ପୃଷ୍ଠା:Typical selections from Oriya literature.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୮
ଓଡ଼ିଆ ସାହିତ୍ୟ-ପରିଚୟ

ଏଥୂଅନନ୍ତରେ ଯେ ଶ୍ରୀରାମ ଧନୁ ଧରି ।
ପୁଣ ପୁଣ ଧନୁର୍ଗୁଣ ଆଣନ୍ତି ଓଟାରି ।
ଆତ‌ଯାତ କରି ଧନୁ ଆକର୍ଷିଲେ ଯ‌ହୁଁ ।
ତେଡ଼େବଡ଼ ଧନୁ ହୁଳ ତୁଟିଲାକ ତ‌ହୁଁ ।
ସମ୍ବାଳିଣ ଗାଢ଼େ ଯେ ଟାଣିଲେ ରଘୁନାନ ।
ରଟମଟ ଶବଦ ଶୁଭିଲା ଘନ ଘନ ।
ମଝିଠାରୁ ଭାଞ୍ଜିଲା ସେ ଦୁଇଖଣ୍ତ ହୋଇ ।
ଦେଖି ରାଜଗଣ ମହାଭୟରେ ପଳାଇ ।
ଧରଣୀ କମ୍ପିଲା ଯେ ଉଲୁକାପାତ ହୋଇ ।
ଆଦିତ୍ୟ ନ ଚଳିଲା ରହିଲା ସ୍ଥିର ହୋଇ ।
ସପତ ସମୁଦ୍ରର ତରଙ୍ଗ ହୋଇ ସ୍ଥିର ।
ଡରେ ସ୍ତମ୍ଭୀଭୂତ ହେଲା ସ୍ୱର୍ଗେ ସୁନାସୀର ।
ଶବ୍ଦ ପୁଣି ପର୍ଶୁରାମ ଛାଡ଼ି ନିଜଗର୍ବ ।
ବୋଇଲା କିମ୍ଭତ ଏହୁ ଶବଦ ଅପୂର୍ବ ।
ଧ୍ୟାନରେ ଜାଣିଲା ଶିବଧନୁ ଭଗ୍ନ ଗଲା ।
ଶ୍ରୀରାମ ଶିବସାୟକ ଆମଞ୍ଚନ କଲା ।
ନିଶ୍ଚୟେ ଅଟନ୍ତି ସେହୁ ଦେବ ନାରାୟଣ ।
ମନରେ ଯେ ଶଙ୍କା କଲା ପର୍ଶୁରାମ ପୁଣ ।
କପିଳାସକନ୍ଦରେଣ ଶଙ୍କର ଗଉରୀ ।
ବିଷାଦରେ ପାର୍ବତୀ ହରଙ୍କୁ କୋଳକରି ।
ସଦାଶିବ ପାର୍ବତୀଙ୍କି କରି ସମ୍ବୋଧନ ।
ଶୁଣି ଲାଜ ଲାଜ ଯେ କରନ୍ତି ତ୍ରିଲୋଚନ ।
ଏସନ ସମୟେ ପୁଣି ଭାଞ୍ଜିଲା କୋଦଣ୍ତ ।
ଶବଦ ଶୁଭିଲା ଯେ ମେଦିନୀ ନବଖଣ୍ତ ।
ଲକ୍ଷେକ ବଜ୍ର କି ପଡ଼ିଗଲା ଏକାବେଳେ ।
ତିନିପୁର ଟଳମଳ ହୋଇଲା ସେ କାଳେ ।
କପିଳାସକନ୍ଦରକୁ ଶୁଭିଲା ଶବଦ ।
ଶୁଣିଣ ହର ପାର୍ବତୀ ଛାଡ଼ିଲେ ବିଷାଦ ।
ଭଗ୍ନ ଧନୁ ଗୋଟା ରାମ ତଳକୁ ପକାନ୍ତେ ।
ଦଲ ଦଲ କମ୍ପିଲା ପୃଥିବୀ ଧନୁଘାତେ ।
ଭୟ ପାଇ ପାର୍ବତୀ ଭିଡ଼ିଲେ ଦେବୀ ଯାଇଁ ।
କୁଚକଲଶକୁ ଦେବୀ ଲଗାଇ ଭିଡ଼ିଲା ।
ଅପର୍ଣ୍ଣାଦେବୀ ମନରେ ମହାଭୟ କଲା ।