ପୃଷ୍ଠା:Typical selections from Oriya literature.pdf/୫୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୯୪
ଓଡ଼ିଆ ସାହିତ୍ୟ-ପରିଚୟ

ତାହା ଶୁଣି ବାଲମୀକି ଉଠିଲେ । ସୀତାଙ୍କ ଛାମୁରେ ଯାଇ କ‌ହିଲେ । ଶୁଣି ଦେବି କ୍ରୋଧରେ ପ୍ରଜ୍ୱଳିତ । ଶିର କମ୍ପାଇ କ‌ହ‌ନ୍ତି ଲଳିତ । ଭୂମିକି ଚାହିଁ ବୋଲନ୍ତି ଗୋ ମାତ । ରାମ ବିନୁ ଅନ୍ୟରେ ଯେବେ ଚିତ୍ତ । ତେବେ ମାତ ମୋତେ ଠାବ ନ ଦେବ । ନୋହିଲେ ମୋପାଇଁ ବିଳ ହୋଇବ ଆଜ୍ଞା ପାଇ ବସୁଧା ଫାଟିଗଲେ । ସିଂହାସନେ ସୀତାଙ୍କୁ ବସାଇଲେ । ଘେନାଇ ରସାତଳକୁ ଚଳିଲେ । ଦେଖି ରାମ ନେତ୍ରୁ ନୀର ତେଜିଲେ । ଚାହୁଁ ଚାହୁଁ ଭୂମି ହୋଏ ସମାନ । ଦେଖି ନ ଦେଖିଲା ପ୍ରାୟ ଲୋଚନ । ଯାନମାତ୍ର ଯିବା ଚାହିଁ ଦେଖିଲେ । ଅବଶ ହୋଇ ଚେତନା ହାରିଲେ । ବୋଲନ୍ତି କେଣେ ଗଲୁ ରେ ସୁମୁଖୀ । ଭଲ କରି ନ ପାରିଲି ମୁଁ ଦେଖି । ଅଯୋନିସମ୍ଭୁତା ମୋର ବନିତା । ବିଚ୍ଛେଦ କରାଇଲୁ ରେ ବିଧାତା । ଏତେ ବୋଲି ପୃଥିବିକି ଚାହିଁଲେ । ବୋଲେ ବିଶି କ୍ରୋଧମନ ହୋଇଲେ ।

ଅଷ୍ଟତ୍ରିଂଶ ଛାନ୍ଦ

ରାଗ-ବରାଡ଼ୀ-ବିପ୍ରସିଂହା ବାଣୀ
ଆହେ ସଉମିତ୍ରି ଶୁଣ, ଅଯୋଧ୍ୟାରୁ ଏହିକ୍ଷଣ,
ବାହାର ହୋଇଣ ତୁମ୍ଭେ ଯାଅ ।
ଆମ୍ଭେ ତୁମ୍ଭଙ୍କୁ ତେଜିଲୁଁ, ସୁକୃତକୁ ଭୟ କଲୁଁ,
ପ୍ରାଣ ଘେନି ଯହିଁ ତ‌ହିଁ ଥାଅ ହେ ।
ସଉମିତ୍ରି । ବଧକୁ ନୁହ ତୁମ୍ଭେ ଭାଜନ ।
ବନେ ସେବା କଲ ଯେତେ, ତାହା ମୁଁ କ‌ହିବି କେତେ,
ମଲା ଗଲା ଦୁହେଁତ ସମାନ ହେ ।
ଆମ୍ଭେ ପ୍ରତିଜ୍ଞା କରିଛୁଁ, ମାରିବୁଁ ବୋଲି ବୋଲିଛୁଁ,
ତାହା ଆଜ ଯେବେ ନ କରିବା ।
ହୋଇବ ସୁକୃତ ଭଙ୍ଗ, ନରକେ ପଡ଼ିବ ଅଙ୍ଗ,
ଆଜ୍ଞାଭ୍ରଷ୍ଟନୃପ ବୋଲାଇବା ହେ ।
ସଉମିତ୍ରି । ତୁମ୍ଭେ ଜାଣ ସବୁ ବ୍ୟବ‌ହାର ।
ତୁମ୍ଭଙ୍କୁ ମୁଁ କି କ‌ହିବି, ତୁମ୍ଭ ମୁଖ ନ ଦେଖିବି,
ତୁମ୍ଭ ମଙ୍କୁ ତୁମ୍ଭେ ବିଚାର ହେ ।
ଶ୍ରୀମୁଖୁଁ ନିଷ୍ଠୁରବାଣୀ, ଲକ୍ଷ୍ମଣ ଶ୍ରବଣେ ଶୁଣି
ପଛଘୁଞ୍ଚା ଦେଇ ପଛ ହେଲେ,