ପୃଷ୍ଠା:Typical selections from Oriya literature.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୬
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣ ଶାକମ୍ଭରି ଗୋ ଅମୃତମୟ ବାଣୀ ।
ପବିତ୍ର ଆଖ୍ୟାନ ଆଦିକାଣ୍ତର କାହାଣୀ ।
ଚଳିଗଲା ନାବ ପୁଣି ଏଥୁଅନନ୍ତରେ ।
ଉଜାଣି କୈବର୍ତ୍ତ ବାହାନ୍ତି ଯେ ଧୀରେ ଧୀରେ ।
ନିକୁଞ୍ଜ ଅରଣ୍ୟଭୂମି ନ‌ଦୀକୂଳ ମଧ୍ୟେ ।
ନ‌ଗ୍ରଲୋକେ କୂଳେ ଥାଇଁ ଦେଖନ୍ତି ଆନନ୍ଦେ ।
ଋଷ୍ୟଶୃଙ୍ଗ ଅଇଲେ ଜନ୍ମିବେ ରାମଚନ୍ଦ୍ରେ ।
ଆକାଶରେ ସୁରଲୋକେ ଦେଖନ୍ତି ଆନନ୍ଦେ ।
ରାତ୍ର ଦିବସ ସେ ନାବବାହି ଚଳିଗଲେ ।
ଅନେକ ବନ କନ୍ଦର ପର୍ବତ ଲଙ୍ଘିଲେ ।
ଦୁଃ‌ସ‌ହ ଦୁର୍ଗମ ଯେ ଗ‌ହ‌ନବନେ ଯାନ୍ତି ।
ଅପୂର୍ବ ବ‌ନ‌ଜନ୍ତୁ ସେ ଅପାର ଦେଖନ୍ତି ।
କାହିଁ ମଦମତ୍ତଗଜେ କରନ୍ତି ଗର୍ଜ୍ଜନ ।
କାହିଁ ଶାର୍ଦ୍ଦୁଳେ କ୍ରୀଡ଼ନ୍ତି କାହିଁ ମୃଗ‌ଗଣ ।
କାହିଁ ଉଲ୍ଲୁକେ କରନ୍ତି ରହି ଖେଳରସ ।
କାହିଁ ବାନର ହସ୍ତୀଙ୍କି ଦେଖି ହସ ହସ ।
କାହିଁ ଯେ ସୁରତିରସ କରନ୍ତି ଗୟଳ ।
ଘୋରନାଦ କରନ୍ତି ସେ ହୋଇ ମତ୍ତଭୋଳ ।
କାହିଁ ଯେ ମତ୍ତ‌ହସ୍ତୀଙ୍କି ଗ୍ରାସୁଛନ୍ତି ସିଂହ ।
ସର୍ବାଙ୍ଗେ ରୁଧିରଧାର ଦିଶଇ ସୁରଙ୍ଗ ।
କାହିଁ ସର୍ପକୁଇଁ ଧରି ମାରେ ବନ‌ଗୋରୁ ।
କାହିଁ ସେ ବ୍ୟାଘ୍ରଙ୍କ ଡ଼ରେ ପଳାନ୍ତି ଯେ ଫେରୁ ।
କେବଣ ଜୀବମାନେ ନ‌ଦୀକି ଚାହୁଁଛନ୍ତି ।
ନଉକା ଚଳିବାରେ ଚାହାଁନ୍ତି ପନ୍ତି ପନ୍ତି ।
ପ୍ରାକର୍ମ କରିଣ କେ ହୁଅନ୍ତି ଆଗୁସାର ।
କେହି କେହି ଭୟ କରି ପଶନ୍ତି ଲତାର ।
କେହୁ ସେ ପଛକୁ ଚାହିଁ ଆଡ଼ ହୋଇଯାନ୍ତି ।
ଥୋକାଏକ ଦୂର ଯାଇ ଲେଉଟି ଚାହଁନ୍ତି ।
ଶମ୍ବର ଯୂଥ ଯୂଥ ଆସନ୍ତି ପାଣିଖାଇ ।
ନାବ ଦେଖି ପଶନ୍ତି ସେ ଖଣ୍ତେଦୂରେ ଯାଇଁ ।
କେବଣ ପକ୍ଷୀ ଉଡ଼ିଣ ଆସି ନାବେ ବସି ।
ଲୋକ ଗ‌ହଳ ଦେଖିଣ ଯାଉଛନ୍ତି ପଶି ।
ଅରଣ୍ୟମଇଁଷିଏ ଚାହାଁନ୍ତି ଅଚାଭୁଆ ।
କେବଣ‌ଠାବରେ ଯେ ଗ୍ରାସଇ ସିଂହଛୁଆ ।