ପୃଷ୍ଠା:Typical selections from Oriya literature.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୦
ଓଡ଼ିଆ ସାହିତ୍ୟ-ପରିଚୟ

ଆସ୍ଥାନେ ପଣ୍ତିତେ ତୋର କରନ୍ତିଟି ଗୋଷ୍ଠୀ ।
ପୁତ୍ର ଥାଉଁ ମାତା ପିତା ନୁହ‌ନ୍ତି ନା କଷ୍ଟୀ ।
ଦରିଦ୍ରଜନଙ୍କୁ ଦୟା କରନ୍ତି ନା ସାଧୁ ।
ଲଜ୍ଜାବତୀ ହୁଅନ୍ତି ନା ଦେଶ କୁଳବଧୂ ।
ବ୍ୟାଧିକି ଔଷଧ ବୈଦ୍ୟେ କରନ୍ତି ଚିକିତ୍ସା ।
ସମସ୍ତେ ଜାଣନ୍ତି ଟିକି ଗୁରୁଙ୍କର ଦୀକ୍ଷା ।
ପ୍ରଚଣ୍ତ ହୋଇ ଦେଶରେ ନ ବ‌ହେ ପବନ ।
ମିଥ୍ୟା ନ କରନ୍ତି ନା ତୋ ବଣିଜାରମାନ ।
କୁଟିଳ ବୁଦ୍ଧି ରାଜା ନ ଧରୁ ତୋର ଚିତ୍ତେ ।
ସୁଦୟା ଅନୁରାଗୀ ନା ଅଛୁ ନରନାଥେ ।
ନୃତ୍ୟ ଗୀତ ସଭାରେ କରନ୍ତି ନଟନାରୀ ।
ବେଶ୍ୟାର ପାରନ୍ତି ନା ପରର ଦ୍ରବ୍ୟ ହରି ।
ଚଞ୍ଚଳ ଅଟନ୍ତି ନା ତୋ ଅଶ୍ୱଶାଳ ଘୋଡ଼ା ।
ନିତି ହୁଅନ୍ତି ନା ପାଟମାତଙ୍ଗ ସଜଡ଼ା ।
ସାରଥି ଖରେଣ ବାହି ପାରଇଟି ରଥ ।
ପଦାତିମାନେ ତୋର କି ଅଟନ୍ତି ସମର୍ଥ ।
ଧାନୁକୀ ବିନ୍ଧିଲେ ଦେହେ ଫୁଟେ ଟିକି ବାଣ ।
ଲେଖାରେ ତ ମାୟା ବିକି କରଇ କରଣ ।
ଦାରୁ ଗୋଳି ଭଣ୍ତାରେ ଅଛୁ ନା ସଞ୍ଚି କରି ।
ଗଦା ଖଡ଼ଗ ଆଡ଼ଣ ନାନା ଫଳା ଧରି ।
ନିର୍ବଳକୁ ବଳାତ୍କାର ନ କରନ୍ତି ବଳୀ ।
ଯେ ଯାହା ଋତୁରେ ନାନା ପକ୍ୱଫଳ ଫଳି ।
ସୁରଭୀ ସୁମିଷ୍ଟ ଦୁଗ୍ଧ ଦିଅଇ ନା ଗାଈ ।
ଅନିଷ୍ଟ ଅନାଚାର ନ କରନ୍ତି ନା କେହି ।
ଚଷାଏ ଗୋରୁକୁ ଯୋତି କରନ୍ତି ନା ଚାଷ ।
ପବିତ୍ର ବିଚିତ୍ର କରି ଅଛୁ ନା ଉଆସ ।
ପରିବାର ତୋହର ଯେ ନୁହ‌ନ୍ତି ନା କଷ୍ଟୀ ।
କୃଷି ସମୟରେ ଇନ୍ଦ୍ର କରଇ ନା ବୃଷ୍ଟି ।
ଯେ ଯାହା ଋତୁରେ ପାଳନ୍ତି ନା ଦିଗପାଳେ ।
ଦୁଷ୍ଟେ ନ ଭାଞ୍ଜନ୍ତି ନିକି ପକ୍ଷୀଙ୍କର ଆଳେ ।
ଧୂମକେତୁ ଉଦୟ ତ ନୁହଇ ଗ‌ଗନେ ।
ପୁତ୍ରେ ନ କରନ୍ତି ନିକି ପିତାର ବଚନେ ।
କୁଶଳେ ଅଛନ୍ତି ଟିକି ଜେମା ଯେନାମାନ ।
ଧର୍ମ‌ଯୁଦ୍ଧ କରୁ କିନା ଅଯୋଧ୍ୟାରାଜନ ।