ପୃଷ୍ଠା:Typical selections from Oriya literature.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୧
ଓଡ଼ିଆ ସାହିତ୍ୟ-ପରିଚୟ

ରାଜା ଦଶରଥ ଯେ ପ୍ରଣାମ କରି ଶୋଇ ।
କରପତ୍ର ଯୋଡ଼ିଣ ସେ ଶୋକ କରି କ‌ହି ।

(4)
ବିଶ୍ୱମିତ୍ରସ‌ହ ରାମଚନ୍ଦ୍ରଙ୍କ ଯାତ୍ରା


ଶୁଣ ଆହେ ସୁଜ୍ଞଜନେ ଶ୍ରୀରାମର ବାଣୀ ।
ଆଦିକାଣ୍ତ ରାମାୟଣ ପବିତ୍ର କାହାଣୀ ।
ଈଶ୍ୱରେ ବ‌କତା ଯେ ପାର୍ବତୀଦେବୀ ଶ୍ରୋତା ।
ବାଲମୀକମୁନିଙ୍କି ଯା କ‌ହିଲେ ବିଧାତା ।
ମୁହିଁ ତା କ‌ହିବି ଜଗନ୍ନାଥଙ୍କ ଆଜ୍ଞାରେ ।
ତେଣୁ ଏହା ଶରଧାଏ ଶୁଣିବେ ସଂସାରେ ।
ଶ୍ରୀରାମର ନାମ ଜନ୍ମ ଆଦିକାଣ୍ତ ଏହୁ ।
ପାର୍ବତୀଙ୍କ ଆଗରେ କ‌ହ‌ନ୍ତି ଦଶବାହୁ ।
ଶୁଣ ଶ‌ଶିମୁଖି ବାଣୀ ଏଥୁ ଅନନ୍ତରେ ।
ସେଦିନ ର‌ହିଲେ ରାମ ସର‌ଯୂରତୀରେ ।
ରଜନୀ ବଞ୍ଚିଲେ ରାମ ନାନା କଥା କ‌ହି ।
ପ୍ରଭାତରେ ସ୍ନାନ ତରପଣ କଲେ ତ‌ହିଁ ।
ଶ୍ରୀରାମଙ୍କୁ ବିଶ୍ୱାମିତ୍ର ମନ୍ତ୍ର ଦୀକ୍ଷା ଦେଲେ ।
ବେଦ ପୁରାଣ ସକଳ ଶାସ୍ତ୍ର ଶିଖାଇଲେ ।
ରାମ ଲକ୍ଷ୍ମଣଙ୍କୁ ବିଦ୍ୟା ହୋଇଲା ପ୍ରାପତ ।
ତ‌ହୁଁ ତିନିଜଣେ ଚଳିଗଲେକ ତୁରିତ ।
ଗଙ୍ଗାର କୂଳରେ ସେ ପ୍ରବେଶ ଯାଇ ହୋଇ ।
ଋଷିଗଣେ ତ‌ହିଁ ତପ କରୁଛନ୍ତି ରହି ।
ବିବିଧ ବୃକ୍ଷମାନେ ଅଛନ୍ତି ପନ୍ତି ପନ୍ତି ।
ହରିଡ଼ା ବାହାଡ଼ା ବେଲ ଭଇଞ୍ଚ ଜୟନ୍ତୀ ।
ନାଗେଶ୍ୱର ବକୁଳ କରୁଣା ଚମ୍ପାବନ ।
ପଳାଶ କନିଅର ଯେ ଅଶୋକ କଞ୍ଚନ ।
କେନ୍ଦୁ ବଦରୀ ଯେ ଲେମ୍ବୁ ନିମ୍ବ ଟଭା ମିଶି ।
ଅଁଳା ଓଉ ପଣସ କମଳା ଆଦି କସି ।
ଜମ୍ଭୀର ଯେ କରମଙ୍ଗା ତେନ୍ତୁଳି ଦାରାକ୍ଷ ।
ବଟ ଅଶ୍ୱତ୍ଥ ତମାଳ ତାଳ ଶାଳ ବୃକ୍ଷ ।
ଚନ୍ଦନ ଭବାଙ୍ଗ ଯେ ଅଗର ଦେବଦାରୁ ।
କୁନ୍ଦ ମନ୍ଦାର କାମୋଦ କଦମ୍ବ ଯେ ତରୁ ।