ବ୍ୟବହାରକାରୀଙ୍କ ଆଲୋଚନା:Mohapatra.biswajit
ନୂଆ ଯୋଡ଼ନ୍ତୁଖୋଲା ସ୍କୁଲ
[ସମ୍ପାଦନା](ଲେଖକ: ପଣ୍ଡିତ ଗୋପବନ୍ଧୁ ଦାସ)
[ସମ୍ପାଦନା](ଓଡ଼ିଆ ସାହିତ୍ୟ ଆକାଡେମୀ ପ୍ରକାଶିତ "ଗୋପବନ୍ଧୁ ରଚନାବଳୀ"ରୁ ଉଧୃତ)
ଭାରତର ବିଦ୍ୟାଳୟ ବିଶାଳ ବନ ପ୍ରାନ୍ତରରେ, ଉନ୍ମୁକ୍ତ ଆକାଶ ତଳେ ଏବଂ ସ୍ଵଛନ୍ଦ ବାୟୁ ପ୍ରବାହରେ । ଆବଦ୍ଧ କୋଠରୀରେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉ ନଥିଲ । ଖୋଲା ଜାଗାରେ ସ୍କୁଲ ହେଉଥିବାରୁ ବର୍ଷା ସମୟରେ ଅଧ୍ୟାପନା ବନ୍ଦ ରହୁଥିଲା । ବର୍ଷା ଋତୁରେ ଉପାଧ୍ୟାନ ଏବଂ ଛାତ୍ରମାନେ ଚାତୁର୍ମାସ୍ୟା ବ୍ରତ ପାଳନ କରୁଥିଲେ । ଅନ୍ୟ କୌଣସି ସମୟରେ ଆକାଶରେ ମେଘାଗମ ଦେଖା ଗଲେ ଅନଧ୍ୟୟନ ହେଉ ନଥିଲା । ଏହି ପ୍ରାଚୀନ ଆଶ୍ରମ ବିଧି କ୍ରମାଗତ ଏ ଦେଶରେ ଏପରି ଭାବରେ ଚାଲି ଆସିଥିଲ ଯେ, ପୂର୍ବର ଗ୍ରାମ ପାଠଶାଳାମାନ ମଧ୍ୟ ଖୋଲା ଜାଗାରେ ହେଉଥିଲା । ଯେଉଁ ସ୍ଥାନରେ ଶିକ୍ଷା ଦିଆଯାଏ, ସଂସ୍କୃତରେ ତାକୁ 'ଚତୁଷ୍ପାଠୀ'କହନ୍ତି । ଅମ୍ଭମାନଙ୍କ ଦେଶୀୟ ପ୍ରଚଳିତ ଭାଷାରେ ତାହାର ନାମ ‘ଚଉପାଢୀ' । ଏହା କେବଳ ଏକ ଉଚ୍ଚ ପ୍ରଶସ୍ତବେଦୀ ଏବଂ ତା ଉପରେ ଚାଳ ବା ଅନ୍ୟ କୌଣସି ପ୍ରକାର ଆବରଣ ଥାଏ; ମାତ୍ର ଚାରିପାଖ ମେଲା । ଏହାହିଁ ଗ୍ରାମ ବିଦ୍ୟାଳୟ ।
ଆଜି କାଲି ପଲ୍ଲୀର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଘର ସଂଲଗ୍ନରେ ଏପରି ଚଉପାଢ଼ୀ ଦେଖାଯାଏ । ସେଠାରେ ଗ୍ରାମର ସାମୟିକ ବୈଠକ ହୁଏ; ପୁରାଣ ପାଠ ହୁଏ । ବିଦ୍ୟାଳୟ ପ୍ରାପ୍ତ ଆଉ ସେଠାରେ ହୁଏନାହଁ । ସ୍କୁଲ-ଘର ତିଆରିରେ ବର୍ତ୍ତମାନ ଅନେକ ଟଙ୍କା ଖର୍ଚ୍ଚ ହେଉଛି; ମାତ୍ର ଏ ଘର ପୂର୍ବର ଚଉପାଢୀ ପରି ଛାତ୍ରମାନଙ୍କର ଶିକ୍ଷା ଓ ସ୍ଵାସ୍ଥ୍ୟର ତେତେ ଉପଯୋଗୀ ହେଉଅଛି କି ନହିଁ, ସନ୍ଦେହ । ଆମ୍ଭମାନଙ୍କର ବିଶ୍ବାସ, ଏପରି ଆବଦ୍ଧ ଘର ଛାତ୍ରମାନଙ୍କର ମାନସିକ ଏବଂ ଶାରୀରିକ ସ୍ଵଚ୍ଛନ୍ଦ ବକାଶ ପକ୍ଷରେ ପ୍ରଧାନ ଅନ୍ତରାୟ । ଉନ୍ମୁକ୍ତ ବାୟୁ ଏବଂ ଆଲୋକର ଉପକାରିତା ଆଜି କାଲି ସମୟର ଡ଼ାକ୍ତରମାନେ ଯଥେଷ୍ଟ ଭବରେ ସ୍ୱୀକାର କରନ୍ତି । ଶିକ୍ଷା ବିଭାଗର ଭାଗ୍ୟ ନିୟନ୍ତାମାନେ ମଧ୍ୟ ବିଦ୍ୟାଳୟର ନିର୍ମାଣରେ ଏହି ତିନି ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ମାତ୍ର ବାୟୁ, ଆଲେକ ଯେବେ ମୁଖ୍ୟ ପ୍ରୟୋଜନ ହେଲା, ତେବେ ଆବଦ୍ଧ ଘର ଆବଶ୍ୟକ କାହିଁକି ? ପ୍ରାଚୀନ ଚତୁଷ୍ପାଠୀ ଦ୍ଵାରା ତ ଏ ପ୍ରୟୋଜନ ସୁନ୍ଦର ନିର୍ବାହିତ ହେଉଥିଲା ।
କେହି କେହି କହିପାରନ୍ତି, ଉନ୍ମୁକ୍ତ ବିଦ୍ୟାଳୟରେ ଛାତ୍ରମାନଙ୍କର ଚିତ୍ତ ବିକ୍ଷେପ ଘଟିବାର ସମ୍ଭ।ବନା; ଆବଦ୍ଧ ଘରର ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନ ଏଣେ-ତେଣେ ଖେଳିବା ଲଗି ପ୍ରାୟ ସୁବଧା ପାଏନାହିଁ । ଖାଲା ଜାଗାରେ ଚଞ୍ଚଳମତି ଶିଶୁମାନଙ୍କର ପ୍ରଥମାବସ୍ଥାରେ ଚିତ୍ତ ବକ୍ଷେପ ଘଟିପାରେ; ମଧ୍ୟ ସଧାରଣତଃ ଘଟିଥାଏ । ମାତ୍ର ତାହା ଅଧିକ ଦିନ ରହେ ନାହିଁ । ବରଂ ଭାରତୀୟ ବିଧି ଅନୁସାରେ ଚିତ୍ତର ଏକାଗ୍ରତା ସାଧନ ନିମନ୍ତେ ଏହା ହିଁ ପ୍ରଶସ୍ତ କ୍ଷେତ୍ର । ଏଠାରେ ମନ ନିଶ୍ଚଳ ରଖି ପାରିଲେ ଆଉ କୁତ୍ରାପି ଚାଞ୍ଚଲ୍ୟର ଆଶଙ୍କା ନଥିବ । ଉନ୍ମୁକ୍ତ ସ୍ଥାନରେ ଚିତ୍ତର ଏକାଗ୍ରତା ନିମନ୍ତେ ପ୍ରୟାସ ଆମ୍ଭମାନଙ୍କ ଦେଶର ଚିରନ୍ତନ ରୀତି । ନଦୀ, ପୁଷ୍କରଣୀ ଆଦିରେ ସ୍ନାନ କରି ସେହିଠାରେ ସନ୍ଧ୍ୟା-ବନ୍ଦାପନା କରିବାର ବିଧାନ ଏବେ ସୁଦ୍ଧା ଅକ୍ଷୁର୍ଣ୍ଣ ରହିଅଛି । ଉପରେ ଉନ୍ମୁକ୍ତ ଆକାଶ; ତଳେ ପ୍ରଶସ୍ତ ଜଳରାଶି ଏବଂ ଶ୍ୟାମଳ ଘାସ-ବୃକ୍ଷ ଇତ୍ୟାଦି ପରିଶୋଭିତ ଭୂ-ଭାଗ, ଏ’ ଉଭୟ ମଧ୍ୟରେ ଉନ୍ମୁକ୍ତ-ଶୀତଳ-ପବନ ସୁନ୍ଦର ପ୍ରବାହ । ଏହିଠାରେ ମାନସିକ ନଶ୍ଚଳତା ଏବଂ ଧ୍ୟାନ ବଳରେ ଭଗବତ ଧାରଣା ନମନ୍ତେ ଭାରତୀୟ ଆର୍ଯ୍ୟର ପ୍ରତ୍ୟହ ନିୟମିତ ପ୍ରଯତ୍ନ । ଚିତ୍ତ ବିଷେପର ଅସଂଖ୍ୟ ଉପକରଣ ମଧ୍ୟରେ ଚିତ୍ତ ସଂଯମ ହଁ ପ୍ରକୃତ ସଂଯମ ।
ଶୀତ ପ୍ରଧାନ ପାଶ୍ଚାତ୍ୟ ଦେଶରେ ଉନ୍ମୁକ୍ତ ବିଦ୍ୟାଳୟର କଳ୍ପନା ଅସମ୍ଭବ । ସେଠାରେ ଘରର ଚାରିଆଡ ଆବଦ୍ଧ ରଖିବା ଆବଶ୍ୟକ । ମାତ୍ର ଏ' ଦେଶରେ ଘରେ କାନ୍ଥ ତେତେ ଲେଡ଼ା ନୁହେଁ; ବରଂ କାନ୍ଥ ଦେହରେ ଜଳା ଫିଟାଇବା ପ୍ରୟୋଜନ । ଏ ଦେଶର ଅବସ୍ଥା ଅନୁସାରେ ମୂଳରୁ ବ୍ୟବସ୍ଥା ହୋଇଥିଲେ କେବଳ ଘର ତୋଳା ରେ ଏତେ ବିସ୍ତର ଅର୍ଥ ବ୍ୟୟ ହୋଇନଥାନ୍ତା । ଆମ୍ଭେମାନେ ଇତି ପୂର୍ବେ ନାନା ଘଟନା ରେ ଏ ସମ୍ବନ୍ଧେ ପ୍ରକାଶ କରିଅଛୁ ।
ଆମ୍ଭମାନଙ୍କ ଦେଶରେ ଶିକ୍ଷାନୁରାଗୀ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମନଯୋଗ ଏଥିପ୍ରତି କ୍ରମେ ବିଶେଷ ଭବରେ ଆକୃଷ୍ଟ ହେଉଅଛି । ବଙ୍ଗ ଦେଶରେ ସାର୍ ରନ୍ଦ୍ରନାଥ ଅଜକୁ ପ୍ରୟ କୋଡିଏ ବର୍ଷ ହେଲା ଖୋଲା ସ୍କୁଲର ସୃଷ୍ଟି କରିଛନ୍ତି । ଆମ୍ଭମାନଙ୍କର କ୍ଷୁଦ୍ର ସତ୍ୟବଦୀ ବିଦ୍ୟାଳୟରେ ଆଜିକୁ ଦଶବର୍ଷ ହେଲା ଗଛମୂଳେ ଛାତ୍ରମାନଙ୍କୁ ଶିକ୍ଷା ଦିଅଯାଉ ଅଛି । ଆମ୍ଭମାନଙ୍କର ପକ୍ଷେ ପରମ ସୁଖର ବିଷୟ ଏହି ଯେ, ବିହାର ଓଡ଼ିଶା ସରକାର ଏ ପ୍ରଣାଳୀର ବିଦ୍ୟାଳୟକୁ ମଞ୍ଜୁର କରି ଅଛନ୍ତି । ଏଣିକି↵ସୁବଧା ଅନୁସାରେ ସ୍ଥଳବିଶେଷରେ ଖୋଲା ସ୍କୁଲ କରାଯାଇ ପାରେ । ସରକାରଙ୍କର ଏଥିରେ କୌଣସି ଆପତ୍ତି ହେବନାହିଁ । ଯଥେଷ୍ଟ ଆଲେକ ପ୍ରବେଶ ଏବଂ ବାୟୁ-ସଞ୍ଚାରର ସୁବଧା ଥାଇ ଏକ ଶ୍ରେଣୀର ଗୋଳମାଳ । ଅନ୍ୟ ଶ୍ରେଣୀରେ ପହଞ୍ଚି ନ ପାରିବା ଲାଗି ବ୍ୟବସ୍ଥା ରହିଲେ ହେଲା । ସ୍କୁଲ ଅଗଣାରେ ଛାୟାପ୍ରଦ ବୃକ୍ଷ ରହିବା ଆବଶ୍ୟକ । ଏହାଦ୍ବାରା ସ୍ଥାନର ସୌନ୍ଦର୍ଯ୍ୟ ବଢେ । ଗ୍ରୀଷ୍ମପ୍ରଧାନ ଦେଶରେ ସ୍ନିଗଧ ତରୁଛାୟା ଅବସାଦ ଅନ୍ତର କରେ । ଏ ଦେଶରେ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଛାୟାପ୍ରଦ ଆମ୍ବ-ପଣସାଦି ସୁପ୍ରଶସ୍ଥ ସୁନ୍ଦର ଉଦ୍ୟାନ ଅଛି । ସେଠାରେ ସାମାନ୍ୟ ବ୍ୟୟରେ ଖେଲା ସ୍କୁଲ ହୋଇପାରେ ଏବଂ ବର୍ଷାଦିନ ଲାଗି ଗୋଟିଏ ଖୋଲା ଚାଳଘର ହେଲେ ନିର୍ବାଧରେ କାର୍ଯ୍ୟ ଚାଲିବ । ଆଶା ହୁଏ, ଏଣିକି ଜିଲ୍ଲା ବୋର୍ଡମାନ ଏବଂ ସ୍ଥାନୀୟ ବିଭାଗୀୟ କର୍ତ୍ତାମାନେ ଏ ଶ୍ରେଣୀର ବିଦ୍ୟାଳୟ ସ୍ଥାପନରେ ସାଧାରଣଙ୍କୁ ଉତ୍ସାହିତ କରିବେ ।