ପୃଷ୍ଠା:Typical selections from Oriya literature.pdf/୫୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୮୪
ଓଡ଼ିଆ ସାହିତ୍ୟ-ପରିଚୟ

<poem>ଦନୁଜ ରଣେ ପ୍ରବଳ ଯେ । ତିନିକାଣ୍ତ ବାଛି ବିନ୍ଧିଲେ ବାଜିଲା ଲକ୍ଷ୍ମଣଙ୍କର କପୋଳ ଯେ । ଗଲୁଅଛି ତିନିଧାର ରୁଧିର । ଫୁଫୁକାର କରି ବିନ୍ଧନ୍ତି ଶର । ବିଷମ ବ୍ୟଥା ପାଇଣ ଲକ୍ଷ୍ମଣ । ବାଛି ବିନ୍ଧିଲେ ଶର ସେହିକ୍ଷଣ ସେ ଅଙ୍ଗ କବଚ କାଟିଲେ ଯେ । ଉର ଉପରେ ବସିଣ ବୀର ଶର ରୁଧିର ବାହାର କଲେ ଯେ । ସେନା ଉପରେ କାଣ୍ତମାନ ବସେ । ଝିଙ୍କପକ୍ଷୀ ପ୍ରାୟ ଶରୀର ଦିଶେ । କି ଅବା ଫୁଟିଲା ପଲାଶତରୁ । ତେସନ ରୁଧିର ବେନି ଅଙ୍ଗରୁ ସେ । ନିପଫୁଲ ପ୍ରାୟ ଶୋଭା ଯେ । ବେନି ବୀରେ ବେଳୁଁ ବେଳ ବଢ଼ାବନ୍ତି ନିଜ ଭୁଜବଳ ପ୍ରଭା ଯେ । ରାବଣ ତନୁଜାବୟମାନ । ବେଳକୁବଳ ହୋଇଲା ନିଊନ । ଫାଟିଲା ତନୁ ହୋଇ ଅଶକତ । ତେବେହେଁ ବିନ୍ଧଇ ଶର ବ‌ହୁତ । ତା ଜାଣି କ‌ହେ ବିଭୀଷଣ ଯେ । ଫୁଟିଲାଣି ଆଉ ଦଣ୍ତେ ଯୁଦ୍ଧ କର ମାରିବାଟି ଏହିକ୍ଷଣ ହେ । ତିନିରାତ୍ରି ତିନିଦିବସ ରଣ । ଗଲାଣି ଏହାର ନାହିଁ ପରାଣ । ଲଙ୍କାରେ ଏହି ମାତ୍ର ଅଛି ବୀର । ଫୁରୁଣା ହୋଇଣ କର ସମର । ମାରିଣ କରିବା ଜୟ ହେ । ରାବଣକୁ ଆଉ କିଛି ଭୟ ନାହିଁ ହୋଇବା ଆମ୍ଭେ ନିର୍ଭୟ ହେ । ବିଭୀଷଣଙ୍କ ଏମନ୍ତ ବଚନ । ଶୁଣି ଲକ୍ଷ୍ମଣ ହେଲେ ହୃଷ୍ଟମନ । ବେଳୁଁବେଳ ଶର କଲେ ସନ୍ଧାନ । ଦକ୍ଷିଣଭୁଜ ସ୍ଫୁରେ ଘନ‌ଘନ । ଜାଣି ବୋଲେ ହେବ ଜୟ ହେ । ଇନ୍ଦ୍ର ଦେବା ଶର ତୂଣିରୁ ବାହାର କରି ଦେଖି ଗଲା ଭୟ ଯେ । ଇନ୍ଦ୍ରଦତ୍ତ ଧନୁରେ ବସାଇଲେ । ଓଟାରିଣ ମନ୍ତ୍ର ପଢ଼ି ପେଷିଲେ । କାଟିଲା ଅସ୍ତ୍ର ଶତ୍ରଜିତ ଶିର । ମୁକୁଟ କୁଣ୍ତଳ ସ‌ହିତେ ତାର ସେ । ପଡ଼ିଲା ଯାଇଁ ଭୂମିର ଯେ । ଲକ୍ଷ୍ମଣ ଶିରେ ଦେବରାଜ କୁସୁମ‌ବୃଷ୍ଟି କଲେ ନିରନ୍ତର ଯେ । ଦୁନ୍ଦୁଭୀ ବଜାଇଲେ ସୁରପୁର । ବ‌ହୁ ଆନନ୍ଦ ହେଲେ ସୁନାଶିର । ଯୂଥପତିମାନେ ଆନନ୍ଦ ହେଲେ । ଲକ୍ଷ୍ମଣ ଅଙ୍ଗ ଆଲିଙ୍ଗନ କଲେ ସେ । କରିଣ ବ‌ହୁତ ସୃତି ଯେ । ଲକ୍ଷ୍ମଣଙ୍କୁ ବେଢ଼ି ପଟୁଆର ପଢ଼ି ରାମ ଛାମୁକୁ ଆଣନ୍ତି ଯେ । ରାମ ଆଜ୍ଞା ପାଇ ବୈଦ୍ୟ ସୁଷେଣ । ଔଷଧି ଆଣି ଦେଲା ସେହିକ୍ଷଣ । ବ୍ରଣ ଲିଭିଣ ହୋଇଲେ ସବର୍ଣ୍ଣ । ଗତରୁ ଅଧିକ ବଳ ସମ୍ପନ୍ନ ଯେ । ହେଲେ ସମସ୍ତେ ଆନନ୍ଦ ଯେ ।

ଦୀନ ବିଶିର ମତି ମତ୍ତମଧୂପ ଶ୍ରୀରାମ ପଦାରବିନ୍ଦ ଯେ ।