ପୃଷ୍ଠା:Typical selections from Oriya literature.pdf/୫୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୮୭
ଓଡ଼ିଆ ସାହିତ୍ୟ-ପରିଚୟ

ଏକଷ‌ଠି ଛାନ୍ଦ

ରାଗ-ରାଜବିଜେ ମଙ୍ଗଳ-ଶୋକବରାଡ଼ୀ

ସୀତାଙ୍କୁ ଦେଖି ରଘୁନନ୍ଦନ । ରାମ କ‌ହେ ନିଷ୍ଠୁର ବଚନ । ଆଗୋ ଜାନ‌କୀ ଏବେ ଯହିଁକି ଇଚ୍ଛା ତ‌ହିଁକି କର ଗମନ ଗୋ । ସୀତେ । ଜନ-ଅପବାଦରୁ ବଞ୍ଚିଲୁଁ । ଏହା ଆପଣା ମନେ ପାଞ୍ଚିଲୁଁ । ରାବଣ ସଂହାରି ତୁମ୍ଭଙ୍କୁ ଆଣିଲୁଁ ଯଶ ମହୀରେ ରଖିଲୁଁ ଗୋ । ସୀତେ । ଭରତ ଶତ୍ରୁଘ୍ନ ସୁଗ୍ରୀବର । ଆବରହିଁ ସୁମିତ୍ରାକୁମର । ଶରଧା ହୋଇଲେ ଏମାନଙ୍କୁ ତୁମ୍ଭେ ସ୍ୱଇଚ୍ଛାରେ ବର ବର ଗୋ । ସୀତେ । ରଘୁକୁଳେ ଆମ୍ଭେ ଯେଣୁ ଜାତ । ତେଣୁ ନିର୍ମଳ ହୋଏ ବିଖ୍ୟାତ । ତେଡ଼େକୂଳେ ତୁମ୍ଭ ନିମିତ୍ତ କଳଙ୍କ ଦେବାର ନୋହେ ଉଚିତ ଗୋ । ସୀତେ । କାନ୍ତ ମୁଖରୁ ଏମନ୍ତ ଶୁଣି । ସେ ଯେ ଜନ‌କରାଜ ଦୁଲଣୀ । ଜଣାଇଲେ ଅନ୍ୟ ଯୁବତୀ ପରାୟ ମଣିଛ କି ରଘୁମଣି ହେ । ଦେବ । ବାଳକାଳୁଁ, ଧରି ତୁମ୍ଭ ପାଣି । ଭୂମିସୁତା ମୁଁ ନିର୍ଦ୍ଧୋଷୀ ପ୍ରାଣୀ । ପ୍ରଭୁ ହୋଇ ଅନିମିତ୍ତେ କୋପ କଲେ କିପାଁଇ ଥିବି ଧରଣୀ ହେ । ଦେବ । ଯେବେ ଏମନ୍ତେ ବିଚାରିଥିଲି । ହ‌ନୁ ମୁଖେ ବାରତା ନ ଦେଲ । ସେତୁବନ୍ଧ ପୋତି ଅସୁର ନିପାତି କଷଣ ଏତେ ସ‌ହିଲ ହେ । ଦେବ । ମୋର କାୟିକ ବାଚିକ ମନ । ତୁମ୍ଭ ବିନା ଥିବ ଯେବେ ଆନ । ତେବେ ମୋର ଅଙ୍ଗ ଦ‌ହ‌ନ କରିବେ ନିଶ୍ଚୟ ହିବ୍ୟବାହ‌ନ ହେ । ଦେବ । ସଉମିତ୍ରି ମୁଖ ଦେବୀ ଚାହିଁ । ବାବୁ ଅନଳ ଦିଅ ଲଗାଇ । ବାହ‌ନ ମୋର ତନୁ ଦ‌ହିବି ବିଳମ୍ବ କର କିପାଁଇ ହେ । ବତ୍ସ । ମୋର ଆଜ୍ଞା ବାବୁ କର । ତୁମ୍ଭେ ମନରେ ଆନ ନ ଧର । ଅନଳ ମୋ ତନୁ ଦ‌ହନ ନ କଲେ ଅପବାଦୁଁ ହେବି ପାର ହେ । ବତ୍ସ । ରାମ ଇଙ୍ଗିତ ଲକ୍ଷ୍ମଣ ଜାଣି । ଅଗ୍ନି ଲଗାଇଲେ ସେହିକ୍ଷଣି । କୋଦଣ୍ତ ହୁଳେ ବେନିପାଣି ଦେଇ‌ଣ ଉଭାଛନ୍ତି ରଘୁମଣି ସେ । ରାମ । ଦେବୀ କାନ୍ତ ପ୍ରଦକ୍ଷିଣ ସାରି । ପୁଣି ଅଗ୍ନି ପ୍ରଦକ୍ଷିଣ କରି । ଅନଳ ଭିତରେ ଝସାଇଁ ପଶିଲେ ହା ହା କଲେ ତ୍ରୟପୁରୀ ସେ । କାଳେ । ଅଗ୍ନି ଭିତରେ ଦେବୀ ରହିଲେ । ଚାହୁଁ ଚାହୁଁ ଅଦୃଶ୍ୟ ହୋଇଲେ । ହିବ୍ୟବାହ‌ନ ଦିବ୍ୟାସନ ଦେଇଣ ବ‌ହୁ ପୂଜା ତାଙ୍କୁ କଲେ ସେ । ଜନେ । ରାମ ହୋଇଣ ଆତଙ୍କ ମନ । ନୀରପୂରିଲା ବେନି ନୟନ । ଚକିତ ହୋଇଣ ଦଶଦିଗ ଚାହିଁ ପୁଣ ହେଲେ ଛନ୍ନ ଛନ୍ନ ସେ । ରାମ । ଦେବ ଦାନବ ଋକ୍ଷ ମର୍କଟ । ହା ହା ସବୁରି ମୁଖେ ପ୍ରକଟ । ବୋଲନ୍ତି ଶ୍ରୀରାମ କି କଲେ କି କଲେ ବିନା ଦୋଷେ ଏଡ଼େ ରୁଷ୍ଟ ହେ । ରାମ ।