବୀର । ବର୍ଚ୍ଛି ମାରେ ଅଙ୍ଗଦ ଉପର । ବାଜି ବରଛି ଭାଙ୍ଗିଲା ତାର ।
ଚାପୋଡ଼େ ମାଇଲେ ଅଶ୍ୱପର । ଅଶ୍ୱ ମାରନ୍ତେ ଉଭା ଅସୁର ।
ମୁଥେ ମାରନ୍ତେ ଅଙ୍ଗଦ ନରାନ୍ତକ ରୁଧିର ଉଦ୍ଗାରି ମଲା ।
ମହୋଦର ଗଜ ଚଢ଼ିଣ ଅଙ୍ଗଦସଙ୍ଗତେ ସମର କଲା ।
ସେ ହନୂ । ଶ୍ରାନ୍ତ ଦେଖିଣ ବାଳିର ସୂନୁ । ଓଗାଳନ୍ତେ କମ୍ପେ ଦୈତ୍ୟତନୁ ।
ଦେଖି ଦୈତ୍ୟ ବିନ୍ଧେ ଧରି ଧନୁ । ତାର ଶର ମଣେ ଚିତ୍ରଭାନୁ ।
ହନୁ ଶରଘାତ ତାହାର ସହିଣ ଗଜଦନ୍ତ ଉପାଡ଼ିଲେ ।
ସେ ଗଜଦନ୍ତ ଉପାଡ଼ି ମହୋଦର ଅଙ୍ଗରେ ପ୍ରହାର କଲେ ।
ସେ ଶୂର । ଦନ୍ତ ଭାଜିଲା ବାଜିଲା ଶିର । ତହୁଁ ରୁଧିର ହେଲା ବାହାର ।
କ୍ରୋଧେ ବିନ୍ଧଇ ସେ ତୀକ୍ଷ୍ଣଶର । ଦେଖି ହନୂ ହୋଇଲେ କାତର ।
ହନୂକୁ ସାହା ହୋଇଣ ନୀଳବୀର ମହୋଦର ଆଗର ।
ମହାପର୍ବତ ଉପାଡ଼ିଣ ବୁଲାଇ ପକାଇଲା ଦୈତ୍ୟଶିର ।
ସେ ମଲା । ଗଜ ସହିତେ ଚୂର୍ଣ୍ଣ ହୋଇଲା । ତାହା ଦେଖି ତ୍ରିଶିର ଧାଇଁଲା ।
ହନୂ ସଙ୍ଗତରେ ରଣ କଲା । ଖଣ୍ତା ବୁଲାଇଣ ହାଣୁଥିଲା ।
ସେହି ଖଡ଼ଗ ତା କରୁଁ ଛଡ଼ାଇଣ ହନୂ ତା କରେ ଧଇଲେ ।
ଚକ୍ରଗତି କରି ବୁଲାଇ ତାହାର ଗ୍ରୀବାରେ ପ୍ରହାର କଲେ ।
ତା ମୁଣ୍ତ । ଛିଡ଼ି ହୋଇଲାକ ବେନିଖଣ୍ତ । କ୍ରୟମୁଣ୍ତ ଦିଶଇ ପ୍ରଚଣ୍ତ ।
ରତ୍ନକୁଣ୍ତଳ ମଣ୍ତିତ ଗଣ୍ତ । ଋଣଭୂମିରେ ପଡ଼ିଲା ପିଣ୍ତ ।
ତ୍ରିଶିର ମରଣ ଦେଖି ଦେବାନ୍ତକ ଗଜ ଆରୋହି ଧାଇଁଲା ।
ବିବିଧ ଆୟୁଧ ଘେନି ହନୂ ସଙ୍ଗେ ବହୁତ ସମର କଲା ।
ସେ ହନୂ । ମୁଧେ ମାଇଲା ଗଜର ତନୁ । ଗଜ ମଲା ଭଗ୍ନ ହୋଇ ଜାନୁ ।
ମଲ୍ଲଯୁଦ୍ଧ କଲା ଭାଙ୍ଗିଧନୁ । ମୁଥେ ମଲା ରାବଣର ସୂନୁ ।
ଦେବାନ୍ତକ ମୃତ୍ୟୁ ଦେଖିଣ ଧାଇଁଲା ମହାପାରଶ୍ୱ ଅସୁର ।
ଅଶ୍ୱ ଚଢ଼ିଣ ସେ ହନୂକୁ ଗୋଡ଼ାନ୍ତେ ଋଷଭ ତାର ଆଗର ।
ସେ ବୀର । ଗଦା ମାଇଲା ଋଷଭ ପର । ଗଦା ଉଛୁଡ଼ି ଧଇଲା କର ।
ସେଇ ଗଦାରେ କଲା ପ୍ରହାର । ପ୍ରାଣ ଗଲା ଫାଟି ଦୈତ୍ୟଶିର ।
ଏହା ଦେଖି ମହାକାୟ ରଥ ଚଢ଼ି ବିବିଧ ଆୟୁଧ ଘେନି ।
ଶର ପ୍ରହାରନ୍ତେ ରାମଙ୍କ ଶରଣ ପଶିଲେ କପିସଇନୀ ।
ତା ଚାହିଁ । ପଚାରନ୍ତି ଜାନକୀଙ୍କ ସାଇଁ । ଏଡ଼େ ଦନୁଜ ଦେଖିବା ନାହିଁ ।
କୁମ୍ଭକର୍ଣ୍ଣ ଅଇଲା କି ଜୀଇ । ସେନାମାନେ ଆସନ୍ତି ପଳାଇ ।
ପୃଷ୍ଠା:Typical selections from Oriya literature.pdf/୫୨୦
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୮୨
ଓଡ଼ିଆ ସାହିତ୍ୟ-ପରିଚୟ