ପୃଷ୍ଠା:Typical selections from Oriya literature.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୨
ଓଡ଼ିଆ ସାହିତ୍ୟ-ପରିଚୟ

ଅପୁତ୍ରିକ ସଙ୍ଗତରେ ନାହିଁ ସଦଗୋଷ୍ଠୀ ।
ଅପୁତ୍ରିକ ବାପୁଡ଼ା ଯେ ଅଟେ ବଡକଷ୍ଠୀ ।
ଅପୁତ୍ରିକ ହୋଇଲେ ସେ ଅର୍ଥେ ନାହିଁ କାର୍ଯ୍ୟ ।
ପରକୁଇଁ ଧନ‌ଦ୍ରବ୍ୟ ଅଟଇ ଗ୍ରାହିଯ୍ୟ ।
ଅନେକ ଯତନେ ସେ ଅରଜିଥାନ୍ତି ବିତ୍ତ ।
ପୁତ୍ରହିଁ ନ ଥିଲେ ସର୍ବ ହୁଏ ଅପ୍ରାପତ ।
ପରବିତ୍ତ ଧ୍ୱଂସିଲେ କେବଣ ଗୁଣ ଅଛି ।
ପୁତ୍ର ଯେ ନ ଥିଲା ଲୋକ ନ ଯୋଗାଏ କିଛି ।
ସକଳ ଧର୍ମ କର୍ମର ପୁତ୍ରହିଁ ସେ ମୂଳ ।
ପୁତ୍ରଥିଲା ପ୍ରାଣିଙ୍କର ବର୍ଦ୍ଧମାନ କୁଳ ।
ମୁହିଁ ପୁଣି ମହାରାଜା ପୁତ୍ର ମୋର ନାହିଁ ।
କାହାକୁଇଁ ମୋରଅନ୍ତେ ରାଜ୍ୟ ସମର୍ପଇଁ ।
କରିବଇଁ ବନବାସ ପିନ୍ଧିବଇଁ କଷା ।
ପୁତ୍ରବିନୁ ଆବର କି ଜୀବନର ଆଶା ।
ଗଦଗଦ ବଚନେ ନୃପତିଶିରୋମଣି ।
ବଶିଷ୍ଠଙ୍କ ମୁଖଚାହିଁ ବୋଲେ ପୁଣପୁଣି ।

(2)
ଋଷ୍ୟଶୃଙ୍ଗ ନିକଟକୁ ଜରତାର ଯାତ୍ରା


ଲୋମ‌ପାଦ ବୋଇଲା ଯେ ଶୁଣ ରେ ତରୁଣୀ ।
ତୁ ଯେବେ ପାରିବୁ ଏବେ ଋଷ୍ୟଶୃଙ୍ଗ ଆଣି ।
ରାଜ୍ୟ ରଖିବୁ ତୋହରେ ହୋଇବ କାରେଣୀ ।
ଧନ ରତନଭଣ୍ତାର ବିଧ୍ୱଂସିବୁ ପୁଣି ।
ଏତେ କ‌ହି ଭଣ୍ତାରରୁ ଆଣି ରତ୍ନମାଳ ।
ହରଷେ ଜରତ୍କୁଶାକୁ ମଣ୍ତିଲା ଭୂପାଳ ।
ଏହ୍ନେ ପ୍ରବୋଧି କ‌ହିଲା ତାକୁ ମୃଦୁବାଣୀ ।
ମୋହର ରାଜ୍ୟକୁ ତୁହି ରଖ ରେ ତରୁଣୀ ।
ଜରତ୍କୁଶା ବୋଇଲାକ ଯୋଡି ବେନିକର ।
ଶୁଣସି ହୋ ମହାରାଜା ମୋହର ଉତ୍ତର ।
ଏ ତୋହର ଆଜ୍ଞାକୁ ମୁଁ ଶିରେ ଧରି କରି ।
ସେ ମହାଋଷିକି ଆଣିମଇଁ ଏହି ପୁରୀ ।
କଥାଏ କ‌ହିବାକୁ ଯେ କରଇ ମୁଁ ଭୟ ।
ସାବଧାନ ହୋଇ ତୁମ୍ଭେ ଶୁଣ ମହାରାୟ ।