ପୃଷ୍ଠା:Typical selections from Oriya literature.pdf/୫୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୮୯
ଓଡ଼ିଆ ସାହିତ୍ୟ-ପରିଚୟ

ରାମ ବୋଲନ୍ତି ହେ ଭୟ ନ କର । ନିର୍ଭୟ ହୋଇ ଜଣାଅ ଛାମୁର । ଏହା ଶୁଣି ଦ୍ୱିଜ କ‌ହେ ଉତ୍ତର । ଭୋ ଦେବ ତୁମ୍ଭର ‌ନ‌ଗର ନର । ଏମନ୍ତ ବୋଲନ୍ତି ଏଡ଼େ ଅନିତି କଲେ ରଘୁପତି । ରାବଣ ଯାହାକୁ ଚୋରାଇ ନେଲା । ବରଷେ ଯାଏ ଘରେ ରଖିଥିଲା । ତାହାକୁ ଆଣିକଲେ ପ୍ରୀୟବତୀ । ନ ମିଳନ୍ତା କିବା ଅନ୍ୟ ଯୁବତୀ । ଏମନ୍ତ ବଚନ । କ‌ହ‌ନ୍ତି ଦେବ ଅଯୋଧ୍ୟାର ଜନ । ଯେଉଁ ନୃପତି ଯେଉଁ ଧର୍ମ କରେ । ସେ ଦେଶଜନେ ତାର ଅନୁସାରେ । ଆମ୍ଭ ଭାରିଯା ଯେବେ ନେବ ଆନ । ତାହାଙ୍କୁ ତେବେ ଆଣିବା ସଦନ । ଯା କଲେ ନରେଶ । ଆମ୍ଭେମାନେ କଲେ ହେବ କି ଦୋଷ । ଏହା ଶୁଣି ଜଣାଇଲି ଛାମୁର । ମୋ ଦୋଷ ନ ଧର କୋଦଣ୍ତଧର । ଶୁଣି ଶ୍ରୀରାମ ଅରୁଣନୟନ । ଭୂମିକି ଯେ କଲେ ଅବଲୋକନ । ତେଜି ଖରଣ୍ୱାସ । ମହାକ୍ରୋଧ ମନେ ହେଲା ପ୍ରବେଶ । ବ୍ରାହ୍ମଣମାନଙ୍କୁ ଦେଲେ ମେଲାଣି । ସେମାନଙ୍କ କଥା ମନରେ ଗୁଣି । ଜନ ଅପବାଦ ହୋଇବା ଜାଣି । ବିସ୍ମୟ ହୋଇଲେ କୋଦଣ୍ତପାଣି । ଦୀନ ବିଶି ଭଣି । ରାମ‌ପାଦ ଭବ-ସିନ୍ଧୁ-ତରଣୀ ।

ସପ୍ତଦଶ ଛାନ୍ଦ

ରାଗ-ମଙ୍ଗଳଗୁଜ୍ଜରୀ

ଭଦ୍ରମୁଖୁଁ ଏସନ ଶୁଣି ରଘୁମଣି । ମହାକ୍ରୋଧ ଜାତ ହୋଇଲା ସେହିକ୍ଷଣି । ହୃଦୟଦେଶ ତାଙ୍କର ହେଲା ଆକୁଳ । ବେନିନୟନେ ପୂରିଲା ଲୋତକଜଳ । ଆଜ୍ଞା ଦେଲେ ଦ୍ୱାରିକି ଅଣାଅ ଲକ୍ଷ୍ମଣ । ଭରତ ଶତ୍ରୁଘନଙ୍କୁ ତ୍ୱରିତେ ଆଣ । ଆଜ୍ଞା ପାଇ ପ୍ରତିହାରୀ ତ୍ୱରିତେ ଗଲା । ଭରତ ଶତ୍ରୁଘ୍ନ ଲକ୍ଷ୍ମଣଙ୍କୁ ଆଣିଲା । ଦ୍ୱାରେ ତାଙ୍କୁ ରଖି ଜଣାଇଲା ଛାମୁରେ । ଭୋ ଦେବ ଆଣିଲି ଉଭା କରିଛି ଦ୍ୱାରେ । ଆଜ୍ଞା ଦେଲେ ବେଗେ ଆମ୍ଭ ଛାମୁକୁ ଆଣ । ଦ୍ୱାରେ କିପାଁ ରଖିଲ ସେ ଆମ୍ଭର ପ୍ରାଣ । ଆଜ୍ଞା ପାଇଣ ଛାମୁରେ କଲା ପ୍ରବେଶ । ଦର୍ଶନ କରିଣ ଉଭା ହୋଇଲେ ପାଶ ।