ପୃଷ୍ଠା:Typical selections from Oriya literature.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍ବୟଂ ଦଶଶିର ସେ କୋଡ଼ିଏ ଭୁଜଧାରୀ ।
ଲବଣସିନ୍ଧୁ ମଧ୍ୟରେ ସ୍ବର୍ଣ୍ଣମୟପୁରୀ ॥
ଚଉଦଭୁବନ ମଧ୍ୟେ ଯେତେ ରାଜଗଣ ।
ସବୁଙ୍କୁଇଁ ବନ୍ଦୀକରି ଆଣିଲା ରାବଣ ॥
ସୁନ୍ଦରୀ ଯୁବା ଦୁହିତା ଆଦି ଯେତେ କରି ।
ବଳେ ଧନ ସମ୍ପଦ ଆଣିଲା ଯୂର କରି ॥
ରାଜଗଣମାନଙ୍କର ଜାତି ଅର୍ଥ ନେଲା ।
ପଞ୍ଚାଶ କୋଟି ଯେ ରଥୀ ତେଣୁ ଭିଆଇଲା ॥
ରଥ ଗଜ ଅଶ୍ବ ଯେ ପଦାତି ଅପ୍ରମିତ ।
ଏକ ଏକ ନାମଧରି କହିବି କେତେତେ ॥
ମନ୍ତ୍ରୀ ଶୁକ ସାରଣ ଏ ପାତ୍ର ଯେ ସାମନ୍ତ ।
ଭାଇ ବିଭୀଷଣ ତାର ପୁତ୍ର ଇନ୍ଦ୍ରଜିତ ॥
ଶଏଯୂଣ ଲଙ୍କା ସବୁ ସ୍ବର୍ଣ୍ଣମୟ ପୁରୀ ।
ଅମରାବତୀପୁର ଯେ ନୋହେ ସମପରି ॥
ଦେବାସୁର ନର ଆଦି ନାହିଁ ତାଙ୍କ ଭୀତି ।
ଦୈତ୍ୟଙ୍କର ପାଦରେ କମ୍ପଇ ବସୁମତୀ ॥
ରୁଷି ମହାରୁଷିମାନେ ପଳାଇଲେ ଭୟେ ।
ଯତୀ ତପଚାରୀ ଧର୍ମ ଛାମୁରେ ନ ରହେ ॥
ଦେବତାଏ କମ୍ପମାନ ସୁରପୁରେ ଥାଇ ।
ତ୍ରିଲୋକରେ ରାବଣକୁ କ୍ଷତ୍ରିସମ ନାହିଁ ॥
ଜପ ଯଜ୍ଞ ଭାଙ୍ଗିଣ ସେ କଲାକ ଅନୀତି ।
ଧର୍ମ ନାମେ ନଥାପିଲା ପୌଲସ୍ତିର ନାତି ॥
ଦିନେକ ରାବଣ ଦିଗବିଜେ କରିଗଲା ।
ଜମ୍ବୁଦ୍ବୀପରେ ଭରତଖଣ୍ଡରେ ମିଳିଲା ॥
କୁଶଧ୍ବଜ ନାମେ ଥିଲା ଏକ ନରପତି ।
ବେଦବତୀ ନାମେ ତାର କନ୍ୟା ରୂପବତୀ ॥
ବୁଷ୍ଣୁ ବରଅର୍ଥେ ତପ କରଇ ସେ ନାରୀ ।
ପୁଷ୍ପକବିମାନେ ଥାଇ ଲଙ୍କା-ଦଣ୍ଡଧାରୀ ॥
କାମେ ମତ୍ତହୋଇ ତାକୁ ଧଇଲାକ ବଳେ ।
କୋପେ ବ୍ରହ୍ମଅଗ୍ନିବାଳୀ ଜାତକଲା ହେଳେ ॥
ଦେଖି ଭୟ ପାଇଣ ରାବଣ ଛାଡ଼ିଗଲା ।
ତପସ୍ୟା ଭାଙ୍ଗିଲୁ ବୋଲି କୋପେ ଶାପଦେଲା ॥
ବୋଇଲା ବିଷ୍ଣୁଙ୍କୁ ମୁଁ ଯେ ବରିଅଛି ମନେ ।
ମୋହର ନିମନ୍ତେ ତୋତେ ମାରନ୍ତୁ ସେ ରଣେ ॥