ଶଙ୍ଖନାଦ
ଶଙ୍ଖନାଦ
ଗାଳ୍ପିକ
ପ୍ରମୋଦ କୁମାର ପଣ୍ଡା
ଗଳ୍ପ ସଂକଳନ : 'ଶଙ୍ଖନାଦ'
ଗାଳ୍ପିକ : ପ୍ରମୋଦ କୁମାର ପଣ୍ଡା
ପ୍ରକାଶକ : ଶୁଭପଲ୍ଲବ ପବ୍ଲିକେଶନ୍
ମୁଦ୍ରଣ : ବାପି ପ୍ରିଣ୍ଟର୍ସ, ଭୁବନେଶ୍ୱର
ସମ୍ପାଦନା : ତାପସ ରଞ୍ଜନ
ପ୍ରଚ୍ଛଦପଟ୍ଟ : ସମ୍ବିତ ଦାସ
ଅଳଂକରଣ : ସଂଗ୍ରାମ କେଶରୀ ସେନାପତି
ସତ୍ତ୍ୱାଧିକାର : CC BY-SA 4.0
ପ୍ରଥମ ସଂସ୍କରଣ : ମାର୍ଚ୍ଚ ୨୦୨୧
ମୂଲ୍ୟ : ୨୪୯/- ଟଙ୍କା ମାତ୍ର
Shankhanada (Story Collection)
Writer - Pramod Kumar Panda
Publisher - Shubhapallaba Publication
Printed at Bapi Printers, Bhubaneswar
Editor: Tapas Ranjan
Cover - Sambeet Das (Sambeet Arts)
Page Design - Sangram Keshari Senapati
Copyright - CC BY-SA 4.0
First Edition - March 2021
ISBN - 978-81-952729-0-7
Price - ₹249.00
ଜୀବନର କିଛି ତିକ୍ତମଧୁର ଘଟଣା ଉପରେ ଆଧାରିତ କିଛି କାହାଣୀର ସଂଗ୍ରହ “ଶଙ୍ଖନାଦି” । ଏହାର ପ୍ରତିଟି କାହାଣୀ ସହିତ ପାଠକପାଠିକା ମାନେ ନିଜକୁ ଯୋଡ଼ି ପାରିବେ । କାହାଣୀର ଗମ୍ଭୀରତା ଅନୁସାରେ ବେଳବେଳେ ଉଚ୍ଚକୋଟୀର ସାହିତ୍ୟିକ ଶବ୍ଦ ତ ବେଳେବେଳେ ସରଳ ବୋଧଗମ୍ୟ ଭାଷାର ପ୍ରୟୋଗ କରି ବର୍ଣ୍ଣନା କରାଯାଇଛି । ସାଧାରଣ ମଣିଷ ଜୀବନର ସାବଲୀଳ ଘଟଣା ଉପରେ ଆଧାରିତ କାହାଣୀଗୁଡ଼ିକ ମନଛୁଆଁ ହୋଇଛି ।
“ମୁଁ କିଏ” ପ୍ରଶ୍ନର ଉତ୍ତର ଖୋଜୁଥିବା ମଣିଷଟିଏ କର୍ତ୍ତାଙ୍କ ପ୍ରତିଟି ସୃଷ୍ଟିରେ ନିଜର ପ୍ରତିବିମ୍ବ ଦେଖୁଛି । ଶେଷରେ ସବୁକିଛି ମାଧବଙ୍କୁ ସମର୍ପଣ କରି ଦେଇଛି । ଜୀବନର ଏହି ଗୂଢ଼ ଦର୍ଶନକୁ “ଆଦିକନ୍ଦ-ମାଧବ” ଶୀର୍ଷକରେ ଦର୍ଶାଇଛନ୍ତି ଲେଖକ ।
ସ୍ବାମୀ ବିବେକାନନ୍ଦଙ୍କ ସହିତ ପ୍ରତ୍ୟେକ ଭାରତୀୟ ପରିଚିତ । ତାଙ୍କ ଜୀବନଶୈଳୀ ଓ ଚିନ୍ତାଧାରା ବହୁତ ଲୋକଙ୍କୁ ପ୍ରଭାବିତ କରି ଆସିଛି । ସେହିପରି ଜଣେ ପ୍ରଭାବିତ ବ୍ୟକ୍ତିତ୍ଵ ଓ ତାଙ୍କର ସ୍ନେହାତୁରା ଭଉଣୀଙ୍କ ଉପରେ ଆଧାରିତ ପ୍ରଥମ କାହାଣୀ “ନିସ୍ତବ୍ଧତାର ସ୍ବର” । ଜୀବନର ଦର୍ଶନକୁ ସାହିତ୍ୟିକ ଶବ୍ଦରେ ବର୍ଣ୍ଣନା କିଛିକାଂଶରେ ଜଟିଳ ମନେ ହୋଇପାରେ । କିନ୍ତୁ କାହାଣୀର ସ୍ରୋତରେ ବହି ଚାଲିଲେ ଶେଷକୁ ଅଭିପ୍ରାୟ ଠିକ ବୁଝିହେବ ।
“ବିଳମ୍ବିତ ପ୍ରହର” କାହାଣୀଟି ଜୀବନର ଉତ୍ଥାନ ପତନ ମଧ୍ୟରେ ବହୁବିଧ ଭୂମିକା ଗ୍ରହଣ କରି ପରିବାରକୁ ସମ୍ଭାଳି ନେଇଥିବା ଜଣେ ମହିଳାଙ୍କ ଉପରେ ପର୍ଯ୍ୟବେଷିତ । ଓଡ଼ିଆଘରର ସୁଖଦୁଃଖର କାହାଣୀ, ସୁନ୍ଦର ସରଳ ଭାଷାରେ ବର୍ଣ୍ଣନା କରାଯାଇଛି ।
ପରିଣତ ବୟସରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ କାହାଣୀ “ମୌନ ପ୍ରହର ପ୍ରହରୀ” । ଆତ୍ମୀୟଙ୍କ ଦ୍ବାରା ପରିତ୍ୟକ୍ତ ହେବାପରେ ବ୍ୟଥିତ ବ୍ୟକ୍ତିଜଣକ ପଥହରା ଉପରାନ୍ତେ ପୁଣି ନିଜେ ନିଜକୁ ଆବିଷ୍କାର କରିଛନ୍ତି, ଅନ୍ୟଜଣେ ଆତ୍ମୀୟଙ୍କ ଅକୁଣ୍ଠ ସେବା ଯୋଗୁଁ ।
ଆସନ୍ନପ୍ରସବା ଜଣେ ମହିଳାଙ୍କର ଗାଁର ପରିବେଶକୁ ଫେରିଯାଇ ନିଜକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବାର କାହାଣୀ “ବାତାବରଣ” । ଗାଁ ପରିବେଶର ସୁନ୍ଦର ଚିତ୍ରଣ ସାଙ୍ଗକୁ ଓଡ଼ିଆ ପରମ୍ପରାର ନିଖୁଣ ଚିତ୍ର ଏହି କାହାଣୀରୁ ମିଳି ପାରିବ । ସହରର ଚାକଚକ୍ୟଠାରୁ ଦୂରରେ ସହରୀ ମଣିଷଟିଏ ଆତ୍ମୀୟତା, ସଂସ୍କୃତି ଓ ସୁନ୍ଦର ପରିବେଶକୁ ନିକଟରୁ କେବଳ ନିଜ ଭିଟାମାଟି ନିଜ ଗାଁରେ ଦେଖ୍ ପାରିଛି ।
ଶୀର୍ଷକ କାହାଣୀ “ଶଙ୍ଖନାଦ” ଦୁଇଜଣ ପ୍ରେମୀଙ୍କ ଉପରେ ଆଧାରିତ । ଭାଗ୍ୟକ୍ରମେ ଦୁହିଁଙ୍କ ମିଳନ ହୋଇ ପାରିନାହିଁ କିନ୍ତୁ ପ୍ରେମ କମ ହୋଇନାହିଁ । ପ୍ରେମର ଏକ ନୈସର୍ଗିକ ଦୃଷ୍ଟିକୋଣ ଦେଖିବାକୁ ମିଳେ ଏହି କାହାଣୀରୁ ।
ଜୁଆନ ପୁଅ ହଠାତ ଉଭାନ ହୋଇଯିବା ଖବର ପାଇ ବିଚଳିତ ଜଣେ ପିତାର ମନସ୍ତତ୍ତ୍ଵ ଉପରେ କାହାଣୀ “ନିରୁଦ୍ଦିଷ୍ଟ” । କାହାଣୀର ଅନ୍ତ ବହୁତ ଅଭିନବ ଉପାୟରେ କରାଯାଇଛି । ପାଠକ ପାଠିକାମାନେ ପଢ଼ିଲେ ଅନୁଭବ କରି ପାରିବେ । “ଦ୍ୱିପହରର ଛାଇ” କାହାଣୀରେ ଗାଳ୍ପିକ ସମ୍ପର୍କରୁ ଭିନ୍ନଭିନ୍ନ ଦିଗ ଦେଖେଇବାକୁ ଚେଷ୍ଟା କରିଛନ୍ତି, କାହାଣୀର ଭିନ୍ନଭିନ୍ନ ପାତ୍ରଙ୍କ ଦୃଷ୍ଟିକୋଣରୁ ।
“ଶଙ୍ଖନାଦ” ଗଳ୍ପ ସଂଗ୍ରହରେ ଗାଳ୍ପିକ କାହାଣୀ ମାଧ୍ଯମରେ ମଣିଷର ଜୀବନ ଦର୍ଶନ, ସମ୍ପର୍କର ଗଣିତ ଓ ସାମାଜିକ ମୂଲ୍ୟବୋଧ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅତି ମାର୍ଜିତ ଶବ୍ଦସମ୍ଭାର ସହିତ ସାବଲୀଳ ବର୍ଣ୍ଣନା ଶୈଳୀ ଗାଳ୍ପିକଙ୍କର ସାମର୍ଥ୍ୟ । ପ୍ରଥମ ପ୍ରକାଶିତ ଅବଦାନ ହିସାବରେ ଦେଖିବାକୁ ଗଲେ ଗଳ୍ପସଂଗ୍ରହଟି ମନଛୁଆଁ ହୋଇଛି । ସାହିତ୍ୟ ଓ ଦର୍ଶନ ଉଭୟ କ୍ଷେତ୍ରରେ ପାଠକ ପାଠିକାମାନଙ୍କ
ମନୋରଞ୍ଜନ କରିବ କହିଲେ ଅତ୍ୟୁକ୍ତି ହେବନାହିଁ ।ନିସ୍ତବ୍ଧତାର ସ୍ବର......................୧୩
ବିଳମ୍ବିତ ପ୍ରହର......................୩୬
ମୌନ ପ୍ରହର ପ୍ରହରୀ......................୫୪
ବାତାବରଣ......................୭୧
ଶଙ୍ଖ ନାଦ......................୯୩
ନିରୁଦ୍ଧିଷ୍ଟ......................୧୨୬
ଶଙ୍ଖନାଦ | ୯ ହେ ଆଦିକନ୍ଦ !
ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ
ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇଯାଏ । ସମ୍ବନ୍ଧିର
ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର
ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ
ଲଢୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ ।
କିଏ ଏହି ମୁଁ ?
ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ
ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ତୃତୀୟ ନକ୍ଷତ୍ର
କୃତ୍ତିକାର ସମୟ ରାଗ? ଧରାପୃଷେ ବିଞ୍ଛାଡ଼ି ହୋଇ ପଡୁଥିବା
ଅସହ୍ୟ ସ୍ଵର୍ଣ୍ଣରେଣୁ ଜନିତ ପ୍ରଖର ଉତ୍ତାପର ବିକିରଣ? ସାୟଂକାଳୀନ
ଦୂରଗାମୀ ଲୋହିତରଙ୍ଗ ଆକାଶରେ ଧୀରପଦରେ ଗମନକ୍ରମେ
ଅପେକ୍ଷିତ ତାରାରୂପୀ ମୃତ-ଅଣ୍ଡଜ-ବୋଳା ରଙ୍ଗର ନଭମଣ୍ଡଳ?
କ'ଣ ମୋର ପରିଚୟ?
ପ୍ରସ୍ତର, ଲୌହ ଅବା କାଂସ୍ୟଯୁଗୀୟ ସ୍ତୁପ? ଅବହେଳିତ
ପୂର୍ବତଟ ପାଇଁ ପ୍ରାର୍ଥନାରତ ସ୍ତୁପୀଭୂତ ମହେଞ୍ଜୋଦାରର ପୁରୋହିତ
ସମ୍ରାଟ? ପ୍ରାଚୀ ନଦୀ ଅବବାହିକାରେ ଆବିଷ୍କୃତ ସୌର ଉପାସନାର
ସଭ୍ୟତା-ଚିହ୍ନ? ପଶ୍ଚିମୀ ସୁରର ଅଟ୍ଟହାସ ନାଦେ ନାଦିତ ବୈଜ୍ଞାନିକି
ଜ୍ଞାନର ଅହଂକାର?
୧୦ ଶଙ୍ଖନାଦ-------------------------------------କେଉଁ ଜୀବନ ମୋର?
ଶୃଙ୍ଗାରିତ ମଞ୍ଚର ମତ୍ତଗର୍ବିତ ନର୍ତ୍ତକୀର ସ୍ଥିର, ଅକାରଣ
ଆହରିତ ଜୀବନ-ଦର୍ଶନ ଜ୍ଞାନ? ଶ୍ରୀପାଦ ଶିଳାରେ ଧ୍ୟାନରତା ଦେବୀ
କନ୍ୟାକୁମାରୀଙ୍କ ଏକପାଦେ ଶୃଙ୍ଖଳିତ ଜଳପୂର୍ଣ୍ଣ ସରଣୀରେ
ସନ୍ତରିତ ସଜୀବ ମତ୍ସ୍ୟ ପରାୟେ ଉର୍ଦ୍ଧଲକ୍ଷ୍ୟ ସାଧନେ ଆତ୍ମଲୀନ,
ଫଳପ୍ରସୂ ଜୀବନ?
କୁଆଡ଼େ ମୋ ଲକ୍ଷ୍ୟ?
ଗୋଧୂଳିର କାବ୍ୟପଟଳରେ ନୀଡ଼େ ଅପେକ୍ଷିତ ଶାବକଙ୍କ
ଉନ୍ମୁକ୍ତ ଅସଂଲଗ୍ନ, ଅବ୍ୟକ୍ତ ନିସ୍ତବ୍ଧତାରେ ଅଣଲୋଡ଼ିତ ଅବୋଧ୍ୟ
କିଚିରି ମିଚିରି ଅସଂବନ୍ଧିତ ଶବ୍ଦ ସଂଯୋଜିତ ଥଳ୍ପ ପ୍ରତୀକ୍ଷାରେ
ଯେଉଁଠାରୁ ଶବ୍ଦମାଳ ଡେଣା ଝାଡ଼ି ଉଡ଼ନ୍ତି ।
ଅଥବା ଶରୀର ଓ ଜୀବନର ନେତୃତ୍ଵ ଭାରରେ, ଆତ୍ମାର
ବୈଚାରିକ ପରିବାହକ ସ୍ବରେ; ମନ ପ୍ରକାଶ ପୁଞ୍ଜ ଯାତ୍ରୀଙ୍କୁ
ରାତ୍ରିକାଳେ ବୋହି ନେଉଥିବା ଅନିଶ୍ଚିତ ଦୂର ପାହାନ୍ତାର
ବିଚାରସୌମ୍ୟ ଦିଗରେ?
ଶ୍ରୀଦେବୀଙ୍କ ଶ୍ରୀ ଆପଣ, ହେ ମାଧବ !
ଭୂଦେବୀଙ୍କୁ ଭୂମି, ଅଜନ୍ମା, ଅଯୋନିଗର୍ଭା, ଅଯୋନିସମ୍ଭୂତା,
ଆଦିଦେବ, ସର୍ବବ୍ୟାପୀ ଅହଙ୍କାର, ବୃହଦାରଣ୍ୟକୋପନିଷଦର
ତପସ୍ବୀ, ମୃତ୍ୟୁ କାଳୀନ ସ୍ଵୀକାରୋକ୍ତି ଆପଣ । ଜୀବନଶକ୍ତିର
ରଙ୍ଗହୀନ-ରସାବୃତ୍ତ ହୃଦସ୍ଥ ଆତ୍ମା ଭିତରେ ଆପଣ ଅଜନ୍ମା ପରମ,
ଶ୍ରେଷ୍ଠ ଶାସକ, ସମସ୍ତଙ୍କ ସମ୍ରାଟ ବିଶ୍ରାମ ନେଇଥାନ୍ତି । ଆମ ସୁକର୍ମ
ଦ୍ବାରା ଉର୍ଦ୍ଧ୍ୱଗାମୀ ଅଥବା କୁକର୍ମ ଦ୍ବାରା ନିମ୍ନଗାମୀ ଆପଣ ହୋଇ
ନଥାନ୍ତି ।
ଅଥଚ ଆପଣ ହିଁ ସମସ୍ତଙ୍କ ଈଶ୍ବର, ସର୍ବବିଷୟୀ ରାଜା,
ଶଙ୍ଖନାଦ। ------------------------------------- ୧୧
ସମସ୍ତଙ୍କ ତ୍ରାଣକର୍ତ୍ତା ଅଟନ୍ତି । ସଂସାରକୁ ଘୃଣିତ ହେବାରୁ ରକ୍ଷା
କରିବା ନିମନ୍ତେ ଆପଣ ତଟ ଓ ତଟରକ୍ଷକ ଅଟନ୍ତି । ଆମ
ଆତ୍ମା ଭିତରେ ଆପଣଙ୍କୁ ହୃଦୟଙ୍ଗମ କରିବା ବ୍ୟକ୍ତି ତପସ୍ବୀ
ଅଟନ୍ତି । ସଂସାର ମଙ୍ଗଳ କାମନା କରି ଭିକ୍ଷୁ ସାଜି ଗୃହତ୍ୟାଗୀ
ହୋଇଥାନ୍ତି । ବିଛୁରିତ ସୂର୍ଯ୍ୟଙ୍କ କିରଣ ଦ୍ବାରା ଆଲୋକ ପ୍ରଦାନ
କରନ୍ତୁ । ହେ ସୂର୍ଯ୍ୟ ! ହେଁ ବିଷ୍ଣୁ ! ହେ ମାଧବ ! ଅର୍ଥ-ଉନ୍ନୀଳିତ
ଜ୍ଞାନ ଚକ୍ଷୁରେ ପୁଣି ଥରେ ଶିବ-ତାଣ୍ଡବ ନୃତ୍ୟର ଉଡ୍ରଧୈବତ
ସୁର ଝଙ୍କୃତ କରିଉଠୁ ।
| ଶଙ୍ଖନାଦ | ୧୩ |
ଭାଇ ଡାକିଥିଲେ – ଆ’ ପ୍ରଭା, ଯିବା ଦେଖୁ, କାହାର ଯାତ୍ରା
ବାହାରିଛି !
ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି
ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ
ନୂଆନୂଆ ଇଂରାଜୀ ଶିଖୁଥିଲେ । ଭାଇ ସିନା ଜି.କେ. ପଢୁଥିଲେ
ଯେ କାହାର ଯାତ୍ରା ବାହାରିଛି ସେ ଜାଣିଛନ୍ତି ! ଭାଇଙ୍କ ହାତ ଧରି
ଗହଳି ଭିତରେ ପଶିଥୁଲେ ସେ । ଗୋଟିଏ ଖୋଲା ଶଗଡ ଗାଡ଼ିକୁ
ତୋରଣ ଦେଇ ସଜା ଯାଇ ତା ଭିତରେ ଜଣଙ୍କର ବିରାଟକାୟ
ଫୋଟ ଚିତ୍ର ଠିଆ କରା ଯାଇଥିଲା । ସେହି ଫୋଟ ଚିତ୍ର ଦେହରେ
ଫୁଲମାଳ ଥିଲା । ବୀର ଦର୍ପରେ ଛାତି ଆଗକୁ କାଢ଼ି ଦୁଇ ହାତକୁ
ଛାତିରେ ବାନ୍ଧି ପାଦ ଆଗକୁ ବଢ଼େଇ ଠିଆ ହୋଇଥିବା
ଚେହେରାଟିର ଆଖ୍ ଭସାଣିଆ, ଲଲାଟ ପ୍ରଶସ୍ତ, ଜ୍ୟୋତିମୟ ମୁଖ
ମଣ୍ଡଳ, ମସ୍ତକରେ ପଗଡ଼ି ଥିଲା ।
ଭାଇ କହିଥିଲେ– ଜାଣିଛୁ, ଇଏ ହେଲେ ବିବେକାନନ୍ଦ । ସ୍ଵାମୀ
ବିବେକାନନ୍ଦ, ଜଣେ ବଡ ସନ୍ନ୍ୟାସୀ ।
– ସନ୍ନ୍ୟାସୀ କ'ଣ ଭାଇ?
– ମାନେ ଯିଏ ଘର–ଦ୍ଵାର ଛାଡ଼ି ତପସ୍ୟା କରିବାକୁ
ଯାଆନ୍ତି ।
– ତପସ୍ୟା କାହିଁକି କରନ୍ତି?
୧୪ | ଶଙ୍ଖନାଦ---------------------------------------------------------– ଭଗବାନଙ୍କୁ ପାଇବା ପାଇଁ ।
– ତାଙ୍କୁ ପାଇଲେ କ’ଣ ହେବ?
– ମୋକ୍ଷ ପାଇବ । ଭାଇ ବିରକ୍ତ ହୋଇ ଉଠିଲେ– ଓ ହୋ,
ତୋର ଯେତେ ସବୁ ପ୍ରଶ୍ନ !
ସେତେବେଳେ ମୋକ୍ଷ ପ୍ରାପ୍ତିର ଅର୍ଥ ସେ ବୁଝି ପାରି ନ
ଥିଲେ । ବହୁତ ଦିନ ପରେ, ଯେତେବେଳେ ଶିଶୁ ମନ୍ଦିରରେ
ଶିକ୍ଷୟତ୍ରୀ ହେଲେ, ଛୋଟଛୋଟ ପିଲାମାନଙ୍କୁ “କରାଗ୍ରେ
ବସତେ ଲକ୍ଷ୍ମୀ, କର ମଧେ ସରସ୍ବତୀ” ଘୋଷାଉଥିଲେ, ଆପେ–
ଆପେ ଜୀବନ ଦର୍ଶନର ତଦ୍ଭବ ତାଙ୍କର ବୋଧଗମ୍ୟ ହୋଇ
ଆସୁଥିଲା । ମୋକ୍ଷ ପ୍ରାପ୍ତି ନିମନ୍ତେ ସନ୍ନ୍ୟାସୀ ହେଲେ ଯେ
ତପସ୍ୟା କରିବାକୁ ଗୃହତ୍ୟାଗୀ ହେବାକୁ ହେବ, ଭାଇଙ୍କ ଉତ୍ତରକୁ
ସେଦିନ ସେ ସ୍ପଷ୍ଟ ରୂପେ ବୁଝି ପାରିଥିଲେ ।
[ଥରେ ସାଧନାର ଶିଡ଼ି ଚଢ଼ୁଚ ନିର୍ବିକଳ୍ପ ସମାଧୂର ସ୍ବାଦ
ଚାଖ୍ ସାରିଲା ପରେ ନରେନ୍ଦ୍ର ନାଥ ଗୁରୁଙ୍କ ପାଖରେ ଅଳି କରି
ବସିଲେ, ‘ମୋତେ ପୁଣି ଥରେ ନିର୍ବିକଳ୍ପ ସମାଧ୍ ଦରକାର ।' ଶୁଣୁ
ଶୁଣୁ ଝିଙ୍ଗାସି ଉଠିଲେ ଶ୍ରୀ ରାମ କୃଷ୍ଣ, 'ତୋତେ ଲଜ୍ଜା ଲାଗୁନି?
ନିଜ ସ୍ବାର୍ଥ କଥା ହିଁ ଚିନ୍ତା କରୁଛୁ । ତୋର ବିଚାରର ବଟବୃକ୍ଷ ତଳେ
ଆଶ୍ରୟ ନେବା ପାଇଁ ଅନେକ ଅପେକ୍ଷାରତ । ତୁ ପରା ମାଆଙ୍କ
କାମ କରିବାକୁ ଦୁନିଆକୁ ଆସିଛୁ ! ଆଉ ତୋତେ ନିର୍ବିକଳ୍ପ ସମାଧ୍
ଦରକାର !']
ମା ବାବାଙ୍କୁ ବହୁତ ନେହୁରା ହୋଇ କହିବାର ତାଙ୍କର ମନେ
ଅଛି, ‘ଶୁଣ, ତା କଥାକୁ ମାନିଯାଅ, ସେ ପାଠ ପଢିବାକୁ ଚାହୁଁଛି ।
ତା କଥାକୁ ହଁ କରିଦିଅ ।’
ବାବା ତାଙ୍କ ଜିଦ୍ରରେ ଅଟଳ ଥିଲେ । ମାଆଙ୍କ କଥାର କିଛି
ଶଙ୍ଖନାଦ | ୧୫
ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ
ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା
ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।'
ବଡ଼ ବଜାରରେ ବାପାଙ୍କ ୫ ହାତ ଓସାରର ଲମ୍ବା ଦୋକାନ
ଘରଟିଏ ଥିଲା । ତାକୁ ସେ ନିଜ ପରିଶ୍ରମରେ ଠିଆ କରିଥିଲେ ।
ଭାଇଙ୍କ ପାଠ ପଢ଼ିବା ଅର୍ଥ ଯେ ସେ ଆଉ ତାଙ୍କୁ ସାହାଯ୍ୟ କରିବେନି,
ଏହି ଧାରଣା ତାଙ୍କର ମନରେ ବଦ୍ଧମୂଳ ହୋଇ ରହିଥିଲା । କାରଣ,
ଦିନରେ ଥରୁଟିଏ ହେଲେ ଦୋକାନ ଆଡ଼େ ବୁଲି ଆସିବାକୁ ଯେତେ
କୁହାଗଲେ ବି ସେ ତାକୁ ଧ୍ୟାନ ଦେଉ ନ ଥିଲେ । ତାଙ୍କ ପାଠ ଭଲ
ତ, ସେ ଭଲ ଥିଲେ ।
ତାପରେ, ଦିନେ ସକାଳ ବେଳେ ମାଆଙ୍କୁ କାନ୍ଦିବାର
ଦେଖୁଥିଲେ । ବାବାଙ୍କୁ ଦୋକାନ ନ ଯାଇ ଚୁପ୍ଚାପ୍ ଘରେ ବସିବାର
ଦେଖୁଥିଲେ । ବନ୍ଧୁ—ବାନ୍ଧବମାନେ କିଏ କିଏ ଆସିଥିଲେ । ବାବା–
ମାଆଙ୍କ ପାଖରେ ବସୁଥିଲେ । ପୁଣି ଚାଲିଯାଉଥିଲେ । ପ୍ରଥମେ
ସେ କିଛି ବୁଝି ପାରି ନ ଥିଲେ । ପରେ ମାଆଙ୍କଠାରୁ ଶୁଣିଥିଲେ–
ଭାଇ କୁଆଡ଼େ ପଳେଇଯାଇଛନ୍ତି । ବନ୍ଧୁ-ବାନ୍ଧବ କାହା ଘରେ ବି
ନାହାନ୍ତି । ଏହା ଶୁଣୁଶୁଣୁ ତାଙ୍କ ମନରେ ପ୍ରଥମେ ଗୋଟିଏ କଥା
ଛୁଇଁଥିଲା– ଭାଇ କ'ଣ ତା ହେଲେ ସନ୍ନ୍ୟାସୀ ହେବା ପାଇଁ ତପସ୍ୟା
କରିବାକୁ ଚାଲିଯାଇଛନ୍ତି !
ନଅ ବର୍ଷ ବୟସରେ ଭାଇଙ୍କ ବିଚ୍ଛେଦର ଅର୍ଥ ସେ କିଛି ବୁଝି
ନ ଥିଲେ । ପରେ ଯେତେବେଳେ ଅନ୍ୟମାନଙ୍କ ଭାଇଙ୍କୁ
ଦେଖୁଥିଲେ, ମନରେ ଏକ ଅସହ୍ୟ ବେଦନା ସୃଷ୍ଟି ହୋଇଥିଲା,
ଯାହାକୁ ପରେ ସେ ବୁଝିଥିଲେ, ହୃଦୟଙ୍ଗମ କରିଥିଲେ ଯେ ଏହା
ହିଁ ଭାତୃ ପ୍ରେମ ।
ଭାଇଙ୍କ ଘରୁ ଚାଲିଯିବାର କେତେ ବର୍ଷ ପରେ ଦିନେ
ମାଆଙ୍କ ବାରମ୍ବାର ପ୍ରଶ୍ନରେ କହିଥିଲେ ଯେ ସେ କାଲି ସକାଳେ କଟକ ଯାଉଛନ୍ତି । ଭାଇଙ୍କ ସେଠାରେ ରହିଥିବାର ଖବର ପାଇଛନ୍ତି । ବାବାଙ୍କ ସହ ଭାଇ ଆସି ନ ଥିଲେ । ବାବାଙ୍କ ପଛରେ କେହି ନ ଥିବାର ଶୂନ୍ୟତାକୁ ଅନୁଭବ କରି ବିକଳ ହୋଇ ମା' ବାବାଙ୍କୁ ଚାହିଁ ପଚାରିଥିଲେ, ‘କୁଆଡେ ଗଲା? ଆସିଲାନି?' ନିରାଶ ହୋଇ ବାବା ମୁଣ୍ଡ ହଲାଇ ନାହିଁ କଲେ, ‘ସଂଘ ଅଫିସରେ ରହି ପାଠ ପଢୁଛି । ଖାକି ପେଣ୍ଟ ପିନ୍ଧୁଛି । ଲାଠି ଧରୁଛି । ବି.ଏ. ଶେଷ ବର୍ଷ ତା'ର । ମା' ଚିହିଁକି ଉଠିଲେ, 'ସେମାନଙ୍କର ଏତେ ସାହସ? ମୋ ପିଲା ଉପରେ ତାଙ୍କର କି ଅଧିକାର ଅଛି? ପୋଲିସରେ କହିଲନି?' ସମର୍ପିତ ସ୍ବରରେ ବାବା କହିଥିଲେ, 'ସେମାନେ ତା'କୁ କ'ଣ ଜବରଦସ୍ତ ରଖୁଛନ୍ତି? ବୟସ ହେଲାଣି । ପାଠ ପଢୁଛି । ତା' ଇଚ୍ଛା ବିରୁଦ୍ଧରେ ଯାଇ ଆଉ ଥରେ ତାକୁ ହରେଇବା ପାଇଁ ମୋର ସାହସ ନାହିଁ ।’ ବାବାଙ୍କ କଣ୍ଠରେ ପୂର୍ବର ଦମ୍ଭ ନ ଥିଲା । ସ୍ବୟଂପ୍ରଭାଙ୍କ ଆଖିରେ ବିଦ୍ୟୁତ ତରଙ୍ଗରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳର ଯାତ୍ରାର ଦୃଶ୍ୟ ନାଚି ଉଠିଥିଲା । ସ୍ଵାମୀ ବିବେକାନନ୍ଦଙ୍କ ଶୋଭାଯାତ୍ରାରେ ଚାଲୁଥିବା ଭିଡ଼ ଭିତରେ ଗେରୁଆ ପୋଷାକ ପିନ୍ଧିଥିବା କିଛି ଲୋକଙ୍କ ସହ ଖାକି ପେଣ୍ଟ ଓ ଧଳା ସାର୍ଟ ପିନ୍ଧା ଲାଠି ଧରା ଯୁବକମାନେ ମଧ୍ୟ ଥିଲେ । ଦିନେ ଅର୍ଦ୍ଧରାତ୍ର ସମୟରେ କିଛି ଶବ୍ଦର କଣ୍ଠସ୍ପର୍ଶରେ ଶଙ୍ଖନାଦ ୧୭ ସ୍ବୟଂମେବ ସ୍ବୟଂପ୍ରଭାଙ୍କ ଆଖ୍ ଖୋଲିଯାଇଥିଲା । ପାଖ ଶେଯରେ ମାଆ ନ ଥିଲେ । ବାହରପଟ ଘରୁ କଥାବାର୍ତ୍ତାର ଶବ୍ଦ ଶୁଣାଯାଉଥିଲା । ଧୀରେ ଉଠି ବାହାରକୁ ଯାଇ ଦେଖିଲେ, ଦାଣ୍ଡଘରେ ଭାଇ ଠିଆ ହୋଇଥିଲେ । ତାଙ୍କ ପାଖରେ ମା ସ୍ତବ୍ଧ, ବଡ଼ବଡ଼ ଆଖ୍ କରି କାନ୍ଥକୁ ଆଉଜି ଠିଆ ହୋଇଥିଲେ । ଭାଇଙ୍କ ଚେହେରା ମଉଳି ଯାଇଥିଲା । ଅନେକ ଦିନ ପରେ ସେ ତାଙ୍କୁ ଦେଖୁଥିଲେ । ଧଳା ପୋଷାକ ପରିହିତ ଶରୀର ଲମ୍ବା ହୋଇଯାଇଥିଲା । ତାଙ୍କୁ ଭାଇ ଦେଖ୍ ଦେଇଥିଲେ । ‘ପ୍ରଭା, ଆ’ । କେଡ଼େ ବଡ଼ଟି ହେଇଗଲାଣି ।’ ସେତେବେଳେ ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ । ସାହାସ ହେଉ ନ ଥିଲା ତାଙ୍କର ପାଖକୁ ଯିବା ପାଇଁ । ଭାଇ ହିଁ ପାଖକୁ ଆସିଥିଲେ । ମା' ଆକଟ କରି ଉଠିଥିଲେ, ‘ତାକୁ ଆଉ ଦେଖିବାକୁ ତୋର କ'ଣ ବେଳ ଅଛି? ତୁ ପରା ଦେଶ ମା'ର ସେବା କରିବାକୁ ବାହାରିଲୁଣି । ଆଉ ଏ ମାଆ–ଭଉଣୀ ପାଇଁ ଚିନ୍ତା କାହିଁକି?' ଭାଇ ସେଠି ହିଁ ଠିଆ ହୋଇଯାଇ ମାଆଙ୍କୁ ବିକଳ ହୋଇ ଚାହିଁଥିଲେ । ପରେ ସେ ଧୀରେ ଯାଇ ସଂୟପ୍ରଭାଙ୍କ ମୁଣ୍ଡ ଆଉଁଷି ଥିଲେ । ମାଆଙ୍କ ପାଦ ଛୁଇଁଥିଲେ– ବ୍ରହ୍ମପୁରକୁ ମୁଁ ସଂଘ କାମରେ ଆସିଥ୍ଲି ତ, ପୁଣି କେବେ ଆସିଲେ ବାବାଙ୍କ ସହ ଦେଖା କରିବି । ମା' ବିକଳ ହୋଇ କହିଥିଲେ, 'ବାବାଙ୍କୁ ଟିକେ ଦେଖା କରି ଯା । ସକାଳୁ ଉଠି ଜାଣିଲେ ଝୁରିବେ ।' ଭାଇ କହିଥିଲେ, 'ମୁଁ ବାବାଙ୍କୁ ଦେଖିଲେ ଆଉ ଯାଇ ପାରିବିନି ମା' । ଦୁର୍ବଳ ହେଇ ଯିବି । ଠିଆ ହେବା ଆଗରୁ ହିଁ ମୁଁ ପଡ଼ିଯିବି ।' ଭାଇ ଚାଲିଯାଇଥିଲେ । ମା ଓ ସେ ସାରାରାତି ଶୋଇପାରି ୧୮ ଶଙ୍ଖନାଦ ନ ଥିଲେ । ସକାଳେ ଉଠିଲା ପରେ ବାବା ସବୁ ଶୁଣିଥିଲେ । କିଛି କହି ନ ଥିଲେ । ନ ଖାଇ ଦୋକାନକୁ ବାହାରି ଯାଇଥିଲେ । ଦେଶ–ମାଆ, ଠିଆ ହେବା ପୂର୍ବରୁ ପଡ଼ିଯିବା ଆଦିର ଅର୍ଥ ସେଦିନ ସ୍ବୟଂପ୍ରଭା ବୁଝିପାରି ନ ଥିଲେ । ଯେତେବେଳେ ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀର ଟ୍ରେନିଂ ଚାଲିଥିଲା, ଭାଇଙ୍କର ମାଆଙ୍କୁ କହିଥିବା କଥା ସବୁ ମନେ ପଡ଼ିଥିଲା । ଭାରତୀୟ ସଂସ୍କୃତିରେ ମଣିଷ ଜୀବନରେ ଯେଉଁ କେତୋଟି ମା' କଥା କୁହାଯାଇଥିଲା, ସେଥିରୁ ଜଣେ ଥିଲେ– ଦେଶ—ମାତୃକା । ଘରେ ଆସିଲା ପରେ ମାଆଙ୍କୁ ସେହି ବିଷୟ କହିଥିଲେ । ଅସହାୟ ସ୍ତ୍ରୀ ଲୋକଟି ଦୀର୍ଘ ଶ୍ବାସ ନେଇ କେବଳ ଏତିକି କହିଥିଲେ, ‘ଆହା, କ'ଣ ଦେଖ୍ ଏ ମୂର୍ଖ ମାଆର ପେଟକୁ ଆସିଥିଲା ସିଏ !' 9 ସେତେବେଳକୁ ତାଙ୍କର ବାହାଘର ଠିକ ହୋଇସାରିଥିଲା । ବାହା ହେବା ଆଗରୁ ହିଁ ଆସି ତାଙ୍କ ବର ତାଙ୍କ ଘରେ ରହୁଥିଲେ । ଘର ଜ୍ୱାଇଁ କରିବା ପାଇଁ ବାଛିବାଛି ବାବା ତାଙ୍କ ପାଇଁ ମଫସଲରୁ ଗରିବ ପିଲାଟିଏ ବାଛି ଆଣିଥିଲେ । ତାଙ୍କ ବର ପାଠ ପଢ଼ା ଅଧାରେ ଛାଡି ବାପାଙ୍କୁ ଦୋକାନରେ ସାହାଯ୍ୟ କରୁଥିଲେ । ବଡ ବଜାରରେ ଶ୍ବଶୁର–ଜୋଇଁ ଦୋକାନର କାଟତି ଖୁବ ଥିଲା । ସକାଳ ନଅରୁ ରାତି ନଅ । ଖାଲି ଖାଇବା ପାଇଁ ଯାହା ଘରକୁ ଆସି ଖାଇସାରିଲା ପରେ କିଛି ସମୟର ଆରାମ ଥିଲା । ଭାଇଙ୍କ ଫେରିବା ନେଇ ବାବା ଆଶା ଛାଡ଼ି ଦେଇଥିଲେ । ମାଆ କିନ୍ତୁ ଆଶା ବାନ୍ଧି ବସିଥିଲେ, କହୁଥିଲେ, 'ଦେଖେ ମା, ଆମ ପରେ ଏ ଘର ତା'ର । ତା ପାଇଁ ରଖିବୁ । ବାପା ଯଦି ପାଠ ପଢ଼ିବାକୁ ଛାଡ଼ି ଦେଇଥାନ୍ତେ, ସେ କ'ଣ ଯାଇଥାନ୍ତା?' ମାଆ କ'ଣ ଭାଇଙ୍କ ପ୍ରକୃତ ଭାବକୁ ବୁଝି ସାରିଥିଲେ? ଶଙ୍ଖନାଦ । ୧୯ [ଆଉ ଗୋଟିଏ ଜିନିଷ ମୁଁ ଆପଣଙ୍କ ନିକଟରେ ଭିକ୍ଷା କରୁଛି - ଯଦି ସମ୍ଭବ, ମାସକୁ ୧୦୦ ଟଙ୍କା ମୋ ମାଆଙ୍କ ପାଇଁ ସ୍ଥାୟୀ ରୂପେ ଖଞ୍ଜାଯାଉ, ତାହା ଯେମିତି ମୋର ମୃତ୍ୟୁ ପରେ ମଧ୍ୟ ତା'ଙ୍କ ପାଖରେ ନିରନ୍ତର ପହଞ୍ଚି ପାରିବ । କିମ୍ବା ଯଦିବା କୌଣସି କାରଣ ବଶତଃ ଆଜ୍ଞା ହଜୁରଙ୍କର ମୋ ପ୍ରତି ରହିଥିବା ପ୍ରେମ ଓ ଦୟା ବନ୍ଦ ହୋଇଯାଏ, ତା ହେଲେ ମଧ୍ୟ କେବେ ଦିନେ ଆପଣଙ୍କର ଏ ଗରିବ ସାଧୁ ପ୍ରତି ରହିଥିବା ପ୍ରେମକୁ ମନେ ପକାଇ ବିଚାରୀ ମୋ ବୃଦ୍ଧ ମାଆଙ୍କୁ ତାହା ଦିଆଯିବାର ବ୍ୟବସ୍ଥା କରାଯାଉ । (ଖେତେଡିର ମହାରାଜା ଅଜିତ ସିଂଙ୍କ ପାଖକୁ ସ୍ବାମୀ ବିବେକାନନ୍ଦ ୧ ଡିସେମ୍ବର ୧୮୯୮ ରେ ଲେଖୁଥିବା ଚିଠି)] ଭାଇଙ୍କ ପାଠ ପଢ଼ିବା ଜିଦ୍ଵାରା ତାଙ୍କର କିନ୍ତୁ ପାଠ ପଢ଼ିବା ପାଇଁ ରାସ୍ତା ଖୋଲି ଯାଇଥିଲା । ସ୍ବାମୀ ଦୋକାନରେ ବସିଲେ ମଧ୍ଯ ସେ ଚାକିରୀ କଲେ । ନୂଆରେ ଖୋଲିଥିବା ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀ ହେଲେ । ବାହାଘର ଦିନ ସେ ଭାଇଙ୍କୁ ବେଶି ଅପେକ୍ଷା କରି ରହିଥିଲେ । ସଂଘର କାହାକୁ ଜଣଙ୍କୁ ଭେଟି ବାବା ତାଙ୍କ ବାହାଘରର ଖବର ଭାଇଙ୍କୁ ଦେବାକୁ କହିଥିଲେ । ସଂଘବାଲା ଟିକିଏ ଦୋ–ଦୋ ପାଞ୍ଚ ହୋଇଥିଲେ, ‘ସେ କ'ଣ ଆଉ ସଂଘ– ଘରେ ରହୁଛନ୍ତି? ସେ ପରା ବିବେକାନନ୍ଦ କେନ୍ଦ୍ରରେ ଯୋଗ ଦେଇ ସାରିଲେଣି । ଦେଖୁଛି, ଚେଷ୍ଟା କରିବି, ଯଦି ସେଠାକୁ ଖବର ଦେଇ ହେବ ।’ ବିବେକାନନ୍ଦ କେନ୍ଦ୍ର ଉପରେ ନା ସ୍ବୟଂପ୍ରଭାଙ୍କ କିଛି ଧାରଣା ଥିଲା, ନା ଘରେ ଆଉ କାହାର । ତଥାପି ସେ ଆଶା ଛାଡ଼ି ନ ଥିଲେ । ତାଙ୍କ ବାହାଘର କ'ଣ ଭାଇ ଛାଡିଦେବେ? କିନ୍ତୁ ଭାଇ ଆସି ନ ଥିଲେ । 90 ଶଙ୍ଖନାଦ ତାଙ୍କ ପୁଅ ଜନ୍ମ ପରେ ରାତି ଅଧରେ ଦିନେ ଭାଇ ଘରେ ଆସି ପହଞ୍ଚିଥିଲେ । ମାଆଙ୍କ ଖବର କାହାଠୁ ପାଇ ସେ ଆସିଥିଲେ । ମାଆର ମୃତ୍ୟୁ ଯାଏଁ ରହିଥିଲେ । ତାଙ୍କ ଆସିବା ପରେ ଖୁବ୍ କମ ଦିନ ମାଆ ବଞ୍ଚିଥିଲେ । ବୋଧହୁଏ ଭାଇଙ୍କ ଅପେକ୍ଷାରେ ହିଁ ଥିଲେ । ଭାଇ ସେତେବେଳେ କନ୍ୟାକୁମାରୀରେ ରହୁଥିବାର ସେ ଜାଣିଥିଲେ । “ମାନବ ସେବା ହିଁ ମାଧବ ସେବା”- ଜୀବନ ଦର୍ଶନର ଏହି ତାତ୍ତ୍ଵିକ ଭାଷାର ପ୍ରକୃତ ଅର୍ଥ ଭାଇଙ୍କ ପାଖରୁ ହିଁ ସେତେବେଳେ ବୁଝି ପାରିଥିଲେ । ଘର, ଦୋକାନ, ବାବାଙ୍କ ଟଙ୍କା, କେଉଁଥରେ ତାଙ୍କର ଆଗ୍ରହ ନ ଥିଲା । ସେବାବ୍ରତୀ ହୋଇ ମନୁଷ୍ୟ—ନିର୍ମାଣ, ରାଷ୍ଟ୍ର—ପୁନର୍ଗଠନ ନିମନ୍ତେ ତାଙ୍କୁ ଜୀବନ କଟେଇବାକୁ ହେବ । ଏହା ହିଁ ତାଙ୍କ ଲକ୍ଷ୍ୟ ଥିଲା । ‘ମା, ବାପାଙ୍କ ସେବା କ'ଣ ମାଧବ ସେବା ନୁହଁ, ଭାଇ?' ତାଙ୍କ ପ୍ରଶ୍ନର ଉତ୍ତର ଭାଇ ଦେଇ ନ ଥିଲେ । କିଛି ସମୟ ପାଇଁ ତାଙ୍କୁ ଟୁକୁରୁ ଟୁକୁରୁ ଚାହିଁ ରହିଥିଲେ । ମାଆଙ୍କ ଶୁଦ୍ଧ କ୍ରିୟା ପରେ ଭାଇ ପୁଣି ଥରେ ଚାଲିଯାଇଥିଲେ । ବାବା ଅଟକେଇ ନ ଥିଲେ । ପିଲାଟି ଦିନରୁ ଭାଇଙ୍କ ଉପରେ ଯେତିକି ଅଧିକାର ସାବ୍ୟସ୍ତ କରି ଆସିଥିଲେ, ବାବାଙ୍କ ଅଜାଣତରେ ସେଥିରେ ସମୟର ପ୍ରତିବନ୍ଧ ଲାଗି ସାରିଥିଲା । ସେ କଥାକୁ ଉଜାଗର କରି ତାଙ୍କ ପୁରୁଣା କ୍ଷତ ଉଖାରିବା ପାଇଁ ସ୍ବୟଂପ୍ରଭାଙ୍କର ସାହାସ ନ ଥିଲା । ତାହା ଭାଇଙ୍କ ସହ ତାଙ୍କର ଶେଷ ସାକ୍ଷାତ ଥିଲା । ତା ପରେ ତାଙ୍କର କିଛି ହେଲେ ଖବର ମିଳି ନ ଥିଲା । ବାବାଙ୍କ ମୃତ୍ୟୁ ବେଳକୁ ମଧ୍ୟ ଭାଇ ଆସି ନ ଥିଲେ । ବିବେକାନନ୍ଦ କେନ୍ଦ୍ର ସହ ଯେତେବେଳେ ଯୋଗାଯୋଗ କରାଯାଇଥିଲା, ସେଠାରୁ ନକାରାତ୍ମକ ଉତ୍ତର ଆସିଥିଲା । ଅରୁଣାଚଳ ପ୍ରଦେଶରେ କେନ୍ଦ୍ରର ଜୀବନବ୍ରତୀ କାର୍ଯ୍ୟକର୍ତ୍ତା ରୂପେ କାମ କରୁଥିଲା ବେଳେ ହିଁ ସେ ସ୍ବଇଛାରେ ଶଙ୍ଖନାଦ | ୨୧ କେନ୍ଦ୍ର ଛାଡ଼ିଦେଇ ଚାଲି ଯାଇଥିଲେ । ସେଠାରୁ ସେ କୁଆଡ଼େ ଗଲେ, କ'ଣ କଲେ, ନା ଅରୁଣାଚଳର କାର୍ଯ୍ୟକର୍ତ୍ତାମାନଙ୍କ ପାଖରେ କିଛି ଖବର ଥିଲା, ନା କେନ୍ଦ୍ର ପାଖରେ । ସ୍ଵୟଂପ୍ରଭାଙ୍କ ସ୍ଵାମୀ ନିଜେ ଅରୁଣାଚଳ ପ୍ରଦେଶ ଯାଇ ନିରାଶ ହୋଇ ଫେରି ଆସିଥିଲେ । ଗୋଟିଏ ଲୋକ ଅଦୃଶ୍ୟ ହୋଇଯାଇଥିଲା । ନା ମାଆର ଚିନ୍ତା, ନା ବାବାଙ୍କର– ନା ସଙ୍ଗଠନର, ନା ଦେଶର । ସମୂହ ସ୍ବାର୍ଥ ପାଇଁ ଚିନ୍ତା କରୁଥିବା ବ୍ୟକ୍ତି ଶେଷରେ କ'ଣ ପଳାତକ ହୋଇଗଲେ? କିଏ ଏହାର ଉତ୍ତର ସ୍ବୟଂପ୍ରଭାଙ୍କୁ ଦେଇପାରିବ? ନିଶ୍ଚିତ ରୂପେ ଭାଇଙ୍କ ଛଡ଼ା ଅନ୍ୟ କେହି ନୁହଁ । ମନେମନେ ସ୍ଥିର କରିସାରିଥିଲେ ସେ । ଯେମିତି ହେଲେ ଭାଇଙ୍କୁ ଖୋଜିବେ । ପଚାରିବେ, କାହିଁକି ଏମିତି କଲ? ୨୨ ଶଙ୍ଖନାଦ (ଦୁଇ) ବାବାଙ୍କ ମୃତ୍ୟୁ ପରେ ଗୋଟିଏ ଯୁଗ ବିତି ଗଲାଣି । ବାବା କିଣେଇ ଦେଇଥିବା ଖଣ୍ଡେ ଜମିରେ ଘରର ନିଅଁ ବାବା ଥିଲାବେଳେ ହିଁ ପଡ଼ି ସାରିଥିଲା । ଆଜି ସେଥୁରେ ଘର କରି ସେମାନେ ରହୁଛନ୍ତି । ବାବାଙ୍କ ଦୋକାନ ଆଉ ବଡ଼ ବଜାରରେ ନାହିଁ । ତାଙ୍କ ସ୍ବାମୀ ନିଜର ବ୍ୟବସାୟର ବିସ୍ତାର କରି ସାରିଲେଣି । ପିଲାମାନଙ୍କ ପାଠପଢ଼ା ସରି ଯାଇଥିଲା । ଝିଅର ବାହାଘର ସରି ଯାଇଥିଲା । ପୁଅ ପୁଣେରେ ଚାକିରୀ କରୁଥିଲା । ନିଜର ନିତିଦିନିଆ ସଂସାରରେ ସ୍ବୟଂପ୍ରଭା ବ୍ୟସ୍ତ ଥିଲେ । ଭାଇଙ୍କ ଘର ଭଡ଼ାରେ ଦିଆ ଯାଇଥିଲା । ଦିନେ ଘରେ ପଶୁପଶୁ ତାଙ୍କ ସ୍ବାମୀ କହିଥିଲେ, ‘ଭଲ ଦାମରେ ଭାଇଙ୍କ ଘରର ଦର ଠିକ ହୋଇଗଲା । ଖୁବ ଟଙ୍କା ମିଳିବ । ସବୁ ମଜା କର ।’ ଚିହିଁକି ପଡିଥିଲେ ସେ । ମା' କହିଥିବା କଥା ତାଙ୍କର ମନେ ଥିଲା, 'ଭାଇ ନ ଆସିଲେ ପାଣିରେ ପକେଇଦେବୁ ସିନା, ତା ଘରେ ହାତ ଦେବୁନି ।” ‘ପାଣିରେ ପକେଇଦେବି ସିନା ସେ ଟଙ୍କାରେ ହାତ ଦେବିନି, କହିଦେଉଛି ।' ସେ ରାଗି ଉଠି କହିଥିଲେ । ହସି ଉଠିଥିଲେ ତାଙ୍କ ସ୍ବାମୀ, ‘ଆରେ, ମୁଁ ଥଟ୍ଟା କରୁଥିଲି ନା, ସତରେ କ'ଣ ସେ ଟଙ୍କା ଆମର? ପୁଣେରୁ ପୁଅର ଫୋନ ଆସିଥିଲା, ‘ବିବେକାନନ୍ଦ କେନ୍ଦ୍ରରୁ ଶଙ୍ଖନାଦ| ୨୩ ସୂଚନା ଆସିଥିଲା, ସେମାନଙ୍କ ପାଖରେ ମାମୁଁଙ୍କର କିଛି ସୂଚନା ଅଛି । ମା, ଆଈ କହିଥିଲେ ନା' ପାଣିରେ ପକେଇଦେବାକୁ? ଚାଲ, ଆମେ କନ୍ୟାକୁମାରୀ ଯିବା । ସେଇଠି ମାମୁଁଙ୍କ ଖବର ଆଣିବା, କିଛି ଖବର ନ ମିଳିଲେ ସେଇଠି ପାଣିରେ ପକେଇଦେବା ।’ ପାଣିରେ ପକେଇଦେବା ଶୁଣି ଯେତିକି ଚିହିଁକି ଉଠିଥିଲେ, ଭାଇଙ୍କ ଖବର ମିଳିବା ଶୁଣି ଉଲ୍ଲସି ଉଠିଥିଲେ ସେ । ପୁଅ କହିଥିବା କଥାର ଅର୍ଥ ବି ବୁଝି ସାରିଥିଲେ । ସେମାନେ ବ୍ରହ୍ମପୁର କେନ୍ଦ୍ର ଜରିଆରେ ସବୁ କେନ୍ଦ୍ରକୁ ତାଙ୍କ ଭାଇଙ୍କ ବିଷୟରେ ଜଣେଇଥିଲେ । ତା'ର ଫଳ ସ୍ବରୂପ କେନ୍ଦ୍ରରୁ ପୁଅ ପାଖକୁ ଫୋନ ଯାଇଥିଲା, ‘କାଶ୍ମୀରର ନାଗ ଦଣ୍ଡୀରୁ ଜଣେ କେନ୍ଦ୍ର ଜୀବନବ୍ରତୀ କାର୍ଯ୍ୟକର୍ତ୍ତା ଅରୁଣାଚଳର ତାଲୋମ ଭାଇ ଆସିଛନ୍ତି । ତାଙ୍କ ପାଖରେ କିଛି ସୂଚନା ଅଛି । ଆପଣ ଏଇଠିକୁ ଆସି ପାରିବେ?” ତାଙ୍କ ପୁଅ ସଙ୍ଗେସଙ୍ଗେ ମା ପାଖକୁ ଫୋନ କରିଥିଲା । ଟ୍ରେନରେ ଯଦିଓ ଅସମ୍ଭବ ଧରଣର ଭିଡ଼ ଥିଲା, ତଥାପି ସେମାନେ କଷ୍ଟେମଷ୍ଟେ ଆସି କନ୍ୟାକୁମାରୀରେ ପହଞ୍ଚିଥିଲେ । ଡିସେମ୍ବର ୨୩, ୨୪, ୨୫ ପାଇଁ ଏହି ଭିଡ଼ ଥିଲା । କନ୍ୟାକୁମାରୀରେ ଚତୁର୍ଦ୍ଦିଗରେ ଉତ୍ସବର ପରିବେଶ ଥିଲା । ସ୍ଵାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଷ୍ଟେସନ ବାହାରେ କାର୍ଯ୍ୟକ୍ରମ ସହିତ ସ୍ବାମୀଜୀଙ୍କ ବିରାଟ ହୋର୍ଡିଂ, ଜୟନ୍ତୀ ପାଳନ ନିମନ୍ତେ ତିନି ଦିନ ପାଇଁ କେନ୍ଦ୍ର ତରଫରୁ ବିଶେଷ କାର୍ଯ୍ୟ ସୂଚୀର ଖସଡ଼ା ସେଥିରେ ଉଲ୍ଲେଖ କରା ଯାଇଥିଲା । ସେମାନେ ରଖୁବା ହୋଟେଲରେ ସଫା ସୁତୁରା ହୋଇ କେନ୍ଦ୍ରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ଆସୁଥିଲା । କେନ୍ଦ୍ରରେ ଖୁବ୍ ଗହଳ ଚହଳ ଥିଲା । କେନ୍ଦ୍ରର ଅଭ୍ୟର୍ଥନା କକ୍ଷରେ ତାଙ୍କ ୨୪ ଶଙ୍ଖନାଦ ପୁଅ ପୂର୍ବରୁ କଥାବାର୍ତ୍ତା କରିଥିବା ବ୍ୟକ୍ତିଙ୍କ ଜରିଆରେ ଅରୁଣାଚଳୀ ବନ୍ଧୁଙ୍କ ପାଖକୁ ସେମାନେ ଆସି ପହଞ୍ଚିଥିବାର ସୂଚନା ପଠାଗଲା । ସେଠାରେ କିଛି ସମୟ ଅପେକ୍ଷା କଲା ପରେ ଜଣେ ଲମ୍ବା ଗୌରବର୍ଣ୍ଣର ପୌଢ଼ ଆସି ସେମାନଙ୍କ ପାଖରେ ପହଞ୍ଚିଲେ । ଦେଖୁଦେଖୁ ତାଙ୍କ ସ୍ବାମୀ ଠିଆ ହୋଇପଡ଼ି ତାଙ୍କୁ ସ୍ବାଗତ ଜଣେଇଲେ । ସ୍ବୟଂପ୍ରଭାଙ୍କ ସହ ତାଙ୍କ ପରିଚୟ କରେଇ ଦେଲେ, ‘ଇଏ ଅରୁଣାଚଳର ତାଲୋମ ଭାଇ ଯିଏ ସେଇଠି ଭାଇଙ୍କ ସହ ମିଶି କାମ କରୁଥିଲେ ।’ ବାପାଙ୍କ ମୃତ୍ୟୁ ପରେ ସ୍ବୟଂପ୍ରଭାଙ୍କ ସ୍ବାମୀ ଯେତେବେଳେ ଅରୁଣାଚଳ ପ୍ରଦେଶର ଇଟାନଗରରେ ଥିବା ବିବେକାନନ୍ଦ କେନ୍ଦ୍ରରେ ପହଞ୍ଚିଥିଲେ, ସେଠାରେ ଏହି ଭଦ୍ର ବ୍ୟକ୍ତିଙ୍କୁ ଦେଖୁଥିଲେ । ୩୦ ବର୍ଷ ହେଲା ଯାହାଙ୍କ ସହ ସେ ଦେଖା କରି ନାହାନ୍ତି, ତାଙ୍କଠୁଁ ପଦେ କଥା ବି ଶୁଣି ନାହାଁନ୍ତି ସେହି ଭାଇଙ୍କ ସହ ମିଶି ଏହି ବ୍ୟକ୍ତି ଜଣକ କାମ କରୁଥିଲେ ! କୁରୁଳି ଉଠୁଥିଲେ ସ୍ବୟଂପ୍ରଭା ! କ'ଣ କହିବେ ସେ ଭାଇଙ୍କ ବିଷୟରେ? କଉଠି ଅଛନ୍ତି ଭାଇ? ‘ପ୍ରଭା, ମୁଁ ତୋ ବିଷୟରେ ଭାଇଙ୍କଠୁ ବହୁତ ଶୁଣିଛି ।' ସ୍ପଷ୍ଟ ଓଡ଼ିଆରେ କଥା ହେବା ଶୁଣି ସମସ୍ତେ ଆବିଭୁତ ହୋଇ ପଡ଼ିଲେ । ସମସ୍ତଙ୍କ ପ୍ରତିକ୍ରିୟା ଦେଖ୍ ସେ ହସିଲେ, 'ମୁଁ ଭାଇଙ୍କ ପାଖରୁ ଓଡ଼ିଆ ଶିଖ୍ ଯାଇଛି । ମୋ ପାଖରୁ ସେ ଆମରୁ କେତେଟା ଅରୁଣାଚଳୀ ଭାଷା ଶିଖୁଥିଲେ । ତାଙ୍କୁ ଖୋଜିବା ପାଇଁ ତୋ ସ୍ବାମୀ ଯେତେବେଳେ ଅରୁଣାଚଳ ଆସିଥିଲେ, ଆମେ କିଏ ହେଲେ ତାଙ୍କ ବିଷୟରେ କିଛି ଜାଣି ନ ଥିଲୁ । ଆଉ କ'ଣ କହିଥାନ୍ତୁ? ଅନେକ ଦିନ ପରେ ମୋର ବଦଳି କାଶ୍ମୀରର ନାଗ ଦଣ୍ଡୀକୁ ହେଲା ପରେ ସେଠାରେ ଥିବା ଏକ ସାମୂହିକ କାର୍ଯ୍ୟକ୍ରମର ଫୋଟରେ ଲୋକ ଗହଳି ଭିତରେ ତାଙ୍କୁ ଠିଆ ହୋଇଥିବାର ମୁଁ ଦେଖିଲି । ସେଠାରେ ବି ଚେଷ୍ଟା କରିଥିଲି ଖୋଜିବାକୁ । କିନ୍ତୁ କିଛି ଫଳ ମିଳି ନ ଥିଲା ।’ ଶଙ୍ଖନାଦ ୨୫ କହୁକହୁ ସେ ଚୁପ୍ ହୋଇଗଲେ । ସ୍ବୟଂପ୍ରଭାଙ୍କ କାନ ପାଖକୁ ପାଟି ଆଣି କହିଲେ, ‘ଭାଇଙ୍କୁ ମୁଁ ଏଇଠି ଦେଖିଛି, ରକ୍ ମେମୋରିଆଲ ଭିତରେ, ଅନେକ ଦିନ ପରେ । ବର୍ତ୍ତମାନ ସ୍ବାମୀଜୀଙ୍କ ୧୫୦ତମ ଜୟନ୍ତୀର କାର୍ଯ୍ୟକ୍ରମ ସମୟରେ । ଯେଉଁ ଦିନ ଦେଖିଲି, ସେଦିନ ହିଁ ବ୍ରହ୍ମପୁରର ଭାଇଙ୍କୁ କହିଲି, ତୋ ସହ ଯୋଗାଯୋଗ କରିବାକୁ ।” ସ୍ବୟଂପ୍ରଭା ହତପ୍ରଭ ହୋଇ ପଡ଼ିଲେ । ଭାଇ ଏଇଠି ଅଛନ୍ତି ! ତାଙ୍କର ଏତେ ପାଖରେ ! ଧଡ଼ପଡ଼ ହୋଇ ଉଠି ଠିଆ ହେଲେ ସେ, ‘ଭାଇ, ଚଞ୍ଚଳ ଚାଲ, ସେଠିକୁ ଯିବା ।’ ତାଙ୍କ କଥା ଶୁଣି ଅନ୍ୟମାନେ ସଜାଗ ହୋଇ ଉଠିଲେ । ସେ କହିଲେ, ‘କିଛି ବ୍ୟସ୍ତ ହୁଅନି । ଶିଳା ସ୍ମାରକୀ ଏବେ ଖୋଲା ନ ଥିବ । ମୁଁ ଦେଖିଲି ୧୦ ଦିନ ତଳେ । ମୋତେ ଦେଖ୍ ନ ଚିହ୍ନିଲା ପରି ରହିଗଲେ । ମୁହଁରେ ଦାଢ଼ି ବଢ଼େଇ ଦେଇଛନ୍ତି । ମୁଁ ତାଙ୍କ ନାଁ ଧରି ଡାକିଲି । ନ ଶୁଣିଲା ଭଳି ରହିଲେ । ତା'ପରେ ହଠାତ୍ ସେ ସେଠାରୁ ଅଦୃଶ୍ୟ ହୋଇଗଲେ । ତା'ପରେ ତାଙ୍କର କିଛି ହେଲେ ଠିକଣା ମିଳି ନ ଥିଲା । ଆଜି ବି ଯାଇ ମୁଁ ଖାଲି ହାତରେ ଫେରି ଆସିଲି । ମୋର ଏଇ ଖୁଆଡ଼ରେ କାର୍ଯ୍ୟକ୍ରମ ଅଛି କାଲି ପାଇଁ । ତଥାପି ମୁଁ ତୁମମାନଙ୍କ ସହ ଯିବି । ଆମେ ସମସ୍ତେ ସକାଳୁ ସେଇଠିକୁ ଯିବା ।” ଟିକିଏ ରହି ପୁଣି କହିଲେ, ‘ପ୍ରତିଦିନ ଏଠି ସକାଳ ସନ୍ଧ୍ୟାରେ ଭୋଜନ ବେଳେ ମଧ୍ୟ ନଜର ରଖ୍ ଥାଉଛି । କିନ୍ତୁ କିଛି ହେଲେ ଫଳ ମିଳି ନାହିଁ । ଆଜି ତମେମାନେ ବି ମୋ ସହ ଭୋଜନକୁ ଚାଲ, ସେଇଠି ବି ଦେଖିବା । ଭୋଜନ ଆଉ କିଛି ସମୟ ପରେ ଆରମ୍ଭ ହେବ ।” ବିବେକାନନ୍ଦ କେନ୍ଦ୍ର ଖୁଆଡ଼ ଭିତରେ ଅନ୍ୟୁନ ୧୦୦୦୦ ୨୬ ଶଙ୍ଖନାଦ ଲୋକ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଜମା ହୋଇଥିଲେ । ଧଳା ପୋଷାକ ପରିହିତ ଏତେ ଲୋକଙ୍କ ସମ୍ଭାର ଭିତରେ ଦାଢ଼ି ରଖୁଥିବା ତାଙ୍କ ଅବୁଝା ଭାଇଟିକୁ କେମିତି ଯେ ଖୋଜିବେ, ସ୍ବୟଂପ୍ରଭା ଉଦ୍ବିଗ୍ନ ହୋଇ ଉଠୁଥିଲେ । ନିଜ ମନକୁ ସାନ୍ତନା ଦେବା ପାଇଁ ପୁଅକୁ, ସ୍ବାମୀଙ୍କୁ ଧୀରେ ପଚାରିଥିଲେ, ‘ମନ ଅଛି ଘରେ ଥିବା ତାଙ୍କର ଫୋଟ?' 9 ବାବା, ମା, ଏବଂ ସେମାନେ ଭାଇ ଭଉଣୀ ଦି'ଜଣଯାକର କେଉଁ ପୁରୁଣା କାଳର ଫୋଟ ! ତାକୁ ମନ ରଖ୍ ଆଜିର ମଣିଷଟିକୁ ଖୋଜା ହେବ? ମନେମନେ କଥାଟିକୁ ଗ୍ରହଣ ନ କରି ପାରିଲେ ମଧ୍ୟ ବାପା ପୁଅ ଦିହେ ଯାକ ମୁଣ୍ଡ ଟୁଙ୍ଗାରି ହଁ କଲେ । ଆଶ୍ବସ୍ତି ବୋଧ କଲେ ସେ । ଭୋଜନ ନିମନ୍ତେ ଭୂମି ଉପର ଆସନରେ ପଂକ୍ତି କଡ଼େ ବସିଥିବା କାର୍ଯ୍ୟକର୍ତ୍ତା, ଅତି ସୁନ୍ଦର ସ୍ବାଭାବିକ ସାବଲୀଳ ଢଙ୍ଗରେ ଖାଦ୍ୟ ପରଷୁଥିବା, ପରଷିବା ଦାୟିତ୍ବରେ ଥିବା କାର୍ଯ୍ୟକର୍ତା; ଜଣେ କେହି ଭୋଜନ ମନ୍ତ୍ର ଆରମ୍ଭ କଲେ । ଅନ୍ୟ ସମସ୍ତେ ଆଖ୍ ବୁଜି, ହାତ ଯୋଡିଦେଲେ । ଖାଇବା ଲୋକମାନେ ବସି, ପରଷୁଆଳୀମାନେ ଆଣ୍ଠେଇ ପ୍ରାର୍ଥନା କଲେ । ସାମୁହିକ ଭୋଜନର ଏହି ପରମ୍ପରାଗତ ଶୈଳୀ ଅତୀବ ହୃଦୟସ୍ପର୍ଶୀ ଥିଲା । ତନ ତନ କରି ସେମାନେ ଭୋଜନ କକ୍ଷର କୋଣ କୋଣ ନିରିଖେଇ ଖୋଜିଥିଲେ । କଉଠି ହେଲେ ଭାଇଙ୍କ ଚିହ୍ନ ବର୍ଣ୍ଣ ନ ଥିଲା । କେନ୍ଦ୍ରରେ ଭୋଜନ କଲା ପରେ ନିଜ ହୋଟେଲକୁ ଫେରିଥିଲେ । ନିରାଶ ହୋଇଯାଇଥିଲେ ସେ । ଭାଇ କ'ଣ ତାଙ୍କୁ ଆଉ ମିଳିବେନି? ଆସିଲାବେଳେ ତାଲୋମ ଭାଇ କହିଥିଲେ, ‘ମନ୍ଦିର ଘାଟ ପାଖକୁ ସକାଳ ୮ଟା ଆଗରୁ ଆସି ଯାଅ । କେଜାଣି, କାଲି କାଳେ ଭାଇ ମିଳିଯାଇପାରନ୍ତି । ଶଙ୍ଖନାଦ ୨୭ (ତିନି) ଭାରତର ଦକ୍ଷିଣ ଉପାନ୍ତରେ ଯେଉଁଠି ହିନ୍ଦ ମହାସାଗର ଆରବ ସାଗର ସହ ମିଶିଛି, ସେଠାରେ ସମୁଦ୍ର ଏକ ବିଶେଷ ରଙ୍ଗରେ ରଙ୍ଗୀଭୂତ ହୋଇଛି । ଇନ୍ଦ୍ରଧନୁଠୁଁ ମଧ୍ୟ ଅଧିକ ରଙ୍ଗରେ ରଙ୍ଗୀନ୍ ଓ ସ୍ପଷ୍ଟ ନୀଳାଭ–ଗୈରିକ ରଙ୍ଗର ସମୁଦ୍ର ଜଳ ବକ୍ଷରେ ପ୍ରତିଫଳିତ ଶ୍ରୀପାଦ ଶିଳା ଉପରେ ଅବସ୍ଥିତ ବିବେକାନନ୍ଦ ମନ୍ଦିରର ବାହ୍ୟ ରେଖା ମନରେ ସ୍ଥିର—ଆଧ୍ୟାତ୍ମ୍ୟ—ଭାବ–ତରଙ୍ଗ ସୃଷ୍ଟି ହୋଇଥାଏ । ଦୂର ଅନନ୍ତ ଆକାଶ ଯାଏଁ ପୃଥିବୀ ବକ୍ଷରେ ତରଙ୍ଗାୟିତ ଜଳରାଶିରେ ସୃଷ୍ଟି ହେଉଥିବା ଗଭୀର ନିସ୍ତବ୍ଧତାର ସ୍ବର ଲହରୀର କିଞ୍ଚିତ ମାତ୍ର ଉପଲବ୍ ଚକ୍ଷୁ କୋଣରୁ ସ୍ଵୟଂମେବ ଅଶ୍ରୁ ଝରାଇ ଅମାନିଆ ମନର ଶୃଙ୍ଖଳ ହୀନ ବିଚାରର ବେଗରେ ଲଗାମ ଟାଣି ଦିଏ । ଅଶାନ୍ତ ବିଚାରର ଜୁଆର ମାନ ସ୍ଥିର, ଶାନ୍ତ ହୋଇଯାଆନ୍ତି । ଏହି ଆତ୍ମାନୁଭୂତିର ଭାବାର୍ଥ ଭାଇ ହିଁ ତାଙ୍କୁ ଦେଇପାରିଥାନ୍ତେ । ମନ ମଧ୍ୟରେ ଭାଇଙ୍କ ଭାବନାର ଯେଉଁ ଢେଉମାନ ତାଙ୍କ ଚିତ୍ତର କୂଳରେ ଆସି ବାଡ଼େଇ ହେଉଥିଲା, ତା ଭିତରେ ସେ ଉବୁଟୁବୁ ହେଉଥିଲେ, ତାଙ୍କର କିଛି ସୂଚନା ପାଇବା ପାଇଁ । ଡିସେମ୍ବର ୨୩ର ଏହି ସକାଳେ, ଯେଉଁ ଦିନ କନ୍ୟାକୁମାରୀ କୂଳରୁ ଶ୍ରୀପାଦ ଶିଳା ଯାଏଁ ଡଙ୍ଗାରେ ପାରି କରାଉଥିବା ମାଛୁଆମାନଙ୍କୁ ପଇସାଟିଏ ଦେବା ପାଇଁ ସକ୍ଷମ ନ ହୋଇ ପାରି ସ୍ଵାମୀ ବିବେକାନନ୍ଦ ସମୁଦ୍ରରେ ଲମ୍ଫଦାନ ପୂର୍ବକ ପହଁରି–ପହଁରି ଶ୍ରୀପାଦ ଶିଳାରେ ପହଞ୍ଚିଥିଲେ; ଯେଉଁଠାରେ ଦୀର୍ଘ ଦୁଇ ରାତି ୨୮ ଶଙ୍ଖନାଦ ତିନିଦିନ ଧରି ଧ୍ୟାନମଗ୍ନ ଅବସ୍ଥାରେ ନିଜ ଧେୟ ପ୍ରାପ୍ତିର ନିକଟରେ ପହଞ୍ଚି ପାରିଥିଲେ, ଯାହା ତାଙ୍କୁ ବିଶ୍ବ ଧର୍ମ-ମହାସଭାରେ ଭାରତର ସନାତନ ବେଦାନ୍ତ ବିଚାରକୁ ବିଶ୍ବବାସୀଙ୍କ ସମ୍ମୁଖରେ ଉଦ୍ଭାସିତ କରିବା ନିମନ୍ତେ ପ୍ରେରଣା ଦେଇଥିଲା । ଯୁଗ ଯୁଗରୁ ବହନ କରି ଆସୁଥିବା କନ୍ୟାକୁମାରୀଙ୍କ ଗାଥା ଉପରେ ଆଧାରିତ ସ୍ମୃତି କଥା ମଣ୍ଡିତ ଭାରତ ଭୂମିର ଶେଷ ଭାଗର ଏହି ଶିଳା ଉପରେ ଜଣେ ଅନାମ ଧେୟ ଯୁବ ସନ୍ନ୍ୟାସୀ ଯେତେବେଳେ ନିଜ ଗୁରୁଙ୍କ ପ୍ରତିଭାରେ ପ୍ରତିଭାସିତ ଅବସ୍ଥାରେ ଭାରତ-ସଂସ୍କୃତି—ବାହକର ସାମର୍ଥ୍ୟ ହାସଲ ନିମନ୍ତେ ଧ୍ୟାନସ୍ଥ ହେଲେ, ସେତେବେଳେ ସମୁଦ୍ର ସ୍ଥିର ହୋଇ ଯାଇଥିଲା; ପବନ ନିଃଥର, ନିସ୍ପନ୍ଦ ହୋଇ ଯାଇଥିଲା, ପକ୍ଷୀଙ୍କ କାକଳି ରାବ ବନ୍ଦ ହୋଇ ଯାଇଥିଲା । ଶହ-ଶହ ବର୍ଷ ଧରି ଲୁଣ୍ଠିତ, ଧର୍ଷିତ, ଅବହେଳିତ ଭାରତ ମାଆର ଚକ୍ଷୁରୁ ଅନବରତ ଝରୁଥିବା ଲୁହ ବୁନ୍ଦା ନିମନ୍ତେ ପ୍ରକୃତିର ସ୍ବାଭାବିକ ଧାରକ ସୃଷ୍ଟି ହେଉଥିଲେ । ଧାନ—ବିଚାରର ସମୟରେ ଚତୁଃପାର୍ଶ୍ବର ପରିବେଶରୁ ଉର୍ଷରେ ରହି ଆସନ୍ତା ସମୟରେ ଭାରତବର୍ଷରେ ଘଟିବାକୁ ଯାଉଥିବା ଅଦ୍ଭୁତ ପରିବର୍ତ୍ତନର ସାକ୍ଷ୍ୟ–ଦ୍ରଷ୍ଟା ରୂପେ ବେଦାନ୍ତ ବିଚାରକୁ ଦୁନିଆ ଆଗରେ ଉପସ୍ଥାପିତ କରିବାକୁ ସପ୍ତର୍ଷିମଣ୍ଡଳର ଯେଉଁ ଉଦ୍ଭାସିତ ନକ୍ଷତ୍ରକୁ ପୃଥିବୀପୃଷ୍ଠରେ ଉତ୍ତରିତ ହେବାର ଦୃଶ୍ୟ ଶ୍ରୀ ରାମ କୃଷ୍ଣ ଧ୍ୟାନରେ ଦେଖିଲେ, କାଳର କରାଳ ଗତିର ସେହି ନକ୍ଷତ୍ରର ସେ ମାନବ ରୂପୀ ଥିଲେ । ଭାଇଙ୍କୁ ଖୋଜିଖୋଜି, ତାଙ୍କ ସ୍ମୃତିକୁ ଅଣ୍ଡାଳି–ଅଣ୍ଡାଳି ଭାରତର ଶେଷ ଭାଗରେ ଆସି ସେ ପହଞ୍ଚିଛନ୍ତି । କନ୍ୟାକୁମାରୀ– ମନ୍ଦିର ପ୍ରାଙ୍ଗଣରୁ ବାହାରି ଆସି ତଳ ପାହାଚରେ ସ୍ଥିର ହୋଇଯାଇଥିବା ସମୁଦ୍ର ପାଣି କୂଳ ରେଲିରେ ହାତ ଦେଇ ଅନତି ଦୂରରେ ଦୃଶ୍ୟମାନ ହେଉଥିବା ସ୍ବାମୀ ବିବେକାନନ୍ଦଙ୍କ ମନ୍ଦିରକୁ ଚାହିଁ ସ୍ବୟଂପ୍ରଭା ଠିଆ ହୋଇ ତାଲୋମ ଭାଇଙ୍କ ପ୍ରତୀକ୍ଷା ରତ ଥିଲେ । ଶଙ୍ଖନାଦ ୨୯ ତାଲୋମ ଭାଇ ଆସିଲା ପରେ ସେମାନେ ଫେରିବୋଟରେ ବସିଥିଲେ । ମୂଳଖଣ୍ଡଠାରୁ ବିବେକାନନ୍ଦ ଶିଳାର ଦୂରତା ଅଧ୍ଵକ ନ ଥିଲା । ନୀରବ ପରିବେଶର ପାଣି ଉପରେ ଫେରିବୋଟର ମୋଟର ଶବ୍ଦ ସହିତ ତାଙ୍କ କଥାବାର୍ତ୍ତା ମଧ୍ୟ ବହୁତ ଧୀରେ ଶୁଣା ଯାଉଥିଲା । ସେହି ଶିଳା ଉପରେ ପ୍ରତିଷ୍ଠା କରାଯାଇଥିବା ବିବେକାନନ୍ଦଙ୍କ ସ୍ମାରକୀ ଏବଂ ତା' ପାଖ ଅପେକ୍ଷାକୃତ ଛୋଟ ଶିଳା ଉପରେ ତିଆରି ବିଶିଷ୍ଟ ତାମିଲ କବି ସନ୍ଥ ଥୁରୁଭେଲୁରଙ୍କ ପ୍ରତିମା ଦିଗରେ କନ୍ୟାକୁମାରୀଙ୍କ ଘାଟରୁ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଫେରିବୋଟ ତାମିଲନାଡୁ ସରକାରଙ୍କ ଉପକ୍ରମରେ ଯିବା ଆସିବା କରିଥାଏ । ଥାଳ ଧରି ଭାରତ ସାରାର ଭିକ୍ଷାକୁ ଗୋଟେଇ ଆଣି ଶ୍ରୀପାଦ ଶିଳା ଉପରେ ବିବେକାନନ୍ଦଙ୍କୁ ପ୍ରତିଷ୍ଠା–ପୂର୍ବକ ସୁଦୂର ଉତ୍ତର– ମେରୁଯାଏଁ ଭାରତୀୟ ସଂସ୍କୃତି ଓ ଦର୍ଶନର ପ୍ରସାରଣର ଏକନାଥଜୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ସ୍ବପ୍ନର ଜ୍ବଳନ୍ତ ଉଦାହରଣ ଥିଲା ଭାରତ ମାଆର ଶେଷ ଖଣ୍ଡରେ ଶୋଭା ପାଉଥିବା ଏହି ବିବେକାନନ୍ଦ ଶିଳା ସ୍ମାରକୀ । ଏହି ସ୍ମାରକୀର ଅନ୍ୟତମ ଉଦ୍ୟୋକ୍ତା, କୂଳରେ ବିଦ୍ୟମାନ ଆଧ୍ୟାତ୍ମ ପ୍ରେରିତ ସେବା ସଂଗଠନ, ବିବେକାନନ୍ଦ କେନ୍ଦ୍ରର ପ୍ରତିଷ୍ଠାତା ଏକନାଥ ରାଣଡ଼େଙ୍କ ବୈଚାରିକ ଆନ୍ଦୋଳନକୁ ଉସ୍ଥାପନ କଲାବେଳେ ତାଲୋମ ଭାଇଙ୍କ ଜ୍ୟୋତିଦୀପ୍ତ ଚକ୍ଷୁ ଯୁଗଳର ଉପର ଲଲାଟ ତେଜମୟ ହୋଇ ଉଠୁଥିଲେ, ଯେଉଁ ଭାବକୁ ସେ ଭାଇଙ୍କ ପାଖରେ ମଧ୍ୟ ଦେଖିବାକୁ ପାଉଥିଲେ । ଅଳ୍ପ କିଛି ସମୟର ବ୍ୟବଧାନ ପରେ ସେମାନେ ଶିଳା ସ୍ମାରକୀଠାରେ ପହଞ୍ଚି ଉପରକୁ ଉଠୁଥିଲେ । ବିବେକାନନ୍ଦ ଧ୍ୟାନ–ମଣ୍ଡପ ଭିତରେ ଧୀର ଶବ୍ଦରେ, ଅହରହ ଉଚ୍ଚାରିତ ହେଉଥିବା ଓଁକାର ନାଦ ମଧ୍ଯରେ ନୀରବରେ ବସି ଅନେକ ୩୦ ଶଙ୍ଖନାଦ ଲୋକ ଧ୍ୟାନ କରୁଥିଲେ । ଭିତରେ ପଶିଲା ବେଳେ ତାଲୋମ ଭାଇ କହିଥିଲେ, 'ସେ ଭିତରେ ପାଟି ଖୋଲିବା ମନା ।’ କିନ୍ତୁ ଭିତରେ ପଶୁ—ପଶୁ ହଠାତ୍ କ'ଣ ଦେଖ୍ ସେ ନିଜେ ଯାଇ ଖୋଲା ଦେହରେ ଧ୍ୟାନରେ ବସିଥିବା ଜଣେ ବ୍ୟକ୍ତିଙ୍କ ପାଖରେ ଯାଇ ବସି ପଡ଼ି ପାଟି କଲେ, ‘ଭାଇ! ଭାଇ, ପ୍ରଭା ଆସିଛି ।’ ଘଟଣାଟି ଯେମିତି ଅତର୍କିତ ଭାବେ ଘଟିଗଲା । ଭାଇ ବସିଛନ୍ତି? ଶୁଣୁ—ଶୁଣୁ ସ୍ବୟଂପ୍ରଭା ମଧ୍ୟ ତାଙ୍କ ପାଖକୁ ଚଞ୍ଚଳ ପାଦ ପକେଇ ଯିବାକୁ ଚେଷ୍ଟା କଲେ । ପାଖରେ ଧ୍ୟାନରେ ବସିଥିବା ଜଣେ କିଏ ତାଙ୍କୁ ସ୍ରେ ଚାଲିବା ପାଇଁ ଈଶାରାରେ କହୁଥିଲେ । ସ୍ବୟଂପ୍ରଭାଙ୍କ ପକ୍ଷରେ ନିଜକୁ ସମ୍ଭାଳିବା କଷ୍ଟ ହୋଇଯାଉଥିଲା । ସେମାନଙ୍କ କାର୍ଯ୍ୟକଳାପରେ କିଛି କ୍ଷଣ ନିମନ୍ତେ ସମସ୍ତଙ୍କ ଶୃଙ୍ଖଳା ଭଙ୍ଗ ହୋଇଥିଲା । ଯାହାଙ୍କୁ ତାଲୋମ ଭାଇ ‘ଭାଇ ବୋଲି’ ସମ୍ବୋଧନ କରୁଥିଲେ, ତାଙ୍କ ସହ ସେ ବାହାରକୁ ବାହାରି ଯାଇଥିଲେ । ସ୍ବୟଂପ୍ରଭା ଦେଖିଲେ ବାହାରେ ଭାଇଙ୍କ ହାତ ଧରି ତାଲୋମ ଭାଇ ଠିଆ ହୋଇଥିଲେ । ଭାଇ ! ଭାଇ !! ଭାଇ !!! ଏକ ଅଜଣା ଆନନ୍ଦ-ଅନୁଭୂତିର ଶିହରଣରେ ପୁଲକିତ ହୋଇ ଉଠିଲେ ସ୍ବୟଂପ୍ରଭା । ମସ୍ତିଷ୍କ ଶୂନ୍ୟ ପ୍ରାୟ ବୋଧ ହୋଇଥିଲା । ତାଙ୍କ ପାଟିରୁ କଥା ବାହାରି ପାରୁ ନ ଥିଲା । ସିଧା, ସହଜ, ଅବୁଝା ଚାହାଣୀ ଓ ଅପରିଚିତ ଭାବରେ ଭାଇ କିନ୍ତୁ ତାଲୋମ ଭାଇଙ୍କୁ ଚାହିଁଥିଲେ । ‘ଭାଇ, ପ୍ରଭା ଆସିଛି, ପ୍ରଭା, ତମ ଭଉଣୀ ।’ ସ୍ବୟଂପ୍ରଭା ଝପଟି ଯାଇ ଭାଇଙ୍କ ହାତ ତାଙ୍କ ହାତରୁ ଟାଣି ଆଣି ଧରିଥିଲେ । ଅତ୍ୟଧିକ କୋହରେ ଆଖୁରୁ ଲୁହ ଝରି ଶଙ୍ଖନାଦ| ୩୧ ଆସୁଥିଲା । ପାଟିର ଶବ୍ଦ ଥରି ଯାଉଥିଲା, ମୁହଁକୁ ସିଧା ଚାହିଁ ବିକଳରେ ସେ ଭାଇଙ୍କୁ ଚାହିଁଥିଲେ, 'କଉଠି ଥିଲ ଭାଇ, କଉଠି ଥ୍ଲ?' ତାଙ୍କ ପାଟିରୁ ଶବ୍ଦ ବାହାରୁ ନଥିଲା । ଭାବୁଥିଲେ, ଭାଇ ତାଙ୍କୁ କୁଣ୍ଢେଇ ଧରି ପକେଇବେ । ଭଡ଼–ଭଡ଼ କାନ୍ଦିବେ । କିନ୍ତୁ ଭାଇଙ୍କ ଦୃଷ୍ଟିରେ କିଛି ପରିବର୍ତ୍ତନ ଆସି ନଥିଲା । ସେମିତି ଶୂନ୍ୟ, ସିଧା ଚାହାଣୀରେ ସେ ଚାହିଁଥିଲେ । ଦାଢ଼ିଆ ମୁହଁରେ ପରିଚିତର ସମ୍ୟକ ଚିହ୍ନ ବି ଦେଖା ଯାଉ ନ ଥିଲା । ବିକଳିଆ ହୋଇ ଉଠିଲେ ସ୍ବୟଂପ୍ରଭା । ତାଙ୍କ ଚିତ୍କାର ତାଙ୍କ ଗଳାରେ ହିଁ ଅଟକି ଗଲା, ‘ଚିହ୍ନି ପାରୁନ ଭାଇ? ମୁଁ ପ୍ରଭା, ତମ ଭଉଣୀ ।’ ‘ଯୋଗେନ୍ଦ୍ରବାଳା ତ ଆତ୍ମହତ୍ୟା କରି ସାରିଛି ।’ ତାଙ୍କର ବିନା ଅଭିବ୍ୟକ୍ତିର ସ୍ଵଗତୋକ୍ତ ସ୍ବୟଂପ୍ରଭାଙ୍କୁ ହତୋତ୍ସାହିତ କରିଥିଲା । ସେ ତାଲୋମ ଭାଇଙ୍କୁ ଚାହିଁଲେ, ‘ଯୋଗେନ୍ଦ୍ରବାଳା କିଏ ଭାଇ?' ସେତେ ପର୍ଯ୍ୟନ୍ତ ତାଲୋମ ଭାଇ ଭାଇଙ୍କୁ ନିରିଖେଇ ଦେଖୁଥିଲେ । ନିଜ ଆଡ଼େ ଆଙ୍ଗୁଠି ଦେଖାଇ ପଚାରିଲେ, 'ମୋତେ ଚିହ୍ନି ପାରୁଛ ଭାଇ? ମୁଁ ତାଲୋମ, ଅରୁଣାଚଳର, ମନେ ଅଛି?' ‘ସ୍ବାମୀଜୀ!’ ସେ ସ୍ବଗତୋକ୍ତି କଲେ । ସ୍ବୟଂପ୍ରଭାଙ୍କ ହାତ ଛାଡ଼ି ହଠାତ୍ ପଛକୁ ବୁଲି ଦ୍ରୁତଗତିରେ ପାଦ ପକାଇ ଚାଲିବାରେ ଲାଗିଲେ । ଦେଖୁ-ଦେଖୁ ସେମାନଙ୍କ ଦୃଷ୍ଟି ଉହାଡ଼କୁ ଚାଲିଗଲେ ଏବଂ ଅଦୃଶ୍ୟ ହୋଇଗଲେ । ସମସ୍ତେ ତାଙ୍କ ପଛେ ପଛେ ଦୌଡ଼ିଲେ । ଲେଉଟାଣି ଡଙ୍ଗାକୁ ଯାଇ ଜଗି ୩୨ ଶଙ୍ଖନାଦ ରହିଲେ । ଯିବେ କୁଆଡ଼େ? ଶେଷରେ ଏଇ ଫେରିବୋଟରେ ତ ଫେରିବେ । ସହସା ଲୋକମାନଙ୍କ ପାଟିତୁଣ୍ଡ ଶୁଣି ସମସ୍ତେ ସେ ଦିଗକୁ ଚାହିଁଲେ । 'ଦେଖ, ଦେଖ, ଜଣେ ପାଣିକୁ ଡେଇଁ ପଡ଼ିଲେ ।’ ସମସ୍ତଙ୍କ ଦୃଷ୍ଟି ସେ ଦିଗକୁ ଦୌଡ଼ିଲା । ସମୁଦ୍ରରେ ଲହଡା ଭାଙ୍ଗିଭାଙ୍ଗି ଜଣଙ୍କୁ ମୂଳଭୂଖଣ୍ଡ ଆଡ଼େ ପହଁରି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରିଷ୍କାର ରୂପେ ନ ଦେଖାଗଲେ ମଧ୍ୟ ସେମାନେ ସମସ୍ତେ ନିଶ୍ଚିତ ହୋଇଗଲେ ଯେ ପହଁରି ପହଁରି ଯାଉଥିବା ବ୍ୟକ୍ତି ଜଣକ ଭାଇଙ୍କ ଛଡା ଅନ୍ୟ କେହି ନୁହଁନ୍ତି । ପୌଢ଼ତ୍ବ ଅତିକ୍ରମ କରିସାରିଲା ପରେ ବି ତାଙ୍କ ଦେହର ଏ ଅମାପ ବଳ ସମସ୍ତଙ୍କୁ ଆବିଭୁତ କରିଥିଲା । ତାଲୋମ ଭାଇ ଦୀର୍ଘଶ୍ବାସ ନେଲେ, ‘ତାଙ୍କର ଆଉ ଏ ଜନ୍ମକୁ ମନେ ରଖୁବାର ଅଭିପ୍ରାୟ ନାହିଁ । ନ ହେଲେ କି ମୋତେ ସ୍ବାମୀଜୀ ଆଉ ତୋତେ ଯୋଗେନ୍ଦ୍ରବାଳା ବୋଲି ଚିହ୍ନିଥାନ୍ତେ?” ‘ଯୋଗେନ୍ଦ୍ରବାଳା କିଏ ଭାଇ?' ‘ସ୍ବାମୀଜୀଙ୍କ ଭଉଣୀ । ବାହାଘର ପରେପରେ ସେ ଆତ୍ମହତ୍ୟା କରି ଦେଇଥିଲେ । ତାଙ୍କ ତଳର ଏହି ଭଉଣୀଟିକୁ ସେ ଭାରି ଭଲ ପାଉଥିଲେ ।’ ଗତ ଶୀତୁଆ ରାତିରେ ଅନେକ ବେଳ ଯାଏଁ ତିନି ପାଖ ସମୁଦ୍ରର ନିରନ୍ତର ଗର୍ଜନ ଭିତରେ ତାଙ୍କୁ ଯେତେବେଳେ ନିଦ ହୋଇ ନଥିଲା, ଚିନ୍ତା ଓ ଅସହାୟ–ବୋଧର ଜ୍ବାଳାଗ୍ନିରେ ଜର୍ଜରିତ ସ୍ବୟଂପ୍ରଭା ହୋଟେଲରେ ନିଜ କକ୍ଷର ବାଲକୋନୀକୁ ଆସି ଯାଇଥିଲେ । ଘନ–ନୀଳାଭ ସାମୁଦ୍ରିକ ଆଲୁଅର ସ୍ପର୍ଶରେ ଚତୁର୍ଦିଗର ତମସରୁ ତମସା ନିର୍ବାପିତ ହେବାର ସ୍ପଷ୍ଟ ସୂଚନା ମିଳୁଥିଲା । ଶଙ୍ଖନାଦ | ୩୩ ସେତେବେଳେ ହିଁ ତାଙ୍କର ଭାଇଙ୍କ ସହ ପୁନର୍ମିଳନର ଆଶା କ୍ଷୀଣ ହୋଇସାରିଥିଲା । ମନେ ମନେ ସେ କିଛି ସ୍ଥିର କରିସାରିଥିଲେ । ତାଙ୍କ ପଛେ—ପଛେ ଉଠି ଆସି ତାଙ୍କ ପାଖରେ ଠିଆ ହୋଇଥିବା ସ୍ବାମୀଙ୍କୁ ମଧ୍ଯ ତାଙ୍କ ନିଷ୍ପତ୍ତି ବିଷୟରେ ଜଣେଇ ସାରିଥିଲେ । [ମାଆଙ୍କ କଥା ତାଙ୍କ କାନରେ ବାରମ୍ଵାର ଆସି ବାଜୁଥୁଲା, – ଭାଇ ନ ଆସିଲେ ପାଣିରେ ପକେଇଦେବୁ ସିନା, ତା' ଘରେ ହାତ ଦେବୁନି] ବର୍ତ୍ତମାନ ଯେତେବେଳେ ଭାଇ ମିଳି ମଧ୍ୟ ମିଳିଲେନି, ଦେଖ୍ ମଧ୍ଯ ଚିହ୍ନି ପାରିଲେନି, ଶୁଣି ମଧ୍ଯ ବୁଝି ପାରିଲେନି, ସ୍ବୟଂପ୍ରଭା ତାଙ୍କ ରାତିର ନିଷ୍ପତ୍ତିରେ ମୋହର ଲଗାଇବା ପାଇଁ ନିଶ୍ଚୟ କଲେ । ସମୁଦ୍ରରେ ପାଣିର ରଙ୍ଗ ବଦଳି ନ ଥିଲା । କନ୍ୟାକୁମାରୀ ଆକାଶର ନିତିଦିନିଆ ସୂର୍ଯ୍ୟଙ୍କୁ ପତଳା ମେଘ ଆଚ୍ଛାଦିତ କରି ରଖିଲା । ପଛରେ ଦୃଶ୍ୟମାନ ହେଉଥିବା ବିବେକାନନ୍ଦ ସ୍ମୃତି ମନ୍ଦିର, ଆଗରେ ଦେଖା ଯାଇଥିବା କନ୍ୟା କୁମାରୀଙ୍କ ମନ୍ଦିର ମଝିରେ ଫେରିବୋଟରେ ବସି ସ୍ବୟଂପ୍ରଭା ଭାବୁଥିଲେ, ପ୍ରକାରାନ୍ତରେ ମାଆଙ୍କର ଏହି ଇଛା ପୂରଣଦ୍ବାରା ହୁଏତ ତାଙ୍କ ମନ ଭିତରେ ଜମାଟ ବାନ୍ଧି ରହିଥିବା କୁଣ୍ଡା କିଛି ମାତ୍ରାରେ ଲାଘବ ପାଇପାରେ । ଫେରିବୋଟରେ ଆସୁଥିବା ସହଯାତ୍ରୀମାନଙ୍କ ଭିତରେ ଗୁଞ୍ଜରିତ ହେଉଥ୍ଲା – ଭୁବନ ମଣ୍ଡଳେ ନବଯୁଗମୁଦୟତୁ ସଦା ବିବେକାନନ୍ଦମୟମ୍ । ସୁବିବେକମୟମ୍, ସ୍ନାନନ୍ଦମୟମ୍ ॥I ମଝିରେ ମଝିରେ ଆରମ୍ଭ ହୋଇ ପୁଣି ବନ୍ଦ ହୋଇ ଯାଉଥିବା ଭାରତର ସ୍ବାଧୀନତା ସଂଗ୍ରାମର ଶୁଟ୍ କୁଶ ଦେହରେ ସ୍ବାମୀ ବିବେକାନନ୍ଦଙ୍କ ଓଜସ୍ବିନୀ ବାଣୀର ସୁପ୍ତାଗ୍ନି ଅଗ୍ନି–ସ୍ଫୁଲିଙ୍ଗର କାମ ୩୪ ଶଙ୍ଖନାଦ କରିଥିଲା । ତାଙ୍କର ଭାରତ ମାଟି ପ୍ରତି ଥିବା ଆବେଗ, ସମ୍ବେଦନ ଅନେକ ସ୍ବାଧୀନତା ସଂଗ୍ରାମୀ, କର୍ମୀ, ତପସ୍ବୀଙ୍କୁ ଜନ୍ମ ଦେଇଥିଲା ସତ, କିନ୍ତୁ ସ୍ବୟଂପ୍ରଭାଙ୍କ ଭାଇ କେବଳ ସ୍ବାମୀଜୀଙ୍କ ଚରିତ୍ର, ଜୀବନୀ ଭିତରର ଭଉଁରୀରେ ହିଁ ଘୁରି ରହିଗଲେ । ମାଆଙ୍କ ପାଖରେ ବ୍ୟକ୍ତ କରିଥିବା ଆଶଙ୍କା ଅନୁଯାୟୀ ଠିଆ ହେବା ପୂର୍ବରୁ ହିଁ ସେ କ'ଣ ପଡ଼ି ସାରିଥିଲେ? ତା ଛଡ଼ା ଆଉ କ'ଣ ହୋଇପାରେ? ନ ହେଲେ କି ମା'ର ପାଖ ଛାଡ଼ି ଦେଶ ସେବା ନିମନ୍ତେ ଦୃଢ ସଂକଳ୍ପିତ ଜଣେ ବ୍ୟକ୍ତି ବାଟବଣା ହୋଇଯାନ୍ତେ? ଜନ୍ମ—ମୃତ୍ୟୁର କର୍ମଚକ୍ରରେ କିଏ ଜାଣେ, ଭାଇଙ୍କ ସ୍ବପ୍ନ କେବେ କେଉଁଭଳି ଭାବେ ସାକାର ହେବ । ବୋଧହୁଏ ପର ଜନ୍ମରେ, ତା' ପର ଜନ୍ମରେ, ନ ହେଲେ ତା' ପର ଜନ୍ମରେ ! ଭାଇ କହୁଥିଲେ, “କର୍ମ ଥିଲା ଯାଏଁ ଜନ୍ମ ରହିଥିବ— ଜନ୍ମ ଥିଲା ଯାଏଁ କର୍ମ ରହିଥିବ । ଦିହେଁ ପରସ୍ପରର ପରିପୂରକ ।” ଶଙ୍ଖନାଦ | ୩୫ ବିଳମ୍ବିତ ପ୍ରହର (ଏକ) ରାତି ପାହି ନ ଥିଲା । ତଥାପି ମୋ ନିଦ ଭାଙ୍ଗି ଯାଇଥିଲା । ଦକ୍ଷିଣ ପାଖ ଝରକା ଫାଙ୍କ ଦ୍ବାରରେ ଶୁକ୍ଳପକ୍ଷ ଜହ୍ନ ଆଲୁଅର ସରୁ ରେଖା ଭିତରକୁ ପଶି ଆସି ପ୍ରୀତମର ମୁଖମଣ୍ଡଳ ଉପରେ ପଡ଼ୁଥିଲା । ଶୀତାଂଶୁଙ୍କ ଅବିକଳ୍ପ ପ୍ରତିବିମ୍ବ ନେଇ ଏ ଦୁନିଆକୁ ଆସିଛି ସେ । ଅନେକ ରାତିଯାଏଁ ତା'ର ଅସରନ୍ତି କଥା ସରି ନ ଥିଲା । ଛୋଟବେଳୁ ହିଁ ତା'ର ଶୋଇଲାବେଳେ ମୋ ପାଖରେ ବକର ବକର ହେବା ଅଭ୍ୟାସ ଥିଲା । ପ୍ରଥମେ ପ୍ରଥମେ ଶୀତାଂଶୁ ବିରକ୍ତ ହେଉଥିଲେ । କିନ୍ତୁ ପ୍ରୀତମର ଅଭ୍ୟାସ ବଦଳି ନ ଥିଲା । ଦିନସାରା ତା’ର ଦିନଚର୍ଯ୍ୟାକୁ ମାମା ପାଖରେ ନ ବାନ୍ତି କଲା ଯାଏଁ ତାକୁ ନିଦ ହେଉ ନ ଥିଲା । କୋଡ଼ପୋଛା ପୁଅର ଏହି ଅଭ୍ୟାସକୁ ଭାଙ୍ଗି ଦେବାକୁ ମୋର ଇଛା ହେଉ ନ ଥିଲା । ତେଣୁ ଶୀତାଂଶୁଙ୍କୁ ଆକଟ କରି କହୁଥୁଲି, “କହୁ, ନ କହିଲେ ତା’ ଭିତରେ ସେସବୁ ଘର କରିଦେବ । ତମେ ଶୋଇଯାଅ । ମୁଁ ତା' କଥା ବୁଝୁଛି ।” U ବାସ୍, ଶୀତାଂଶୁ ଚୁପ୍ ହୋଇଯାଇଥିଲେ ଏବଂ ପ୍ରୀତମର ଅଭ୍ୟାସରେ ପର ଲାଗିଯାଇଥିଲା । ରାତିରେ ଯେତେବେଳେ ସେ କହିଥିଲା, “ମାମା, ମୁଁ ତମ ପାଖରେ ଶୋଇବି ।” ତତ୍କ୍ଷଣାତ୍ ମୀନୁ ଝିଙ୍ଗାସି ଉଠିଲା, “ହଁ, ନ ଶୋଇଲେ ଆଉ ଗେହ୍ଲା ବୋଲି କେମିତି ଜଣା ପଡ଼ିବ?” ସାନ ବୋହୂ ଆକଟ କଲା, “ମାମା ଶୋଇବେ । ଜଲିଦି ଶଙ୍ଖନାଦ | ୩୭ ଉଠିଲେ ସକାଳୁ ଅନେକ କାମ ଅଛି । ତମେ ଆଉ ବକର ବକର ହେବନି ।" ଆହା, ପ୍ରୀତମ ଟିକେ ହେଲେ ବି ବଦଳି ଥାଆନ୍ତା; “ମାମା, ଏଇଟା ହେଲା, ମାମା ସେଇଟା ହେଲା, ୟାକୁ ଏୟା କହିଲି, ତାକୁ ସେୟା କହିଲି, ମୁଁ ହେବାରୁ ତମ ବୋହୂକୁ ସମ୍ଭାଳିଛି, ବୁଝିଲ”, ଆଦି, ଆଦିର ଅନେକ ଅସରନ୍ତି ସମ୍ଭାର । ସାନ ବୋହୁକୁ ପ୍ରୀତମ ପାଇଁ ସମସ୍ତେ ପସନ୍ଦ କଲାପରେ ଏକୁଟିଆ ତାକୁ ଦେଖ୍ ପଚାରିଥିଲି, “ତା'ର ଟିକେ ଦୁର୍ବଳତା ଅଛି ଝିଅ, ରାତିରେ ଶୋଇଲାବେଳେ ଜଣକ ପାଖରେ ବକର ବକର ହେଲା ପରେ ହିଁ ସେ ଶୋଇପାରିବ । ତମେ ପାରିବ?” ସେ ସେତେବେଳେ କିଛି ଉତ୍ତର ଦେଇ ପାରି ନ ଥିଲା । କିନ୍ତୁ ତା'ର ଚାହାଣୀରେ ସମ୍ମତି ସୂଚକ ଇଙ୍ଗିତ ଦେଖାଦେଇଥିଲା । ବଦରାଗୀ ହେଲେ ବି ପ୍ରୀତମର ଏଇ ଅଭ୍ୟାସଟିକୁ ଆପଣେଇ ଥିବାରୁ, ସାନ ବୋହୂ ଉପରେ ସହଜରେ ମୁଁ ଖପ୍ପା ହୋଇପାରୁ ନଥୁଲି । ଏମିତି ହିଁ ଏକ ଶରତର ପାହାନ୍ତି ପହରେ ଅଷ୍ଟମୀ ପୂଜା ପାଇଁ ଯେତେବେଳେ ଘରେ ସବୁ ପିଲାଏ ଜମା ହୋଇଥିଲେ, ଶୀତାଂଶୁଙ୍କ କ୍ଷୀଣ ଚିତ୍କାର ଶୁଣି ମୋ ନିଦ ଭାଙ୍ଗି ଯାଇଥିଲା । ଶୀତାଂଶୁ ଛାତିକୁ ଧରି ଛାଟିପିଟି ହେଉଥିଲେ । ସାଙ୍ଗେ ସାଙ୍ଗେ ପାଣି ଦେଇଥୁଲି । ଅଧା ବୋତଲର ଆଣ୍ଟାସିଡ୍ ତାଙ୍କ ପାଟିରେ ଢାଳିଦେଇଥୁଲି । କିଛି ଲାଭ ମିଳି ନ ଥିଲା । ବାପା ପାଖରେ ଶୋଇଥିବା ପ୍ରୀତମ ବି ଉଠିପଡ଼ିଥିଲା । ଚିତ୍କାର କରି ସେ ଉପର ଘରେ ଶୋଇଥିବା ତା' ବଡ଼ ଭାଇକୁ ଡାକି ସାରିଥ୍ଲା । ଆମ୍ବୁଲାନ୍ସରେ ଶୀତାଂଶୁଙ୍କୁ ଧରି ଡାକ୍ତରଖାନା ନିଆ ଯାଇଥିଲା । ସେ ରାତି ଶୀତାଂଶୁଙ୍କ ପାଖରେ ଆମ ମାଆପୁଅ ଦୁହିଁଙ୍କ ଶେଷ ଶୋଇବା ଥିଲା । ସକାଳ ସୂର୍ଯ୍ୟଙ୍କ ୩୮ ଶଙ୍ଖନାଦ ପହିଲି କିରଣ ଆମ ମାଟିରେ ସ୍ପର୍ଶ କଲା ପୂର୍ବରୁ ହିଁ ମୃତ୍ୟୁର କରାଳ ଲହରୀ ଭାଙ୍ଗିବାକୁ ଶୀତାଂଶୁ ଶରୀର ତ୍ୟାଗ କରି ସାରିଥିଲେ । ଚଉରାଳିଶି ବର୍ଷର ମୋ ବୈବାହିକ ଜୀବନରେ ଶୀତାଂଶୁ ରୂପକ ପକ୍ଷ ହଠାତ୍ କଟିଯାଇ ମୋ ଜୀବନ ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ବାହାରେ ଦୂର କେଉଁ ମନ୍ଦିରରେ ଶଂଖ ଓ ଘଣ୍ଟା ଧ୍ବନିର ଶବ୍ଦ ଶୁଣା ଯାଉଥିଲା । ପ୍ରୀତମର ଉପରେ ପଡ଼ିଥିବା କ୍ଷୀଣ ପାହାନ୍ତି ଆଲୁଅ ଉପରୁ ଦୃଷ୍ଟି ଫେରାଇ ଆଣି ଉଠି ବସିଲି । ମୋତେ ଯେ ନିଜକୁ ନିଜେ ସମ୍ଭାଳିବାକୁ ହେବ, ନିଜେ ଉଠି ସାରି ମୁରବୀ ସାଜି ସମସ୍ତଙ୍କୁ ଉଠେଇବାକୁ ପଡ଼ିବ । ପ୍ରଦୀପ ଓ ତା’ ସ୍ତ୍ରୀ, ଅନୀତା ଓ ତା' ସ୍ବାମୀ ସକାଳ ଗାଡ଼ିରେ ଆସିବେ । ରାତି ପାହିଲେ ଶୀତାଂଶୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଶଙ୍ଖନାଦ। ୩୯ (ଦୁଇ) ଦିନେ ସନ୍ଧ୍ୟାରେ ଦୀର୍ଘ ୩୦ ବର୍ଷ ଧରି ରହୁଥିବା ସେହି ପୁରୁଣା ଜୀର୍ଷ-ଶୀର୍ଷ ସରକାରୀ ଘରକୁ ଫେରିଲା ପରେ ଚାହା ପିଉ ପିଉ ଶୀତାଂଶୁ କହିଥିଲେ, “କୁସୁମ, ଗାଁରୁ ଆସି ଭୁବନେଶ୍ବରରେ କଣ୍ଟ୍ରାକ୍ଟରି କରୁଥିବା ମୋର ସାଙ୍ଗ ପ୍ରଫୁଲ୍ଲ କଥା ତମର ମନେ ଅଛି?” ହଁ, ମନେ ନ ଥୁବ କେମିତି? ପ୍ରଦୀପ ଓ ଅନୀତାର ବାହାଘର ଗୋଟିଏ ଦିନରେ ହିଁ ହୋଇଥିଲା । ତା’ ପରେ ପରେ ଦିନେ ଆମ ସରକାରୀ କ୍ୱାର୍ଟରରେ ଗୋଟିଏ ଦମ୍ପତ୍ତି ପେଢ଼ି ପୁଟୁଳି ଧରି ଆସି ପହଞ୍ଚି ଯାଇଥିଲେ । ମୋ ଦେହରେ ଯେମିତି କିଏ ନିଆଁ ଲଗେଇ ଦେଇଥିଲା । ପାଞ୍ଚ-ପାଞ୍ଚଟା ପିଲା ଧରି ରାଜଧାନୀ ଭଳି ଜାଗାରେ ଚଳ । ପୁଣି ଗାଁରୁ ସାଙ୍ଗ-ସାଥୀ ! ବହୁତ ସମୟ ଧରି ଭିତର ଘରୁ ମୁଁ ବାହାରି ନ ଥିଲି । କାକୁତି ମିନତି କରି ଶୀତାଂଶୁ ମୋତେ ବାହାରକୁ ଧରି ଆଣିଥିଲେ । “କୁସୁମ, ମୋ ସାଙ୍ଗ ପ୍ରଫୁଲ୍ଲ । ଇଏ ତା' ସ୍ତ୍ରୀ ।” ଜର୍ଜରିତ କ୍ରୋଧର ଆବରଣରୁ ବାହାରି ଆସି ସାରିଥିଲେ ମଧ୍ୟ ମୁଁ ତାଙ୍କ ସ୍ତ୍ରୀଙ୍କୁ ଭଲ ଭାବେ ଚାହିଁ ପାରି ନଥୁଲି । ୧୫ ଦିନ ଆମ ଘରେ ରହିଲାପରେ ଭଡ଼ା ଘର ଦେଖ୍ ବରମୁଣ୍ଡା ଗାଁ ଭିତରକୁ ସେମାନେ ଚାଲି ଯାଇଥିଲେ । ପ୍ରଫୁଲ୍ଲଙ୍କ ସ୍ତ୍ରୀ ବହୁତ ଆମାୟିକ ମହିଳା ଥିଲେ । ଆମ ଘରେ ଥିଲା ଯାକ ମୋ ଘରର ସବୁ କାମତକ ନିଜ ହାତକୁ ନେଇଯାଇଥିଲେ । ଗୀତୁ, ମୀନୁ, ପ୍ରୀତମର ଜଞ୍ଜାଳ ନିଜ ଛୁଆମାନଙ୍କ ଭଳି ନେଇଥିଲେ । “ନିଜର କିଛି ଠିକଣା ଥିଲେ 80 ଶଙ୍ଖନାଦ ସିନା ଅପା, ପିଲାଙ୍କୁ ଏଇଠିକୁ ଆଣିବି । ନ ହେଲେ ପିଲାଙ୍କୁ ଏକୁଟିଆ କ'ଣ ଗାଆଁରେ ୟା ତା' ପାଖରେ ସବୁଦିନ ଛାଡ଼ି ହେବ?” ଶୀତାଂଶୁ ସେହି ପ୍ରଫୁଲ୍ଲଙ୍କ କଥା କହୁଥିଲେ । ଅନେକ ଦିନ ହେଲା ସେମାନଙ୍କ ସହ ସାକ୍ଷାତ ହୋଇ ନ ଥିଲା । “ପ୍ରଫୁଲ୍ଲ ଆଜି ଅଫିସ ଆସିଥିଲା । ଗାଡକଣାରେ ସେ ପ୍ଳଟିଙ୍ଗ୍ କରୁଛି । ଆମ ଅଫିସର ସମସ୍ତେ ସେଇଠି ଜାଗା କିଣୁଛନ୍ତି । ମୋତେ ପଚାରୁଥିଲା ।” “ତମେ କ'ଣ କହିଲ?” “କ’ଣ ଆଉ କହିଥାନ୍ତି? ଆମ ପାଖରେ କ'ଣ ଅଛି ଯେ ତାକୁ କହିବି କିଣିବି ବୋଲି । ଚୁପ୍ ରହିଲି । ସେ ହିଁ କହିଲା, “କିଣି ଦେ, ଯେବେ ସୁବିଧା ହେବ ପଇସା ଦେବୁ ।” ପ୍ରଦୀପର ଗୋଟିଏ ପୁଅ, ଅନୀତାର ଗୋଟିଏ ଝିଅ, ଗୀତୁର ଗୋଟିଏ ଝିଅ, ମୀନୁ, ପ୍ରୀତମର ଛୁଆ ନ ଥିଲେ । ହେଲେ ସେମାନଙ୍କ ମାଆ ପାଞ୍ଚଗୋଟି ଛୁଆ ଜନ୍ମ କରିଥିଲା, ତାହା ପୁଣି ପ୍ରଥମ ଓ ଶେଷ ମଝିରେ ୧୬ ବର୍ଷର ପ୍ରଭେଦ ନେଇ । ପ୍ରୀତମ ଜନ୍ମ ବେଳେ ପ୍ରଦୀପ କଲେଜରେ ଏବଂ ଅନୀତା ସ୍କୁଲରେ ପଢୁଥିଲେ । ପାଞ୍ଚ-ପାଞ୍ଚଗୋଟି ପିଲାଙ୍କୁ ଧରି ରାଜଧାନୀର ଦ୍ରୁତ ପରିବର୍ତ୍ତନଶୀଳ ପରିବେଶରେ ପରିସ୍ଥିତିର ସମ୍ମୁଖୀନ କରାଇବାରେ ଶୀତାଂଶୁ ସିଦ୍ଧହସ୍ତ ଥିଲେ । ଶାଶୁ, ଶ୍ବଶୁରଙ୍କ ମୃତ୍ୟୁ ପରେ ଗାଆଁ ଘର ଏବଂ ବିଲବାଡ଼ି ବିକ୍ରି କରି ପିଲାଙ୍କୁ ମଣିଷ କରିବାକୁ ଶୀତାଂଶୁ ନିଜର ପାରିଲା ପଣ ସାରି ଦେଇଥିଲେ । ତା’ ଭିତରେ ଭୁବନେଶ୍ବରରେ ନିଜ ଘର କରି ରହିବାର ସ୍ବପ୍ନ ହିଁ ଆମେ କେବେ ଦେଖି ନଥିଲୁ । ତଥାପି ପ୍ରଫୁଲ୍ଲଙ୍କ ସାହାଯ୍ୟରେ ଜାଗା କିଣାଗଲା । ଶଙ୍ଖନାଦ | ୪୧ ଘର ପ୍ରତିଷ୍ଠା ଦିନ ତାଙ୍କ ସ୍ତ୍ରୀ ମୋତେ ପଚାରିଥିଲେ, “ଅପା, ମୀନୁକୁ ମୋ ପୁଅ ପାଇଁ ଦେବ?” ଭୁବନେଶ୍ବରରେ ଆମ ଘରେ ରହିଲା ଦିନରୁ ମୀନୁ ପାଇଁ ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ ଦୁର୍ବଳତା ଥିଲା, ମୁଁ ଜାଣି ଥିଲି । କିନ୍ତୁ ତାକୁ ତାଙ୍କ ସମ୍ପର୍କରେ ଢାଳିବାକୁ ଯେ ସେ ମନରେ ଧରି ବସିଥିଲେ, ତାହା ମୋ ଧ୍ୟାନ ବାହାରେ ଥିଲା । ମୀନୁକୁ ପଚାରିଥିଲି । ମୀନୁ ମୌନ ରହିଥିଲା । ଅଧ୍ଵକନ୍ତୁ, ଶୀତାଂଶୁଙ୍କୁ ରାଜି କରାଇବାକୁ ମୋତେ ସମୟ ଲାଗିଥିଲା । ମୀନୁ ପାଇଁ ବଡ଼ ଚାକିରିଆ ଖୋଜୁଥିଲେ ସେ । କିଛିଦିନ ଚୁପ୍ ରହିବା ପରେ ଆମେ ହଁ, ହାଁ କରିଥିଲୁ । ମୀନୁର ବାହାଘର ପ୍ରଫୁଲ୍ଲଙ୍କ ଏକମାତ୍ର ପୁଅ ସହ ସମ୍ପନ୍ନ ହୋଇଥିଲା । ପ୍ରଫୁଲ୍ଲଙ୍କ ପରିବାରର ଆକାର ଆମ ଭଳି ବଡ଼ ନ ଥିଲା । ଝିଅର ବାହାଘର ସାରି ଦେଇଥିଲେ । କିନ୍ତୁ ଗ୍ରାଜୁଏଟ୍ ପରେ ପ୍ରଫୁଲ୍ଲ ତାଙ୍କ ପୁଅକୁ ସ୍କଟିଙ୍ଗ୍, କଣ୍ଟ୍ରାକ୍ଟରି ରାସ୍ତାରେ ନେଇ ଯାଇଥିଲେ । ଗାଁରୁ କିଛି ନ ଆଣି ଭୁବନେଶ୍ବରରେ ସେ ଅନେକ ସମ୍ପତ୍ତିର ମାଲିକ ହୋଇପାରିଥିଲେ । ମୋଟ ଉପରେ ଆମେ ପ୍ରଫୁଲ୍ଲଙ୍କ ଋଣୀ ଥିଲୁ । କନ୍ୟାଦାନ ପରେ ବି ସେ ଋଣରେ ଅନ୍ତ ଆସି ନ ଥିଲା । ଅବସର ନେଲା ପରେ ଶୀତାଂଶୁଙ୍କୁ ଯେତେ ଟଙ୍କା ମିଳିଥିଲା, ତାକୁ ଲଗେଇ ମୀନୁର ସ୍ବାମୀ ଆମ ପାଇଁ ଏହି ଘରଟିକୁ ଅତି ସୁନ୍ଦର ଭାବରେ ସେହି ଜାଗାରେ କରିଦେଲେ, ଯାହାକୁ ତାଙ୍କ ବାପା ଆମ ପାଇଁ କିଣେଇ ଦେଇଥିଲେ । ପ୍ରଦୀପ କହିଥିଲା, “ତମ ଟଙ୍କା ଥାଉ ବାପା, ମୁଁ ଘର ତିଆରି କରେଇ ଦେବି ।" ଶୀତାଂଶୁ କିଛି ଶୁଣି ନ ଥିଲେ, “ମୋ ଟଙ୍କାରେ କରି ଦେଉଛି । ଦରକାର ବେଳେ ତୁ ନ ଦେଲେ ଦେବ କିଏ? ଏବେ ଦରକାର ନାହିଁ ।” ୪୨ ଶଙ୍ଖନାଦ ଶୀତାଂଶୁ ଅନେକ ସମୟରେ ବିଳିବିଳେଇ ଥା'ନ୍ତି, “ପ୍ରଦୀପ, ତା' ସ୍ତ୍ରୀ ଆସିଲେ ଉପରେ ରହିବେ; ଅନୀତା, ଗୀତୁ, ମୀନୁ ଆସିଲେ ପଛ ପାଖ ରୁମ୍ରେ, ପ୍ରୀତମ ଆସିଲେ ମୋ ପାଖରେ । ମୁଁ ପଚାରେ, “ଆଉ ପ୍ରୀତମର ସ୍ତ୍ରୀ? ପିଲାମାନଙ୍କର ପିଲାଏ? ଭୁଲିଗଲ?" “ଓ ହୋ, ତା’ ହେଲେ ଉପରେ ଆହୁରି ଦୁଇଟା ରୁମ୍ ଦରକାର ।” ମୀନୁର ସ୍ବାମୀ ହସନ୍ତି, “ବାବା, ସମସ୍ତେ ଏଇଠି କ'ଣ ସବୁଦିନ ରହିବେ? ହଁ, ମୋର ମିନୁର କଥା ଅବଶ୍ୟ ଭିନ୍ନ ।” ପାଖରେ ଠିଆ ହୋଇଥିବା ପ୍ରୀତମ ଆପତ୍ତି ଜଣାଏ, “ଭୁଲ କଥା ଭାଇ, ମୁଁ କୁଆଡ଼େ ଗଲି? ମୋର ଭୁବନେଶ୍ବର ଆସିବାର ଚାନ୍ସ ଅଧିକ, ଏ କଥା ଜାଣିଛ ତ?” ଭୁବନେଶ୍ବର ନୁହଁ, ବରଂ ପ୍ରୀତମର ବଦଳି ଚେନ୍ନାଇରୁ ଆସାମର ହାଇଡ୍ରୋ ପାୱାର ପ୍ରୋଜେକ୍ଟସ୍କୁ ହୋଇଯାଇଥିଲା । ଶୀତାଂଶୁ ତାକୁ ହସି ହସି ଫୋନ୍ କରିଥିଲେ, "ଦେଖୁଲୁ, ଭାଇନା ସହ ଯୁଦ୍ଧ କରୁଥିଲୁ!” ଘର ତିଆରି ପରେ ପରେ ପ୍ରୀତମର ବାହାଘର । ତା' ପରେ ଏଠାରେ ମୁଁ ଶୀତାଂଶୁଙ୍କ ସହ ତିନିଟା ସମ୍ପୂର୍ଣ୍ଣ ବର୍ଷ ମଧ୍ଯ କଟେଇ ପାରି ନ ଥିଲି । ଆଶ୍ବିନ- ଜ୍ୟୋତ୍ସ୍ନା- ବିଛୁରିତ ମେଘଶୂନ୍ୟ ଆକାଶରେ କଳ୍ପନା ସେପାଖ ଅମା ଅନ୍ଧାରୁଆ ଅନ୍ଧ ତମସର ବାସ୍ତବତା ମୋ ପାଇଁ ଅତି ଅସହନୀୟ ଥିଲା । ଶୀତାଂଶୁ ଆଉ ନାହାନ୍ତି ମୋତେ ଚଳେଇ ନେବା ପାଇଁ, ମୋ ମନ ଅଗଣାର ସପନର ଢେଉକୁ ସମତୁଲ କରି ବାସ୍ତବର ଦୁନିଆକୁ ଫେରେଇ ଆଣିବା ପାଇଁ । ମୋ ଶଙ୍ଖନାଦ| ୪୩ ଅସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଚହଲା ମନ ଅଗଣାରେ ପ୍ରଶାନ୍ତିର ସ୍ଥବିରତା କେବଳ ଶୀତାଂଶୁ ହିଁ ଆଣି ପାରୁଥିଲେ । ନ ହେଲେ କି ୧୬ ବର୍ଷର ତଫାତର ପ୍ରଦୀପ ଏବଂ ପ୍ରୀତମଙ୍କ ମଧ୍ଯରେ ମୁଁ ସମନ୍ବୟତା ରଖ୍ ପାରିଥାନ୍ତି । ଅନୀତାର ଇଞ୍ଜିନିଅର, ଗୀତୁର ଶିକ୍ଷକ ଏବଂ ମୀନୁର କଣ୍ଟ୍ରାକ୍ଟର ସ୍ବାମୀମାନଙ୍କ ମଧ୍ୟରେ ତାଳ ମେଳ ରହି ଥାଆନ୍ତା । ୪୪ ଶଙ୍ଖନାଦ (ତିନି) ଶୀତାଂଶୁଙ୍କ ମୃତ୍ୟୁ ପରେ ମୋତେ ପ୍ରଫୁଲ୍ଲଙ୍କ ପରିବାର ଉପରେ ଅଧ୍ବକ ନିର୍ଭର ରହିବାକୁ ପଡୁଥିଲା । ମୀନୁ ଯେଉଁଭଳି ତା’ ଶାଶୁଘର ଆଉ ଆମ ଘରର କାମ ମଧ୍ୟରେ ସାମଞ୍ଜସ୍ୟ ରଖ୍ ଚାଲିଥିଲା, ତାକୁ ନେଇ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଦିନେ ଇଙ୍ଗିତରେ ମଧ୍ୟ ନିଜ ବିରକ୍ତି ଭାବ ସୂଚାଇ ନାହାନ୍ତି । ତା’ ସ୍ବାମୀ ମଧ୍ୟ ତଦ୍ରୁପ ଥିଲେ । ଶୀତାଂଶୁଙ୍କ ମୃତ୍ୟୁର ଚଉଦଦିନି ଦିନ ପ୍ରଦୀପ ଓ ଅନୀତା, ସତରଦିନି ଦିନ ଗୀତୁ, କୋଡ଼ିଏଦିନି ଦିନ ପ୍ରୀତମ ଓ ସାନ ବୋହୂର ବିଦା କେବଳ ମୀନୁ ଓ ତା ସ୍ବାମୀଙ୍କ ଉପସ୍ଥିତି ଯୋଗୁଁ ହିଁ ମୁଁ ସହ୍ୟ କରି ପାରିଥିଲି । ପ୍ରଦୀପ ଡାକିଥିଲା, “ମାମା, ଆମ ପାଖକୁ ଆସି ଯାଅ ।” ସାନ ବୋହୂ ଧରି ବସିଥିଲା ସେମାନଙ୍କ ସହ ମୋତେ ନେଇଯିବା ପାଇଁ, ମୋର ଇଛା ହୋଇ ନ ଥିଲା । ଘରର ମୂଳଦୁଆ ପଥରଠୁ ଆରମ୍ଭ କରି ଶେଷ ରଙ୍ଗ କାମଯାଏଁ ଗୋଟି ଗୋଟି କରି ଶୀତାଂଶୁ ନିଜ ହିସାବରେ, ପସନ୍ଦରେ ତିଆରି କରିଥିଲେ । ତାଙ୍କ ଅନୁପସ୍ଥିତି, ପ୍ରତି ମୁହୁର୍ଭର ସ୍ମୃତି ମୋ ମନ ଅଗଣାର ନିର୍ଜନତାରେ ହିଲ୍ଲୋଳିତ ହୋଇ ଉଠିଥିଲା । ତୋଫାନ ପରେ ପରେ ବାୟା ଚଢ଼େଇର ବସାକୁ ପ୍ରାଣହୀନ ଶୂନ୍ୟତା ଭିତରେ ଛାଡ଼ିଦେବା ମୋ ପକ୍ଷେ କାଠିକର ହୋଇଥିଲା । ଶୀତାଂଶୁ କହୁଥିଲେ, “ଜାଣିଛ କୁସୁମ, ଆଉ ଦୁଇ ବର୍ଷ । ତା' ପରେ ଯଦି ମୋର କିଛି କ'ଣ ହୋଇଯାଏ, ତମେ ଫେମିଲି- ଶଙ୍ଖନାଦ ୪୫ ପେନ୍ସନ୍ ପାଇବ । ତା' ଆଗରୁ କିନ୍ତୁ ମୋ ପେନ୍ସନ୍ ତମକୁ ମିଳିବ ।” ସେହି କଥା ହିଁ ହେଲା । ତାଙ୍କର ପେନ୍ସନ୍ ଟଙ୍କା ପାରିବାରିକ ପେନ୍ସନ୍ରେ ପରିଣତ ହେଲା ପୂର୍ବରୁ ହିଁ ସେ ସଂସାର ଛାଡ଼ି ଚାଲିଗଲେ । କିଛିଦିନଯାଏଁ ତାଙ୍କ ପୂରା ପେନସନ୍ ପାଇବାର ମୁଁ ହଦାର ହେବି ଏୟା ଭାବି, ମନକୁ ଶକ୍ତ କରି, ଏକୁଟିଆ ରହିବାର ମାନସିକତା ନେଇ ମୁଁ ସ୍ଥିର କରିଥିଲି, ମୁଁ ଆଉ କୁଆଡ଼େ ଯିବିନି । ବରଂ, ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପରେ ତଳଟା ଭଡ଼ାରେ ଲଗେଇ ଉପରେ ମୁଁ ରହିବି । ଯେଉଁ ଆବେଗ, ବିଶ୍ବାସର ଛତ୍ରଛାୟା ତଳେ ଚାଳିଶି ବର୍ଷ କାଳ କଟେଇଲି, ତା'ର ଆଶ୍ରା କ'ଣ ଏତେ ସହଜରେ ଛାଡ଼ି ହେବ? ସକାଳୁ ସକାଳୁ ଅନୀତା ଓ ତା’ ସ୍ବାମୀ ଏବଂ ପ୍ରଦୀପ ଓ ତା' ସ୍ତ୍ରୀଙ୍କୁ ଷ୍ଟେସନରୁ ମୀନୁର ସ୍ବାମୀ କାରରେ ଧରି ଆଣି ଆସିଥିଲେ । ଘରେ ଗହଳ ଚହଳ ଆରମ୍ଭ ହୋଇ ଯାଇଥିଲା । ପ୍ରୀତମର ସ୍ତ୍ରୀର ଆଗୁଆ ପଣ ସ୍ପଷ୍ଟ ବାରି ହୋଇ ଯାଉଥିଲା । ରୋଷେଇ ଘରୁ ତା'ର ପାଟି ଶୁଭିଲା, “ମାମା, କୋଉଠି ଅଛ, ଆସ ହାଣ୍ଡି ବନ୍ଦାଣ ହେବ ।” ମୁଁ ବାହାରେ ହିଁ ରହି କହିଲି, “ବନ୍ଦାଣ ସାରିଦିଅ । ରନ୍ଧା ଏବେ ଆରମ୍ଭ କଲେ ଦ୍ବିପଦର ହୋଇଯିବ । ପୁରୋହିତ ଆସିଲା ବେଳକୁ ସରିଥିଲେ ହେବ ନା ।” ମୀନୁ ପାଟି କଲା, “ମାମା, ଭିତରକୁ ଆସ । ମିଶି କି ସାରିଦେବା ।” ଥିଲେ । ରୋଷେଇ ଘର ଭିତରେ ଭାଉଜ-ନଣନ୍ଦ ପାଞ୍ଚ ଜଣ ଯାକ ୪୬ ଶଙ୍ଖନାଦ “ମୁଁ ମିଶିଲେ ଛଅ ହେବ । ମୋତେ ଆଉ ମିଶା ନା ।” ମୁଁ ଇଛାକୃତ ଉପେକ୍ଷା କଲି । ଭରାପୂରା ପରିବାର ମୋର, ଘରେ ଭଲମନ୍ଦ କାମରେ ଏଣିକି ତମେମାନେ କର । ମାମାକୁ ଆଉ ସେ ଭିତରେ ପୁରାଅନି । ଏଇ ବିଧବାର ସେଇଠି କ'ଣ କାମ? ଶୀତାଂଶୁଙ୍କ ଶ୍ରାଦ୍ଧ-ବାର୍ଷିକୀ ପାଇଁ ମୁଁ ସାନ ଭଉଣୀ ମାନି ପାଖକୁ ଫୋନ୍ କରି ନିମନ୍ତ୍ରଣ ଦେଲାବେଳେ ସେ କହିଥିଲା, “ଅପା, ଗଲାବର୍ଷ ମୁଁ ଜାଣି ଜାଣି କହି ନଥୁଲି । କାର୍ତିକ ଆଗରୁ ହିଁ ଭାଇନାଙ୍କ କାଳ ହୋଇଥିଲା ନା । ୟାଙ୍କର ପୁରୀରେ ପୂରା ଚିହ୍ନା ଅଛନ୍ତି । ଏ ବର୍ଷ କିନ୍ତୁ କହିବୁ । ଆଗରୁ କାର୍ତ୍ତିକ ପାଇଁ ଭଲ ରୁମ୍ ରହେବ ।” ମୁଁ ବାହାହେଲା ବେଳେ ମାନି ଛୋଟ ପିଲାଟାଏ ଥିଲା । ନିଜ ପରିବାର କଥା ବୁଝୁବୁଝୁ ମାନି ଯେ ବଡ଼ ହେଇ ସାରିଛି, ବାହା ହୋଇ ଘର ସଂସାର କରିଛି, ଅପା କଥା ବୁଝିବାକୁ ସକ୍ଷମ ହେଇ ପାରିଛି, ଶୀତାଂଶୁଙ୍କ ମୃତ୍ୟୁ ପରେ ହିଁ ମୋର ହୃଦ୍ବୋଧ ହୋଇଥିଲା । ପୁରୀ ଯାଇ ବଡି ଭୋର୍ରୁ ଉଠି ମାର୍କଣ୍ଡର ଗୋଳିଆ ପାଣିରେ ମୁଣ୍ଡ ଧୋଇ ବୈଧବ୍ୟର ଯନ୍ତ୍ରଣାକୁ ପ୍ରତ୍ୟକ୍ଷ ଅନୁଭବ କରିବାର ଟିକେ ବି ମୋର ଇଛା ନ ଥିଲା । ମନା କରିଦେଲି, “ମୋର ପୁରୀ ଯାଇ କାର୍ତ୍ତିକ ହବିଷ କରିବାରେ ଆଗ୍ରହ ନାହିଁ । ସେଥିପାଇଁ ରୁମ୍ କିଛି ରଖୁବା ଦରକାର ନାହିଁ । ତମେମାନେ କେବଳ ତାଙ୍କ ଶ୍ରାଦ୍ଧକୁ ଆସ ।” ଠିକ୍ ସମୟରେ ଶ୍ରାଦ୍ଧ ସରି ଯାଇଥିଲା । ଶ୍ରାଦ୍ଧରେ ପ୍ରଦୀପ, ତା' ସ୍ତ୍ରୀର ଭୂମିକା ଅଧିକ ଥିଲା । ମୁଁ କେବଳ ମୂକ ଦର୍ଶକ ଥୁଲି । ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ ଭୂମିକା ତା' ପରେ ଥିଲା । ପୁରୋହିତଙ୍କ ପାଟିରୁ କଥା ଛଡ଼େଇ ସେ ପ୍ରଦୀପର ସ୍ତ୍ରୀକୁ ପରାମର୍ଶ ଦେଇଥିଲେ । ମୋ ଶାଶୁ ଶ୍ବଶୁରଙ୍କ ଶ୍ରାଦ୍ଧ ଆମେ ଏଇଠି ବିନ୍ଦୁ ସାଗରରେ କରୁଥୁଲୁ ଏବଂ ଅନନ୍ତ ବାସୁଦେବଙ୍କ ଅଭଡ଼ା ନେଇ ବ୍ରାହ୍ମଣ ଭୋଜନ କରା ଯାଉଥିଲା । ଆଜି ଲିଙ୍ଗରାଜ ମନ୍ଦିରରୁ ଭୋଗ ଅଣାଯାଇ ପରଶା ଶଙ୍ଖନାଦ | ୪୭ ଯାଇଥିଲା । ଭାଇ-ଭାଉଜ, ମାନି-ତା' ବର, ସେମାନଙ୍କ ପିଲାମାନେ, ସମୁଦି ସମୁଦ୍ରଣୀମାନେ, ସାହି ପଡ଼ିଶା ସମସ୍ତେ ଖାଇ ଚାଲି ଯାଇଥିଲେ । ଗଲାବେଳେ ଭାଉଜ ବାରମ୍ବାର କହିଥିଲେ, “ଏକା ଏକା ଏଇଠି କେତେଦିନ ରହିପାରିବ ଅପା, ଦିନ କେଇଟା ଆମ ଘରେ ବି ରହିବ, ଆସ ।” ମନା କରିପାରି ନ ଥିଲି ମୁଁ । କେବଳ ଦର ହସିଲା ଆଖିରେ ତାଙ୍କ କଥାକୁ ସମର୍ଥନ କରିଥିଲି । ବାହା ହେଲା ପରେ ମୋର ବାପଘର ସହ ସମ୍ପର୍କ ଅଧିକ ନଥୁଲା, ଖୁବ୍ ସୀମିତ ଥିଲା । ଭୋଜିଭାତ, ନିମନ୍ତ୍ରଣ ଛଡ଼ା ଆମକୁ ଆଉ କୁଆଡ଼େ ଆଖ୍ ପକେଇବା ପାଇଁ ସମୟ ମିଳିପାରୁ ନଥିଲା । ଝିଅ ଭୁବନେଶ୍ବରରେ ରହିଲାଣି, ଦିନେ ଓଳିଏ ଆସି ରହିବେ, ଏହି ବିଚାର ବି କେବେ ବାପାମାଆଙ୍କ ମନକୁ ଆସି ନ ଥିଲା । ବାପାମାଆଙ୍କ ମୃତ୍ୟୁବେଳେ ଯାହା ଆମେ ଯାଇଥିଲୁ । ମୋର ଦି’ ଭାଇ ଭାଉଜଙ୍କ ଗାଣ୍ଡେ ହେବ ପରିବାର ସହ ବି ମୋର ସମ୍ପର୍କ ଖୁବ୍ କମ ଥିଲା । ମୋଟ ଉପରେ ମୋ ପରିବାର, ଶାଶୁଘର, ଶୀତାଂଶୁଙ୍କ ଗାଁ ଲୋକ, ଏଇମାନଙ୍କ ବଳୟ ଭିତରେ ହିଁ ଆମର ଦୈନନ୍ଦିନ ସଂସାର ଥିଲା । ଆଜି, ସମସ୍ତଙ୍କୁ ଏକାଠି ଦେଖ୍ ବର୍ଷରୁ ଜମାଟ ବାନ୍ଧି କଠିନ ହୋଇ ସାରିଥିବା କୋହ ତରଳିବାରେ ଲାଗିଥିଲା । କବାଟ ବନ୍ଦ କରି ଏକୁଟିଆ ପାଟି କରି କାନ୍ଦିବାକୁ ମୋତେ ଇଛା ହେଉଥିଲା । ୪୮ ଶଙ୍ଖନାଦ (ଚାରି) ଡ୍ରଇଂ ରୁମ୍ରେ ପ୍ରଦୀପ, ପ୍ରୀତମ ସହ ତିନି ଜ୍ବାଇଁ ବସି ଗପସପ ହେଉଥିଲେ । ପ୍ରଦୀପର ସପ୍ତମ ପଢୁଥିବା ପୁଅ ଏବଂ ଅନୀତାର ଅଷ୍ଟମ ପଢୁଥିବା ଝିଅ ନିଜ ନିଜ ବାପାମାନଙ୍କ ପାଖରେ ବସିଥିଲେ । ମୋତେ ଦେଖୁ ଦେଖୁ ପ୍ରୀତମ ଡାକିଲା, “ମାମା, ଆସ । ଶୁଣ, ଭାଇ କ’ଣ କହୁଛନ୍ତି ।” ମୁଁ ପ୍ରଶ୍ନବାଚୀ ଆଖରେ ପ୍ରଦୀପକୁ ଚାହିଁଲି । ପିଲାଦିନୁ ଖୁବ୍ କମ୍ କଥାବାର୍ତ୍ତା କରେ ସେ । ବଡ଼ ପରିବାର ଭିତରେ ବଡ଼ପୁଅର ଗୁରୁଦାୟିତ୍ଵକୁ ସେ ସବୁବେଳେ ସୂଚାରୁରୂପେ ତୁଲେଇ ଆସିଛି । ମା'ର ମନର କଥା ବାହାରକୁ ଆସିଲା ଆଗରୁ ଅତି ସହଜରେ ତାକୁ ରୂପାନ୍ବିତ କରିଦିଏ । ପ୍ରୀତମ ହିଁ କହିଲା, "ମାମା, ଭାଇ କହୁଛନ୍ତି, ତମେ ତାଙ୍କ ସହ ଯିବ ।” “ହଁ ମାମା, ତମେ ଆମ ସହ ଚାଲ । ବାବାଙ୍କ ଶ୍ରାଦ୍ଧଯାଏଁ କହିଥୁଲ, ଠିକ୍ ଥିଲା । ଆଉ ୟା ପରେ ଏତେ ବଡ଼ ତଳ ଉପର ଘରେ ଏକୁଟିଆ ରହିବାଟା ଅନ୍ତତଃ ତମ ପକ୍ଷେ ଠିକ୍ ହେବନି ।” ମୋ ମନରେ ଉଠୁଥିବା ଝଡ଼କୁ ପ୍ରଦୀପ ତା’ ହେଲେ ଉଣ୍ଡି ଦେଇଛି ! ତଥାପି ମୁଁ କହିଲି, “ଶୁଣେ ବାପା, ତଳଟା ଆମେ ଭଡ଼ାରେ ଦେଇଦେବା । ଉପରେ ମୁଁ ରହିବି । ଆଉ ଅସୁବିଧା ହେବନି । ତା' ଛଡ଼ା ମୀନୁ ତ ପାଖରେ ଅଛି ।” ମୀନୁର ସ୍ବାମୀ କହିଲେ, “ହଁ ଭାଇ, କିଛି ଅସୁବିଧା ହେବନି । ଆମେ ଅଛୁ ।” ଶଙ୍ଖନାଦ ୪୯ ପ୍ରଦୀପ କହିଲା, “ଯାହା ହେଲେ ବି ତମେ ଏଇଠି ଏକୁଟିଆ ରହିବ ନାହିଁ ମାମା । ମୁଁ ଜାଣିଛି, ବାବାଙ୍କୁ ଝୁରି ଝୁରି ତମେ ରୋଗିଣା ହୋଇଯିବ । ଦେଖୁନ, ତମର ବର୍ଷକ ତଳର ଚେହେରା ଆଜି ଅଛି? ମୁଁ କିଛି ଶୁଣିବିନି । ତମେ ତଳଟା ଭଡ଼ା ଲଗେଇ ଦିଅ । ଆରଥରକୁ ମୁଁ ଆସିଲା ବେଳକୁ ତମକୁ ମୋ ସହ ଯିବାକୁ ହେବ ।” ମୁଁ ଆଉ ପ୍ରତିବାଦ କରିପାରିଲି ନାହିଁ । ଚୁପ୍ ରହିଗଲି । ସମୟର ବାଲିରେ ଚାଲି ଚାଲି ମୋ ଶରୀର, ମନ ଥକି ଯାଇଥିଲା । ମୁଁ କ'ଣ ଶୀତାଂଶୁଙ୍କ ଭଳି ହୋଇ ପାରିବି? ବୀର ଦର୍ପରେ ଅଜଣା ଅପେକ୍ଷିତ ଆଗନ୍ତୁକ ପାଇଁ ଅପେକ୍ଷାରତ ଜଣେ ଶସ୍ତ୍ର ବିହୀନ ସୈନିକ ଭଳି ଏକୁଟିଆ ରହି ପାରିବି ମୁଁ? ଏତେ ବଡ଼ ସଂସାର କଲାପରେ ଏକୁଟିଆ-ଜୀବନ-ଯାତ୍ରାର ସ୍ବାଦ ଚାଖୁବାର ସାହାସ ମୁଁ କରି ପାରିବି? ଏମାନଙ୍କ ଭିତରେ ମୋ ଜୀବନ, ଏମାନଙ୍କ ଭିତରେ ହିଁ ମୃତ୍ୟୁ, ଏହି ସତ୍ୟଠୁଁ ଦୂରେଇ ହେବନି । ଫୁଲରୁ ମହୁ ସଂଗ୍ରହ କରିବାକୁ ଯାଇ ଶେଷରେ ତା’ର ବନ୍ଦ ପାଖୁଡ଼ା ଭିତରେ ଯେ ତାକୁ ରହିଯିବାକୁ ହେବ, ସେୟା କ'ଣ ଭ୍ରମର ଫୁଲ ଭିତରେ ପଶିଲା ଆଗରୁ ଭାବିଥାଏ? ଶୀତାଂଶୁ କହୁଥିଲେ, “ଅନ୍ୟମାନଙ୍କ ଆଶ୍ରିତରେ ରହି ପ୍ରତ୍ୟେକ ମୁହୂର୍ତ୍ତରେ ମୃତ୍ୟୁକୁ ବରଣ କରିବା ଅପେକ୍ଷା ଆତ୍ମ ନିର୍ଭରଶୀଳ ହୋଇ ଗୋଟିଏ ଥରର ମୃତ୍ୟୁକୁ ଅପେକ୍ଷା କରି ରହିବା ବହୁତ ଭଲ । ଯଦି ତମେ ଏକୁଟିଆ ହୋଇଯାଅ, ଘର ଭଡ଼ା ଦେବ, ପେନ୍ସନ୍ ଟଙ୍କା ଅଛି । ହାତ ଗୋଡ଼ ଚାଲିଥିଲାଯାଏଁ କାହାରି ଆଶ୍ରିତ ହେବା ଠିକ୍ ନୁହେଁ ।" ମୋ ପିଲାମାନେ ଅନ୍ୟମାନେ ନୁହଁନ୍ତି, ହୋଇ ପାରିବେନି ମଧ୍ୟ । ସେବେ ଶୀତାଂଶୁଙ୍କୁ ଗୁଡ଼େଇ ଠିଆ ହୋଇଥିଲି । ଆଜି ବି ପିଲାମାନେ ମୋ ସାହାରା ହେବେ । ୫୦ ଶଙ୍ଖନାଦ ଶୀତାଂଶୁଙ୍କୁ ଭଳି ମୁଁ ଦୃଢ଼ ମନା ନୁହେଁ । ପରିବାର ଚଳେଇବା ପାଇଁ କେବେ କେଉଁଠୁ କେମିତି ଯୋଗାଡ଼ -ଯତ୍ନ କରୁଥିଲେ, ମୁଁ ଜାଣିବାକୁ ଚେଷ୍ଟା କରି ନଥୁଲି । ତାଙ୍କ ବିନା କେବଳ ତାଙ୍କ ପେନ୍ସନ୍, ଏହି ଘର ଭଡ଼ା ମୋତେ ଜୀବନ ଶକ୍ତି ଦେଇ ପାରିବନି । କେବେ ହେଁ ନୁହେଁ । ଏହା ଭିତରେ କେତେବେଳେ ଯେ ମୋ ପଛରେ ସବୁ ପିଲାଏ ଆସି ଠିଆ ହୋଇ ସାରିଲେଣି, ସେ ଦିଗରେ ମୋର ଲକ୍ଷ୍ୟ ନାହିଁ । ପଛରୁ ଅନୀତା କହି ଉଠିଲା, “ଭାଇ, ତା’ ପରେ ମୋ ପାଖରେ ଯାଇ ରହିବେ । ବହୁତ ଦିନ ତଳେ ବାବାଙ୍କ ସହ ମୋ ପାଖକୁ ଯାଇଥିଲେ । ସେଇଟା ପୁଣି ଏଲ୍.ଟି.ସି.ରେ ।” ମୁଁ ପଛକୁ ଝଟ୍ କିନା ଚାହିଁଲି, “ହଁ, ମୋତେ ଭାଗ କରିଦିଅ ।” ତା' ବସିବା ସ୍ଥାନରୁ ପ୍ରୀତମ ଉଠି ଆସି ମୋ ପିଠିରେ ଓହଳି ଗଲା, "ନିଜ ପିଲାଙ୍କ ଘରକୁ ଯାଇ ରହିବା କ'ଣ ଭାଗ ମାମା? ଭାବିନିଅ, ତମର ପାଞ୍ଚଟା ଜାଗା ଅଛି ରହିବା ପାଇଁ ।” ଗୀତୁ ମୋ ହାତକୁ ଲାଗି ଆସିଲା, “ତା’ ପରେ ଆମ ପାଖକୁ । ନୁହଁ?" ସେ ତା' ସ୍ବାମୀଙ୍କୁ ହସି ହସି ଚାହିଁଥିଲା । ତା' ସ୍ବାମୀ ବି ହସି ହସି ମୁଣ୍ଡ ହଲାଇଥିଲେ । କିନ୍ତୁ ମୁଁ ଜାଣେ, ଶାଶୁଶ୍ୱଶୁର, ଜା-ଜଉଳିଙ୍କୁ ଧରି ସେ ଘର କରିଛି । ବିଧବା ମାଆ ଆସି ସେମାନଙ୍କର ସେଇଠି ରହିବ, ସେତେ ବଡ଼ ଖୋଲା ହୃଦୟରେ ସେ କଥାକୁ ଗ୍ରହଣ କରିବା ଶକ୍ତି କାହାର ଅଛି? ତଥାପି ସେ ଦୁହେଁ ତାଙ୍କ ମର୍ଯ୍ୟାଦା ରଖୁଥିଲେ । ଗୀତୁର ଦଶ ବର୍ଷର ଝିଅ ମୋ ପେଟକୁ ଧରି ଠିଆ ହୋଇଗଲା, “ହଁ, ହଁ, ଆଈ, ଆମ ସହ ତମେ ରହିବ ।” ଶଙ୍ଖନାଦ | ୫୧ ଅତିଶୟ ଆବେଗରେ ତାକୁ ଭିଡ଼ି ଧରିଲି । ସମ୍ପର୍କ ଓ ସମ୍ୱନ୍ଧର ଅଦ୍ଭୁତ ଆକର୍ଷଣ କ'ଣ ଏତେ ସହଜରେ ଛାଡ଼ି ହୁଏ? ଅନୀତା ବାହାଘରରେ ଅଧିକ ଖର୍ଚ୍ଚ କରିଦେଇ ଗୀତୁ ପାଇଁ ବଡ଼ ଚାକିରିଆ ଖୋଜିବା ପାଇଁ ଶୀତାଂଶୁ ସାହାସ କରି ପାରି ନଥିଲେ । ତାଙ୍କ ଅଫିସର ଜଣେ ସହକର୍ମୀଙ୍କ ଦୂର ସମ୍ପର୍କୀୟ ଶାଳୀ ଥିଲେ, ଗୀତୁର ଶାଶୁ । ଭୋଟବେଳେ ଥରେ ତାଙ୍କ ଗାଁରେ ଶୀତାଂଶୁଙ୍କ ଡ୍ୟୁଟି ପଡ଼ିଥିଲା । ସେଇଠି ଗୀତୁର ସ୍ବାମୀକୁ ଦେଖିଲେ । ତାଙ୍କ ବ୍ୟବହାରରେ ତୁଷ୍ଟ ହୋଇଯାଇ ଆସୁ ଆସୁ ସମ୍ବନ୍ଧକୁ ଆଗକୁ ବଢ଼େଇ ଦେଇଥିଲେ । ସେ ସମୟ – ଆଉ ଆଜିର ଦିନ । ଆଜି ପର୍ଯ୍ୟନ୍ତ ଗୀତୁ ତା' ଶାଶୁ ଘରର ଜଣେ କାହାରି ବିଷୟରେ ଥରେ ଦିନେ ହେଲେ ବି ମୋ ପାଖରେ ଅଭିଯୋଗ କରିନି । ଘରକୁ?” ମୋ ଆଗରେ ମୀନୁ ଠିଆ ହୋଇଥିଲା, “ଆଉ ମାମା, ଆମ ମୂର୍ଖ ମୀନୁର କାନ ମୋଡ଼ିବାକୁ ମୋର ଇଛା ହେଉଥିଲା । ଅତି ଶ୍ରଦ୍ଧାରେ ତା' ଚିବୁକକୁ ଧରି କହିଲି, “ତୋ ପାଖରେ ଅଛିରେ ମାଆ । ତମେ ଦୁହେଁ ନ ଥିଲେ ମୁଁ କ'ଣ ଏକୁଟିଆ ଏଇଠି ରହି ପାରିଥାନ୍ତି?” ମୁଁ କ'ଣ ସତରେ ଏକୁଟିଆ ରହି ପାରିଥାନ୍ତି? ମୋ ନିଜକୁ ନିଜେ ବର୍ଷେ ହେଲା ବାରମ୍ବାର ପ୍ରଶ୍ନ କରି ଚାଲିଛି । ଗାଡ଼କଣାରେ ଆଶ୍ଵିନର ନୁଆଁଣିଆ ସନ୍ଧ୍ୟା ତା'ର କାୟା ବିସ୍ତାର କରି ଆସୁଥିଲା । ଆଉ ଗୋଟିଏ ରାତି ପିଲାମାନେ ମୋ ସହ ରହିବେ । ତା' ବି ସମସ୍ତେ ନୁହେଁ । ଅନୀତା, ପ୍ରଦୀପ ନିଜ ନିଜ ପରିବାର ସହ ଏଇ ରାତିରେ ହିଁ ବାହାରିଯିବେ । ଗୀତୁ ଓ ତା' ସ୍ବାମୀ ସକାଳୁ ବସ୍ରେ ଯିବେ । ପ୍ରୀତମ ସହ ସାନ ବୋହୂ ତାଙ୍କ ବାପା ଘରକୁ ଯିବେ । ତିନିଦିନ ପରେ ସେମାନେ ବି ଆସାମ ବାହାରି ୫୨ ଶଙ୍ଖନାଦ ଯିବେ । ପୁଣି ଆଉଥରେ ଆମେ । ମୀନୁ ତା' ଶାଶୁ ଘରେ, ମୋ ଘରେ ମୁଁ ଏକୁଟିଆ । ଅନ୍ତତଃ କିଛି ଦିନ ମୋତେ ଏକୁଟିଆ ରହିବାକୁ ପଡ଼ିବ । ତା' ପରେ ମୋ ଦିନଚର୍ଯ୍ୟା ଭିନ୍ନ ହୋଇଯିବ । ମୁଁ ଏବଂ ମୋ ପିଲାମାନେ । ଶୀତାଂଶୁ ଯେ ଆଉ ନାହାନ୍ତି ! ଶଙ୍ଖନାଦ ୫୩ ୫୪ ଶଙ୍ଖନାଦ ମୌନ ପ୍ରହର ପ୍ରହରୀ Sumbeet (ଏକ) ମସ୍ତିଷ୍କ ଭିତରେ ଗଭୀର ଅନ୍ଧକାର ଚିରି ଆଲୋକ ଦିଗରେ ଚେତନା ତାର କାୟା ବିସ୍ତାର କରି ଆସୁଥିଲା । ଆଖ୍ ଖୋଲିଲେ କ୍ଷେତ୍ର ମୋହନ । ଆଖ୍ ଆଗରେ ଧଳା, ଚିକ୍କଣ ଛାତ । କୋଠରୀର ଦକ୍ଷିଣ ପାଖ ଝରକା ଫାଙ୍କ ଦେଇ ସକାଳ ସୂର୍ଯ୍ୟ କିରଣର କୋମଳ ରଶ୍ମି ଭିତରକୁ ପଶି ଆସିଥିଲା । ସାମନା କାନ୍ଥରେ ଶିବଙ୍କ ଧ୍ୟାନସ୍ଥ ମୁଦ୍ରାର ଗୋଟିଏ ଫୋଟ । ଖଟ ଉପରେ ଉଠି ବସି ଗୋଡ଼ ତଳକୁ ଝୁଲେଇ ବସିଲେ । ମୁଣ୍ଡ ନଇଁଗଲା । ସ୍ଵତଃମେବ ତାଙ୍କ ହାତ ଫୋଟ ଆଗରେ ଯୋଡ଼ି ହୋଇଗଲା । ଦୀର୍ଘ ୫୦ ବର୍ଷ କାଳ ଅସଂଖ୍ୟ ଦେବ-ଦେବୀଙ୍କୁ ଆହ୍ୱାନ- ବିସର୍ଜନ କରିବା ପଦ୍ଧତିରେ ଶେଷ ପର୍ଯ୍ୟାୟରେ ଯେଉଁ ଭଳି ଲୋମ- ଟାଙ୍କୁରା-ଶିହରଣ-ଭରା ପ୍ରଶ୍ନବାଚୀ ଲାଗି ଯାଇଥିଲା, ଚୈତନ୍ୟର ନୂତନ ଅନୁଭୂତି ପରେ ଦେହ-ବଳ ଭଳି ସେଥିରେ ମଧ୍ୟ ସ୍ଥିର ଭାବ ଆସି ଯାଇଥିଲା । ଖୁବ ବୈଭବପୂର୍ଣ୍ଣ ଘର ରମଣର । ପ୍ରଥମ ଦିନ ହିଁ ସେ ଭାବିଥିଲେ, ସେ କେଉଁ ଦାମିକା ଡାକ୍ତରଖାନାରେ ଅଛନ୍ତି । ତାଙ୍କ କୌତୁହଳ ପ୍ରଶ୍ନରେ ଋତୁପର୍ଣ୍ଣା ହସି କହିଥିଲେ, “ଜେଜେ, ଏଇଟା ତମ ଘର । ଆମ ଘର ଥାଉ ଥାଉ ତମେ ଆଉ କୋଉଠି କାହିଁକି ରହିବ?” ଆମ ଘର ! ମନେ ମନେ ହସିଥିଲେ କ୍ଷେତ୍ର ମୋହନ ସାର୍ । ଶଙ୍ଖନାଦ | ୫୫ ଜୀବନସାରା ଶିକ୍ଷକତାରୁ ସଞ୍ଚି ସାହି ଭିତରେ ଯେଉଁ ୧୦ ହାତିଆ ଘରଟି ତିଆରି କରିଥିଲେ ଇଏ ତ ସେହି ଘର ନ ଥିଲା । ବରଂ ପୂରାପୂରି ଭିନ୍ନ ଥିଲା । ବିରାଟକାୟ କକ୍ଷ, ଭବ୍ୟପୂର୍ଣ୍ଣ ରେଶମୀ କନାରେ ସଜ୍ଜିତ ଦ୍ବାର-ଝରକାର ପରଦା କନା, ବିଶାଳ ପଲଙ୍କ । ଦାମିକା ଆସବାବପତ୍ର । ଭାରି ସଣ୍ଠଣାରେ ସଜ୍ଜା ଯାଇଛି ଘରର କୋଣ କୋଣ । ସେଇଟା ପୁଣି ତାଙ୍କ ଘର ! ଯଦିଓ ଋତୁପର୍ଣ୍ଣା ଅତି ସ୍ବାଭାବିକ ଭାବେ ତାହା କହିଥିଲେ, ତଥାପି ତାଙ୍କର ମନେ ହେଲା, ତାଙ୍କର ଦୁର୍ବଳ ଓ ଅସହାୟ ଅବସ୍ଥାର ଉପହାସ କରାଯାଉଛି ! ଅତୀତର ଅନେକ ସ୍ମୃତି ତାଙ୍କ ମାନସ ପଟଳରେ ନାଚି ଉଠିଲା । ତାଙ୍କ ନନା ପ୍ରଚଣ୍ଡ କର୍ମକାଣ୍ଡି ଈଶ୍ବରବିଶ୍ବାସୀ ବ୍ରାହ୍ମଣ ଥିଲେ । ପୂଜାପାଠ, ଦାନଧର୍ମ, ସତ୍କର୍ମ ଆଦିରେ ତାଙ୍କର ଲାଳନ ପାଳନ ହୋଇଥିଲା । ନୂଆରେ ଖୋଲିଥିବା ସରକାରୀ ତହସିଲ ଅଫିସରେ ତାଙ୍କୁ ଚାକିରୀ ମିଳିଥିଲା । ନନା ବାରଣ କରିଥିଲେ । ଫାଇଲ ଚାଷ କରି ପେଟ ପୋଷିବୁ? ବରଂ ମାଷ୍ଟ୍ର ହେ, ପାଠ ପଢ଼ା, ପିଲାଙ୍କୁ ସଂସ୍କାର ଶିଖା, ନିଜର ପେଟ ପୋଷେ, କିଛି ଦୋଷ ନାହିଁ । ସେ ନନାଙ୍କ କଥା ଶୁଣିଥିଲେ । ମାଷ୍ଟ୍ର ହୋଇ ପାଠ ପଢ଼େଇଥିଲେ । ପୂଜାର ଗୁଢ଼ ରହସ୍ୟ ନ ଜାଣି ମଧ୍ୟ ବ୍ରତ ହେଲା ପରଠୁଁ ଅନ୍ଧରୂପେ ନନାଙ୍କୁ ଅନୁସରଣ କରି ଫୁଲ, ତୁଳସୀ ଦେଇ ପୂଜା କରିବା ସେ କେବେହେଲେ ଭୁଲି ନଥିଲେ । ଠାକୁରଙ୍କୁ ଭୋଗ ଲଗାଇଲା ପରେ ହିଁ, ସେ ଖାଦ୍ୟ ଛୁଇଁଛନ୍ତି । ବାହାହେଲା ପରେ ତାଙ୍କ ସ୍ତ୍ରୀ ମଧ୍ୟ ସେହି ରାସ୍ତାର ପଥକ ହୋଇଥିଲେ । ପ୍ରତ୍ୟେକ ସୋମବାର ଦିନ ଶିବ ଅଭିଷେକ ନକଲେ ଦିହେଁଯାକ ଜଳ ସ୍ପର୍ଶ କରୁନଥିଲେ । ଅସୁସ୍ଥ ଶରୀରରେ ବି ସେ ସ୍କୁଲ ଯାଇ ତାଙ୍କ ପାଠପଢ଼ା ସାରି ୫୬ ଶଙ୍ଖନାଦ ଦେଇ ଆସୁଥିଲେ । ଅଥଚ ବଡ଼ପୁଅ ଜନ୍ମ ହେଲା ଦିନ ସେ ଖ୍ରୀଷ୍ଟିୟାନ ହାସପାତାଳର ପାଖ ଛାଡ଼ି ନଥିଲେ । ହେଡ୍ସାର୍ କହିଥିଲେ, “ସ୍କୁଲକୁ ଆସି ଯାଆନ୍ତୁ ସାରେ, ଆପଣ କ'ଣ ନର୍ସ ପାଲଟିଯିବେ? ଗୋଟିଏ ଦିନର ଛୁଟି ପାଇଁ ପରେ ପଇସାଟିଏ ହେଲେ ମିଳିବ ।” ସେ ତିଳେ ହେଲେ ଭୃକ୍ଷେପ କରି ନଥିଲେ । ସବୁଯାକ ଛୁଟି ଘର ଏବଂ ପିଲାଙ୍କ ପାଇଁ ସାରି ଦେଇଥିଲେ । ତାଙ୍କ ନନାଙ୍କ ଶେଷଦିନର ସାହାରା ସେ ଯେମିତି ହୋଇଥିଲେ, ପିଲାମାନେ ବି ଶେଷଦିନରେ ତାଙ୍କର ସାହାରା ହେବେ, ଏଇ ଆଶାରେ ଜୀବନ- ଯାତ୍ରା ପଥରେ ବୀର ସୈନିକ ଭଳି ଆଗେଇ ଚାଲିଥିଲେ । ବଡ଼ଝିଅ ବାହାଘର ଖର୍ଜପାଇଁ ବଡ଼ପୁଅର ସ୍ତ୍ରୀ ଯେତେବେଳେ ଟଙ୍କାଟିଏ ବି ଦେବାକୁ ମନା କରି ଦେଇଥିଲା, ସେତେବେଳେ ସାନ ପୁଅ ବାହାଘରର ସାରା ଖର୍ଚ୍ଚ ପୈତୃକ ଘରକୁ ତା' ନାଁରେ କରି ଦେବାର ସର୍ଭ କଲା ପରେ ହିଁ କରିଥିଲା । ଅସହାୟ କ୍ଷେତ୍ର ମୋହନ ନିଜ ବାସଗୃହକୁ ସାନ ପୁଅ ନାଁରେ ଲେଖ୍ ଦେଇଥିଲେ । ଚାକିରୀରୁ ଅବସର ନେଲା ପରେ ଯାହା କିଛି ଫଳ ପୁଷ୍ପ ମିଳିଥିଲା, ତାକୁ ସାନ ଝିଅର ବାହାଘରରେ ପ୍ରଚଣ୍ଡ ଆତ୍ମ ବିଶ୍ବାସରେ ଖର୍ଚ୍ଚ କରି ପକେଇଥିଲେ । କିନ୍ତୁ, ଶେଷରେ କ'ଣ ହେଲା? ସ୍ତ୍ରୀଙ୍କ ଦେହାନ୍ତ ପରେ ହଠାତ୍ ସବୁକିଛି ବଦଳି ଗଲା ଭଳି ସେ ଅନୁଭବ କଲେ । ତାଙ୍କ ଉପରେ ସାନ ପୁଅର ମାନସିକ ଚାପ ଆରମ୍ଭ ହେବାରେ ଲାଗିଲା । କେବଳ ତାଙ୍କ ପାଇଁ ବ୍ୟବସ୍ଥା ହୋଇ ପାରିବ । ପେନସନ୍ ୮୦୦/୯୦୦ ଟଙ୍କାରେ ଝିଅମାନଙ୍କର ବାରମ୍ବାର ଘରକୁ ଯିବା-ଆସିବା କରିବା ସାନ ବୋହୂର ବରଦାସ୍ତ ହେଉନି । ବଡ଼ ଝିଅ ଉଘାଣ ଦେଲା, “ଆମକୁ ବାପ-ଘରକୁ ଯିବା ଶଙ୍ଖନାଦ | ୫୭ ଯୋଗ୍ୟ କରେଇଲନି ।” ସାନ ଝିଅ ଅଭିମାନ କଲା, “ଅପାକୁ ଅଧିକ ଦେଲ ।” ବଡ଼ପୁଅର ସ୍ତ୍ରୀ କହିଲା, “ସବୁ ତ ସାନକୁ, ଝିଅମାନଙ୍କୁ ଦେଲ । ଆମ ପାଇଁ ଅଛି କ'ଣ ଯେ, ଆମେ ତମ ବାପଝିଅଙ୍କୁ ଦେବୁ?” ବଡ଼ପୁଅ ଘରୁ ବାହାରିଗଲା । 9 କ୍ଷେତ୍ର ମୋହନ ଅନୁଭବ କଲେ, ନିଜ ପରିଶ୍ରମରେ ତିଆରି ତାଙ୍କ ନିଜ ଘରେ ସେ ଅନାହୁତ ହୋଇ ପଡ଼ିଛନ୍ତି । ସିମେଣ୍ଟ-ଇଟାର କାନ୍ଥରେ ଯେଉଁ ଘରକୁ ତିଆରି କରି ଅନ୍ୟ ସହକର୍ମୀମାନଙ୍କ ଆଗରେ ନିଜ ଘର ତିଆରି ବାହାଦୂରିର ଡିଣ୍ଡିମ ପିଟୁଥିଲେ, ଅବସର ନେଲାବେଳକୁ ସେହି ଘରର କାନ୍ଥରେ ଦାଗ ଲାଗି ଯାଇ କ୍ଷେତ୍ର ମୋହନଙ୍କର ଶିକ୍ଷକ ପଣିଆର ସ୍ବାଭିମାନରେ ଗଭୀର କ୍ଷତ ସୃଷ୍ଟି କରିସାରିଥିଲା । ବିବ୍ରତ ଓ ଗ୍ଲାନି ବୋଧ ଅବସ୍ଥାରେ କ୍ଷେତ୍ର ମୋହନ ସାର୍ ଦିନେ ଘରୁ ବାହାରି ସାଇକେଲରେ ବୁଲୁଥିଲେ । ଶିଶିର କାନ୍ତ ରାସ୍ତାରେ ମିଶି ଆଶ୍ଚର୍ଯ୍ୟ ହେଲେ, “ସାର, ଏ ବୟସରେ ଆହୁରି ସାଇକଲ୍ ଧରି ବୁଲୁଛନ୍ତି !” ସ୍ତ୍ରୀଙ୍କ ଦେହାନ୍ତ ଓ ଅବସର ପରର କ୍ଲେଶପୂର୍ଣ୍ଣ ଜୀବନର ଗାଥା ପ୍ରିୟ ଛାତ୍ର ଆଗରେ ସବୁ ବାନ୍ତି କରି ପକେଇଥିଲେ କ୍ଷେତ୍ର ମୋହନ ସାର୍ । ସେଦିନ ଶିଶିର କାନ୍ତ ଆଗରେ କହୁ କହୁ କାନ୍ଦି ମଧ୍ୟ ଦେଇଥିଲେ । ଶିଶିର କାନ୍ତ ତାଙ୍କର ଛାତ୍ର ଥିଲେ । ହାଇସ୍କୁଲରେ ଭଲ ଛାତ୍ର, କିନ୍ତୁ ଖୁବ୍ ଚଗଲା, ଖାଲି ସାରଙ୍କର ବେତ ମାଡ଼କୁ ଡର ଥିଲା । ୫୮ ଶଙ୍ଖନାଦ ________________
ଚାକିରୀ କିମ୍ବା ବ୍ୟବସାୟ ନ କରି ବରଂ ସାମାଜିକ ସଂସ୍ଥାଟିଏ ଗଢ଼ି ତା' ଜରିଆରେ ବୃଦ୍ଧାଶ୍ରମ ତିଆରି କରିଥିଲେ । ସାର୍ଙ୍କ ଦୁଃଖକୁ ହୃଦୟଙ୍ଗମ କଲା ପରେ ଶିଶିର କାନ୍ତଙ୍କୁ ବୋଧହେଲା, ତାଙ୍କୁ ବୃଦ୍ଧାଶ୍ରମର ପ୍ରଥମ ବାସିନ୍ଦା ମିଳିଗଲେ । ସେ ଦିନଠୁ ସାର୍ ଆଉ ପିଲାମାନଙ୍କ ପାଖକୁ ଫେରି ନାହାନ୍ତି । ମ୍ୟୁନିସିପାଲିଟିର ହାତଗଣତି କିଛି ପେନସନ୍ ଟଙ୍କାର ଭରସାରେ ସାର୍ ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ ! ବାହାର ଲୋକଙ୍କ କଥାରେ ବିବ୍ରତ ହୋଇ ପ୍ରଥମ କେତେଦିନ ଝିଅମାନେ ଆଶ୍ରମକୁ ଆସୁଥିଲେ । ପରେ ସେମାନେ ମଧ୍ୟ ଆସିବା ବନ୍ଦ କରି ଦେଇଥିଲେ । ସ୍ତ୍ରୀଙ୍କ ଶ୍ରାଦ୍ଧ ଦିବସରେ ସାର୍ଙ୍କୁ ବ୍ୟସ୍ତ ହେବା ଦେଖ୍ ଶିଶିର କାନ୍ତ କହିଲେ, “ସାର୍, ଦୁଃଖ କରନ୍ତୁନି । ଗରିବ, ଦୁଃଖୀରଙ୍କିଙ୍କୁ ଖାଇବାକୁ ଦେଇଦେବା । ଆପଣଙ୍କ ସ୍ତ୍ରୀ ପାଇଯିବେ ।” ଦୃଢ଼ କଣ୍ଠରେ ବିରୋଧ କଲେ ସେ, “ନା, ତାହା କେମିତି ହେବ? ପୁଅ ଶ୍ରାଦ୍ଧ କରିବା ଶାସ୍ତ୍ର ବିଧେୟ । ତାକୁ କେମିତି କାଟି ହେବ?” ବଡ଼ପୁଅକୁ ଆଶ୍ରମକୁ ଡକା ଯାଇଥିଲା । ସେ କହିଥିଲା, “ମୋ ପାଖରେ ପଇସା ନାହିଁ, ଶ୍ରାଦ୍ଧ କେମିତି କରିବି?" “ତୋ’ର ପଇସା ନାହିଁ ! ହଉ ।” ସାର୍ ଶିଶିର କାନ୍ତକୁ କହିଥିଲେ, “ତାକୁ ଦି’ହଜାର ଟଙ୍କା ଦେଇପାରିବ? ମୋ ପେନସନ୍ ମିଳିଲେ ଦେଇଦେବି ।” ଆଜ୍ଞାଧୀନ ଛାତ୍ର ଶିଶିର କାନ୍ତ ତାଙ୍କୁ ଟଙ୍କା ଦେଇଥିଲେ । ସାର୍ଙ୍କ ସ୍ତ୍ରୀଙ୍କ ଶ୍ରାଦ୍ଧ ହୋଇଥିଲା । ସେ ଆଉ ଶିଶିର କାନ୍ତ ଦୁହେଁ ଯାଇ ଖାଇ ଆସିଥିଲେ । ଶ୍ରାଦ୍ଧ ସିନା କରିଦେଲେ, ହେଲେ ଯାହାର ଶଙ୍ଖନାଦ। ୫୯ D ପେଟରେ ୯ ମାସ ରହିଥିଲା, ଠିଆ ହେଲା ଯାଏଁ ତାର ଅଳିଅର୍ଦ୍ଦଳୀ ଯିଏ ସମ୍ଭାଳିଥିଲା, ତା'ର ଶ୍ରାଦ୍ଧ ପାଇଁ କିଛି ଟଙ୍କା ତାଙ୍କ ପୁଅ ପାଖରେ ନାହିଁ; ଛି, ଧୂକ୍ ଏ ଜୀବନକୁ ! ସ୍ବାର୍ଥର ଗନ୍ତାଘର ସବୁ ତାଙ୍କ ଔରସରୁ ହିଁ ଜାତ ହେବାର ଥିଲା ! ଦୁନିଆଯାକର ପିଲାଙ୍କୁ ସଂସ୍କାରିତ କରିବାର ଦାୟିତ୍ଵ ନେଲେ ସିନା, ନିଜ ପିଲାଙ୍କୁ ସଂସ୍କାରିତ କରି ପାରିଲେନି । ଯେତେବେଳେ ସେ ଏହାକୁ ଜାଣିଲେ-ଚିହ୍ନିଲେ, ସେତେବେଳେ ନେଡ଼ି ଗୁଡ଼ କହୁଣୀକୁ ଚାଲି ଯାଇଥିଲା । ସେହି ଅବସ୍ଥାରୁ ତାଙ୍କୁ ଉଦ୍ଧାରିବା ପାଇଁ, ଜୀବନ ସାରା ପ୍ରତିଦିନ ଆହ୍ୱାନ-ବିସର୍ଜନ କରିଥିବା ସମସ୍ତ ଦେବ ଦେବୀଙ୍କୁ ଆକୁଳ ଭାବେ ଡାକିଥିଲେ ! ନିଜ ପିଲାଙ୍କ ଦୃଷ୍ଟିକୋଣ ନିମନ୍ତେ ବୋଧହୁଏ ସେ ହିଁ ଦାୟୀ ଥିଲେ, ସେ ହୃଦ୍ବୋଧ କରିଥିଲେ । ସେ ବି ନିଶ୍ଚୟ ସ୍ବାର୍ଥକୁ ନେଇ ସଂସାର କରୁଥିଲେ । ନ ହେଲେ କି କେବଳ ନିଜ ସ୍ବାର୍ଥ କଥା ହିଁ ପିଲାଏ ଚିନ୍ତା କରିଥାନ୍ତେ ! ଭାଇଭଉଣୀର ନିଚ୍ଛକ ପ୍ରେମର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଓଡ଼ିଆ-ବ୍ରାହ୍ମଣ ଘରର ପିଲାଏ, ନିଜେ ନିଜର ଅସହଣ ଶତ୍ରୁ ପାଲଟିଥାନ୍ତେ? ତାହା ପୁଣି ବାପା-ମାଆଙ୍କ କାନ୍ଧରେ ବନ୍ଧୁକ ରଖ୍ ! ଏହି ଚିନ୍ତା ତାଙ୍କ ମନକୁ ଭିନ୍ନ ରାସ୍ତାର ପଥ୍ୟକ କରି ରୋଗର ଘରେ ନେଇ ବସେଇ ଦେଇଥିଲା । ତାଙ୍କ ଦେହ ଖରାପ ଆଡ଼କୁ ଗତି କରିଥିଲା । ଆଶ୍ରମକୁ ଆସିଥିବା ଜଣେ ଡାକ୍ତର ତାଙ୍କୁ କିଛି ଔଷଧ ମଧ୍ୟ ଦେଇଥିଲେ । ଔଷଧ ଖାଇବାକୁ ତାଙ୍କର ଇଛା ନ ଥିଲା । ସମ୍ମୁଖରେ ଅଭାବ ଓ ନିରାଶ ଜନିତ ମୃତ୍ୟୁର ଅହେତୁକ ଆଶଙ୍କା ସମୁଦ୍ରର କରାଳ ଲହରୀର ଢେଉ ଭଳି ଆଗକୁ ମାଡ଼ି ଆସୁଥିଲା । ଧୀରେ ଧୀରେ କର୍ମକାଣ୍ଡି ନୈଷିକ ବ୍ରାହ୍ମଣ ଜଣକ ମନ୍ଦିର ଆଗରେ ହାତ ଯୋଡ଼ିବାକୁ କୁଣ୍ଠାବୋଧ କରିଥିଲେ, ଅଗାଧୁଆ ଅନ୍ନ ୬୦ ଶଙ୍ଖନାଦ ଗ୍ରହଣ କରିବା ଆରମ୍ଭ କରିଥିଲେ । ଅବସର ପରେ ପ୍ରଥମଥର ପାଇଁ ମାନସିକ ଅବସାଦ ତାଙ୍କୁ ଏକ ଅଜଣା-ଅନ୍ଧକାରର ସାମୂହିକ ଆକ୍ରମଣ ସମ୍ମୁଖକୁ ନେଇ ଯାଇଥିଲା । ନିଜ ଜୀବନର ଏହି ଅକୁହା କଥା ସମୂହ ତାଙ୍କ ଆଖ୍ ଆଗରେ ଏବେକାର ଦୃଶ୍ୟଭଳି ନାଚି ଉଠିଥିଲା । ନା, ଆଉ ପଛ କଥା ଦ୍ବାରା କେବଳ ନିଜେ ହିଁ ରୋଗ ଭୋଗ କରିବାକୁ ହେବ । ଋତୁପର୍ଣ୍ଣା କହୁଥିଲେ, “କେବଳ ଆଜିର ଚିନ୍ତା ହିଁ କରନ୍ତୁ । ନ ହେଲେ ଜଡ଼ତା ଆସି ଶରୀରରେ ବାସ କରିବ ।” ମନେ ମନେ ଈଶ୍ବରଙ୍କୁ ସ୍ମରଣ କରି ନିତ୍ୟକର୍ମ ସାରିବାକୁ ସାର୍ ଗାଧୁଆ ଘର ଭିତରେ ପଶିଲେ । ଶଙ୍ଖନାଦ| ୬୧ (ଦୁଇ) ସେଦିନ, ଯେଉଁ ଦିନ ପ୍ରଥମଥର ପାଇଁ ସେ ଏହି ଘରେ ତାଙ୍କ ଚେତନା ଫେରିଥିଲା, ଅନୁଭବ କରିଥିଲେ, ସତେ ଯେମିତି ସେ ଏକ ଗାଢ଼ ଦୀର୍ଘ ନିଦ୍ରାରୁ ଉଠିଛନ୍ତି । ଦେହରେ କେଉଁଠି ଟିକିଏ ହେଲେ ବ୍ୟଥାର ଅନୁଭବ ନ ଥିଲା । ମନେ ମନେ ନିଜକୁ ପରୀକ୍ଷା କରି ଦେହରେ ପୁରୁଣା ବଳର ଚେତନା ଫୁଲି ଫୁଲି ବାହାରକୁ ଆସିବାର ଅନୁଭବ କରୁଥିଲେ । ମନେ ପଡ଼ିଥିଲା, ଶିଶିର କାନ୍ତଙ୍କ ଆଶ୍ରମରେ ଦିନେ ସକାଳେ ସେ ଉଠି ପାରି ନଥିଲେ । ତା’ ପରର ଦୁଇଦିନ କାଳ ଆଶ୍ରମର ଅନ୍ତେବାସୀମାନେ ତାଙ୍କୁ ସାହାଯ୍ୟ କରୁଥିଲେ । ତା' ପରେ? ସେ କ'ଣ ଅଚେତ ଥିଲେ? ସଫା ସୁତୁରା ଗଦି ଉପରର ଦି ପାଖରେ ବାଡ଼ ଦେଇ ଖଟରୁ ଓହ୍ଲାଇବା ରାସ୍ତାକୁ ବନ୍ଦ କରାଯାଇ ଥିଲା । ବାଁ ପାଖର ଖଟ-ବାଡ଼ ଉଠେଇ ଗୋଡ଼ ଦୁଇଟିକୁ ତଳକୁ ଆଣି ସେ ଠିଆ ହେବା ପାଇଁ ଚେଷ୍ଟା କରିଥିଲେ । ଠିକ୍ ସେତିକିବେଳେ କୋଠରୀରେ ଆଉ ଜଣଙ୍କର ଉପସ୍ଥିତି ସେ ଅନୁଭବ କରିଥିଲେ । ଜଣେ କେହି ଉଲ୍ଲସିତ ହୋଇ କ୍ଷୀଣ କଣ୍ଠରେ ଚିତ୍କାର କରିଥିଲେ, “ଇସ୍ ଜେଜେ, ଆପଣ ଠିଆ ହୋଇଛନ୍ତି!” ସମ୍ମୁଖରେ ତାଙ୍କର ଜଣେ ଦିବ୍ୟ, ଶୁଭ୍ରାଙ୍ଗୀ ସ୍ତ୍ରୀ ଲୋକର ଚେହେରା ସ୍ପଷ୍ଟ ହୋଇ ଉଠିଥିଲା । ହେମନ୍ତ ପୂର୍ଣ୍ଣିମାର ଜହ୍ନ ସଦୃଶ ହସିଲା ହସିଲା ମୁହଁ, ଆମନ୍ତ୍ରଣ ପୂର୍ଣ୍ଣ ଚକ୍ଷୁ-ଯୁଗଳ ! ୬୨ ଶଙ୍ଖନାଦ ତାଙ୍କୁ ସେ ଜେଜେ ବୋଲି ସମ୍ବୋଧନ କରୁଛି ! ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ । - ଆରେ, ଆପଣଙ୍କୁ ତ କେହି ହେଲେ ଧରି ନାହାନ୍ତି । ତଥାପି ଆପଣ ଠିଆ ହୋଇଛନ୍ତି । ଆରେ ବାଃ, ପୁରା ଫିଟ୍ ! - - କିଏ ମା’ ତମେ? ମା' କହୁଛନ୍ତି । ପୁଣି କିଏ ବୋଲି ପଚାରୁଛନ୍ତି । କୁହନ୍ତୁ ତ କିଏ ମୁଁ? ହସି ହସି ସେ ପଚାରିଥିଲେ । କ୍ଷେତ୍ର ମୋହନ ସାର୍ ତାଙ୍କୁ ସତରେ ଚିହ୍ନି ପାରି ନ ଥିଲେ । କେଉଁଠି କେବେ ଦେଖିଲା ପରି ବି ମନେ ହେଉ ନ ଥିଲା । ବସିଲା ବସିଲା କଣ୍ଠରେ ସ୍ବୀକାର କରିଥିଲେ, “ହଁ, ଚିହ୍ନିତ ପାରୁନି । ତମର ପରିଚୟ ଦିଅ ।” W ସେ କହିଥିଲେ, “ଜେଜେ, ଏଇଟା ଆପଣଙ୍କ ଘର । ମୁଁ ଆପଣଙ୍କ ନାତୁଣୀବୋହୂ । ଆପଣଙ୍କ ନାତି ରମଣ; ମୁଁ ତାଙ୍କ ସ୍ତ୍ରୀ ଆମେ ବେଙ୍ଗାଲୁରୁରେ, ଆମ ଘରେ ଅଛେ । ଆପଣଙ୍କ ଦେହ ଟିକିଏ ବି ଭଲ ନ ଥିଲା । ଆପଣଙ୍କୁ ବ୍ରହ୍ମପୁରରୁ ଏଇଠିକୁ ଆପଣଙ୍କ ଅର୍ଦ୍ଧ ଚେତନ ଅବସ୍ଥାରେ ଅଣାଯାଇଛି । କ୍ଷେତ୍ର ମୋହନ ସାର୍ ବିଶ୍ବାସ କରିପାରୁ ନ ଥିଲେ । ସେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ମୁଣ୍ଡରେ ଓଢ଼ଣା ଥିଲା । ପ୍ରଣାମ କଲା ପରେ କହିଲେ, “ଆସନ୍ତୁ ଜେଜେ, ଆପଣଙ୍କୁ ଆପଣଙ୍କ କାମ କରିବାରେ ସାହାଯ୍ୟ କରିବି । ଏଇଟା ମୋର ପ୍ରତି ଦିନର କାମ । ସେ ସକାଳୁ ଅଫିସ ଚାଲିଗଲେଣି । ରାତିସାରା ଆପଣଙ୍କ ପାଖରେ ଜଣେ ନର୍ସ-ଦିଦି ରହନ୍ତି । ଦିନରେ ଆପଣଙ୍କ ପାଖରେ ମୋ ଚାକିରୀ । ଆସନ୍ତୁ ।” ଶଙ୍ଖନାଦ| ୬୩ ଯନ୍ତ୍ରବତ୍ ସେ ତାଙ୍କ ପଛରେ ଚାଲିଥିଲେ । ରମଣ ତାଙ୍କ ବଡ଼ପୁଅର ପୁଅ । ଦିନେ କେବେ ହେଲେ ଗୋସେଇଁ ବାପାର ପକ୍ଷ ନେଇ ନଥିଲା । ବରଂ ଘରେ ଯାହା କିଛି ହେଉଥିଲା, ସେଥିର ମୂକସାକ୍ଷୀ ରହିଥିଲା । ଆଜି ହଠାତ ପାଖରେ ଆଣି ରଖୁଛି । ଆଶ୍ଚର୍ଯ୍ୟ ! ପ୍ରଶ୍ନ କରିଥିଲେ, “କଣ ମା' ତମ ନା?” - ଋତୁପର୍ଣ୍ଣା । ଜେଜେ, ଏଇ ବ୍ରସ ନିଅନ୍ତୁ । ଦାନ୍ତ ସଫା କରି ଦିଅନ୍ତୁ । ଆରେ, ଇଏ ତ ତାଙ୍କ ଦାନ୍ତ ଘଷା ବ୍ରସ । ଏଇଟା ବି ଧରି ଆସିଛନ୍ତି? ସେ ବ୍ରସକୁ ଦେଖୁଥିବା ଦେଖି ଋତୁପଣ୍ଡା କହିଥିଲେ, “ହଁ, ଆପଣଙ୍କ ବ୍ରସ । ଶିଶିର କାନ୍ତ ଦାଦା କହୁଥିଲେ, ଆପଣ ଆସିଲାବେଳେ ଏଇ ବ୍ରସଟାକୁ ନେବାକୁ ଜିଦ୍ ଧରିଥିଲେ । ମୁଁ ଯେତେବେଳେ ନୂଆ ବ୍ରସ ଦେଲି, ଆପଣ ଫୋପାଡ଼ି ଦେଲେ । କହିଲେ, ମୋ ଧୋତି ଆଉ ମୋ ବ୍ରସ ହିଁ ବ୍ୟବହାର କରିବି । ମନେ ଅଛି?” ସେ ଏ କଥା କହିଥିଲେ? ଟିକିଏ ହେଲେ ତାଙ୍କର ମନେ ନ ଥିଲା । ହେଲେ ତାଙ୍କର ମନେ ନାହିଁ କାହିଁକି? କ'ଣ ହୋଇଥିଲା ତାଙ୍କର? ସେ ବିଷୟ ଋତୁପର୍ଣ୍ଣାଙ୍କ ମୁହଁରୁ ଶୁଣିଥିଲେ । ରମଣ ସହ ଋତୁପଣ୍ଡା ଏକା ଅଫିସରେ ଚାକିରୀ କରୁଥିଲେ । ଦୁହିଁଙ୍କ ମନ ମିଶିଥିଲା । ଦୁହେଁ ସ୍ଥିର କରିଥିଲେ, ବାହା ହେବେ । ରମଣଙ୍କ ବାପାମାଆ ରାଜି ନ ଥିଲେ । ଜାତି ବାହାଘରରେ ବନ୍ଧନ ସାଜିଥିଲା । କିନ୍ତୁ ଋତୁପଣ୍ଡାଙ୍କ ବାପାମାଆ ରାଜି ଥିଲେ । ଦୁହେଁ ସେଇଠି କୋର୍ଟ-ମନ୍ଦିର ଆଦିରେ ବାହାଘର ସାରି ଘରକୁ ଯାଇଥିଲେ । କିନ୍ତୁ ସେଇଠୁ ତଡ଼ା ଖାଇ ବୃଦ୍ଧାଶ୍ରମ ଯାଇଥିଲେ ୬୪ ଶଙ୍ଖନାଦ ଜେଜେଙ୍କ ଆଶୀର୍ବାଦ ନେବାପାଇଁ । ସେତେବେଳକୁ ଶିଶିର କାନ୍ତ କ୍ଷେତ୍ର ମୋହନ ସାର୍ଙ୍କୁ ହାସପାତାଳ ନେଇ ସାରିଥିଲେ, କାରଣ ବୃଦ୍ଧାଶ୍ରମରେ ସାର୍ଙ୍କ ଅବସ୍ଥା ଖରାପ ଦିଗକୁ ଗତି କରୁଥିଲା । ଲୋକଙ୍କୁ ଚିହ୍ନିପାରୁ ନଥିଲେ ସେ । ଡାକ୍ତର ଆଲଜାଇମର ରୋଗର ପ୍ରାରମ୍ଭିକ ସ୍ତର ବୋଲି ନିଦାନ କରିସାରିଥିଲେ । ସ୍ବାମୀ-ସ୍ତ୍ରୀ ଦୁହେଁ ଯାକ ଆଗପଛ କିଛି ନ ବିଚାରି ପ୍ରଥମ ଉଡ଼ାଜାହାଜରେ ଜେଜେଙ୍କୁ ବେଙ୍ଗାଲୁରୁକୁ ଆଣିଦେଇଥିଲେ । ହାସପାତାଳରେ ରଖୁ ଅପେକ୍ଷା ଘରେ ରଖ୍ ଯତ୍ନ ନେଲେ ଏହାର ଉପଶମର ସମ୍ଭାବନା ବେଶି, ଏଇ ଧାରଣା ଜାତ ହେଲା ପରେ, ଜେଜେଙ୍କୁ ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ । ତା’ ପରେ ଋତୁପଣ୍ଡା ତାଙ୍କ ଚାକିରୀ ଛାଡ଼ି ଦେଇଥିଲେ । କାରଣ, ଜେଜେଙ୍କୁ ଦିନ ରାତି ପଇସାଟିଆ ଲୋକଙ୍କ ଜିମା ଛାଡ଼ିଦେବା ପାଇଁ ସେ ଆଦୌ ରାଜି ନ ଥିଲେ । ଜେଜେଙ୍କ ହାତ ଧରିଲେ ହିଁ ସେ ଚାଲିପାରୁଥିଲେ; ଗାଧୁଆ ଘର ଭିତରକୁ ନେଲେ କମୋଡ୍ରେ ବସେଇ କବାଟକୁ ଆଉଜେଇ ଦେଇ ଆସୁଥିଲେ; ଯାହା କହିଲେ ତାହା ହିଁ ଖାଉଥିଲେ । ତେଣୁ ଜଣେ କିଏ ହେଲେ ନିରବଚ୍ଛିନ୍ନ ଭାବରେ କ୍ଷେତ୍ର ମୋହନଙ୍କ ପାଖେ ପାଖେ ରହିବା ଦରକାର; ଏଇ ବିଚାରରେ ଦିନରେ ଋତୁପର୍ଣ୍ଣା ଏବଂ ରାତିରେ ନର୍ସ ତାଙ୍କ ପାଖରେ ଜଗି ରହୁଥିଲେ । ତାହା ହିଁ ଋତୁପଣ୍ଡାଙ୍କ ଚାକିରୀ ଛାଡ଼ିବାର କାରଣ ଥିଲା । ଡାକ୍ତରୀ ଔଷଧ ତ ଦିଆ ଯାଉଥିଲା । ତା' ଛଡ଼ା ବିକଳ୍ପ ଚିକିତ୍ସାର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା । ଶାରିରୀକ ବ୍ୟାୟାମ, ଉତ୍ତାପ-ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଦୀର୍ଘ ଛଅ ମାସର ଚେଷ୍ଟା ପରେ କ୍ଷେତ୍ର ମୋହନ ସାର୍ଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଥିଲା । ଶଙ୍ଖନାଦ ୬୫ (ତିନି) ଅଦିନିଆଁ ଝଡ଼ରେ ବସା ହରେଇ ଦେଇଥିବା ବାଟ ବଣା ଚଢ଼େଇଟିକୁ ବାଟ କଢ଼େଇ ଆଣିଥିବା ଏହି ହସକୁଳା ଝିଅଟି ତାଙ୍କର କେଉଁ ଜନ୍ମର ସାଥୀ ଥିଲା? ଗୀତାରେ କୁହାଯାଇଥିବା ବାଣୀକୁ ନନାଙ୍କ ଠୁଁ ଶୁଣିଥିଲେ, “ପତ୍ର ପୁଷ୍ପ ଫଳଂ ତୋୟଂ ଯୋ ମେ ଭକ୍ତ ପ୍ରୟଛନ୍ତି ।” ଅର୍ଥ ହେଲା - ମୋତେ ଯିଏ ଯାହା ଦେଇ ଡାକିଲେ ମଧ୍ୟ, ମୁଁ ତାହା ଗ୍ରହଣ କରେ; ସେମାନଙ୍କ କଥା ଶୁଣିଥାଏ । - କିନ୍ତୁ କେବଳ ଯେ ଲୌକିକ ଫଳ ପତ୍ର ପାଣିର ଅଭିଷେକ, ତାହା ନୁହଁ । ସମ୍ପୂର୍ଣ୍ଣ ହୃଦୟର ସମର୍ପଣ ମଧ୍ୟ ତାଙ୍କ କାମ୍ୟ, ଏ କଥା ସେ ବହୁତ ଡେରିରେ ବୁଝିଲେ । ନିଜ ରକ୍ତମାଂସର ପରଶରେ ଜାତ ରମଣ ତ କେବେ ଆସି ତାଙ୍କର ଭଲ ମନ୍ଦ ପଚାରି ନ ଥିଲା । ତା’ର ସ୍ତ୍ରୀ ଆଜି ତାଙ୍କ ଯତ୍ନ ନେଉଛି ! କେବଳ ତାଙ୍କ ସେବା ଶୁଶ୍ରୂଷା ନିମନ୍ତେ ଚାକିରୀ ଛାଡ଼ି ଦେଇଛି । କର୍ମକାଣ୍ଡ ଉପରେ ବିଶ୍ଵାସ ହରେଇ ବସିଥିବା ମଣିଷ ଜଣକ ଜୀବନ ଯାତ୍ରାର ଏହି ମୌନ ପ୍ରହରରେ ପ୍ରହରୀ ଭୂମିକାର ଉପଲବ୍ଧି ନିଃସନ୍ଦେହରେ ଏକ ଅନିର୍ବଚନୀୟ ସନ୍ତୁଷ୍ଟି - ସମ୍ପର୍ଣ୍ଣ-ସ୍ଥିର ଭାବର ଉତ୍ପନ୍ନ କରାଇବା ଭଳି ସତରେ ଉପନୀତ ହେବା ପରେ ତାଙ୍କ ମନରେ ଥିବା ସମସ୍ତ ପ୍ରକାର ଗ୍ଳାନି ଓ ଅବସାଦ ଉଭେଇ ଯାଇଥିଲା । ତାଙ୍କ ନିକଟରେ ବିଶ୍ୱ ନିୟନ୍ତାଙ୍କ ଏଭଳି ସମାଧାନ ନୀତି ଏକ ଚମତ୍କାର ଓ ଅକୁଣ୍ଠିତ ଆଶୀର୍ବାଦ ବ୍ୟତୀତ ଅନ୍ୟ କିଛି ନ ଥିଲା । ୬୬ ଶଙ୍ଖନାଦ ନିତ୍ୟକର୍ମ ସାରିଲା ବେଳକୁ ଦୃଢ଼ ନିଶ୍ଚୟର ଶେଷ ବିନ୍ଦୁରେ ସେ ପହଞ୍ଚି ସାରିଥିଲେ । ନାତୁଣୀବୋହୂ ପାଖରୁ ସ୍ବାଭାବିକ ରୂପେ ମିଳୁଥିବା ଏହି ଆଭିଜାତ୍ୟପୂର୍ଣ୍ଣ ମର୍ଯ୍ୟାଦା ଏବଂ ଅନାୟାସ ଆତିଥେୟଠାରୁ ତାଙ୍କର ମନ ଅନେକ ଦୂରରେ ବୃଦ୍ଧାଶ୍ରମରେ ରହୁଥିବା ଅସହାୟ ଅନ୍ତେବାସୀମାନଙ୍କ ପାଖକୁ ଯିବାପାଇଁ ବ୍ୟାକୁଳ ହେବାରେ ଲାଗିଥିଲା । ସେ ସେଠାକାର ପ୍ରଥମ ବାସିନ୍ଦା ଥିଲେ । ତା' ପରେ ଜଣେ ଜଣେ କରି ଆସି ସେଠାରେ ରହିବାରେ ଲାଗିଥିଲେ । ପ୍ରଥମେ ତାଙ୍କପାଇଁ ଶିଶିର କାନ୍ତ ପାଖ ମଠରୁ ଖାଇବାପାଇଁ ଦି'ବେଳା ଆଣି ଦେଉଥିଲେ । ଧୀରେ ଧୀରେ ଯେତେବେଳେ ରହିବା ଲୋକଙ୍କ ସଂଖ୍ୟା ବଢ଼ିଲା, ପାଖ ଗାଁର ଜଣେ ସ୍ତ୍ରୀ ଲୋକ ଆସି ଖାଇବା ରାନ୍ଧି ଦେଇ ଯାଉଥିଲେ । ଆଶ୍ରମର ଆଉ ଅନ୍ୟାନ୍ୟ କାମ ସବୁ ଅନ୍ତେବାସୀମାନେ କରୁଥିଲେ । ନାତୁଣୀବୋହୂଠୁଁ ମିଳୁଥିବା ଆତିଥ୍ୟର ବନ୍ଧନରେ ସେ ଆଉ ବାନ୍ଧି ହୋଇ ରହିବେନି । ବରଂ ଶିଶିର କାନ୍ତକୁ ତା'ର ଲକ୍ଷ୍ୟରେ ପହଞ୍ଚିବାରେ ତାକୁ ସାହାଯ୍ୟ କରିବେ; ପୁଣି ଜଣେ କିଏ କ୍ଷେତ୍ର ମୋହନ ଅବସାଦ ଗ୍ରସ୍ତ ନ ହୁଅନ୍ତୁ । ନିଜ ନିଶ୍ଚୟରେ ନିଶ୍ଚିତ ହୋଇ ସାର୍ ନିଜକୁ ଅନେକ ସୁସ୍ଥ ଓ ପ୍ରଫୁଲ୍ଲିତ ମନେ କରୁଥିଲେ । ଋତୁପର୍ଣ୍ଣାଙ୍କଠାରୁ ନମ୍ବର ଆଣି ସେ ଶିଶିର କାନ୍ତ ପାଖକୁ ଫୋନ କଲେ । ତାଙ୍କ ଭଲ ହେବା ଖବର ଶୁଣି ଶିଶିର କାନ୍ତ ଅତି ଖୁସି ହୋଇ କହିଲେ, “ମୁଁ ତ ଆଶା ଛାଡ଼ି ଦେଇଥୁଲି ସାର୍ । ହେଲେ ଭଗବାନଙ୍କ ଇଚ୍ଛା ହିଁ ମୂଳ ।” “ହଁ, ତାହା ନୁହଁ ତ ଆଉ କ'ଣ?” ସେ ଶିଶିର କାନ୍ତକୁ କହିଲେ, “ମୁଁ ଆଶ୍ରମକୁ ଫେରିଯିବାକୁ ଚାହୁଁଛି । ହେଇପାରିବ?" - ହେଇପାରିବ? ସାର୍, ଲଜିତ କରୁଛନ୍ତି । ଆଶ୍ରମ ଆପଣଙ୍କର । ଆପଣ ଯେବେ ବି ଆସିପାରନ୍ତି । ଶଙ୍ଖନାଦ | ୬୭ ତା'ହେଲେ ଟିକଟ କରି ଏଇ ନମ୍ବରରେ ମେସେଜ କରିଦିଅ । ମୋ ପେନ୍ସନ୍ ମିଳିଗଲେ ତମ ପଇସା ଫେରେଇ ଦେବି । ମୁଁ ବ୍ରହ୍ମପୁର ଫେରିଯିବି । ବାର୍ତ୍ତାଳାପ ଶୁଣୁଥିବା ଋତୁପର୍ଣ୍ଣା ଆକଟ କରି କହିଲେ, "ନାହିଁ ଜେଜେ, ହେବନି । ତମକୁ ଆମେ ଛାଡ଼ିବୁନି । ଏ ବୟସରେ ତମେ ଯାଇ ପୁଣି ସେ ଆଶ୍ରମରେ ରହିବ?” କ୍ଷେତ୍ର ମୋହନ ସାର୍ ଅଳ୍ପ ହସି ବୁଝେଇଲା “ମୁଁ ଆଉ ସେଇଠି କେବଳ ରହିବାକୁ ଯିବିନି । ବରଂ ସହାୟକ ହେବ ।” ଭଳି କହିଲେ, ଶିଶିର କାନ୍ତର ଋତୁପର୍ଣ୍ଣା ବିଶ୍ବାସ କରି ପାରିଲେନି । ଦର ହସିଲା, ତଟସ୍ଥ ହୋଇ ଜେଜେଙ୍କୁ ଚାହିଁ କହିଲେ, “ନା ନା, ହେଇ ପାରିବ ନାହିଁ । ଏ ବୟସରେ ଜେଜେ, ଏକୁଟିଆ ରହିବାଟା ଠିକ୍ ନୁହେଁ । ତମର ଦେଖାଶୁଣା କରିବ କିଏ?” - କାହିଁକି, ମୋର କ'ଣ ଅସୁବିଧା ହେଲେ, ତମେ ଅଛ । ରମଣ ଅଛି । ଶିଶିର କାନ୍ତ ଅଛି । ଭାବୁଥିଲି, ଏ ଦୁନିଆରେ ମୁଁ ଏକୁଟିଆ । ଅବସର ନେଲା ପରେ ଯେ ଜୀବନ ସମାପ୍ତ ହୋଇଗଲା, ମୃତ୍ୟୁକୁ ଅପେକ୍ଷା କରି ରହିବା ଭୟ ମୋତେ ଦୁର୍ବଳ କରି ଦେଇଥିଲା । ମୁଁ ଏକଦମ ନିଶ୍ଚିନ୍ତ । ତମକୁ ଦେଖ୍ ମୋର ସବୁ ଅବସାଦ ତ୍ରୁଟି ଯାଇଛି । ରମଣର ଜୀବନରେ ତମର ଆବିର୍ଭାବ ଆକସ୍ମିକ ନ ଥିଲା । ତାଙ୍କର ଆଶୀର୍ବାଦ ଥିଲା । ତାଙ୍କର ଆଶୀର୍ବାଦ ଥିଲେ ହେଁ ଅନ୍ତଃକରଣ ଶୁଦ୍ଧତାର ସ୍ପର୍ଶ ଆମେ ପାଇପାରିବା । ତମ ଦୃଷ୍ଟିକୋଣର ଶୁଦ୍ଧତା ମୋତେ ଏକ ନୂଆ ଜନ୍ମର ଅନୁଭବ କରେଇ ପାରିଛି । ସେଥିପାଇଁ ତମକୁ ଅଶେଷ ଧନ୍ୟବାଦ । ସନ୍ଧ୍ୟାରେ ରମଣ ଆସିଲାବେଳେ ସେ ଓ ଋତୁପଣ୍ଡା ବାହାର ୬୮ ଶଙ୍ଖନାଦ ବାଲକୋନୀରେ ବସି ଚାହା ପିଉଥିଲେ । ଜେଜେ ଏବଂ ଶିଶିର କାନ୍ତ କକାଙ୍କ ଶୁଣିଥିବା ବାର୍ତ୍ତାଳାପକୁ ଋତୁପର୍ଣ୍ଣା ରମଣଙ୍କୁ ଗୋଟି ଗୋଟି କରି ମୋବାଇଲରେ କହି ସାରିଥିଲେ । ସେଥିପାଇଁ ସବୁବେଳେ ରାତି ୯ରେ ଫେରୁଥିବା ରମଣ ଅଫିସରୁ ଅନୁମତି ନେଇ ଘରକୁ ଶୀଘ୍ର ଆସି ଯାଇଥିଲେ । ସେ ଆସି ବାଲକୋନୀରେ ଋତୁପଣ୍ଡା ଓ ଜେଜେଙ୍କ ପାଖରେ ବସି କହିଲେ, “ଜେଜେ ! ବାପା, କକା, ପିଉସୀମାନେ ସମସ୍ତେ ଏଇଠିକୁ ତମ ଭଲ ହେବା ଖବର ଶୁଣି ଆସୁଛନ୍ତି । ଆଉ, ତମେ ଯିବ କୁଆଡ଼େ?" କ୍ଷେତ୍ର ମୋହନ ସାର୍ କହିଲେ, “ଆଉ ଯିବି କୁଆଡ଼େ? ବ୍ରହ୍ମପୁର ତ ଯାଉଛି । ଦେଖେ ବାପା, ମୋ ଲାଗି ତମେ ପିଲା ଦି'ଟା ଆଉ କେତେ ହଇରାଣ ହେବ? ମୁଁ ସୁସ୍ଥ ଅଛି । ଆଶ୍ରମ ଗଲା ପରେ ବି ମୋ ସାଇକେଲ ବନ୍ଦ ହେବନି । ପ୍ରଥମେ ବାଧ୍ଯ ହୋଇ ଆଶ୍ରମକୁ ଯାଇଥିଲି । ଏବେ, ମୋ ଇଛାରେ ଯାଉଛି । ତା' ଛଡ଼ା ତୋ ଜେଜେମାଆର ଶ୍ରାଦ୍ଧର ସମୟ ଆସି ଗଲାଣି । ଏଥର ଆମେ ତାକୁ ଆଶ୍ରମରେ ପାଳନ କରିବୁ । ତମେ ଦୁହେଁ ଆସିବ?" ଋତୁପଣ୍ଡା ଓ ରମଣଙ୍କ ପାଖରେ ଚୁପ୍ ରହିବା ଛଡ଼ା ଅନ୍ୟ ଉପାୟ ନ ଥିଲା । କାରଣ, ଘରର ସମସ୍ତେ ଆସିବା କଥା ସେ କେବଳ ଜେଜେଙ୍କୁ ଅଟକେଇବା ପାଇଁ ମିଛରେ କହିଥିଲେ | କିଏ ଜଣେ ହେଲେ ଇଛା ପ୍ରକାଶ କରି ନ ଥିଲେ ବେଙ୍ଗାଲୁରୁ ଆସି ବାପାଙ୍କୁ ସେବା କରିବା ପାଇଁ । ତିନିଜଣ ଯାକ ଚୁପଚାପ ବାଲକୋନୀରେ ଚାହାର ଢୋକ ଧୀରେ ଧୀରେ ନେଇ ସୁଉଚ୍ଚ ଅଟ୍ଟାଳିକାକାରଙ୍କର ପଶ୍ଚାତ ଭାଗରେ ସୂର୍ଯ୍ୟଙ୍କ ଦିଗବଳୟ ଉହାଡ଼ରେ ଖସିବା ଦୃଶ୍ୟକୁ ବଳପୂର୍ବକ ଉପଭୋଗ କରିବାର ପ୍ରୟାସରେ ଲାଗିଥିଲେ । ଏକ ଅକାରଣ ଶଙ୍ଖନାଦ ୬୯ ଅସନ୍ତୁଷ୍ଟର ଭିତର ନିଆଁରେ ରମଣଙ୍କର ମନ କୁହୁଳୁ ଥିଲା । କିନ୍ତୁ ଋତୁପଣ୍ଡା ଓ କ୍ଷେତ୍ର ମୋହନ ଉଭୟେ ସନ୍ତୁଷ୍ଟ ଥିଲେ । ବର୍ତ୍ତମାନକୁ ଗ୍ରହଣ କରିବାର କଳା ଓ କୌଶଳ ଯେ ଉଭୟେ ହୃଦୟଙ୍ଗମ କରିସାରିଥିଲେ । ୭୦ ଶଙ୍ଖନାଦ ବାତାବରଣ Sambeet ଶଙ୍ଖନାଦ | ୭୧ (ଏକ) ଖଳାର ଛତୁ ଭଜା, ତା' ସହ ଭଜା ମୁଗର ଡାଲି । ବଗଡ଼ା ଚାଉଳର ଭାତ ହେଲେ ବି ତା’ର ଗରମ ଗରମ ବାଷିତ ପେଜୁଆ ବାସ୍ନାରେ ରଞ୍ଜିତାର ଭୋକ ବଢ଼ି ଯାଇଥିଲା । ଖୁଡ଼ି କଞ୍ଚା ଆମ୍ବର ଚଟଣୀ ଆଣି ଯେତେବେଳେ ପରଶି ଦେଇ ଗଲେ, ସତକୁ ସତ ସେ ଲାଳେଇ ଗଲା । ପ୍ରଥମେ ଆମ୍ବ ଚଟଣୀରୁ ଖାଇବା ଆରମ୍ଭ କରିଥିଲା । ଆ, ଅନେକ ସମୟ ଧରି ଅତୃପ୍ତ ରହିଥିବା ଜିହ୍ଵାର ଲାଳ ରନ୍ଧ୍ରମାନଙ୍କ ଭିତରେ ଚଟଣୀର ସ୍ବାଦ ଯେମିତି ସୁସ୍ବାଦୁତାର ରସରେ ପରିପୂର୍ଣ୍ଣ କରି ଦେଇଥିଲା । ଖୁଡ଼ି ପାଟି କରି ଉଠିଲେ, “ଭାତ ଖାଅ ମ ମାନି, ଖାଲି ଆମ୍ବ ଚାଟୁଛ ।” ଜେଜେ ମାଆ ତାଙ୍କ କଥାକୁ କାଟିଲେ, “ତୋର ଅଦ୍ଭୁତ କଥା ବୋହୂ । ଦେଖୁଛୁ, ପୂରା ମଣିଷଟା ।” ମାନିନୀ ଲାଜେଇ ଯାଇ ଖୁଡ଼ିଙ୍କୁ ଚାହିଁଲା । ଖୁଡ଼ି ରନ୍ଧାଘର ଦ୍ବାର ମୁହଁରେ ଠିଆହୋଇ ହସୁଥିଲେ । ହସୁରା ଖୁଡ଼ି । ହସିଲେ ଖୁଡ଼ି ଖୁବ ସୁନ୍ଦର ଦେଖା ଯାଆନ୍ତି । ଭୁବନେଶ୍ବର ରହଣି ସମୟରେ ନିର୍ମଳ ବସନ୍ତ ଅପରାହ୍ନର ଉତ୍ତରା ପବନର ତାଳେ ତାଳେ ଘଣ୍ଟି ବଜେଇ ବଜେଇ ଠେଲାଗାଡ଼ିରେ ବିଭିନ୍ନ ସ୍ବାଦର ପସରା ଧରି ଆସୁଥିବା ଦୋକାନୀର ନିତିଦିନିଆ ଗରାଖ ଥିଲା ସେ । ଦହି ବରା, ଟମାଟ-ପିଆଜ-ବେସନର ଚକୁଳି ଖାଇସାରିଲା ପରେ ଆଙ୍ଗୁଠି ଚାଟିଚାଟି ଅଧା ମେଲା ମୁଖ୍ୟ ଫାଟକକୁ ବନ୍ଦ କରି ୭୨ ଶଙ୍ଖନାଦ ପଛକୁ ଫେରି ଚାହିଁ ମାନିନୀ ଦେଖୁଥିଲା, ବୋଉ ଦ୍ବାର ମୁହଁରେ ଠିଆ ହୋଇଛନ୍ତି କି ନାହିଁ । ଯଦି ଠିଆ ହୋଇଥର ଦେଖେ, ପାଟିକୁ ହସ ଟାଣି ଆଣି କହେ, “କିଛି ଖାଇନି ବୋଉ, ସେ କିଣିବାକୁ କହୁଥିଲା । ମୁଁ ନାହିଁ କରିଦେଲି । କହିଲି, ମୋ ବୋଉ ଗାଳି କରିବେ । ମୁଁ କିଣିବିନି । ଭଲ କଲି ନା ବୋଉ?” ହସିହସି ମିଛ କହିଲେ ବି ତାଙ୍କ ଆଗରେ ମାନିନୀ କେବେ ହେଲେ ପାରିନି । ତା' ବୋଉ ହସନ୍ତି । କହନ୍ତି, “ତୁ କହିଲୁ, ଆଉ ସେ ବିଶ୍ବାସ କରିଦେଲା !” ମାନିନୀ ବୋଉଙ୍କ ବେକ ଧରି ଓହଳି ପଡ଼ି କହେ, “ମୋ ବୋଉଙ୍କ ନା ଧରିଛି । ସେ ବିଶ୍ବାସ କରିବନି? ଏତେ ସାହାସ ତା'ର?" ଝିଅର ଚିବୁକ ଧରି ବୋଉ ଟିକେ ହଲେଇ ଦିଅନ୍ତି, “ହଁ ସତ କଥା । ତୋ'ର ଇଏ ସବୁ ଦେଖୁଥିବ । ନାଇଁ?" ବୋଉ ତା' ବଢ଼ନ୍ତା ପେଟ ଆଡ଼େ ଆଙ୍ଗୁଠି ଦେଖେଇ କହନ୍ତି । ମାନିନୀ ସତକୁ ସତ ପ୍ରକୃତିସ୍ଥ ହୋଇଯାଏ । ପାଟିରୁ ତା’ର ହସ ଉଭେଇଯାଏ । ସତ କଥା । ସେ ଯାହା କିଛି ବି କରୁଥିଲା, ତା' ପେଟର ଛୁଆ ପାଇଁ ହିଁ ଥିଲା । ଆଜି କାଲିର ଦୁନିଆରେ ଭଲ ମଣିଷଟିଏ କରି ଗଢ଼ି ତୋଳିବା ଯେ କେତେ କଷ୍ଟକର, ବୋଉଙ୍କୁ ଦେଖ୍ ସେ ବୁଝି ପାରୁଥିଲା । ପିଲାଙ୍କ ପାଇଁ ତାଙ୍କର ଅବିରତ ପରିଶ୍ରମ ପାଖରେ କାହାରି ଆକଟ କିମ୍ବା ହସ୍ତକ୍ଷେପ ମଧ୍ୟ ବାଧା ସୃଷ୍ଟି କରି ପାରୁ ନ ଥିଲା । ଗାଁ ଘରେ ରନ୍ଧା ସିମେଣ୍ଟ ଚଟାଣରେ ସେ ଘରକୁ ଲାଗି ରହିଥିବା ଲମ୍ବା ଓସାରିଆ ଖାଇବାକୁ ବସିଥିଲା । ପାଖରେ ଅଶୀ ଶଙ୍ଖନାଦ| ୭୩ ବର୍ଷ ବୟସୀ ଜେଜେ ମାଆ ଗୋଡ଼ ଲମ୍ଵେଇ ବସିଥିଲେ । କୋଟରଗତ ଚକ୍ଷୁ, ଶୁଖୁଲା-ରକ୍ତଶୂନ୍ୟ-ଚର୍ମ-ଜର୍ଜରିତ ଆଣ୍ଠୁ ଉପରେ ପଡ଼ିଥିବା ଶୀତ-ପାଉଁଶିଆ ଦୁଇ ହାତରେ ଦୁଇ ପଟ ସରୁସରୁ ସୁନା ଚୁଡ଼ି ଥିଲା । ପାକୁଆ ପାର୍ଟି, ଓହଳା ଗାଲର ଦୁଇ ପାଖରୁ ସେ ଯେତେବେଳେ ହସିବା ପାଇଁ ଓଠ ଦୁଇଟିକୁ ସଂପ୍ରସାରିତ କରୁଥିଲେ, ଅତି ଦୟନୀୟ ଦେଖା ଯାଉଥିଲେ । ବାବା ଅନେକ ଥର ଡାକିଲେଣି, “ବୋଉ, ଏଇଠିକୁ ଆସେ । ତୋ’ ପାଇଁ ପାଣି ପବନ କିଛି ବଦଳିବ ।” କିନ୍ତୁ ଜେଜେମାଆଙ୍କ ଚିନ୍ତାଧାରା ଭିନ୍ନ ଥିଲା । ଶାଶୁଘର ବଂଶ ପରମ୍ପରାକୁ ଆପଣେଇ ଧରି ରଖ୍ ସେ ଆଜି ବି ଗାଁ'ରେ ପ୍ରଶଂସିତ ହେଉଛନ୍ତି । ବଡ଼ ପୁଅ ପାଖରେ ତାଙ୍କ କ'ଣ ସେ ସମ୍ମାନ ମିଳି ପାରିବ? ଷାଠିଏ ବର୍ଷ କାଳ ଯାହାର ପାଣି ପବନର ବାତାବରଣରେ ସମସ୍ତଙ୍କୁ ଏଡ଼ିଟିରୁ ଏଡ଼ିଟିଏ କରିଛନ୍ତି, ମରଣ କାଳରେ ସେହି ବାତାବରଣକୁ ସିଏ କ'ଣ ହତାଦର କରି ପାରିବେ? ବରଂ ନିଜ ଘର ବାରଣ୍ଡାରେ ଗୋଡ଼ ଲମ୍ଵାଇ ବସି ଘର ସମ୍ମୁଖରେ ଥିବା ମନ୍ଦିରକୁ ସକାକୁ ସଞ୍ଜରେ ଯିବା ଆସିବା କରୁଥିବା ଚିହ୍ନା ପରିଚୟଙ୍କ ଖବର- ଅନ୍ତର ବୁଝୁବୁଝୁ ତାଙ୍କର ସମୟ କଟି ଯାଉଥିଲା । ଆଈ ଘର ଗାଁ ଧାଈ ହାତରେ ମାନିନୀର ଜନ୍ମ, ପାଳନ ପୋଷଣ ହେଲା ଭୁବନେଶ୍ବରରେ । ବାହା ହେଲା ମୁମ୍ବାଇରେ । ବାସିନ୍ଦା ହେଲା ମଧୁମୟଙ୍କ ଚାକିରୀ କ୍ଷେତ୍ର ଝରିଆର । ସହରର ପାଣି ପବନରେ ପ୍ରତିପାଳିତ ହେଲେ ବି ଗାଁ'ର ଆକର୍ଷଣ ମାନିନୀ ପାଇଁ ଅଧିକ ଥିଲା । ଗାଁ ମାଟିର ସୁଗନ୍ଧରେ ସେ ଆତ୍ମହରା ହୋଇ ଉଠୁଥିଲା । ଆଗରୁ ଅନେକଥର, ବାହା ହେବା ଆଗରୁ ବାବା ମାମା ସହ, ବାହା ହେଲା ପରେ ମଧୁମୟ ସହ ମାନିନୀ ଗାଁକୁ ଆସିଛି । କିନ୍ତୁ ୭୪ ଶଙ୍ଖନାଦ ଏଥର ଆସିବା ଭିନ୍ନ ଥିଲା । ସେ ଗର୍ଭବତୀ ଥିଲା । ମା' ହେବାକୁ ଯାଉଥିଲା । ପ୍ରସବ ସମୟ ନିକଟ ଥିବାରୁ ସେ ଆସି ମାମା ପାଖରେ ରହିଥିଲା । କାଲି ଯେତେବେଳେ କକା ଭୁବନେଶ୍ବରରେ ପହଞ୍ଚି ମାନିନୀକୁ ଗାଁକୁ ନେବା ପାଇଁ ଜିଦ୍ ଧରିଥିଲେ, ତାଙ୍କୁ ଦେଖୁଦେଖୁ ସେ ମନେମନେ ଈଶ୍ବରଙ୍କୁ ପ୍ରାର୍ଥନା କରିଥିଲା, “ହେ ଭଗବାନ, ମାମା ନାହିଁ କହନ୍ତୁ ନାହିଁ । ତା' ପ୍ରାର୍ଥନା ଈଶ୍ବର ଶୁଣିଥିଲେ । ମାମା ହଁ କହିଥିଲେ । ସକାଳୁ ମାନିନୀ ଓ କକାଙ୍କୁ ନେଇ ଜାତୀୟ ରାଜପଥରୁ ଖସି ଭିତରକୁ କେନାଲ କଡ଼େ କଡ଼େ ପନ୍ଦର କିଲୋମିଟରର ବିଲ ମାଳ ଭିତରେ ଅଙ୍କା-ବଙ୍କା ଧୂଳି-ଧୂସରିତ ପିଚୁ-ମାଟି-ପଥୁରିଆ ରାସ୍ତାରେ ଯାଇ କାଟି ଯେତେବେଳେ ଗାଁ ଘର ଦାଣ୍ଡ ଦୁଆର ପାଖରେ ଅଟକିଥିଲା, କାର୍ ପଛରେ ବଡ଼ ପାଟିରେ ଅହେତୁକ ଚିତ୍କାର ଛାଡ଼ି ଦୌଡ଼ିଦୌଡ଼ି ଆସୁଥିବା ପଞ୍ଝାଏ ପିଲାଙ୍କ ଗତି ବି ତା' ସହ ବନ୍ଦ ହୋଇଯାଇଥିଲା । ସେମିତି ଚିତ୍କାର କରିକରି ପଛକୁ ଫେରି ଯାଇଥିଲେ ସେମାନେ । କାର୍ରୁ ଓହ୍ଲେଇ ସିଧା ଯାଇ ମାନିନୀ ଦାଣ୍ଡ ଘରେ ଗୋଡ଼ ଲମ୍ଵେଇ ବସିଥିବା ଜେଜେ ମାଆଙ୍କ ପାଖରେ ପହଞ୍ଚିଥିଲା । ଜେଜେ ମା' ଦେଖୁଦେଖୁ କୋଳକୁ ଟାଣି ନେଇଥିଲେ । ପିଲାଟିଦିନୁ କକା ଖୁଡ଼ି ଜେଜେ ମାଆଙ୍କ ଆପଣା ପଣିଆର ପାଗଳ ଥିଲା ସେ । ଶଙ୍ଖନାଦ | ୭୫ (ଦୁଇ) ଗଣ୍ଡମୁଣ୍ଡା ଘର ବାହାର ବଗିଚାରେ ଥିବା ଶେଫାଳି, କଦମ୍ବ ଓ ବେଲ ଗଛର ନୁଆଁଣିଆ ଛାଇ ତଳେ ଭୁବନେ ଶ୍ବ ର ର ନିତିଦିନିଆ ଅପରାହ୍ନ ପବନକୁ ଉପଭୋଗ କରିବାକୁ ଚୌକି ପକେଇ ବସୁଥିଲା । ବୈଠକ ଭିତରର ପଙ୍ଖା ତଳେ ବସି ଟିଭି ଦେଖିବାକୁ ତା'ର ସ୍ପୃହା ନଥିଲା । ପୁରୁଣା ଓଡ଼ିଆ ଉପନ୍ୟାସ ପଢ଼ିବାକୁ ଭାରୀ ସଉକ ତା'ର । ସେଥିପାଇଁ ବାବା ବାଛିବାଛି ପୁରୁଣା ଓଡ଼ିଆ ବହିର ସମ୍ଭାର ଆଣି ତା' ପାଇଁ ରଖୁଛନ୍ତି । ମୁମ୍ବାଇର ଡାକ୍ତର ପଦ୍ମନାଭ କହିଥିଲେ, “ପେଟର ଛୁଆ ପାଇଁ ଟିଭି ଦେଖିବା ଅପେକ୍ଷା ବହି ପଢ଼ିବା ଭଲ ।” ଗାଁକୁ ଆସିଲେ ଦି'ପହରର ଖରା ଲେଉଟାଣିବେଳେ ମାନିନୀର ଅଭ୍ୟାସ ଥିଲା, ତୋଟା ଆଡ଼େ ଯାଇ ବୁଲିଆସିବା । ଘର ପଛ ପାଖେ ଗୁହାଳ । ଗୁହାଳରୁ ବାହାରି ଆଗକୁ ଗଲେ ସେଠାରୁ ଚାରି ଧାଡ଼ି ନଡ଼ିଆ ଗଛ । ପରେ ଆମ୍ବ, ବେଲ, ପଣସ ତୋଟାର ଆରମ୍ଭ । ତୋଟା ଅତିକ୍ରମ କଲେ ନଦୀ ପଠାରେ ପହଞ୍ଚି ହୁଏ । ଗହମିଆ ରଙ୍ଗର ସରୁ ବାଲିର ନଦୀ ପଠା । ଈଷତ୍ ରୂପେଲି ଦେଖା ଯାଉଥିବା ନଦୀ ପାଣି ଉପର ଦେଇ ଭାସି ଆସୁଥିବା ବସନ୍ତିଆ ପବନର ଭିଜା ଭିଜା ସୁଗନ୍ଧ ମାନିନୀକୁ ବେଶ୍ ଭଲ ଲାଗେ । ନଦୀକୂଳରୁ ଆସି ଗହଳିଆ ଆମ୍ବ ତୋଟାରେ ବୁଲୁବୁଲୁ ତଳକୁ ଓହଳି ପଡ଼ିଥିବା ପେନ୍ଥାକାର କଞ୍ଚା ଆମ୍ବ ରଞ୍ଜିତାର ଦୃଷ୍ଟିଗୋଚର ହୋଇଥିଲା । ପାଦ ଟିକେ ଉଠେଇ ତୋଳିବାକୁ ୭୬ ଶଙ୍ଖନାଦ ଚେଷ୍ଟା କଲା । ସଫଳ ହୋଇ ପାରିଲାନି ସେ । ଅନ୍ୟ ଦିନ ହୋଇଥିଲେ ଡେଇଁ ପଡ଼ି ତୋଳି ଦେଇଥାନ୍ତା । କିନ୍ତୁ ଆଜିର ପରିସ୍ଥିତି ଭିନ୍ନ । ସାହାସ ହେଲାନି । ନିରାଶରେ ମୁହଁ ବୁଲେଇ ଅନ୍ୟ ଏକ ଗଛ ଉପରକୁ ନଜର ଦେଉଥିଲା, ପାଖରେ ତଳେ ଭାରି ଜିନିଷ ପଡ଼ିବା ଶବ୍ଦ ଶୁଣି ଫେରି ଚାହିଁଲା । ପ୍ରଥମେ ଚାହୁଁଥିବା ଆମ୍ବ ପେନ୍ଥାଟି ତଳେ ପଡ଼ିଛି । କିଛି ଦୂରରେ ନଅ-ଦଶ ବର୍ଷର ଜଣେ ବାଳକ ହାତରେ ବାଟୁଳି ଧରି ଠିଆ ହୋଇଛି । ତଳୁ ସେ ଆମ୍ବକୁ ଉଠେଇଲା । ଇସାରାରେ ବାଳକଟିକୁ ଡାକି ପଚାରିଲା, “ଏ ଆମ୍ବ ତୁ ବାହାର କଲୁ?” ମୁଣ୍ଡ ହଲେଇ ମନା କରିବା ସୂଚାଇ ବାଳକଟି କହିଲା, “ମୁଁ ନୁହଁ । ଏ ବାଟୁଳି ବାହାର କଲା ।” ଉତ୍ତରର ବିଚକ୍ଷଣତା ମାନିନୀକୁ ହସିବା ପାଇଁ ବିବଶ କରିଥିଲା । ପେନ୍ଥାରୁ ଛୋଟ ଆମ୍ବଟିଏ ଛିଣ୍ଡାଇ ମାନିନୀ ତାକୁ ପାଖରେ ପଡ଼ିଥିବା ବଡ଼ ପଥରରେ ଛେଚିଲା । କେତେଟା ଚିହ୍ନ ଛଡ଼ା ଆମ୍ବରେ ଅନ୍ୟ କିଛି ପରିବର୍ତ୍ତନ ଦେଖା ଗଲାନି । ହାତରେ ଲାଗିଥିବା ଆମ୍ବ ଲସାର ଭଣ ଭଣ ବଉଳିଆ-ସୁଗନ୍ଧ ବାରି ହୋଇ ପଡ଼ୁଥିଲା । ବାଟୁଳି ଧରିଥିବା ବାଳକଟି ପାଖକୁ ଆସିଲା । ତା' ହାତରୁ ଆମ୍ବଟିକୁ ନେଇ ପଥର ଉପରେ ରଖ୍ ତା’ ଉପରେ ହାତକୁ ମୁଠା କରି ଛେଚିଲା । ଆମ୍ବ ଦୁଇ ଫାଳ ହୋଇଗଲା । ଭିତରୁ ଧଳା ସରସର କୋଇଲି ବାହାରି ତଳେ ପଡ଼ିଗଲା । ଆମ୍ବ ଦୁଇ ଫାଳ ମଧ୍ୟରୁ କୋଇଲିଟିର ବାହାରିଯିବା ଦୃଶ୍ୟ ମାନିନୀକୁ ସ୍ତବ୍ଧ କରିଦେଲା । ଗୋଟିଏ ମୁହୁର୍ଭ ପାଇଁ ବିଦ୍ୟୁତ୍ ତରଙ୍ଗର ଶିହରଣ ତା' ଦେହରେ ଖେଳିଗଲା । ତା'ର ବୋଧ ହେଲା, ଆମ୍ବ ଭିତରୁ କୋଇଲି ନୁହେଁ, ତା'ର ଛୁଆ ବାହାରି ଆସିଛି । ଶଙ୍ଖନାଦ | ୭୭ “ନିଅ, ଆମ୍ବ ଖାଇବ ।” - ବାଳକଟିର ସମ୍ବୋଧନରେ ସେ ସଚେତ ହେଲା । ଦେଖିଲା, ବାଳକଟି ସବୁତକ ଆମ୍ବ ନିଜେ ରଖ୍ ଖଣ୍ଡେ ତାକୁ ଦେଉଛି । ପଥରଟି ଉପରେ ମାନିନୀ ବସିଲା । ପାଟିରେ ଆମ୍ବକୁ ଦେଉଦେଉ ତାକୁ ପଚାରିଲା, “ତୋ’ ନାଆଁ କ'ଣ?” “ବିଚିତ୍ରା ।” “ମୋତେ ଚିହୁ?” ମୁଣ୍ଡ ହଲେଇ ଅସମ୍ମତି ସୂଚାଇଲା ସେ । “ମୋ ନାଁ ମାନିନୀ । ତୁ କୋଉ କ୍ଳାସରେ ପଢୁ?” “ପଞ୍ଚମରେ ।” “ଆଜି ସ୍କୁଲ ଯାଇନୁ?” “ଯାଇଥିଲି । ସ୍କୁଲ ଛୁଟି ହୋଇସାରିଲାଣି ।” ସତେ ତ । ମାନିନୀର ମନେ ପଡ଼ିଲା । ସେ ଆସିଲାବେଳେ ସତ୍ୟ ଘରେ ନ ଥିଲା । ସତ୍ୟ କକାଙ୍କ ଦଶ ବର୍ଷର ପୁଅ । ଖୁଡ଼ି କହୁଥିଲେ, ସତ୍ୟ ସ୍କୁଲକୁ ଯାଇଛି । “ତୁ ସତ୍ୟକାମକୁ ଚିହ୍ନ?” ସେ ମୁଣ୍ଡ ଟୁଙ୍ଗାରି ହଁ କଲା, “ହଁ, ସେ ମୋ ସାଙ୍ଗ । ତମେ କ'ଣ ଆମ ସ୍କୁଲର ନୂଆ ମାଷ୍ଟ୍ରାଣୀ?” ରଞ୍ଜିତା ହସିଲା, “ଆରେ ନାଇଁ, ମୁଁ ସତ୍ୟକାମର ଭଉଣୀ । ମାଷ୍ଟ୍ରାଣୀ କାହିଁକି ହେବି?” ୭୮ ଶଙ୍ଖନାଦ “ସତ୍ୟକାମର ଭଉଣୀ? କାହିଁ, ମୁଁ ତ ତାଙ୍କ ଘରେ ତମକୁ କେବେ ଦେଖୁନି ।” "ମୁଁ ଭୁବନେଶ୍ବରରେ ରହୁଛି ତ", ସେଥିପାଇଁ ମୋତେ ଦେଖୁନୁ ।” “ଓ ହୋ ।” ସେ ବୁଝିଲା ପରି ସ୍ବଗତୋକ୍ତି କଲା । ବିଚିତ୍ରାର ବ୍ୟବହାରରେ ରଞ୍ଜିତା ହସିଲା । ଆମ୍ବ ଗଛର ଡାଳ-ପତ୍ର ଦେଇ ସୂର୍ଯ୍ୟଙ୍କର କ୍ଷୀଣ ରଶ୍ମି ବିଚିତ୍ରାର ମୁହଁରେ ପଡ଼ି ସେଠାରେ ଚିତ୍ର ବିଚିତ୍ର ସୃଷ୍ଟି କରୁଥିଲା । ମୁହଁ ଉପରେ ପଡୁଥିବା ଆଲୋକ ପାଇଁ ସେ ବ୍ୟସ୍ତ ନ ଥିଲା । ରଞ୍ଜିତାକୁ ଏକ ଲୟରେ ଚାହିଁ ରହିଥିଲା । “ବିଚିତ୍ରା !!!” ତା’ ନାଁ ଧରି ଅନେକ କଣ୍ଠରେ ଡାକିବାର ଶୁଣାଗଲା । ତିଳେ ବି ବିଳମ୍ବ ନ କରି ପଛକୁ ବୁଲି ସେ ଦୌଡ଼ିଦୌଡ଼ି ପଛରେ ତାକୁ ଡାକୁଥିବା ସାଙ୍ଗମାନଙ୍କ ମେଳରେ ହଜିଗଲା । ତୋଟାଠାରୁ ଦୂରକୁ ଦୂରକୁ ଚାଲି ଯାଉଥିବା ପିଲାମାନଙ୍କ କମି ଯାଉଥିବା କୋଳାହଳ ମଧ୍ୟରେ ସେମାନଙ୍କ ଯିବା ପଥକୁ ଚାହିଁ ପଥର ଉପରେ ବସି ରଞ୍ଜିତା ନିଜ ବିଚାର ଭିତରେ ନିମଗ୍ନ ହୋଇ ଯାଇଥିଲା । ବିଚିତ୍ରାକୁ ଦେଖ୍ ତା' ଗର୍ଭରେ ଥିବା ସନ୍ତାନ ବିଷୟ ତା’ ମନକୁ ଆସିଲା । ସେ କ'ଣ ବିଚିତ୍ରା ପରି ହେବ? ଗୋଟିଏ ମୁହୂର୍ତ୍ତ ପାଇଁ ଶିହିରି ଉଠିଲା ସେ । ଶଙ୍ଖନାଦ । ୭୯ (ତିନି) ଯେଉଁ ଦିନ ସେ ଜାଣିଲା ଯେ ସେ ଗର୍ଭବତୀ ହୋଇଛି, ଅଜଣା ଆନନ୍ଦରେ ପୁଲକିତ ହୋଇ ଉଠିଥିଲା ସେ । ଶରତ ଶେଷରେ ପ୍ରାକ୍ ଶୀତ-ହେମନ୍ତର ବାସ୍ନାକୁ ଶୁଙ୍ଘି ପାରୁଥିଲା ମାନିନୀ । ସକାଳୁ ସକାଳୁ ମଧୁମୟଙ୍କ କ୍ବାର୍ଟର ବାହାର ବୃକ୍ଷ ପଲ୍ଲବରେ ଦୃଶ୍ୟମାନ ଟୋପା ଟୋପା କାକର ବିନ୍ଦୁ ହେମନ୍ତ ଉପସ୍ଥିତିର ସୂଚନା ଦେଇ ପାରୁଥିଲେ । ଅତି ସଙ୍କୋଚରେ ଏ ବିଷୟ ମଧୁମୟଙ୍କୁ କହିପାରି ନଥିଲା । ମୋବାଇଲରେ ମାମାଙ୍କ ସହ ସବୁଦିନେ କଥା ହେଉଥିଲାବେଳେ ତା'ର ସନ୍ଦେହ ବିଷୟ କହିଥିଲା । ଶୁଣୁଶୁଣୁ ମାମା ଆନନ୍ଦରେ ବିହ୍ବଳ ହୋଇଯାଇଥିଲେ । ପରୀକ୍ଷା କରେଇ ନେବାକୁ କହିଥିଲେ । ଶାଶୁ ଶୁଣୁ ଶୁଣୁ ପୁଲକି ଉଠିଥିଲେ । ଯେହେତୁ ତାଙ୍କର ତିନି ପୂର୍ବପୁରୁଷଙ୍କ ଝିଅ ଜନ୍ମ ହୋଇ ନ ଥିଲେ, ତାର ଝିଅ ନିଶ୍ଚୟ ହେବ, ଏ କଥା ମଧ୍ୟ କହିଥିଲେ । କିନ୍ତୁ ମାନିନୀର ପୁଅ ଇଚ୍ଛା ଥିଲା । ସନ୍ଧ୍ୟାରେ ଯେତେବେଳେ ଖଣି ଭିତରୁ ମଧୁମୟ ଘରକୁ ଫେରିଥିଲେ, ତା’ ସନ୍ଦେହ ବିଷୟରେ କହିଥିଲା । ଥିଲା । ପରୀକ୍ଷା କଲା ପରେ ଜଣା ପଡ଼ିଥିଲା, ତା' ସନ୍ଦେହ ସତ ଶୁଣୁ ଶୁଣୁ ତା’ ଭିତରେ ମାତୃତ୍ଵ ସ୍ପର୍ଶର ତରଙ୍ଗାୟିତ ଶିହରଣ ଖେଳି ଯାଇଥିଲା । ଗୋଟିଏ ମୁହୂର୍ତ୍ତ ପାଇଁ ସେ ଅନୁଭବ କରିଥିଲା, ତା' ଚାରିପଟର ଆକାଶରୁ ଅନବରତ ବରଫ ଗୁଣ୍ଡ ୮୦ ଶଙ୍ଖନାଦ ଝଡ଼ୁଛି, ତା' ଚାରିପାଖେ ଖେଳେଇ ହେଇ ଯାଇଛି, ଗଦା ଗଦା ବରଫର ଧଳା ସ୍ତୁପ ଉପରେ ଠିଆ ହୋଇ ସେ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଛି । ଚତୁର୍ଦିଗରୁ ବରଫ ଆଚ୍ଛାଦିତ କୁହୁଡ଼ିଆ ବାତାବରଣ ଭିତରେ ସେ ନିଜେ ତା' ଚେହେରା ଅତି ପରିଷ୍କାର ରୂପେ ଦେଖ୍ ପାରୁଥିଲା । ଶାଶୁଙ୍କ ଆଶା, ତା'ର ଇଚ୍ଛା ବିଷୟ ମଧୁମୟଙ୍କ ଆଗରେ ବ୍ୟକ୍ତ କରିଥିଲା I ମଧୁମୟ କିଛି ନ କହି ଚୁପ୍ ରହିଥିଲେ । ସେ କିନ୍ତୁ ପୁଅ ଝିଅ ଗଠନ ପ୍ରକ୍ରିୟା ଜାଣି ମଧ୍ଯ ପ୍ରାର୍ଥନା କରିଥିଲା, ତା'ର ପୁଅ ହେଉ । ହଁ, ତା'ର ପୁଅ ହିଁ ହେବ । ଆମ୍ବ ଗଛ ତୋଟା ତଳେ ଲାଲ ରଜ୍ଜୁରେ ବନ୍ଧା ସୂର୍ଯ୍ୟଙ୍କ ବାହୁଡ଼ା-ବିଜୟ ରୂପକ ରଶ୍ମି-ରଥର ସ୍ନାନ କିରଣରେ ବାସନ୍ତିକ ସନ୍ଧ୍ୟାର ଶୀତଳତା ଅନୁଭୂତ ହେବାରେ ଲାଗିଥିଲା । ମୁମ୍ବାଇରୁ ଆସିଲାବେଳେ ଡ. ପଦ୍ମନାଭ ସତର୍କ କରେଇ ଛାଡ଼ିଥିଲେ, “ବେଶି ଅସୁବିଧା ବସନ୍ତ ପବନ ।” ବସିବା ସ୍ଥାନରୁ ମାନିନୀ ଉଠିଲା । ଆଉ ବେଶି ସମୟ ଏହି ସମୟରେ ବାହାରେ ରହିବା ଠିକ୍ ନାହିଁ । ଆମ୍ବ ତୋଟା ଭିତରୁ ବାହାରି ଆସିଲା । ବାରିପାଖେ ନ ଯାଇ ସେ ଦାଣ୍ଡ ପାଖେ ଯିବାକୁ ଚାହିଁଲା । ସ୍ବସ୍ଥ, ସୁନ୍ଦର, ପରିଷ୍କାର ଗାଁ । ସହର ଅପେକ୍ଷା ଗାଁ ଗୁଡ଼ିକ ଅଧିକ ସ୍ଵଚ୍ଛ ଓ ପରିଷ୍କୃତ । ରାସ୍ତା ମଝିରେ ଥିବା ବଡ଼ କୂଅରୁ କାଖରେ ପାଣି ମାଠିଆ ନେଇ ନିଜନିଜ ଘରକୁ ଫେରୁଥିବା ଗାଁ ମାଇପି, ସ୍ଥାନେ ସ୍ଥାନେ ଟୋକାମାନଙ୍କ ସମାବେଶ, ଗାଁ ଦାଣ୍ଡରେ ଖେଳୁଥିବା ପିଲାମାନଙ୍କ ପାଟିତୁଣ୍ଡ ଭିତରେ ମାନିନୀକୁ ମନ୍ଦିରର ଶଙ୍ଖନାଦ| ୮୧ ଶଙ୍ଖ ଧ୍ବନି ଶୁଣାଗଲା । “ଏ ବଗ ନଖ ଦେ, ଏ ବଗ ନଖ ଦେ ।” - ଦଳେ ପିଲାଙ୍କ ପାଟି ଶୁଣି ଉପରକୁ ଚାହିଁଲା ମାନିନୀ । ମେଘ ଶୂନ୍ୟ ଆକାଶ ବକ୍ଷରେ ଦଳେ ବଗ ନୀଡ଼ ଅଭିମୁଖେ ଉଡ଼ିଥିଲେ । ସାଙ୍ଗରେ ଆହାର ନିଶ୍ଚୟ ନେଉଥିବେ । ଗଛ ବସାରେ ହିଁ ହିଁ କରି ତାଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିବା ଛୁଆମାନଙ୍କର ରାବ ସେମାନଙ୍କ କାନରେ ପଡ଼ୁ ନଥ୍ବ? ଚଞ୍ଚଳ ପାଦରେ ସେ ଘର ଅଭିମୁଖେ ଆଗେଇଲା । ଦାଣ୍ଡ ଦୁଆର ମୁହଁରେ ମାନିନୀକୁ ଦେଖ୍ ଖୁଡ଼ିଙ୍କ ସହ କଥା ହେଉଥିବା ସ୍ତ୍ରୀ ଲୋକ ଜଣକ ପଚାରିଲେ, “ବଡ଼ର ଝିଅ କିଲୋ ମନି?” “ହଁ ।” ତାଙ୍କ ପ୍ରଶ୍ନର ଉତ୍ତର ଦେଇ ସାରି ମାନିନୀକୁ ଚାହିଁ ଖୁଡ଼ି ପଚାରିଲେ, “ଏ ଯାଏଁ କୁଆଡ଼େ ସ୍କୁଲ ମାନି । ତମ ମା' ମୋତେ କେତେଥର ପଚାରି ସାରିଲେଣି । ଏବେ କକା ତମକୁ ଖୋଜିବାକୁ ବାହାରୁ ଥିଲେ ।” “ତୋଟା ଆଡ଼େ ଚାଲି ଯାଇଥିଲି ଖୁଡ଼ି ।” କହୁକହୁ ମାନିନୀ ଘର ଭିତରେ ପଶିଲା । ଗାଁରେ ଅଭାବ-ଅନାଟନ ମାଇପି- ରାଜନୀତିର ଜଟିଳତା ଭିତରେ ଯାହା ହେଲେ ବି ଜଣେ ପଡ଼ୋଶୀ ଅନ୍ୟ ଜଣେ ପଡ଼ୋଶୀଙ୍କର ଅଣିକଣିର ଖବର ରଖୁଥିଲେ । ସ୍ତ୍ରୀ ଜଣଙ୍କର ଜିଜ୍ଞାସାରେ ମାନିନୀ ବିରକ୍ତ ହୋଇ ନ ଥିଲା । ବରଂ ଖୁସି ଅନୁଭବ କରିଥିଲା । ସେ ଚିହ୍ନି ନଥିବା ଲୋକମାନେ ବି ତାକୁ ଚିହ୍ନିଛନ୍ତି । ଦାଣ୍ଡ ଘରେ ଚଟାଣ ଉପରେ ଗୋଡ଼ ଲମ୍ବାଇ ବସି ଜେଜେ ମାଆ ଲଣ୍ଡନର କାଚ ପୋଛୁଥିଲେ । ଲମ୍ବା ବାରିଯାଏଁ ଘର ଭିତରେ ୮୨ ଶଙ୍ଖନାଦ ଅନ୍ଧକାର ବ୍ୟାପି ରହିଥିଲା । ମାନିନୀ ଅନୁମାନ କଲା, ବିଦ୍ୟୁତ- ଯୋଗାଣ ବିରତି ଜେଜେ । ମାଆ ତାକୁ ଦେଖୁଦେଖୁ ପଚାରିଥିଲେ, “ଏକୁଟିଆରେ ଏମିତି ଗାଁଆ ଭିତରେ ଯାଇ କାହିଁକି ବୁଲୁଛୁ?” “ତୋଟା ଭିତରେ ଥୁଲି । ଇସ୍, କେତେ ଆମ୍ବ ଆସିଛି ମାଆ ଏ ବର୍ଷ ଦେଖୁଛ?” “ତୋ କକା କହୁଥିଲା, ଏ ବର୍ଷ ଭଲ ଆମ୍ବ ଆସିଛି । ଦେଖୁଲୁ?” ମୁଣ୍ଡ ଟୁଙ୍ଗାରି ମାନିନୀ ହଁ କଲା । ଖୁଡ଼ି ଘର ଭିତରକୁ କହିକହିଁ ଆସିଲେ, “ସବୁଦିନେ ଆଠ ଘଣ୍ଟାରୁ ଦଶ ଘଣ୍ଟା କରେଣ୍ଟ ରହୁନି । କେତେଥର ତମ କକାଙ୍କୁ କହିଲିଣି, ଏମାରଜେନସି ଲାଇଟ୍ ଆଣ । ସତ୍ୟର ପାଠ ପଢ଼ା ନଷ୍ଟ ହେଉଛି । ଶୁଣିଥାନ୍ତେ ଭଲା ମୋ କଥା । ତମେ ଟିକେ କୁହ ମାନି ।” ତାଙ୍କ ପାଟିରୁ କଥା ଛଡ଼େଇ ଆଣି ଜେଜେ ମାଆ କହିଲେ, “ହଁ, ଆଉ ଟଙ୍କା ଖର୍ଚ୍ଚ ନ କଲେ ହେବ କି? ଦିନରେ ପଢୁନି ତୋ ପୁଅ!" ମାନିନୀ କହିଲା, “ଆଉ ସେ ଦିନ କାଳ ଅଛି ମାଆ? ପାଠ ନ ହେଲେ କିଛି କାମର ନାଇଁ, ବୁଝିଲ?” ପୁଣି ଖୁଡ଼ିଙ୍କୁ ଚାହିଁ ପଚାରିଲା, "ସତ୍ୟ କୁଆଡ଼େ ଗଲା ଖୁଡ଼ି? ମୁଁ ତାକୁ ସକାଳୁ ଦେଖୁନି ।” “ସେ ସ୍କୁଲରୁ ଆସିଲାବେଳେ ତମେ ନ ଥିଲ । ପାୱାର-କଟ୍ ସମୟ ଜାଣିଛି । ମନ୍ଦିର ଭିତରେ ଯାଇ ଖେଳୁଥିବ ।” ଶଙ୍ଖନାଦ| ୮୩ (ଚାରି) ଘର ସାମନାର ମନ୍ଦିରରୁ ଶଙ୍ଖ ଓ ଘଣ୍ଟା ଧ୍ୱନି ଶୁଣା ଯାଉଥିଲା । ରାତ୍ରର ପ୍ରଥମ ପ୍ରହର ପ୍ରାରମ୍ଭରେ ଆରମ୍ଭ ହୋଇଥିବା ଥଳ-ମୃଦଙ୍ଗ ତାଳର ତାଳେ ତାଳେ ସୁଲଳିତ କଣ୍ଠରେ ଭଜନ ଶାନ୍ତ ସୌମ୍ୟ ଗ୍ରାମ୍ୟ ପରିବେଶ ଝଙ୍କୃତ ହୋଇ ଯାଇଥିଲା । ମାନିନୀ ଅନୁମାନ କଲା ସତ୍ୟକାମ କକାଙ୍କ ସହ ତାଳରେ ତାଳ, କଣ୍ଠରେ କଣ୍ଠ ମିଳେଇ ମନ୍ଦିରର ଭଜନରେ ମାତି ଯାଇଥବ । ଜେଜେ ମାଆ ଉଠିଲେ । ଲଣ୍ଡନରେ ନିଆଁ ଧରେଇ ଦେଇ ସାରିଥିଲେ । ହାତରେ ଖଣ୍ଡେ ସଳିତା ଧରି ମନ୍ଦିର ଯିବାକୁ ବାହାରିଲେ, “ତୁ ମନ୍ଦିର ଯିବୁ ମାନି?” “ନା, ତମେ ଯାଅ ।” ଜେଜେ ମାଆ ମନ୍ଦିରକୁ ଚାଲିଗଲେ । ସଞ୍ଜ ସଳିତା ଆଣି ଖୁଡ଼ି ଦୁଆର ମୁହଁରେ ଗୋଟିଏ କୋଣେ ଜଳିଲା ଭଳି ରଖିଦେଇ ମୁଣ୍ଡରେ ଓଢ଼ଣା ଦେଇ ଓଳଗି ହେଲେ । ଭାରତୀୟ ସଂସ୍କୃତିର ଏହି କ୍ଷଣ ଗୁଡ଼ିକୁ ମାନିନୀର ପ୍ରିୟ ଥିଲା ଏବଂ ସେ ତାକୁ ଆଦରି ନେଇଥିଲା । ତା' ମାମା ଭୁବନେଶ୍ବରରେ ସବୁଦିନ ସନ୍ଧ୍ୟାରେ ଦ୍ବାର- ମୁହଁରେ ସଳିତା-ଦାନ କଲାବେଳେ ମାମାଙ୍କ ସହ ସେ ବି ଓଳଗି ହେବା ପାଇଁ ଜଗି ବସୁଥିଲା । ଖୁଡ଼ିଙ୍କୁ ଦେଖ୍ ଆଜି ବି ତା' ହାତ ଓଢ଼ଣା ପାଖକୁ ଚାଲିଗଲା । ମୁଣ୍ଡରେ ଓଢ଼ଣା ଦେଇ ମନରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲା, “ହେ ପ୍ରଭୁ, ମୋ ଛୁଆକୁ ଘଣ୍ଟ ଘୋଡ଼େଇ ଥ ।” ୮୪ ଶଙ୍ଖନାଦ ରୋଷେଇ ଘର ପିଢ଼ା ଉପରେ ବସି ଖୁଡ଼ି ଗ୍ୟାସ୍ ଚୁଲ୍ଲୀରେ ଅଗ୍ନି ସଂଯୋଗ କଲେ । ମାନିନୀ ଦିଗେ ଚାହିଁ ପଚାରିଲେ, “ମାନି, ଚାହା ପିଇବ?” “ନା ।” ମୁଣ୍ଡ ହଲେଇ ମନା କରି ମାନିନୀ ପାଟି ଖୋଲି କହିଥିଲା, ବିଜୁଳି ଶକ୍ତି ବିରତି ସମୟରେ ଜଳୁଥିବା ଲଣ୍ଡନର ମିଞ୍ଜି-ମିଞ୍ଜି ଆଲୁଅ ସହ ସେ ଭୁବନେଶ୍ବରରେ ବାବାଙ୍କ କିମ୍ବା ମଧୁମୟଙ୍କ ମୁମ୍ବାଇ କୋଠରୀ ଭିତରର ଏକରୁ ଅଧିକ ଏଲ୍.ଈ.ଡି ବଲ୍ବର ତୀବ୍ର ତୋଫା ଆଲୁଅକୁ ତୁଳନା କରୁଥିଲା । ଯେଉଁଠି ଭୋଲ୍ଟେଜ୍ ହିଁ ରହୁନି, ସେଇଠି ଲଣ୍ଡନ, ଲମ୍ଵା-ବାଡ଼ି ଆଲୁଅ, ସି.ଏଫ୍.ଏଲ୍. କିମ୍ବା ଏଲ୍.ଈ.ଡି ସମସ୍ତେ ଏକା ଭଳି । ବାବାଙ୍କୁ କହି ଅନ୍ତତଃ ପକ୍ଷେ ସତ୍ୟକାମକୁ ଭୁବନେଶ୍ବର ନେଇଯିବାକୁ ପଡ଼ିବ । କକା ଏମାରଜେନସି ଲାଇଟ୍ ଆଣିଲେ ବି ସତ୍ୟକାମର ଭୁବନେଶ୍ବର ଯିବା କଥାକୁ ସେ ଗମ୍ଭୀରତାରେ ନେବ । ନ ହେଲେ ଗାଁର ଉପେକ୍ଷିତ ଉନ୍ନତିରେ ସତ୍ୟକାମର ଭବିଷ୍ୟତ ଅନ୍ଧାର ହୋଇଯିବ । ସାନ ପୁଅକୁ ଖୁଡ଼ି ଦାଣ୍ଡଘରେ ମସିଣା ଉପରେ ଲଙ୍ଗଳା କରି ଶୁଆଇ ଦେଇଥିଲେ । ବିଦ୍ୟୁତ-ଯୋଗାଣ ବିରତି ସମୟରେ ତା’ ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଖୁଡ଼ି ସହଜ ଉପାୟଟି ବାଛିଥିଲେ । ମଶା ଯଦି ତାକୁ କାମୁଡ଼ି ଦିଏ? ଅଲଗୁଣୀରୁ ଲୁଗାଟିଏ ବାହାର କରି ମାନିନୀ ତା' ଉପରେ ପକାଇଦେଲା । ଗୋଟିଏ କଡ଼େ ହାତ ଉପରେ ହାତ, ଗୋଡ଼ ଉପରେ ଗୋଡ଼ ପକେଇ ସେ ଗଭୀର ନିଦରେ ଶୋଇଥିଲା । ତା’ ଉପରେ ଧ୍ୟାନ ଯାଉଯାଉ ନିଜ ପେଟ ଉପରେ ମାନିନୀର ଦୃଷ୍ଟି ଗଲା । ଶଙ୍ଖନାଦ | ୮୫ କ'ଣ କରୁଥ୍ ସାତ ମାସର ଛୁଆଟା ତା’ ପେଟ ଭିତରେ? ମାଆ ଉପରେ ଦୃଷ୍ଟି ରଖୁଥିବ? ମା କ'ଣ ଖାଉଛି, କ'ଣ ପିଉଛି, କ'ଣ ଦେଖୁଛି, କାହା ସହ କଥା ହେଉଛି? ଉତ୍ତରାଙ୍କ ଗର୍ଭରେ ଅଭିମନ୍ୟୁ ଭଳି ! କାହା ଭଳି ହେବ ତା' ଛୁଆ? ମଧୁମୟଙ୍କ ଭଳି ନା ତା' ଭଳି? କେଲେଣ୍ଡରରେ ଛପା ଯାଇଥିବା କଅଁଳା ଛୁଆ ଅଥବା ଟିଭି ବିଜ୍ଞାପନ ଆସୁଥିବା ୱାଟସ୍-ଅପ୍ କିମ୍ବା ୟୁ-ଟ୍ୟୁବ୍ରେ ଛଡ଼ାଯାଉଥିବା ଭିଡ଼ିଓରେ ଥିବା ଅଦ୍ଭୁତ କ୍ରିୟା ପ୍ରଦର୍ଶନକାରୀ ଛୋଟ, ଗୁଲୁଗୁଲିଆ, ଠୁକୁ ଠୁକୁ ଚାଲୁଥିବା ଛୁଆମାନଙ୍କ ଭଳି ! କିମ୍ବା ସାଙ୍ଗସାଥୀ ମେଳରେ ବୁଲିବୁଲି ରାତି ଅଧରେ ଘରକୁ ଫେରିବ ଏବଂ କହିବ, “ଭୋକ ନାହିଁ ମାଆ, ଶୋଇ ପଡ଼ୁଛି ।” କିମ୍ବା ହସିବ, ଖେଳିବ, ବୁଲିବ । ଗାଁ ପିଲାଙ୍କ ଭଳି ତୋଟାରେ ବାଟୁଳି ମାରି ମାଙ୍କଡ଼ ହୁରୁଡ଼ଉ ହୁରୁଡ଼ଉ ଥକିଯାଇ ମାଆ କୋଳରେ ଶୋଇ ପଡ଼ିବ? ନା, ତା' ପୁଅ ତା' ଭଳି ହେବ । ତା’ର ଅବାଧ୍ଯ କେବେ ହେବନି । ରାତି ଆଠଟାବେଳେ ବିଜୁଳି ଆଲୁଅ ଆସିଥିଲା । ତା’ ସଙ୍ଗେସଙ୍ଗେ ପୂରା ଘର ଚଳ ଚଞ୍ଚଳ ହୋଇ ଉଠିଥିଲା । କକା, ସତ୍ୟକାମ ଜେଜେ ମାଆ ସହ ମନ୍ଦିରରୁ ଫେରି ସାରିଥିଲେ । ସତ୍ୟକାମ ଆସୁଆସୁ ମାନିନୀର ପିଠିରେ ଓହଳି ପଡ଼ିଥିଲା । ଖୁଡ଼ି ତାକୁ ଆକଟ କରିଥିଲେ, “ଦେଖେ, ଦେଖେ, ଦିଦିର ବେକ ଭାଙ୍ଗିଯିବ ।” ସତ୍ୟକାମକୁ ସେ ଆଗକୁ ଟାଣି ଆଣିଲା । ମହେନ୍ଦ୍ର ଭଳି ୮୬ ଶଙ୍ଖନାଦ ସତ୍ୟକାମ ହୃଷ୍ଟପୃଷ୍ଟ ନ ଥିଲା । ପତଳା, ଗୋରା ଦେହରେ ହାଫ୍ ପେଣ୍ଟ ଓ ଗଞ୍ଜି ଥିଲା । ସାଙ୍ଗସାଥୀ ମେଳରେ ଖେଳି ବୁଲି ମୁହଁ କଳା ପଡ଼ି ଯାଇଥିଲା । “ସକାଳୁ ତୋ’ର ଦେଖା ନାହିଁ । କୁଆଡ଼େ ଯାଇଥୁଲୁ କିରେ? ଏମିତି କାଳିଆ କରିଛୁ ମୁହଁକୁ । ତୋ' ସାଙ୍ଗ ବିଚିତ୍ରା ସହ ଦେଖା ହୋଇଥିଲା ।” ସଙ୍ଗେସଙ୍ଗେ ତା' ମୁହଁରେ ପରିବର୍ତ୍ତନ ଦେଖାଗଲା । ଦିଦି ଆଗରେ ଚକା ମାରି ବସି ପଡ଼ି ପଚାରିଲା, “କଉଠି ଦେଖିଲ ଦିଦି?” “ଆମ ତୋଟାରେ । ଦଳବଳ ମିଶି ଆମ୍ବ ତୋଳୁଥ୍ଲେ ।” ଚିନ୍ତା କଲା ଭଳି ଆଖ୍ ନଚେଇ ନଚେଇ ସତ୍ୟକାମ କହିଲା, “ହଁ, ସେଥିପାଇଁ । ମୁଁ ଭାବୁଛି ମୋତେ ଛାଡ଼ି ଦେଇ ଏମାନେ ସବୁ ସଞ୍ଜରେ କୁଆଡ଼େ ବୁଲୁଥିଲେ । ଆମ ତୋଟାକୁ ଯାଇଥିଲେ ତ, ମୋତେ ସେଥିପାଇଁ ସାଙ୍ଗରେ ନେଇ ନ ଥିଲେ । ମୁଁ ବୁଝିବି ତାଙ୍କ କଥା କାଲିକୁ ।” ଶଙ୍ଖନାଦ | ୮୭ (ପାଞ୍ଚ) ସତ୍ୟକାମ ଘଣ୍ଟାଏ କାଳ ପଢ଼ିଲା ପରେ କକା ତାକୁ ଧରି ଖାଇବାକୁ ଆସିଲେ । ଦାଣ୍ଡଘର ଖଟ ଉପରେ ଗଡ଼ତଡ଼ ହେଉଥିବା ଜେଜେ ମାଆ ଉଠି ଆସିଲେ । ରାତ୍ର ଭୋଜନକୁ ଖୁଡ଼ି ପରଶୁଥିବା ବେଳେ ଜେଜେ ମାଆ କକାଙ୍କୁ କହିଲେ, “କାଲି ସକାଳୁ ମାଗା ତେଲିକୁ କହିବୁ ସେରେ ଖାଣ୍ଟି ରାଶିତେଲ ଆଣି ଦେଇଯିବ ।" “ରାଶିତେଲ, ସେ ପୁଣି ସେରେ ! କ'ଣ କରିବୁ?” କକା ଆଶ୍ଚର୍ଯ୍ୟ ହୋଇ ପଚାରିଲେ । “ମାନଙ୍କୁ ପିଆଇବେ” - ଖୁଡ଼ି କକାଙ୍କୁ ଚାହିଁ କହିଲେ । ମାନିନୀର ହାତର ଭାତ ପାଟି ପାଖରେ ଅଟକି ଗଲା । ପ୍ରସାରିତ ଦୁଇ ନୟନରେ ସେ ଜେଜେ ମାଆଙ୍କୁ ଚାହିଁଲା, “ମୁଁ ପିଇବି ମାଆ? ରାଶିତେଲ? କ'ଣ ପାଇଁ?” “ପୋଖତିମାନଙ୍କ ପାଇଁ ରାଶିତେଲ ଭଲ । ତୋ’ ବାପା ଜନ୍ମ ବେଳକୁ ମୁଁ ଦି ସେର ପିଇଥିଲି ।" କକା ହସିଲେ । କହିଲେ, “ବୋଉ, ପ୍ରଥମ କଥା ମାଗା ତେଲି ବୁଢ଼ା ହୋଇଗଲାଣି । ତେଲଘଣା କେବେଠୁଁ ବନ୍ଦ ହୋଇଗଲାଣି । ଆଜିକାଲି ଖାଣ୍ଟି ରାଶି ମିଳିବା କଠିନ । ଆଉ ଖାଣ୍ଟି ରାଶିତେଲ କଉଠି ମିଳିବ? ଦ୍ୱିତୀୟରେ ମାନିର ଡାକ୍ତର କ'ଣ ରାଜି ହେବେ?” ୮୮ “ହଁ, ଆମ କଥା ଆଉ କିଏ ଶୁଣିବ? ବୁଢ଼ୀ ହେଲିଣି ତ ।” ଜେଜେ ମାଆଙ୍କ ସ୍ଵଗତୋକ୍ତିରେ ଖୁଡ଼ି ସାଙ୍ଗେ ସାଙ୍ଗେ ଶଙ୍ଖନାଦ କହିଲେ, “ନା ନା, ସକାଳୁ ଆଣିଦେବେ । ତମେ ବ୍ୟସ୍ତ ହୁଅନି ।” ଖାଇ ବସିଲାବେଳେ ବି ଜେଜେ ମାଆ ଗୋଡ଼ ଲମ୍ବାଇ ବସି ଖାଉଥିଲେ । ଖାଇବା ହାତର ଖୋଲା ପାପୁଲିକୁ ଟିକେ ଓଲଟାଇ ପୁଣି ସିଧା କରି ଜେଜେ ମାଆ ଚୁପ୍ଚାପ୍ ଖାଇବାରେ ଲାଗିଥିଲେ । ମାନିନୀକୁ ଚାହିଁ ଖୁଡ଼ି ଓଠରେ ଆଙ୍ଗୁଠି ଦେଇ ଚୁପ୍ ରହିବାକୁ କହିଲେ । ମାନିନୀ ବୁଝିଲା, ପ୍ରକାରାନ୍ତରେ ଜେଜେ ମାଆଙ୍କୁ ଦୁଃଖ ନ କରେଇବା ପାଇଁ କକାଙ୍କୁ ସୂଚିତ କରାଯାଉଛି । ଗାଁ ଗହଳିର ପୁରୁଣା କାଳିଆ ସହଜ ପ୍ରସବ ବ୍ୟବସ୍ଥାର ଏହି ସ୍ମୃତି ଜେଜେ ମାଆଙ୍କ ମନରୁ ଆହୁରି ଯାଇନି । ତାଙ୍କ ବୋହୂମାନଙ୍କୁ ମଧ୍ଯ କ'ଣ ସେ ଏହି ପରାମର୍ଶ ଦେଇଥିବେ? କାହିଁ, ମାମା ତ ତାକୁ ଏ ବିଷୟରେ କେବେ କିଛି କହି ନାହାନ୍ତି । ତେଲ ପିଇବା ଶୁଣି ଏମିତି ବି ମାନିନୀର ମନରେ ବିରକ୍ତି ଭାବ ଆସି ଯାଇଥିଲା । ସେ ପୁଣି ଦି ସେର, ମାନେ ଦି କିଲୋରୁ କିଛି କମ୍ ! ହେ ଭଗବାନ! ରାତିରେ ଖୁଡ଼ିଙ୍କ ପାଖରେ ଚଟାଣରେ ମସିଣା-ଗନ୍ଥା ଉପରେ ଯେତେବେଳେ ସେ ଶୋଇଥିଲା, ଖୁଡ଼ି ବୁଝେଇଥିଲେ, “ସତ୍ୟ ଜନ୍ମ ବେଳକୁ ଅପା ମୋ ପାଇଁ ଯାହା ବି କରିଥିଲେ ତମ ଜେଜେ ମାଆ ଉଁ ଚୁଁ କିଛି କହି ନ ଥିଲେ । ଏବେ ଏଇ ମହେନ୍ଦ୍ର ବେଳକୁ ମୋ ପଛରେ ବି ଲାଗିଥିଲେ ରାଶିତେଲେ ପିଆଇବା ପାଇଁ । ଇଆଡୁ ସିଆଡୁ କହିକହି କାମ ଚଳେଇ ଦେଇଥିଲି । ଏବେ ତମ ପଛରେ ପଡ଼ିଛନ୍ତି । କିଏ ଜାଣେ ସକାଳୁ ଏ ବିଷୟ ମନେ ରହିବ କି ନାହିଁ । ବୟସ ବଢ଼ିଲା ବେଳକୁ ପୁରୁଣା କଥା ବେଶୀ ଇଚ୍ଛା ହେଉଥିବ ପରା । ସେଥିପାଇଁ ସେ ବିଷୟକୁ ବେଶି ନ ବଢ଼େଇବା ପାଇଁ ମୁଁ କଥାକୁ ସେଇଠି ହିଁ ବନ୍ଦ କରିଦେଇଥୁଲି ।” ଶଙ୍ଖନାଦ | ୮୯ ଘର କରଣା ବୁଦ୍ଧି ଖୁଡ଼ିଙ୍କର ଥିଲା । ନ ହେଲେ କି ଖାଲି ଚାଷ ଜମିରୁ ଆଦାୟ ରୋଜଗାରରେ ଘର ଚଳାଇ ପାରିଥାନ୍ତେ । ପ୍ରଥମେ କକା କେତେଦିନ ଯାଏଁ ବାବାଙ୍କ ପାଖରେ ଭୁବନେଶ୍ବରରେ ରହି ଭିନ୍ନ ଭିନ୍ନ ଚାକିରୀ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଜେଜେ ବାବାଙ୍କ ମୃତ୍ୟୁ ପରେ ଗାଁରେ ଆସି ରହିଗଲେ । ଚାକିରୀ ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଇଚ୍ଛା ହିଁ କରି ନ ଥିଲେ । ବାବା ବୋଉଙ୍କ ଆଗ୍ରହ ଜେଜେ ମାଆଙ୍କ ନିଃସଙ୍ଗତା ପାଖରେ ହାର୍ ମାନିଥିଲା । ଜମି, ତୋଟାର ତତ୍ତ୍ବ ନେବା ପାଇଁ କକା ବାହାହୋଇ ଗାଁର ହୋଇ ରହିଗଲେ । ଜମି-ବାଡ଼ି ବିଷୟ ବୁଝାସୁଝା ସରିଲେ ଗାଁ ଚଉଁରା-ମୂଳ, ଜଗନ୍ନାଥ ମନ୍ଦିର, ଘର ବ୍ୟତୀତ କକାଙ୍କ ଆଉ କିଛି କାମ ନ ଥିଲା । ପଚାଶ ଭରଣ କେନାଲ ତଳ ଚାଷ ଜମି । ତା' ଉପରେ ବିରାଟକାୟ ଆମ୍ବ ତୋଟା । ଗୁହାଳରେ ଦି' ଯୋଡ଼ା ବଳଦ, ଗୋଟିଏ ଗାଈ । ଗୁହାଳରୁ ବାହାରେ ଥୁଆ ହୋଇଥିବା ଶଗଡ଼, ଲୁଦର ଓ ଜମି ଚାଷ ପାଇଁ ଥିବା ପାୱାର-ଟ୍ରିଲର । ଧାନ ରଖୁବା ପାଇଁ ବାରି ବାରଣ୍ଡାକୁ ଲାଗି ମାଟି ଗୋବର ଲିପା ଯାଇଥିବା ଦି'ଟା ବଡ଼ବଡ଼ ବାଉଁଶର ପୁଡ଼ୁଗ, କକାଙ୍କ ନିତିଦିନିଆ ଆବଶ୍ୟକ ଓ ମହତ୍ଵପୂର୍ଣ୍ଣ ସମ୍ପତ୍ତି ଥିଲା । ଏ ସବୁ ଆଗରେ ବାବାଙ୍କର କାର୍, ମାମାଙ୍କର ସାଜସଜ୍ଜାପୂର୍ଣ୍ଣ ବୈଠକଖାନାର ଆକର୍ଷଣ କକାଙ୍କୁ ଭୁବନେଶ୍ବରରେ ବାନ୍ଧି ରଖ୍ ପାରିବାର ଅନୁଭବ କେବେ ମାନିନୀ କରିନି । ବରଂ ଖୁଡ଼ି ସହରର ଆକର୍ଷଣରେ କେତେଦିନ ତାଙ୍କ ଘରେ ରହିବାକୁ ଚାହିଁ ଥାଆନ୍ତି । ସେଥିପାଇଁ ଜେଜେ ମାଆଙ୍କୁ ମଧ୍ୟ ତାଙ୍କ ସହ ରହିବାକୁ ବାଧ୍ୟ କରିଥାଆନ୍ତି । ପର ଦିନ ସନ୍ଧ୍ୟାରେ କକାଙ୍କ ସହ ବାବା ବୋଉ ପାଖକୁ ସେ ଫେରି ଯାଉଥିଲା । ଖୁଡ଼ିଙ୍କ କହିବା ଅନୁସାରେ ମାନିନୀକୁ ତେଲ ୯୦ ଶଙ୍ଖନାଦ ପିଆଇବା କଥା ସତରେ ଜେଜେ ମାଆଙ୍କ ମନେ ନ ଥିଲା । ଖୁଡ଼ିଙ୍କ ଉପସ୍ଥିତ ବୁଦ୍ଧିକୁ ସେ ମନେମନେ ପ୍ରଶଂସା ନ କରି ରହି ପାରିଲା ନାହିଁ । ଉତ୍କୃଷ୍ଟ ମାନିନୀ ମନେମନେ ବୋଉଙ୍କୁ ଖୁଡ଼ିଙ୍କ ସହ ତୁଳନା କରେ । କେଜାଣି କାହିଁକି ବୋଉ ଉପରେ ଦୟା ଆସିଥାଏ, ଯେତେବେଳେ କି ଖୁଡ଼ିଙ୍କ ଉପରେ ଅଧିକାର ଆସିଯାଏ । ବୋଧହୁଏ ତା'ର ଓ ଖୁଡ଼ିଙ୍କର ବୟସର ତାରତମ୍ୟ ବେଶି ନ ଥିବା ହେତୁ ଏହା ହୋଇପାରେ । ସିମେଣ୍ଟ ରାସ୍ତା ଛାଡ଼ି ଗାଁ ଉପକଣ୍ଠରୁ ଆରମ୍ଭ ହୋଇଥିବା ଗୋଡ଼ି-ମାଟି ରାସ୍ତା ଉପରେ କାର୍ ଯେତେବେଳେ ଗତି ଧରିଥିଲା, ମାନିନୀ ଦେଖୁଲା, ରାସ୍ତା କଡ଼େ ଥିବା ଧାଡ଼ି ଧାଡ଼ି ଧାନଖଳା ଆଗରେ ଦଳେ ପିଲା ଗୋଡ଼ା ଗୋଡ଼ି ଖେଳୁଛନ୍ତି । ବିଚିତ୍ରା ସେମାନଙ୍କ ସହ ଥିଲା । କାର୍ ଭିତରେ ମାନିନୀର କିଞ୍ଚିତ ମାତ୍ରର ଆଭାସରେ ଠିଆ ହୋଇପଡ଼ି ସେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲା । କାର୍ ତା' ପାଖରେ ରହି ନ ଥିଲା । ପଛକୁ ବୁଲି ମାନିନୀ କାର ପଛ ପାଖେ ଉଡୁଥିବା ଧୂଳି ଭିତରେ ବିଚିତ୍ରାର ଚେହେରାର ଅସ୍ପଷ୍ଟ ଆକୃତିକୁ ଦେଖିଥିଲା । ଖେଳ ବନ୍ଦ କରି ଧୂଳି ଦାଉରୁ ବଞ୍ଚିବା ପାଇଁ ଅର୍ଥ-ନିମୀଳିତ ଚକ୍ଷୁ ନେଇ ସେ କାର୍ ଦିଗକୁ ଚାହିଁ ରହିଥିଲା । କାର୍ରୁ ଉଡୁଥିବା ଧୂଳିରୁ ନିଜ ଆଖୁକୁ ବଞ୍ଚେଇବା ପାଇଁ ସେ କେତେ ଚେଷ୍ଟିତ ନ ଥିଲା ସତେ ! ବିଚିତ୍ରାର ସରଳ ବ୍ୟବହାର ତା' ମନରେ ଲିପିବଦ୍ଧ ହୋଇ ରହି ଯାଇଥିଲା । ମନରେ ତା'ର ଦୁଃଖ ଥିଲା । ଆସିଲାବେଳେ ସେ ବିଚିତ୍ରା ସହ ଚାହିଁ ବି ମିଶି ଆସି ପାରିଲା ନାହିଁ । ସତ୍ୟ କହୁଥିଲା, “ବିଚିତ୍ରା ଏଇଠି ତା' ମାଉସୀ ଘରେ ରହି ପଢୁଛି । ସେ ବାହାର ଗାଁ ପିଲା । ତା' ବାପା ବାହାରେ ରହି କାମ ଶଙ୍ଖନାଦ । ୯୧ କରୁଛନ୍ତି । ତା' ଘରେ ପାଠ ପଢ଼ା କିଏ ବୁଝୁ ନାହାନ୍ତି ତ, ସେଥିପାଇଁ ।" ମାନିନୀର ମନ ହୋଇଥିଲା କାରକୁ ଅଟକେଇ ତା' ସହ ଦି ପଦ କଥା ହେବ । ମା'ଠୁଁ ଦୂରରେ ସେ କେମିତି ରହି ପାରିଛି? ନିଜ ଇଚ୍ଛାକୁ କକାଙ୍କ ଆଗରେ ପ୍ରକାଶ କରିପାରି ନଥିଲା । ଇଚ୍ଛା ଶକ୍ତି ନିକଟରେ ଅପ୍ରକାଶିତ ଭାବର ଦୁର୍ବଳତା ମୁଣ୍ଡ ଟେକି ଉଠିଥିଲା । କାର୍କୁ ଅଟକାଇ ପାରି ନ ଥିଲା । କାର୍ ତା' ଗନ୍ତବ୍ୟ ପଥରେ ଆଗକୁ ଗଡ଼ୁଥିଲା । ନଦୀ ପଠାର ତୋଟାମାଳ, ଗହମିଆ ରଙ୍ଗର ବାଲି କଡ଼େ କଡ଼େ ଦୁଧ ଅଳତା ରଙ୍ଗର ପାଣି, ମନ୍ଦିରର ଶଙ୍ଖ-ଘଣ୍ଟା ଧ୍ବନି, ଜେଜେ ମାଆଙ୍କ ବିଚାର, ଖୁଡ଼ିଙ୍କ ଛୁଆର ଲାଳନ ପାଳନ, ସତ୍ୟକାମ ଏବଂ ସର୍ବୋପରି ବିଚିତ୍ରା – ଏମାନଙ୍କ ଚଳନ୍ତି ଚିତ୍ର-ଲିପି ତା' ହୃଦୟ କନ୍ଦରରୁ ଫୁଲି ଫୁଲି ବାହାରକୁ ଆସୁଥିଲେ । ଏକ ଆତ୍ମସନ୍ତୋଷର ପରିପାଟୀରେ ସଜ୍ଜିତ ତା' ମନ-ମୟୂର ମେଘ ଶୂନ୍ୟ ନିଦାଘର ଅବେଳରେ ନାଚିବା ପାଇଁ ପ୍ରସ୍ତୁତ ହେଉଥିଲା । ୯୨ ଶଙ୍ଖନାଦ ଶଙ୍ଖ ନାଦ ଶଙ୍ଖନାଦ | ୯୩ (ଏକ) ସୂର୍ଯ୍ୟ ଆଲୁଅର ଛଟା ତୋଟା ଉହାଡ଼କୁ ଯିବାକୁ ଉଦ୍ୟତ ହେଉଥିଲା । ସନ୍ଧ୍ୟା ସମୟ ଏକୁଟିଆ ବିତେଇଲେ ମୁଁ ଶାନ୍ତି ପାଉଥ୍ଲି । ଅନ୍ଧାରର ଆଗମନ ପୂର୍ବରୁ ହିଁ ତାକୁ ଆପଣାର କରିବାକୁ ଆଗୁଆ ପ୍ରସ୍ତୁତ ହେଉଥୁଲି । ନାନୀଘର ଗାଁକୁ ଆସିଲେ ତୋଟା ଏବଂ ନଦୀ ପଠାରେ ସନ୍ଧ୍ୟା ବିତେଇବା ବହୁତ ପୁରୁଣା ଅଭ୍ୟାସ ଥିଲା । ନାନୀଘର ଭିତରୁ ବାହାରି ଆସି ମୁଁ ଗାଁ ଉପକଣ୍ଠ ଆଡ଼େ ଯିବାକୁ ବାହାରି ଥୁଲି । ଭାଇନାଙ୍କ ଘର ଭିତରୁ ବାହାରି ଆସୁଥିବା କ୍ଷୀଣାଲୋକ ହିଁ କିଛି ଦୂର ପର୍ଯ୍ୟନ୍ତ ଅନ୍ଧାରୁଆ ଗାଁ ଦାଣ୍ଡରେ ଦିଗ ନିର୍ଣ୍ଣୟ କରିବାର ଭୂମିକା ନେଉଥିଲା । ଅନ୍ଧାର ହେଲେ, ଜହ୍ନ ଆଲୁଅ କିମ୍ବା ହାତରେ ଧରିଥିବା ଟର୍ଚ୍ଚ ଆଲୁଅର ଭରସା ଥିଲା । ମୋତେ ଉଠିବା ଦେଖ୍ ନାନୀ ସୂଚାଇ ଥିଲା- “ନଈ ଆଡକୁ ଗଲେ, ଟର୍ଚ୍ଚ ନେଇ କି ଯା ।” ମୋର ଜନ୍ମ ଗାଁ'ରେ ହୋଇଥିଲା । ନାନୀର ବାହାଘର ବି ଗାଁରେ ହୋଇଥିଲା । ୨୦ ବର୍ଷ ତଳର ନାନୀଘର ଗାଁର ପଟ୍ଟଚିତ୍ରରେ ପରିବର୍ତ୍ତନର ମଳୟ ଅଦ୍ୟାବଧୂ ସ୍ପର୍ଶ କରି ନ ଥିଲା । କେବଳ ଗାଁ ଭିତରେ ସେବେ ଅଳ୍ପ କିଛି କୋଠାଘର ଦେଖା ଯାଉଥିଲା । ଆଜି ଚାଳଘର ମଝିରେ ମଝିରେ କେତେଟା ଦେଖା ଯାଉଛି, ଯାହା ସେମାନଙ୍କ ଆକାର ଅନୁସାରେ ପାଖଆଖ ଘରମାନଙ୍କ ପାଖରେ ଲୁଚି ମଧ୍ଯ ଯାଉଥିଲା । ଗାଁ ଭିତରର ମାଟି ରାସ୍ତାରେ ସିମେଣ୍ଟ ପଡ଼ି ସାରିଥିଲା । ୯୪ ଶଙ୍ଖନାଦ ସିମେଣ୍ଟ ରାସ୍ତାରୁ ଖସି ନଦୀ ପଠାକୁ ଯିବା ଗଳିରେ ପଶୁ ପଶୁ ମୋ ବାଆଁ ପାଖରୁ ଶୁଣାଗଲା, “ଶେଖର ଭାଇ” । ସହସା ମୁଁ ଜଡ଼ବତ୍ ହୋଇଗଲି । ଚାଲୁଥିବା ଅବସ୍ଥାରେ ହିଁ, ମୋ ପାଦ ଯେଉଁଠି ଥିଲା, ସେଇଠି ହିଁ ଅଟକି ଗଲା । ଅନେକ ବର୍ଷ ପରେ ମୁଁ ଏ ସ୍ବର ଶୁଣୁଥିଲି । ସେଇ କଣ୍ଠ, ସେଇ ଡାକକୁ ମୁଁ କେବେ ଭୁଲି ପାରିନି । ନିର୍ଜନ, ନିସ୍ତବ୍ଧ ଜଙ୍ଗଲର ବନ୍ଧୁର ପ୍ରସ୍ତର ଉପରେ କଳ କଳ ନାଦ କରି ଗଡ଼ି ଚାଲିଥିବା ନିର୍ଝରିଣୀର ସ୍ବର ସିଏ; ଆସୁଆ ବସନ୍ତର ଦକ୍ଷିଣା ପବନରେ ଆନ୍ଦୋଳିତ ଆମ୍ବ ବଉଳର ସନ୍ଧିରୁ ଝରି ଆସୁଥିବା କୋମଳ ବାସ୍ନାର ମହମହ ସୁଗନ୍ଧର ତାଳେ ତାଳେ ନିଜ ଭାବ ଅଭିବ୍ୟକ୍ତ କରୁଥିବା କୋଇଲିର କୁହୁ ତାନ । କେଉଁଠି, କେଉଁଠି ଅଛି ସେ? ଝଙ୍କୃତ ହୃଦୟରେ ଡାକ ଆସୁଥିବା ଦିଗକୁ ବୁଲି ଚାହିଁଲି । ଅମରି, ଜାମୁକୋଳି, ଅମୃତଭଣ୍ଡା ଗଛର ଭଙ୍ଗା ଡାଳକୁ ଅଣ୍ଟା ଯାଏଁ ପୋତି ତିଆରି କରା ଯାଇଥିବା ବାଡ଼ ସେ ପାଖେ ଲକ୍ଷ୍ମୀ ଠିଆ ହୋଇଥିଲା । ତା' ଗୋଡ଼ ତଳେ ଗୋବର ଘଷି ପଡିଥିଲା । ହାତ ଶୁଖୁଲା ଗୋବରରେ ବୋଳି ହୋଇ ରହିଥିଲା । ପାଖରେ ଭର୍ତ୍ତି ହୋଇ ରହିଥିବା ଘଷି ଟୋକେଇ ଥୁଆ ହୋଇଥିଲା । ମୋ ମୁହଁର ମାଂସପେଶୀ ଟାଣ ହୋଇ ଯାଇଥିଲା । ଭାବ ପ୍ରକାଶ କରିବାରେ ଅସମର୍ଥ ଥିଲି ମୁଁ । ସମ୍ମୋହନର ଭାବ ଶୂନ୍ୟ ଅବସ୍ଥାରେ ମୋତେ ଠିଆ ହୋଇ ଚାହିଁ ରହିଥିବା ଦେଖ୍ ସେ ହସି ଦେଇ କହିଲା, “ଘରକୁ ଆସ, ସେଇଠି ଠିଆ ହୋଇ ରହିଲ କ'ଣ? ତମେ ତ ମୋ ଶାଶୁ ଘରକୁ କେବେ ଆସିନ ।” ଶଙ୍ଖନାଦ । ୯୫ ଯନ୍ତ୍ରବତ୍ ମୁଁ ବାଡ଼ ଭିତରେ ପଶିଲି । ଗୋବର ଟୋକେଇକୁ ଅଣ୍ଟା ଉପରକୁ ଉଠେଇ ସେ ଘର ଦିଗକୁ ଯିବା ପାଇଁ ଉଦ୍ୟତ ହେଲା । “ଲକ୍ଷ୍ମୀକୁ ଭୁଲିଗଲ?” ଚାଲୁ ଚାଲୁ ଅଟକି ଯାଇ ସେ ମୋତେ ଚାହିଁ ପଚାରୁଥିଲା । ଦର ହସିଲା ଆଖ୍ ଦୁଇଟି ଯେମିତି ବହୁ ଦିନର ଉଦାସ ପରେ ପ୍ରଥମ ଥର ପାଇଁ ହସିଛନ୍ତି ମନଖୋଲା ହସ । ତଥାପି ତେଜଦୀପ୍ତ ଚକ୍ଷୁ ଯୁଗଳ । ଚାହିଁ ପାରିଲିନି । ମୁହଁକୁ ଟିକିଏ ବୁଲେଇ ନେଇ କହିଲି, “ମୁଁ ତ ଜାଣି ନ ଥୁଲି, ତୁ ଏଇଠି ବାହା ହେଇଛୁ ବୋଲି । ନାନୀଘର ଗାଁ'ରେ, ତା' ଘର ପାଖରେ ।” ସେ ଆଗକୁ ବୁଲିପଡ଼ ଚାଲିବାକୁ ଲାଗିଲା । ଗୋବର ଟୋକେଇକୁ ଧରି ତା' ଅଣ୍ଟା ଗୋଟିଏ ପାଖକୁ ନଇଁ ପଡୁଥିଲା । ଡାହାଣ ପାଖକୁ ନଇଁ ନଇଁ, କିନ୍ତୁ ଜଲଦି ଜଲଦି ଚାଲୁ ଚାଲୁ ସେ କହିଲା, “ବାହା ତ ଏଇ ଗାଁ'ରେ ହିଁ ହେଇଥୁଲି । ତମେ ଜାଣିନ, ସିଏ ଅଲଗା କଥା । ଜିତୁର ବିଭାକୁ ଆସିଛ?” “ହଁ, ନାନୀ ଚିଠି ଲେଖିଲା ।” ନାନୀ ଖୁବ୍ ଅଭିମାନ କରି ଚିଠି ପୋଷ୍ଟରେ ପଠେଇଥିଲା– “ଆଉ ଏ ନାନୀ କଥା ତୋର ମନେ ପଡୁନି । ଆମ ଭିତରେ ଥିବା ରକ୍ତ-ସମ୍ପର୍କର ନାଲି ରଙ୍ଗ କ'ଣ ଏତେ ଫିକା ହେଇ ଗଲାଣି ଯେ ତୁ ଖବର ଅନ୍ତର ବି ରଖୁନୁ । ଜିତୁର ବାହାଘର ମାଘ ଶୁକ୍ଳ ନବମୀ ଦିନ । ତୋ ଅପେକ୍ଷାରେ ଆମେ ଅଛୁ । ନା, ଜିତୁକୁ ବି ଭୁଲି ଗଲୁଣି?” ତା' ପ୍ରଶ୍ନରେ ହିଁ ଉତ୍ତର ଥିଲା । ଭୁଲି ନ ଥିଲେ ବି ମୁଁ ବହୁତ କିଛି ଭୁଲିବାକୁ ଚାହୁଁ ଥିଲି । ମୋର ଅନେକ ସ୍ମୃତିର ପଦଚିହ୍ନ ସମୟର ୯୬ ଶଙ୍ଖନାଦ ଓଦା ବାଲି ଉପରେ ସମୁଦ୍ରର ଜୁଆର-ଭଙ୍ଗା ଖେଳରେ ଧୋଇ ହୋଇ ଯାଇଥିଲେ । ରାସ୍ତା ଉପରୁ ବାଡ଼ ଭିତରେ କିଛି ଦୂର ଗଲେ ମାଟିର ଉଚ୍ଚ ପିଣ୍ଡା ଉପରେ ନୁଆଁଣିଆ ଚାଳ । ପିଣ୍ଡା ଉପରକୁ ଉଠିବାକୁ ହେଲେ ଦିଟା ବଡ଼ ବଡ଼ ପଥର ଉପର ଦେଇ ଯିବାକୁ ହେବ । ଯେଉଁ ପାଖରୁ ଆମେ ଘର ଭିତରେ ପଶୁଥୁଲୁ, ତାହା ବାରି ପାଖ ଥିଲା । ଘର ମୁହଁରେ ସଜନା ଗଛ ଝଙ୍କାଳିଆ ହୋଇ ଠିଆ ହୋଇଥିଲା । ଗଛ ମୂଳରେ ବିରାଟ ମାଟି ଚଉତରା । ସଜନା ଗଛ ଓ ଅମରି ବାଡ଼ ମଝିରେ ବାଡ଼କୁ ଲାଗି ତୁଳସୀ ଚଉଁରା । ଲକ୍ଷ୍ମୀ ପଛେ ପଛେ ମୁଁ ଘର ଉପରକୁ ଉଠିଲି । ମାଟିର ଉଚ୍ଚ ପିଣ୍ଡାକୁ ଲାଗି ବନ୍ଦ ଥିବା ମୋଟା, ଗେରୁ-ରଙ୍ଗରେ ଲିପା ଯାଇଥିବା ପୁରୁଣା କାଳିଆ କାଠର ମୋଟା କବାଟକୁ ଠେଲି ସେ ଭିତରେ ପଶିଲା । ତା' ପଛେ ପଛେ ମୁଁ । ଘର ଚଟାଣରେ ଗୋବର ଟୋକେଇକୁ ରଖ୍ ମୋ ଦିଗକୁ ବୁଲି କହିଲା, “ନ ହେଲେ ତମେ ଆସି ନ ଥାନ୍ତ !” “ସେମିତି ନୁହେଁ । ମୋର ସମୟ...” ମୋ କଥାକୁ କାଟି ସେ କହିଲା, “ମୁଁ ଜାଣିଛି । ତମକୁ ସମୟର ଅଭାବ । ନାନୀ ହିଁ କହୁଥିଲେ, ତମେ ବହୁତ ବଡ଼ ଲୋକ ହେଇଗଲଣି ବୋଲି ।” ମୁଁ କିଛି କହିବା ଆଗରୁ ସେ ଘରୁ ପାହାଚ ଚଢ଼ି ଉପର ଅଗଣାକୁ ଉଠି ମୋତେ ଚାହିଁ ପୁଣି ଡାକିଲା, “ଭିତରକୁ ଆସ, କଥା ହେବା ।” ମୁଁ ଯଥାବତ୍ ତାକୁ ଅନୁସରଣ କଲି । ସିମେଣ୍ଟ ଚଟାଣ । ଖୋଲା ଅଗଣା । ମାଛି ଅନ୍ଧାର ପୂର୍ବ ଆକାଶ ଦେଖା ଯାଉଥିଲା । ଶଙ୍ଖନାଦ | ୯୭ ଉପରେ ଲୁହା ଜାଲି । ଗୋଟିଏ କୋଣରେ ପାଣି କୁଣ୍ଡ, ପାଖରେ ଗଦାଏ ବାସନ କୁସନ । ବିରାଟକାୟ ଅଗଣାର ଭିତର ପାଖ କାନ୍ଥକୁ ଲାଗି ଜଣେ ବୃଦ୍ଧା ଗୋଡ଼ ଲମ୍ଵେଇ ବସି ସଳିତା ବଳୁଥିଲେ । ଲକ୍ଷ୍ମୀ ସହ ମୋତେ ଅଗଣା ଭିତରେ ପଶିବା ଦେଖ୍ ପ୍ରଶ୍ନବାଚୀ ଆଖ୍ୟାରେ ମୋତେ ଦେଖିଲେ । ତାଙ୍କ ଚାହାଣୀକୁ ଦେଖ୍ ସେ କିଛି ପଚାରିବା ଆଗରୁ ହିଁ ଲକ୍ଷ୍ମୀ ଅପେକ୍ଷାକୃତ ବଡ଼ ପାଟିରେ କହିଲା, “ବାସ ନାନୀଙ୍କ ଭାଇ ହେ ମା, ଶେଖର ଭାଇ ।” ମୁଁ ଅନୁମାନ କରି ସାରିଥିଲି, ଲକ୍ଷ୍ମୀର ଶାଶୁ ନିଶ୍ଚୟ । ମୁଣ୍ଡ ନୁଆଁଇ ନମସ୍କାର କଲି । ପ୍ରତି ଉତ୍ତରରେ ସେ ଟିକେ ହସିଦେଲେ । ମୁଣ୍ଡର ଓଢ଼ଣାଟି ଟିକେ ଆଗକୁ ଟାଣି ଦେଲେ । ବହୁତ ସ୍ବାଭାବିକ ପ୍ରତିକ୍ରିୟା ତାଙ୍କର । ଗାଁ'ର ସବୁ ବୃଦ୍ଧା ସ୍ତ୍ରୀ ଲୋକମାନଙ୍କ ଭଳି ରୋଗୀଣା, ପତଳା ଚେହେରା । ଦେହରେ ବିଧବା ଲୁଗା । “ଭାଣିଜୀ ବିଭାକୁ ଆସିଥିବ । ନାଇଁ? ହଇ ହେ ପୁଅ, ତମେ ପରା ସୁରତ ପଳେଇଥିଲ । ଆମ ଗାଁ ତଳ ସାହିର ସଦା ଗଉଡ଼ ପୁଅ । ଘରେ ପିଲା, ମାଇପ । ତାଙ୍କୁ ଛାଡ଼ି ସେଇଠି ବିଭା ହେଇ ରହିଗଲା । ତା'କୁ ଜାଣିଛ?” ମୁଁ ସୁରତରେ ରହୁନି, ମୁମ୍ବାଇରେ ରହୁଛି । ତା' ଛଡ଼ା ସୁରତ କ'ଣ ଗୋଟେ ସାନ ଜାଗା ଯେ, ସମସ୍ତେ ସମସ୍ତଙ୍କୁ ଚିହ୍ନିବେ । ମୁଁ କିଛି କୈଫିୟତ ଦେବା ଆଗରୁ ଲକ୍ଷ୍ମୀ ଟିକେ ଉଚ୍ଚ ପାଟିରେ କହିଲା, “ନା, ନା, ଚିହ୍ନି ନାହାନ୍ତି ।” ପରେ ମୋତେ ଚାହିଁ ଧୀରେ କହିଲା, “ସେ ଟିକେ ଉଚ୍ଚ ଶୁଣନ୍ତି । ତମର ସବୁ କଥା କହି କି କିଛି ଲାଭ ନାହିଁ ତାଙ୍କୁ କେବଳ ଗୋଟିଏ ଜାଗା ଜଣା । ସିଏ ହେଲା, ସୁରତ ।” ଅଗଣାର ଗୋଟିଏ କୋଣରେ ଆଉଜା ହୋଇଥିବା ମସିଣାକୁ ୯୮ ଶଙ୍ଖନାଦ ଆଣି ଚଟାଣରେ ବିଛେଇଲା, “ବସ ଶେଖର ଭାଇ ।” ଆଜ୍ଞାବହ ଭଳି ମୁଁ ମସିଣାରେ ବସିଲି । ତା' ଶାଶୁ ଉଠି ଦାଣ୍ଡ ଆଡ଼େ ବାହାରି ଗଲେ । ତାଙ୍କର ସଳିତା ବଳିବା ବୋଧହୁଏ ସରି ଯାଇଥିଲା । ମୁଁ ତାଙ୍କ ଯିବା ରାସ୍ତାକୁ ଚାହିଁଲି । ଅଗଣା ଡେଇଁଲେ ସରୁ ଗଳି ଭଳି ରାସ୍ତା । ବୋଧହୁଏ ତା' ପାର୍ଶ୍ଵରେ କୋଠରୀ ଅଛି । ତା ପରେ ଥାକ ଥାକ ଅନ୍ଧାରୁଆ ଆଲମ୍ବିତ କୋଠରୀ ଶ୍ରେଣୀର ପ୍ରଚ୍ଛଦପଟରେ ଦିନର ନିଷ୍ପ୍ରଭ ପ୍ରାୟ ଆଲୁଅ ପରିଷ୍କାର ରୂପେ ଦୃଶ୍ୟମାନ ହେଉଥିଲା । ଆଣ୍ଠୁ, ପାଦ ଉପରେ ମୋ ପାର୍ଶ୍ଵରେ ବସିପଡ଼ି ଲକ୍ଷ୍ମୀ ଡାକ ପକେଇଲା, “ପଦ୍ମା, କୁଆଡ଼େ ଗଲୁ?” “ଆସୁଛି ବୋଉ, ” ଦାଣ୍ଡ ଆଡୁ ଶୁଣାଗଲା । ଫ୍ରକ ପିନ୍ଧା ୧୦/୧୨ ବର୍ଷର ଝିଅଟିଏ ଅଗଣାକୁ ଆସିଲା । ମୋତେ ଓ ମୋ ପାଖରେ ଲକ୍ଷ୍ମୀକୁ ବସିଥିବାର ଦେଖ୍ ଅଳ୍ପ ଶଙ୍କିଯାଇ ଦ୍ବାର ମୁହଁରେ ଅଟକି ଗଲା, “କ’ଣ ବୋଉ?" “ମାମୁଁଙ୍କୁ ନମସ୍କାର କରେ । ଜିତୁ ଦିଦିର ମାମୁଁ ଲ ।” ପଦ୍ମା ହାତ ଯୋଡ଼ିଲା । ଲକ୍ଷ୍ମୀ ପଚାରିଲା, “ଶେଖର ଭାଇ, ନବାତ ପଣା ପିଇବ?” ହସି ହସି କହିଲା, “ୟାଙ୍କ ଘରେ କେହି ଚାହା ପିଅନ୍ତିନି । ଆଖୁ ବାଡ଼ ଅଛି । ନବାତ ଭାସୁଛି ।” ମୁଁ ବିବ୍ରତ ଅନୁଭବ କଲି, “ନା, ନା, ମୋର କିଛି ଦରକାର ନାଇଁ । ଲକ୍ଷ୍ମୀ, ତୋର କ'ଣ ଇଏ ଜଣେ?" “ଜଣେ?” ସେ ହସିଲା । ଶଙ୍ଖନାଦ | ୯୯ ତିନୋଟି ଆଙ୍ଗୁଠି ଦେଖାଇ କହିଲା, “ପୁରା ତିନି । ବଡ଼ ପୁଅ ନବୋଦୟରେ ହଷ୍ଟେଲରେ ରହି ପଢୁଛି । ଦଶମ ତା’ର । ତା' ତଳେ ପଦ୍ମା । ୟା ତଳେ କମଳା । ଦାଣ୍ଡରେ ଖେଳୁଥିବ ।” ପୁଣି ଝିଅକୁ ଚାହିଁ କହିଲା, “ଯା, ପିଲାକୁ ଦାଣ୍ଡରୁ ଡାକେ । ମାମୁଁ ପାଇଁ ନବାତ ପଣା ଆଣେ ।" U ପଦ୍ମା ଚାଲିଗଲା । ଲକ୍ଷ୍ମୀ ପଚାରିଲା, “ମୁଁ ତିନିଟାର ମା ହେଇ ସାରିଲିଣି । ତମେ କାହିଁକି ବାହା ହେଇନ? ନା, ବାହା ହେଇ ସିଆଡ଼େ ସିଆଡ଼େ । ଆମକୁ ଭୋଜି ଦେବାକୁ ହେବ ବୋଲି ଡରୁଛ ।” ଲକ୍ଷ୍ମୀ ହସୁଥିଲା । କିନ୍ତୁ ମୁଁ ହସି ପାରୁ ନ ଥିଲି, କିଛି କୈଫିୟତ ବି ଦେଇ ପାରୁ ନ ଥିଲି । କି କୈଫିୟତ ଦେଇଥାନ୍ତି? ଜୀବନର ଏକ ଅଦ୍ଭୁତ ମୋଡ଼ ପାଖରେ ଆସି ମୁଁ ଠିଆ ହୋଇଥିଲି । ଯାହା ପାଇଁ ମୋ ଜୀବନରେ ଏହି ପରିବର୍ତ୍ତନ ଆସିଥିଲା, ସେ ହିଁ ତାକୁ ବୁଝି ପାରୁ ନ ଥିଲା ଅଥବା ନ ବୁଝିବାର ଅଭିନୟ କରୁଥିଲା ! V ପଦ୍ମା ଗୋଟିଏ ଲମ୍ଵା ପିତଳ ଗିଲାସରେ ପଣା ଆଣି ଦେଲା । ତା’ ପଛେ ପଛେ ଲକ୍ଷ୍ମୀର ସାନ ଝିଅ । ସେ ଆସି ମା କୋଳରେ ବସିଲା । ତା'ର ଅଭିବାଦନ, “ମାମୁଁ ନମସ୍କାର"ରେ ମୁଁ ଅପ୍ରତିଭ ହୋଇ ପଡୁଥିଲି । ମୋର ଭାବକୁ ଲକ୍ଷ୍ୟ କରି ଲକ୍ଷ୍ମୀ କହିଲା, “ମାମୁଁ ଶୁଣି ଶୁଣି ତମେ ବିରକ୍ତ ହେଇ ଯିବଣି, ନାଇଁ?" ତା' କଥାକୁ ଏଡ଼ାଇବାକୁ ଚେଷ୍ଟା କଲି । ପଣା ପିଇ ସାରି ପଦ୍ମା ହାତକୁ ଗିଲାସ ବଢ଼େଇଦେଲି । କହିଲି, “କେତେ ବର୍ଷ ବିତି ଗଲାଣି । ମୁଁ ତ ଜାଣି ନ ଥିଲି, ତୁ ତିନିଟାର ମା' ହେଇ ସାରିଲୁଣି ବୋଲି ।” ୧୦୦ । ଶଙ୍ଖନାଦ ସାନ ଝିଅ ଲକ୍ଷ୍ମୀ କୋଳରେ ବସି ମୋତେ ଏକ ଲୟରେ ଚାହିଁ ରହିଥିଲା । ପଦ୍ମା ଆମ ପାଖରେ ବସିଥିଲା । ମୋ କଥା ଶୁଣିଲା ପରେ ଲକ୍ଷ୍ମୀର ଆଣ୍ଠୁ ଦୁଇଟା ଭାବ ପ୍ରବଣ ହୋଇଗଲା । ଭାରି କଣ୍ଠରେ କହିଲା, “ହଁ, ତିନିଟାର ମା । ପଦ୍ମାର ଜନ୍ମ ପରେ ଯାହା ଗାଁକୁ ଯାଇଥିଲି । ସିଏ ତ ଦଶ ବର୍ଷ ତଳର କଥା । ଉକୁଟି ଆସୁଥିବା କୋହକୁ ଚପେଇବା ପାଇଁ ଲମ୍ଵା ନିଶ୍ବାସ ନେଇ ଟିକିଏ ରହିଗଲା । ସଚେତିତ ହେଲା ଭଳି ମୋତେ ଚାହିଁଲା, “ଆରେ, ମୁଁ ବି କେତେ ମୂର୍ଖ ଦେଖ । ତମେ ତ ଟିକେ ହେଲେ କିଛି ଜାଣିନ । ଅଥଚ ମୁଁ ଗାଇ ଚାଲିଛି ।” ତା' କୋଳରେ ବସିଥିବା ଝିଅ ଆଡ଼େ ହାତ ଦେଖେଇ କହିଲା, “ଇଏ କାଲି ପଚାରୁଥିଲା, ମାମୁଁ ମୋର କାହିଁକି ଆସୁନାହାନ୍ତି? ଜିତୁ ଦିଦିର ମାମୁଁ ସବୁ ଆସୁଛନ୍ତି ।” “କାହିଁକି? ତୋ ଭାଇମାନେ କିଏ ଆସୁନାହାନ୍ତି?” “ନା ।” ହଠାତ ଚୁପ୍ ହେଇ ଗଲା । ମୋତେ ଏକ ଲୟରେ ଚାହିଁଥିବା ପଦ୍ମାର ଅଲରା ବାଳକୁ ହାତରେ ସାଉଁଳୁ ସାଉଁଳୁ କହିଲା, “ମୋ ପିଲାମାନେ ମାମୁଁ ଘର କ'ଣ ପାଶୋରି ଗଲେଣି । ଛାଡ଼, ଶେଖର ଭାଇ । ମୁଁ ବି ତମ ପାଖରେ ଏ ବିରକ୍ତିକର ପ୍ରସଙ୍ଗ ଉଠଉଛି । ବୋଉ ପାଖରେ ଚାରିଥର ଚାହା ପିଇବାକୁ ଆଳି କରୁଥୁଲି ବୋଲି ଆଜି ତ ଆଉ ବାବା-ବୋଉ ମୋ ପାଇଁ ନାହାଁନ୍ତି । ସବୁ ଭାଇମାନେ ଅବନୀ ଭାଇ ଭଳି ହେଇ ନାହାଁନ୍ତି ଯେ ଭଉଣୀର ସୁଖ-ଦୁଃଖ ବୁଝିବା ପାଇଁ ଦୌଡ଼ି ଆସିବେ ।” ଅବନୀ ମୋ ତଳ ଭାଇ ଥିଲା । ନାନୀ ବାହା ହେବା ଆଗରୁ ମୁଁ ହଷ୍ଟେଲ ଚାଲି ଯାଇଥିଲି । ଲକ୍ଷ୍ମୀ ବାହା ହେଲା ପରେ ମୋର ଗାଁକୁ ଆସିବା ବନ୍ଦ ହେଇ ଯାଇଥିଲା । ବହୁତ ଆଗରୁ ଘରର ଶଙ୍ଖନାଦ | ୧ ୧୦୧ . ଯାବତୀୟ କାର୍ଯ୍ୟକଳାପକୁ ହାତକୁ ନେଇଥିବା ଅବନୀ ନନାଙ୍କ ମୃତ୍ୟୁ ପରେ ମଧ୍ୟ ବୋଉର ଆଶା ବାଡ଼ି, ତା' ତଳ ଭାଇ ରଜନୀର ସଂରକ୍ଷକ ଥିଲା । ଦାଣ୍ଡ ଘର ଆଡୁ ତା' ଶାଶୁଙ୍କ ପାଟି ଶୁଭିଲା, “ହଇଲୋ ଏ ପଦି, ତୋ ମାଆକୁ କହ, ସଞ୍ଜୁଆ ଦେବ । ସଞ୍ଜ ହେଲାଣି । କେତେ ବେଳଯାଏଁ ବ୍ଲକର ବକର ହେଉଥିବ? କଥା ହେବାକୁ ଲୋକ ମିଳିଗଲେ, ତାକୁ ଆଉ ଭାତ ଦରକାର ନାଇଁ ।” ତାଙ୍କ କଥା ଶୁଣି ଲକ୍ଷ୍ମୀ ଆହତ ହୋଇ ଉଠିଲା । ମୁଁ ସଙ୍ଗେ ସଙ୍ଗେ ଉଠି ପଡ଼ିଲି । ମୋତେ ଉଠିବା ଦେଖୁ ସେ କୈଫିୟତ ଦେଲା, “କିଛି ଭାବିବନି ଶେଖର ଭାଇ । ଲୋକବାକ କିଛି ଦେଖିବେନି । ଯାହା ମନକୁ ଆସିବ, ତାହା କହିଦେବେ ।” ମୁଁ କିଛି ମନ୍ତବ୍ୟ ଦେବା ଉଚିତ ମନେ କଲିନି । ଯେଉଁ ରାସ୍ତା ଦେଇ ଭିତରକୁ ଆସିଥିଲି, ସେହି ରାସ୍ତା ଦେଇ ଫେରିଥୁଲି । ଲକ୍ଷ୍ମୀ ସଞ୍ଜ ଦେବାକୁ ଚାଲିଗଲା । ମୋତେ ଛାଡ଼ିବା ପାଇଁ ମଧ୍ୟ ଆସି ନ ଥିଲା । ୧୦୨ । ଶଙ୍ଖନାଦ (ଦୁଇ) ଲକ୍ଷ୍ମୀ ଘରୁ ମୁଁ ସିଧା ନାନୀଘରକୁ ଚାଲି ଆସିଥିଲି । ମନରେ ଜମାଟ ବାନ୍ଧି ବସିଥିବା କୋହର ଶୁଖୁଲା କାଠରେ ଲକ୍ଷ୍ମୀ ସହ ସାକ୍ଷାତକାରର ନିଆଁ ଲାଗି ସାରିଥିଲା । ଯାହାକୁ ଭୁଲିବା ପାଇଁ ପରିବାର, ବାପା ମାଆ ମୋତେ ପିତା ଅନୁଭବ ହୋଇଥିଲେ, ସେ ଆସି ପୁଣି ଆଜି ମୋ ଆଖ୍ ଆଗରେ ଖଣ୍ଡିଆ ଭୂତ ସଦୃଶ ଠିଆ ହୋଇଥିଲା । ତଳେ ଭୋଜି ପୂର୍ବଦିନର ଗହଳ ଚହଳ କମି ଯାଇଥିଲା । ରାତି ଧୀରେ ଧୀରେ ବଢ଼ି ଆସୁଥିଲା । ମଝି ଅଗଣାରୁ ନାନୀଘର ଦୁଇ ଭାଗ ଥିଲା । ପଛ ପାଖଟା ପୁରୁଣା ଘର ଥିଲା, ସାମ୍ନା ପାଖରେ ନୂଆ ତିଆରି କରା ହୋଇଥିଲା । ଅଗଣା, ଖୋଲା ଅଗଣା ଉପରେ ଜାଲି ଥିଲା । ପଛ ପାଖର ଭାଗ, ତଳ ଉପର ଥିଲା, ସାମ୍ନା ପାଖ କେବଳ ଛାତ ଘର ଥିଲା । ପୁରୁଣା ଉପରେ ଘରେ ଆମ ତିନି ଭାଇ ଓ ଭାଇନାଙ୍କର ଶୋଇବା ବ୍ୟବସ୍ଥା କରାଯାଇଥିଲା । ଘର ଉପର ବାଲକୋନୀରୁ ଅନାବନା ଲତା, ବଡ଼ ବଡ଼ ଗଛରେ ଭର୍ତ୍ତି ପଛର ଲମ୍ବା ବାରି ଦେଖା ଯାଉଥିଲା । ଶୁକ୍ଳ ପକ୍ଷ ଅଷ୍ଟମୀର ଅର୍ଦ୍ଧଚନ୍ଦ୍ରରୁ ନିର୍ଗତ ଜ୍ୟୋତ୍ସ୍ନା କିରଣର ନିମୀଳିତ ଆଲୁଅର ଛଟା ଚତୁର୍ଦ୍ଦିଗେ ବିଛାଡ଼ି ହୋଇ ଖେଳିଥିଲା । ରଜନୀ ବାଲକୋନୀରେ ବସି ମାଉଥ୍ ଅରଗାନରେ ସୁର ଦେଉଥିଲା । ମୋତେ ଦେଖ୍ ସେ ମାଉଥ୍ ଅରଗାନକୁ ବନ୍ଦ କରି ମୋତେ ଚାହିଁଲା, “କ’ଣ ଦରକାର ଭାଇ?” ତା' ପାଖରେ ଯାଇ ବସି ପଡ଼ିଲି, “ନା, ନା, ତୁ ବଜା । ମୁଁ ବସି ଶୁଣିବି ।” ଶଙ୍ଖନାଦ | ୧୦୩ ରଜନୀ ତା’ ସୁରରେ ମନ ଦେଲା । ଲକ୍ଷ୍ମୀକୁ ଦେଖିଲା ପରଠୁ ଅତୀତର ମୋ କାପୁରୁଷପଣ ପାଇଁ ମନ ମୋର ଆନ୍ଦୋଳିତ ହେଉଥିଲା । ମୃଦୁ ମଳୟର ତାଳେ ତାଳେ ଅଦୃଶ୍ୟ ପୁଷିତ କ୍ଷୀଣ ସୁଗନ୍ଧଯୁକ୍ତ ରଜନୀର ସୁର ମଧ୍ଯ ମୋ ମନରେ ଝଙ୍କାର ସୃଷ୍ଟି କରି ପାରୁ ନ ଥିଲା । ଏକ ଅହେତୁକ ବିଷାଦ ଭରା ଅନ୍ଧକାରକୁ ଘେରି ରହିଥିବା କାଳିମା, ପ୍ରତିଛାୟା ସହ ଲମ୍ବି ଯାଇଥିବା ଦୃଷ୍ଟିର ଏହି ପାର୍ଶ୍ଵର କେବଳ ଶୂନ୍ୟତା ଭିତରେ କମ୍ ପାଠୋଈ ଲକ୍ଷ୍ମୀର ବ୍ୟକ୍ତିତ୍ଵ ମୋ ମନ ଚଟାଣରେ ଆସି ବାରମ୍ବାର ଆଘାତ ଦେଉଥିଲା । ଯଦି ମୋର ସାହାସ ଥାଆନ୍ତା; ଯଦି ନନାଙ୍କ ରକ୍ଷଣଶୀଳ ମନ ମୋତେ ବୁଝି ପାରିଥାଆନ୍ତା; ଯଦି ଲକ୍ଷ୍ମୀକୁ ନେଇ ଲୁଚି ପଳେଇ ଯିବାର ସାହାସ ମୋର ଥାଆନ୍ତା; ଯଦି ଲକ୍ଷ୍ମୀ ମୋ କଥାରେ ରାଜି ହୋଇ ଯାଇଥାଆନ୍ତା ! ଅନେକ ପ୍ରଶ୍ନ । କିନ୍ତୁ ସତ କଥା ଏଇଆ ଥିଲା ଯେ ମୋର ସାହାସ ନ ଥିଲା; ନନାଙ୍କୁ ସାମ୍ନା କରିବାର ସାହାସ; ବିଦ୍ରୋହ କରିବାର ସାହାସ; ପ୍ରେମକୁ ଆପଣା କରିପାରିବାର ସାହାସ । ତା' ହେଲେ ମୁଁ ଘର ଛାଡ଼ି କେମିତି ରହି ପାରିଲି? ନନାଙ୍କୁ, ବୋଉକୁ, ଭାଇମାନଙ୍କୁ ଛାଡ଼ି କେମିତି ରହି ପାରିଥ୍ଲି? ଅଣନିଶ୍ୱାସରେ ଏକପଟାରେ ଦୌଡ଼ିଥିଲି । କଲେଜ ସରିବା ଓ ୟୁନିଭରସିଟି ଆରମ୍ଭ ହେବା ମଝିରେ ଗାଁକୁ ଯେତେବେଳେ ଆସିଥ୍ଲି, ଲକ୍ଷ୍ମୀ ଘରକୁ ଆସି ମୋତେ ଏକୁଟିଆ ଦେଖ୍ କହିଥିଲା, “ମୋର ବାହାଘର କଥା ପଡ଼ିଛି । ବୋଧହୁଏ ଠିକ ହେଇ ଯିବ । ତା'ପରେ ତମ ବହିକୁ ପ୍ରଥମେ ପଢ଼ିବାର ଆଉ ସୁଯୋଗ ମିଳିବନି ।” ୧୦୪ । ଶଙ୍ଖନାଦ ମୋ ଆଖରେ ଆଖ୍ ମିଶେଇ କହିଥିଲା, “ଆମ ଘରେ କହିବାର ସାହାସ ମୋର ନାହିଁ । ତମେ ଯଦି ଚାହଁ ଆମର ବାହାଘର ହେବ । ନ ହେଲେ କିଛି ଦୁଃଖ ନାହିଁ । ମୁଣ୍ଡ ପୋତି ସହିଯିବି ।" ଆମ ଦୁହିଁଙ୍କ କଥା ଯଦିଓ ସମସ୍ତେ ଜାଣିଥିଲେ, ତଥାପି ମୋତେ ଆରମ୍ଭ କରିବାକୁ ପଡ଼ିଥିଲା । ପ୍ରଥମେ ନାନୀ, ତାପରେ ବୋଉ, ତାପରେ ନନା । କିନ୍ତୁ ତାଙ୍କ ଘରେ ମନା କରିଥିଲେ । କାରଣ, ଜାତକ ମେଳକ ହେଉ ନ ଥିଲା । ଲକ୍ଷ୍ମୀର ନନା ସଂସାରରେ ନଥିଲେ । ଚାରି ଭାଇର ଜଟିଳିଆ ଘର ଥିଲା ତାଙ୍କର । ଭାଇମାନେ ଲକ୍ଷ୍ମୀଠୁଁ ବହୁତ ବଡ଼ ଥିଲେ । ସମସ୍ତେ ବାହା ହୋଇ ସାରିଥିଲେ । ଲକ୍ଷ୍ମୀର ପିଲାଟି ବେଳୁ ଆମ ଘରକୁ ଅବାଧରେ ଯିବା ଆସିବା ତା’ର ଭାଉଜମାନଙ୍କୁ କେବେ ବି ସୁହାଇ ନଥିଲା । ସେଦିନ, ଯେଉଁ ଦିନ ବୋଉ ନନାଙ୍କୁ କହୁଥିଲା, “ଶେଖର, ଲକ୍ଷ୍ମୀ ଦି ଜଣ ଯାକର ଜାତକ ଆଉ କଉଠି ନେଇ ଦେଖାଦେଖ୍ କର ।” ନନା କହୁଥିଲେ, “ଜାତକରେ ଖରାପ ଯୋଗ ଅଛି ବୋଲି ଦି ଜଣ କହିଲେଣି । ବାହାହେଲେ ଶେଖରର ଖରାପ ହେବ ଶୁଣିଲା ପରେ ଯଦି ମୁଁ ମାଡ଼ି ବସି କରିବି, ଭବିଷ୍ୟତରେ ଯଦି କିଛି ହେବ ମୁଁ ମୋ ନିଜକୁ କ୍ଷମା କରି ପାରିବିନି ।" ନନା ବୋଉଙ୍କ କଥା ଶୁଣି ଲକ୍ଷ୍ମୀକୁ ଯାଇ କହିଥିଲି, “ଚାଲେ, ଆମେ ଗାଁ ଛାଡ଼ି ପଳେଇବା, ରେଜିଷ୍ଟ୍ରୀ ବିବାହ କରିନେବା । ମୋର କଲେଜ ସରିଯାଇଛି । ମୁଁ କୋଉଠି ହେଲେ ଚାକିରୀ କରି ରୋଜଗାର କରିବି । ଆମର କିଛି ଅସୁବିଧା ହେବନି ।” ଶଙ୍ଖନାଦ | ୧୦୫ “ଆଉ ତମ ଲେଖା? ବଡ଼ ଲେଖକ ହେବ ପରା? ମୋତେ ଧରି ଏମିତି ଗଲା ପରେ ତେଲେ ଲୁଣର ସଂଘର୍ଷରେ ହିଁ ତମ ଦିନ ଚାଲିଯିବ । ଲେଖା ପାଇଁ ସମୟ କେବେ ମିଳିବ?” ମୁଁ କହିଥିଲି, “ତୁ ନ ଥୁବୁ । ଲେଖା ମୋର କ'ଣ ହେବ? ଜାତକ, କୋଷ୍ଠି ସବୁ ମିଛ କଥା । ସମାଜର ଏ କୁସଂସ୍କାରକୁ ସହିଯିବା ମୋ ପକ୍ଷେ କଠିନ । ମୋ କଥା ମାନେ, ଆମେ ପଳେଇବା ଚାଲେ ।” ସେ ହସିଥିଲା, “ନ ସହିଲେ କ'ଣ କରି ପାରିବ? ବିଦ୍ରୋହ? ପାରିବ? ସମୟ ସହ ସଂଘର୍ଷ କରି ପାରିବ? ସ୍ବାର୍ଥ ମୋହବଶ ଦ୍ବାରା ସମାଜରେ ସଂସ୍କାର ଆସେନି, ଶେଖର ଭାଇ । ନା, ଏମିତି ଭାବରେ ଲୁଚି ପଳେଇବାକୁ ମୁଁ ସମର୍ଥନ କରି ପାରିବିନି । ଆମର ବିବାହ ଅସମ୍ଭବ । ବରଂ, ଆମେ ଏହି ଅବସ୍ଥାକୁ ହିଁ ମାନି ନେବା ।" ଅଭୁତ ତା' ବିଚାର । ତା' ଯୁକ୍ତି । ତା' ଦୂରଦୃଷ୍ଟି । ସେଇ ଥିଲା ତା'ର ମୋ ସହ ଶେଷ ଦେଖା । ତା'ପରେ ଦିନେ ଶଙ୍ଖ ମହୁରୀର ସ୍ବର ଲୟ ଉହାଡ଼ରେ ଝିଅ-କାନ୍ଦଣାର ପାରମ୍ପରିକ ଢଙ୍ଗରେ ଲକ୍ଷ୍ମୀର ବାହାଘର, ବିଦା ହୋଇ ଯାଇଥିଲା । ୟୁନିଭରସିଟିର ହଷ୍ଟେଲରେ ଥିଲା ସମୟରେ ମୁଁ ଏ ଖବର ପାଇଥିଲି । ତା' ପରେ ଆଉ ମୁଁ ଗାଁକୁ ଯାଇନି । ନନା ଥରେ ଅଧେ ହଷ୍ଟେଲ ଆସିଥିବେ । ତାଙ୍କ ପାଠପଢୁଆ ପୁଅ ଥୁଲି । ପାଠ ପଢ଼ିବାର ମିଛ ବାହାନା ନେଇ ଗାଁ ମୁଣ୍ଡ ଦେଖିବାର ସାହାସ ମୋର ନ ଥିଲା । ବିଚାର-ବୁଦ୍ଧି ସମ୍ପନ୍ନ ଝିଅ ଥିଲା ସେ । ବି.ଏ. ଶେଷ ବର୍ଷରେ ଯେଉଁ ଦିନ ମୋର ପ୍ରଥମ ଉପନ୍ୟାସ ପ୍ରକାଶ ପାଇବାକୁ ଯାଉଥିଲା, ପ୍ରକାଶକ ପାଖରୁ ସଂଶୋଧ ପ୍ରତିଲିପିକୁ ଆଣି ସିଧା ଦୌଡ଼ି ଆସିଥ୍ଲି ଗାଁକୁ, ଲକ୍ଷ୍ମୀକୁ ଦେଖାଇବା ପାଇଁ । ଲକ୍ଷ୍ମୀ ଆସିଥିଲା । ମୋ ବହି ଦେଖୁଥିଲା । ପଢୁ ପଢୁ ମୋତେ ଚାହିଁ ୧୦୬ ଶଙ୍ଖନାଦ କହିଥିଲା, “ଲେଖାରେ ତମର ଦୁର୍ବଳତା ପ୍ରକାଶ ପାଇଛି । ଯେମିତି ଏବେ ମୋତେ ଏକୁଟିଆ ପାଇ ତମେ ମୋ ଦେହ କଥା ଭାବୁଛ ।” ମୋ ଛାତି ଧଡ଼କିନା ହୋଇ ଯାଇଥିଲା । ଘରେ ସମସ୍ତେ କୌଣସି ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ । ଘରେ ମୁଁ ଏକୁଟିଆ ଥୁଲି । ଘରର ନିର୍ଜନତା ଭିତରେ ମୋ ମନ ଲକ୍ଷ୍ମୀର ନିକଟତର ହେବାକୁ ଚାହୁଁଥିଲା । ମୋ ଛାତିର କମ୍ପନ ବଢ଼ି ଯାଇଥିଲା । କିନ୍ତୁ ତାକୁ ମୁଁ ଖୋଲାଖୋଲି କିଛି କହି ନ ଥିଲି । ତଥାପି ସେ ଜାଣି ଦେଇଥୁଲା । କେମିତି ଜାଣିଲା ସେ? ମୋର ଆଶ୍ଚର୍ଯ୍ୟ ଚାହାଣୀକୁ ଦେଖ୍ କହିଥିଲା, “ମୁଁ କେମିତି ଜାଣିଲି, ଭାବୁଛ ନା? ଆମେ ଝିଅମାନେ ପୁଅ ମାନଙ୍କୁ ଦେଖ୍ ହିଁ ଚିହ୍ନି ଦେଉ, ସେ କ'ଣ ଚାହୁଁଛି । ଆଉ ତମ କଥା ତ ମୁଁ ସବୁ ଜାଣିଛି । ତମ ଛାତି ଥରୁଛି । ଦେଖ ମୋତେ ଶୁଭୁଛି ।” ସେ ହସୁଥିଲା । ହସ ବନ୍ଦ କରି କହିଥିଲା, “ଏ ବହିରେ ତମେ ଏହି ଦୃଶ୍ୟକୁ ଲେଖୁଛି । ନିର୍ଜନ ଘର । ଶୁଭ, ଲତା ଏକୁଟିଆ । ଦୁହେଁ ଦୁହିଁଙ୍କ ମନରେ ସବୁ ବନ୍ଧନ ଭାଙ୍ଗି ଏକାକାର ହେବାକୁ ତୀବ୍ର ଇଛା ରଖିଲେ ।” ବହି ବାହାର କରି ମୁଁ ଲେଖୁଥିବା ପୃଷ୍ଠାଟିକୁ ବାହାର କରି ଦେଖଉଥିଲା । ବାକଶୂନ୍ୟ ହୋଇଗଲି ମୁଁ । କ'ଣ କହି ପାରିଥାନ୍ତି? ମୋ'ଠୁ କମ୍ ପାଠ ପଢ଼ିଥିଲା । ସପ୍ତମ ଶ୍ରେଣୀ ପରେ ଘରେ ରହି ଯାଇଥିଲା । ମୋ'ଠୁ କମ ବହି ପଢ଼ିଥିଲା । ମୁଁ ଆଣିଲେ ଉପନ୍ୟାସ ବହି ପଢୁଥିଲା । କିନ୍ତୁ ମୋ'ଠୁ ଅଧିକ ଜ୍ଞାନ ଥିଲା । ଆଉ ସବୁବେଳେ ଏହି ପ୍ରକୃତିଗତ ଜ୍ଞାନରେ ମୋତେ ଧରାଶାୟୀ କରି ଦେଉଥିଲା । ମୋର ମନର ଜଡ଼ତାକୁ ଭାଙ୍ଗି କହିଥିଲା, “ଇଏ ହିଁ କ'ଣ ଶଙ୍ଖନାଦ | ୧୦୭ ତମ କାହାଣୀର ପ୍ରେମ? ଆର୍ଥିକ ପ୍ରେମକୁ ବାଦ ଦେଇ ଦୈହିକ ପ୍ରେମରେ ଭାସି ଯାଉଛ । ତମେ ଜାଣ, ତମ ପାଖରେ କିଛି ବିଶେଷତା ଅଛି । କିନ୍ତୁ ଛୋଟ ଛୋଟ କଥାକୁ ବେଶି ମହତ୍ବ ଦେଇ ସେହି ବିଶେଷତାକୁ ଭୁଲି ଯାଉଛ ।” ସେହି ଦୁର୍ବଳ ମୁହୁର୍ତ୍ତରେ ତା'ର ସ୍ଵପ୍ଲିଳ ସ୍ବର ଗୁଞ୍ଜରି ଉଠିଥୁଲା, “ଶାରିରୀକ ମିଳନ ହିଁ କ'ଣ ପ୍ରେମର ଶେଷ ଇଛା? ମୁଁ ଅନ୍ୟ କୋଉଠି ବାହା ହେଇଗଲେ ତମେ ସନ୍ନ୍ୟାସୀ ହେଇ ଯିବ?” ମୋର ତଟସ୍ଥତା ଭାଙ୍ଗି ଯାଇଥିଲା । ମନରେ ଉଠୁଥିବା କ୍ଷଣିକ ତରଙ୍ଗର ବାସ୍ନା ଉଡ଼ି ଯାଇଥିଲା । କିନ୍ତୁ ମୋର ଅଫୁରନ୍ତ ଆନନ୍ଦିତ- ଭାବ ହୋମାଗ୍ନିରେ ଲକ୍ଷ୍ମୀ-ବିରହ ବେଦନାର ଜଳ ପଡ଼ି ଥଣ୍ଡା ପଡ଼ିସାରିଥିଲା । ସେଦିନ ତା'ର ସେ ଅଦ୍ଭୁତ ବ୍ୟକ୍ତିତ୍ବକୁ ଆବିଷ୍କାର କରି ଆବିଭୂତ ହୋଇ ଯାଇଥିଲି । ସ୍କୁଲ, କଲେଜ ପଢ଼ା, ବହି ଘୋଷାର ଅନୁଭବ ସିଏ ନ ଥିଲା । ଅତି କମ ବୟସରୁ ଭାବର ରଙ୍ଗରେ ନିଜକୁ ରଙ୍ଗେଇ ସାରିଥିଲା । ମୋର ପ୍ରଥମ ଉପନ୍ୟାସ ଛାପା ହେବା ଆଗରୁ ହିଁ ସଂଶୋଧ ପ୍ରତିଲିପି ଖଣ୍ଡକ ପ୍ରକୃତ ସମୀକ୍ଷକଙ୍କ ହାତରେ ପଡ଼ିଥିଲା । ସେଇ ମୁହୁର୍ଭରେ ହିଁ ସେହି ପ୍ରତିଲିପିକୁ ଧରି ଗାଁରୁ ଫେରିଥୁଲି । ନାୟକର ଚରିତ୍ରକୁ ବଦଳେଇଥୁଲି । ଲେଖକର ପ୍ରଥମ ବହିର ପ୍ରକାଶନ, ମା'ର ପ୍ରଥମ ସନ୍ତାନ ଭଳି । ମୋର ପ୍ରଥମ ଉପନ୍ୟାସର ଦେବକୀ- ମା ଥିଲା ସେ । କିନ୍ତୁ ଲୋକ ଲୋଚନକୁ ଆସିବା ଆଗରୁ ସେ ଅନ୍ୟର କୂଳବଧୂ ହୋଇ ସାରିଥିଲା । ଆମ ପ୍ରେମ କାହାଣୀର ଅନ୍ତ ଆମେ ଚାହିଁବାରୁ ହିଁ ହୋଇଥିଲା ଏବଂ ଅଦୃଶ୍ୟ ଖଳନାୟକ ଥିଲା-ଜାତକ ମେଳ । ୧୦୮ | ଶଙ୍ଖନାଦ (ତିନି) “ଭଲ ଲାଗିଲା ଭାଇନା?” ରଜନୀ ମୋତେ ପଚାରୁଥିଲା । ମୁଁ ପ୍ରକୃତିସ୍ଥ ହେଲି । ରଜନୀର ସଙ୍ଗୀତର ତାଳେ ତାଳେ ନୁହେଁ, ମୋ ମନ ଅତୀତର ସ୍ମୃତି ଭିତରେ ତା'ର ସୁର ଲୟ ଖୋଜୁଥିଲା । ତଥାପି ଶୁଣିଥିଲା ଭଳି କହିଲି, “ବଢ଼ିଆ ଥିଲା । ଚାଲେ ଯିବା । ରାତି ହେଲାଣି, ଶୋଇବା ।” ଦି' ଭାଇ ଘର ଭିତରକୁ ଆସିଲୁ । ଅବନୀ ତା’ ପୁଅ ସହ ଶୋଇ ଯାଇଥିଲା । ଭାଇନା ଶୋଇବାକୁ ଉପକ୍ରମ କରୁଥିଲେ, ଆମକୁ ଦେଖ୍ ବିଜୁଳି ଆଲୁଅ ବନ୍ଦ କରିବାକୁ ଉଠିଲେ । ସହସା ଅମା ଅନ୍ଧାରରେ ବ୍ୟାପ୍ତ ନିସ୍ତବ୍ଧତାକୁ ଚିରି ଏକ ଚିତ୍କାର ଶୁଣାଗଲା– “ମରିଗଲି ଲୋ ମା, ଆଉ ନାଇଁ, ଆଉ ନାଇଁ । ମୋ ଦେହରେ ସିତ୍କାର ଖେଳିଗଲା । ସେହି ସ୍ବର, ସେହି କଣ୍ଠ । ଅନେକ ବର୍ଷ ପରେ ସନ୍ଧ୍ୟାରେ ଶୁଣିଥିବା ସ୍ବର । ଲକ୍ଷ୍ମୀର ଚିତ୍କାର । ମୋ ତନ୍ତୁ ଗୁଡ଼ିକ ଥରିବାକୁ ଲାଗିଲେ । ତା' ପରେ ପରେ ଜଣ ପୁରୁଷର କଣ୍ଠ ମଧ୍ୟ ଭାସି ଆସିଲା– “ମରେ, ଆହୁରି ମରେ । ଡାକେ, ତୋ ନାନୀକୁ ଡାକେ । ଆଜି କିଏ ତୋତେ ରଖୁବ ମୁଁ ଦେଖୁ ।” ପୁରୁଷର ସ୍ବର ଢଳି ଢଳି ଆସୁଥିଲା । ଖୁବ୍ ଚିହ୍ନି ପାରୁଥିଲି ଏହି ସ୍ବରକୁ ମୁଁ । ଜଣେ ମଦ୍ୟପର ସ୍ବର ଥିଲା ସେ । ଓ ହୋ, ତାହାହେଲେ ଲକ୍ଷ୍ମୀର ମଦୁଆ ସ୍ବାମୀ ଆସି ତାକୁ ମାରୁଛି ! ମୋର ଶଙ୍ଖନାଦ | ୧୦ ୧୦୯ ସ୍ନାୟୁ ସବୁ ଉତ୍ତେଜିତ ହୋଇ ଉଠିଲେ । ଚିତ୍କାର ଶୁଣି ଭାଇନାଙ୍କ ହାତ ଯେଉଁଠି ସେଇଠି ରହି ଯାଇଥିଲା । ପୁରୁଷର କଣ୍ଠ ଶୁଣି ଗାମୁଛାଟା କାନ୍ଧରେ ପକେଇ ବାହାରକୁ ବାହାରିଲେ । ରଜନୀ ପଚାରିଲା, “କୁଆଡ଼େ ବାହାରିଲ ଭାଇନା?” “ଶୁଣି ପାରୁନୁ? ଏମିତି ମାରି ମାରି ପିଲାଟାକୁ କେବେ ମାରିଦେବ । ସାହି ମଝିରେ ଇଏ ଏମିତି ସବୁ ଦିନ ପାଲା ଲଗେଇଲେ ଆମେ ଚଳିବୁ କେମିତି?" ଭାଇନା ବାହାରି ଗଲେ । ଲକ୍ଷ୍ମୀର ପାଟି ସହ ପିଲାମାନଙ୍କର ମଧ୍ୟ ଶୁଣା ଯାଉଥିଲା । ପିଲାମାନଙ୍କୁ ବି କ'ଣ ମାରଧର ହେଉଛି? ଲକ୍ଷ୍ମୀର ଏହି ଅବସ୍ଥା ବିଷୟରେ ମୁଁ ସ୍ବପ୍ନରେ ସୁଦ୍ଧା ଭାବି ପାରି ନଥିଲି । ସନ୍ଧ୍ୟାର ଦୃଶ୍ୟ ଦେଖୁ ମୁଁ ଜାଣି ସାରିଥ୍ଲି, ସେ ଦୁଃଖ ଭୋଗୁଛି । କିନ୍ତୁ ଇଏ ତ ଦୁଃଖ ନୁହେଁ, ନିର୍ଯ୍ୟାତନା । ପୂର୍ବ ଶୋଷଣ । ଚାରି ଭାଇରେ ଗୋଟିଏ ଭଉଣୀ ଥିଲା । ଖାଇବାର ଟିକେ ଡେରି ହେଲେ କାନ୍ଦି କାନ୍ଦି ଭୁଇଁରେ ଗଡ଼ି ଯାଉଥିଲା । ଭାଉଜମାନେ କହୁଥିଲେ, “ଇଏ ସିନା ମା' ଘର ଲକ୍ଷ୍ମୀ, ଚଳି ଯାଉଛି । ଧାନକୁଟା, ପାଣି ଅଣା ନ ହେଲେ କିଏ ତମକୁ ବୋହୂ କରିବ?” ସେ କଥା ମୋ ପାଖରେ କହିଲା ବେଳେ ହସି ହସି ଗଡ଼ି ଯାଉଥିଲା । ପଚାରୁଥିଲା, “ଧାନ ନ କୁଟିଲେ, ପାଣି ନ ଆଣିଲେ, ମୁଁ ତମର ବୋହୂ ହେଇ ପାରିବିନି?" ବୟସରେ ମୋ'ଠୁଁ ଦୁଇ ବର୍ଷ ସାନ, ଅବନୀ ଠୁଁ ଦୁଇ ବର୍ଷ ବଡ଼ ଥିଲା । ଗାଁ ସ୍କୁଲରେ ମୋର ସପ୍ତମ ଯାଏଁ ଦୁହେଁ ଯାକ ମିଶି ୧୧୦ ଶଙ୍ଖନାଦ ପଢୁଥିଲୁ । ତା'ପରେ ମୁଁ ଅନ୍ୟ ଗାଁ ହାଇସ୍କୁଲକୁ । ସପ୍ତମ ପଢ଼ିଲା ପରେ ଭାଇମାନେ ତାକୁ ବାହାର ଗାଁ ସ୍କୁଲକୁ ଛାଡ଼ିଲେନି । ଘରେ ରହିଗଲା । ପିଲାଟି ଦିନରୁ ପଢ଼ିବା ଝୁଙ୍କ ଥିଲା ତା'ର । ସ୍କୁଲ ପୁସ୍ତକାଳୟରୁ ଆଣୁଥିବା ବହିକୁ ମୁଁ କେବେ ପୁରା କରି ପାରୁ ନଥୁଲି । ମୁଁ ଆଣିବା କ୍ଷଣି ସେ ହିଁ ନେଇଯାଉ ଥିଲା । ମୋର ପଢ଼ିବାକୁ ଆଉ ସମୟ ମିଳୁ ନ ଥିଲା । 0 ସେ ଆଜି ତିନୋଟି ପିଲାର ଅର୍ଦ୍ଧଳି ସହିଛି । ଅଣଓସାରିଆ ଥାକ-ଅନ୍ଧାରିଆ ଘରେ ଶାଶୁର ବ୍ୟଙ୍ଗ ସହିଛି । ନବାତ ପଣାକୁ ଚାହା କରି ନେଇଛି । ଯାହାଠୁ ନିଜ ପାଇଁ ସ୍ନେହ, ସହାନୁଭୂତି ପାଇବା କଥା, ତା'ର ମାଡ଼ ବି ସହିଛି । ଭାଇନା ଆସିବା ପର୍ଯ୍ୟନ୍ତ ମୁଁ ସେମିତି ବସି ରହିଥିଲି । କାନ୍ଧର ଚଦରକୁ ବାହାର କଲାବେଳେ କହୁଥିଲେ, “ବୁଝେଇ ବୁଝେଇ କେତେ ବୁଝେଇବ ସଦାନନ୍ଦକୁ? ମଦ ଗଞ୍ଜେଇରେ ଅଧେ ସମ୍ପତ୍ତି ଉଡ଼େଇ ସାରିଲାଣି । ବାକି ଅଧିକ ବି ଉଡ଼ିଯିବ । ବିଚାରୀ ଲକ୍ଷ୍ମୀ ! ତମର ଲକ୍ଷ୍ମୀ ମନ ଅଛି ଶେଖର?” କ'ଣ ଉତ୍ତର ଦେଇଥାନ୍ତି ଭାଇନାଙ୍କୁ? ଅନ୍ଧାର ଭିତରେ ଅନ୍ଧକାରକୁ ଖୋଜୁ ଖୋଜୁ କେବଳ ଏତିକି ଜାଣି ପାରିଲି, ଲକ୍ଷ୍ମୀର ସ୍ବାମୀ ନାଁ ସଦାନନ୍ଦ । ଲୋକଟାର ଗୁଣ ଜାଣିଲା ପରେ ମୋତେ ତାଙ୍କୁ ଦେଖିବାର ତୀବ୍ର ଇଚ୍ଛା, ଅନ୍ଧାର ଭିତରର ରାକ୍ଷସକୁ ଦେଖ୍ର ଇଛା ହେଲା । ଉଠିଲାବେଳେ ମୋ ପାଖରେ କିଏ ନଥିଲେ । ନିତ୍ୟକର୍ମ ସାରି ତଳକୁ ଆସିଲି । ଅଗଣାରେ ଝିଅର ପ୍ରଥମ ବନ୍ଦାଣ ପାଇଁ ନାନୀ ସହ ସମସ୍ତେ ବ୍ୟସ୍ତ ଥିଲେ । ରାତିରେ ବାହାଘର ଥିଲା । ସନ୍ଧ୍ୟାରେ ବରଯାତ୍ରୀମାନେ ଆସିବେ । ତା'ର ପ୍ରସ୍ତୁତି ଚାଲିଥିଲା । ଶଙ୍ଖନାଦ | ୧୧୧ ତଳେ ଭୋଜି ଦିନର ଗତାନୁଗତିକ ଗହଳ ଚହଳ ଥିଲା । ରାତିରେ ମୁଁ ଠିକରେ ଶୋଇ ପାରିନଥୁଲି । ଅହେତୁକ ଭୟର ଗନ୍ଧହୀନ ବାସ୍ନାରେ ଜର୍ଜରିତ ମୋ ମନ ଆଖ୍ ବୁଜି ବି ଅନ୍ଧାରରେ ଆଲୁଅର ସନ୍ଧାନରେ ଥିଲା । ଲକ୍ଷ୍ମୀ ପାଇଁ ମନ ଦ୍ରବିତ ଥିଲା । ଦାଣ୍ଡରେ ଗୁଡ଼ାଏ ପିଲା ଚକା ଭଉଁରୀ ଖେଳୁଥିଲେ, “ଚକା ଚକା ଭଉଁରୀ, ମାମୁଁ ଘର ଚଉଁରି ।” ସେମାନଙ୍କ ଭିତରେ ଅଭୟ ଅନୀତା, ପଦ୍ମା, କମଳା ମଧ୍ୟ ଥିଲେ । ନାନୀ କାହାକୁ ଖୋଜି ଖୋଜି ଦାଣ୍ଡକୁ ଆସିଲା । ପଦ୍ମାକୁ ଦେଖ୍ ପଚାରିଲା, “ହଇଲେ ଏ ପଦି, ତୋ ମା' କୁଆଡ଼େ ଗଲା? ବନ୍ଦେଇବା ସମୟ ହେଲାଣି । ଯା, ଡାକିବୁ ଯା ।” ପୂର୍ବାହ୍ନରୁ ସମୟ କିଛି ଅଧିକ ହୋଇ ଯାଇଥିଲା । ଲକ୍ଷ୍ମୀ ଆସିନି ଖବର ଶୁଣି ମୋର କାଲିର ତା' ଚେହେରା, ତା ସାଙ୍ଗେ ସେ ପିନ୍ଧିଥିବା ଲୁଗା ମୋ ଆଖରେ ନାଚି ଉଠିଲା । ମନରେ କିଛି ସ୍ଥିରକରି ଘର ଭିତରକୁ ଯାଇ ନାନୀକୁ ଗୋଟିଏ ପାଖକୁ ଡାକି ଧ୍ୱରେ କହିଲି, “ନାନୀ, ତୋ ପାଖରେ ନୂଆ ଶାଢ଼ୀ ଯଦି ଅଛି, ମୋତେ ଗୋଟେ ଦେବୁ?” ମୋ ପ୍ରଶ୍ନ ଶୁଣି ନାନୀ ବୁଝିଲା ଭଳି ମୋତେ ଏକ ଲୟରେ ଚାହିଁ ପଚାରିଲା, “କାଲି ଲକ୍ଷ୍ମୀକୁ ଦେଖୁଲୁ?” ମୁଁ ମୁଣ୍ଡ ଟୁଙ୍ଗାରିଲି । ନାନୀ ଭିତରକୁ ଯାଇ ନୂଆ ଶାଢ଼ୀ ଖଣ୍ଡେ ଆଣି ମୋ ହାତରେ ଦେଲା । “ସିଏ କିନ୍ତୁ ନେବନି, ଭାରି ଅଭିମାନୀ । ଦେଖେ, ତୁ ଦେଲେ ନେବ ବୋଧେ ।” କାଲି ଯେଉଁ ରାସ୍ତାରେ ଆସିଥ୍ଲି, ସେ ରାସ୍ତାରେ ଯାଇ ୧୧୨ । ଶଙ୍ଖନାଦ ପହଞ୍ଚିଲି । ଆଡ଼ ପେଲା କବଟ ପାଖରେ ଠିଆ ହୋଇ ଲକ୍ଷ୍ମୀକୁ ଡାକିଲି । କିଛି ଉତ୍ତର ଆସିଲାନି । କବାଟକୁ ପେଲି ଭିତରେ ପଶିଲି । କବାଟ ପେଲିଲା ବେଳେ କାଲି ଟିକେ ବି ଶବ୍ଦ ହେଇ ନଥିଲା କିନ୍ତୁ, ଆଜି କେଁ କେଁ ଶବ୍ଦ ହେଲା । ବୋଧହୁଏ କବାଟକୁ ଦିଆ ଯାଉଥିବା ବଳରେ ହେଉଥିବା ଗତିର ପରିବର୍ତ୍ତନ ଫଳରେ । ଅଗଣା ପର୍ଯ୍ୟନ୍ତ କେହି ନ ଥିଲେ । ତାକୁ ଲାଗି ରହିଥିବା ଗଳିରେ ଲକ୍ଷ୍ମୀ ଖାଇ ବସିଥିଲା । ତା' ଆଗର କଂସା ପିଞ୍ଛାରେ ବାସି ପଖାଳ, ଆଲୁମିନିୟମ ଗିନାରେ ଫଳମୂଳ କାଞ୍ଚି, ଶୁଖୁଲା ଶାଳ ପତ୍ର ଉପରେ କିଛି ଲୁଣ, କଞ୍ଚା ମରିଚ ମୋତେ ସ୍ପଷ୍ଟ ଦେଖା ଯାଉଥିଲା । କବାଟ ଶବ୍ଦରେ ସେ ଆଖ୍ ଉଠେଇ ଚାହିଁଥିଲା । ମୋତେ ଦେଖୁ ଟିକେ ଆଶ୍ଚର୍ଯ୍ୟ ହେଲା, “ତମେ ଭୋଜି ଗହଳି ଛାଡ଼ି ଏଠି କାହିଁକି?” ତା'ର ପ୍ରଶ୍ନକୁ ଏଡ଼େଇ ତା’ର ଖାଇବାକୁ ଦେଖେଇ ପଚାରିଲି, “ନାନୀର ଭୋଜି ଚାଲିଛି । ତୁ ଏଇଠି ବାସି ଖାଇବାରେ ବ୍ୟସ୍ତ । କ'ଣ ଅସୁବିଧା ତୋର?" “ଅସୁବିଧା ତ କିଛି ନାହିଁ । କାଲିର ଭାତ କାଞ୍ଜି ଥିଲା । ନ ଖାଇ ତାକୁ କ'ଣ ଡଙ୍ଗା ହାଣ୍ଡିରେ ଫିଙ୍ଗିଥାନ୍ତି? ଖାଇ ଦେଲି ।” ତା ଆଗରେ ମୁଁ ବସି ପଡ଼ିଲି, “ନାନୀ ଠିକ କହୁଥିଲା । ଆଜି ବି ତୁ ସେଇ ଅଭିମାନିନୀ । ତୁ ନ ଗଲେ ନାନୀର ଭୋଜି ଅଚଳ ହେଇ ଯିବନି । କିନ୍ତୁ ତୋର ଏଇ ଅଭିମାନ କେତେ ଜଣ ବୁଝି ପାରିବେ? ବୁଝିଲେ ବି କେତେଜଣ ତାକୁ ସହି ପାରିବେ?" “ମୋତେ ତ ଉପଦେଶ ଦେଇ ପାରୁଛ । ୧୮ ବର୍ଷରେ ତମେ କେତେଜଣଙ୍କ ଭୋଜିଭାତରେ ଆସି ଠିଆ ହେଇଛ, ଗଣି ରଖୁଛ?” ଶଙ୍ଖନାଦ | ୧୧୩ “ମୋ କଥା ଭିନ୍ନ । ମୁଁ ଦୂରରେ ରହୁଛି ।” ମୋ କଥା ଶୁଣି ସେ ହୋ ହୋ ହୋଇ ହସି ଉଠିଲା । ଖାଇ ସାରିଥିଲା । ଉଠି ହାତ ଧୋଉ ଧୋଉ କହିଲା, “ଭଲ କହିଲ । ବମ୍ବେରୁ ଆମ ଗାଁ'ର ଦୂରତା ତ ବହୁତ ବେଶି । ପ୍ରତି ବର୍ଷ ଏଇ ଗାଁକୁ ପୁଞ୍ଜା ପୁଞ୍ଜା ଲୋକ ଆସୁଛନ୍ତି ।” ତା'ର ଆକ୍ଷେପ ଶୁଣିବାକୁ ମୋର ସମୟ ନ ଥିଲା । ଉଠିପଡ଼ି ହାତରେ ଧରିଥିବା ଲୁଗାକୁ ତା’ ହାତକୁ ବଢ଼େଇଲି, “ନାନୀ ୟାକୁ ଦେଇଛି । ବଦଳେଇ ତୁ ଶୀଘ୍ର ଆସେ । ଜିତୁର ବନ୍ଦାଣ ହେବ ।” ଶାଢ଼ୀକୁ ଦେଖ୍ ତା ମୁହଁ ଲାଲ ପଡ଼ିଗଲା, “ହେଲା, ପଦ୍ମା ପିଲା ଲୋକ ଜାଣିଲାନି । ଘର କଥା ପଦାରେ ପକେଇଦେଲା । ମାନୁଛି, ମୋ ସ୍ବାମୀ ମୋତେ ଦାମିକା ଶାଢ଼ୀ ଆଣି ଦେଉ ନାହାଁନ୍ତି । କିନ୍ତୁ ତମେ ତ ଆଉ ପିଲା ନୁହଁ । କାହିଁକି ମୋତେ ଅପମାନ ଦେଲ?” “ଅପମାନ?” ମୁଁ ଛେପ ଢୋକିଲି । ପଦ୍ମା ମୋତେ କିଛି କହିନାହିଁ ବୋଲି ମୁଁ କହି ବି ପାରିଲିନି । “ଅପମାନ ନୁହେଁ ତ ଆଉ କ'ଣ? ମୋର ଶାଢୀ ନାହିଁ ବୋଲି ମୁଁ କାହାକୁ ଭିକ ମାଗିବାକୁ ଯାଇ ନ ଥୁଲି ।” ମୋ ମନ ଆର୍ଦ୍ର ହୋଇ ଆସିଲା । ସେ କେବେ ମୋତେ ଏଭଳି କଡ଼ା କଥା କହିଥିଲା ଭଳି ମୋର ମନେ ହେଉ ନ ଥିଲା । କହିଲି, “ମୁଁ ଭାବି ନ ଥିଲି ଲକ୍ଷ୍ମୀ, ମୁଁ ଦେବା ଜିନିଷକୁ ତୁ ଭିକ ବୋଲି କହିବୁ । ତୁ ହିଁ କହୁଥୁଲୁ, ଯେଉଁଠି ନିଜତ୍ବ ଅଛି ସେଇଠି କୌଣସି ଜିନିଷକୁ ପର ନିଜର ବୋଲି ମନେ କରାଯାଏନି । ମୁଁ କ'ଣ ତୋର କେହି ନୁହଁ ?” ୧୧୪ । ଶଙ୍ଖନାଦ ହଠାତ ସେ ଚୁପ୍ ରହିଗଲା । କିଛି ସମୟ ଆମ ଭିତରେ ନୀରବତା ବିରାଜମାନ କଲା । ପରେ ଶାଢ଼ୀକୁ ମୋ ଦିଗକୁ ବଢ଼େଇ ଦେଇ କହିଲା, “ତମ ମନରେ କଷ୍ଟ ଦେବା ପାଇଁ କହି ନ ଥିଲି । ମୋ ପାଖରେ ଭଲ ଶାଢ଼ୀ ନାହିଁ । ଯାହା ଅଛି ପୁରୁଣା ଦେଶୀ ପାଟ । ମୁଁ ସେଗୁଡାକୁ ପିନ୍ଧି ପାରୁନି । ସେଥିପାଇଁ ଗଲିନି । ଏଇ ଶାଢୀକୁ ନେଇ ଯାଅ, ଶେଖର ଭାଇ । ନାନୀକୁ କହିଦିଅ, ଲକ୍ଷ୍ମୀ ଅଭିମାନିନୀ ସତ । କିନ୍ତୁ ସେ ତା'ର ନାନୀ ପାଖରେ ଅଭିମାନ କରି ଶିଖୁ । ମୁଁ ସେଇ ପାଟ ପିନ୍ଧି ଯିବି ।” ମୁଁ ଶାଢ଼ୀ ନେଲିନି । କହିଲି, “ନାନୀ କ’ଣ ଅପରାଧ କଲା ଯେ ତୁ ତା'ର ସ୍ନେହ ସମ୍ପର୍କକୁ ଭାଙ୍ଗି ଦେଉଛୁ ।” ସେ ହସିଲା । ଶାଢ଼ୀକୁ ଫେରେଇ ନେଇ କହିଲା, “ଲେଖକମାନେ ମନସ୍ତାତ୍ଵିକ ବୋଲି ତ ଜାଣିଥିଲି । କିନ୍ତୁ ମନକୁ ଭୁଲ ପଢୁଛ, ଏଇଟା ଜାଣି ନଥିଲି । ଠିକ ଅଛି । ମୁଁ ଶାଢ଼ୀ ପିନ୍ଧିକି ଯିବି । କିନ୍ତୁ ମୁଁ ଯାହା ପାଇଁ ଶାଢ଼ୀ ନେବିନି କହୁଥୁଲି, ତମେ ତାହା ବୁଝି ପାରିଲନି । “ମୋତେ ବୁଝେଇ ଦେ ।” “ବୁଝେଇବା ଦରକାର ନାହିଁ । ତମେ ଠିକ ସମୟରେ ବୁଝିଯିବ । ତମେ ଏବେ ଯାଅ, ଶେଖର ଭାଇ । ମୁଁ ସଙ୍ଗେ ସଙ୍ଗେ ଯାଉଛି ।” ମୁଁ ଲକ୍ଷ୍ମୀ ଘରୁ ଫେରିଲି । ସେ ମୋ ପଛେ ପଛେ ନାନୀ ଦେଇଥିବା ଶାଢ଼ୀକୁ ପିନ୍ଧି ଆସିଥିଲା ଓ ସାହି ଝିଅ ବୋହୂମାନଙ୍କ ସହ ମିଶି ଜ୍ୟୋତିର ଚାରିପାଖେ ଗୀତ ଗାଇ ଗାଇ ତାଳି ମାରି ମାରି ବୁଲୁଥିଲା । ଶଙ୍ଖନାଦ | ୧୧୫ “ଝୁମୁରି ମାଆ ଲୋ ଝୁମୁରି ମାଆ, ଏ କି କରମ କଲୁ, ଏଡ଼ିକି ଟିକିଏ ବାଙ୍କିଆ ଝିଅକୁ ବୁଢ଼ା ବରରେ ଦେଲୁ । ହେଉ ପଛେ ବୁଢ଼ା ବର, ଆଣିଦେବୁ ଶାଢ଼ୀ, ହାଟପାଳି ଦିନ ଦେଖେଇ ଦେବୁ ଲମ୍ବ ଲମ୍ବ ଦାଢ଼ି ॥" ୧୧୬ ଶଙ୍ଖନାଦ (ଚାରି) ଜ୍ୟୋତିର ବିଦା ପରେ ଆମେ ତିନି ଭାଇ, ନାନୀ ଓ ଭାଇନାଙ୍କୁ ଲକ୍ଷ୍ମୀ ତା' ଘରକୁ ଖାଇବାକୁ ଡାକିଥିଲା । ଜ୍ୟୋତିର ଶାଗ ମାଛ ଧରି ନାନୀ ଓ ଭାଇନାଙ୍କ ସହ ଅବନୀ ଚାଲି ଯାଇଥିଲା । ସେମାନଙ୍କ ସହ ଅବନୀର ପୁଅ ଝିଅ ବି ଥିଲେ । ସେମାନେ ଚାଲିଗଲା ପରେ ଆମେ ଦୁଇ ଭାଇ ଲକ୍ଷ୍ମୀ ଘରକୁ ଖାଇବାକୁ ଯାଇଥିଲୁ । ସଦାନନ୍ଦଙ୍କୁ ମୁଁ ଜ୍ୟୋତିର ବାହାଘରବେଳେ ଦେଖିଲି । ରଜନୀ ପରିଚୟ କରେଇ ଦେଇଥିଲା । ସାବନା ରଙ୍ଗ, ପତଳା ଚେହେରା । ହାତରେ, କପାଳରେ ସ୍ଥାନେ ସ୍ଥାନେ ଚମଡା ଭିତରର ଶିରାମାନ ଉପରକୁ ଫୁଟି ବାହାରି ଆସିଛି । ଲମ୍ଵା ପତଳା ନାକ । ସ୍ଥାନେ ସ୍ଥାନେ ପାଚି ଯାଇଥିବା ବାଳରେ ସୁଗନ୍ଧିତ କେଶ ତୈଳ ଦେଇ ପଛକୁ ଟାଣି କୁଣ୍ଡା ଯାଇଛି । ଧଳା ସର ସର ଧୋତି ଉପରେ ଟେରଲିନର ମୁଣ୍ଡ ଗଳା ଲମ୍ବା ହାତବାଲା ସାର୍ଟ । ବେକରେ ସୁନା ଚେନ୍, ଦୁଇ ହାତର ପ୍ରତିଟି ଆଙ୍ଗୁଠିରେ ଗୋଟିଏ ଲେଖାଏଁ ସୁନା ମୁଦି । ପାଟିରେ ଜର୍ଦା ପାନ । ମୋଟ ଉପରେ ଜଣେ ନାଁ ଥିଲା ଘରର ଲୋକ ଭଳି ଜଣା ପଡ଼ିଥିଲେ । ଅଠର ବର୍ଷ ତଳେ ସେ ନିଶ୍ଚୟ ଜଣେ ସୁଦର୍ଶନ ଯୁବକ ଥିଲେ, ସେଥିରେ ଟିକେ ବି ସନ୍ଦେହ ନ ଥିଲା । ସେଦିନ ମୋ ସହ ଚର୍ଚ୍ଚା ବେଳେ ସେ କେବଳ ତାଙ୍କ ପୁଅ ରବିର ଇଞ୍ଜିନିୟରିଂ ପଢ଼ିବା ଓ ଝିଅ ପଦ୍ମାର ବାହାଘରର ଅତ୍ୟଧ୍ଵ ଶଙ୍ଖନାଦ | ୧୧୭ ଚିନ୍ତିତ ଥିଲା ଭଳି କଥା ହେଲେ । ତାଙ୍କ ଘରେ ଖାଇଲା ଦିନ ବି ସେହି ବିଷୟର ସୂତ୍ର ଧରିଥିଲେ । ଲକ୍ଷ୍ମୀ ଦ୍ବାର ବନ୍ଧକୁ ଆଉଜି ଠିଆ ହୋଇଥିଲା । ସଦାନନ୍ଦ ରଜନୀକୁ କହିଲେ, “ତମର ମନ ଅଛି? ମୋତେ କହିବ । ଦଶମ ପରେ ରବି କ'ଣ ପଢ଼ିବ । ମୋତେ ତାକୁ ଇଞ୍ଜିନିୟରିଂ ପଢ଼େଇବାକୁ ଇଛା । ତମେ ସେଇଟା ପଢ଼ିଛ ପରା?” ରଜନୀ କହିଲା, “ତା’ର ପ୍ରଥମେ ଦଶମ ସରୁ । ଆଗକୁ ଦେଖ୍ ।” “ଦେଖିବା ନାଇଁ । ହଁ କର, ସେ ଇଞ୍ଜିନିୟରିଂ ହିଁ ପଢ଼ିବ ।” ରଜନୀ କହିବା ଆଗରୁ ମୁଁ କହିଲି, “ସେ ଇଞ୍ଜିନିୟରିଂ ନିଶ୍ଚୟ ପଢ଼ିବ । ତମେ ବ୍ୟସ୍ତ ହୁଅନି । ମୁଁ ତାକୁ ମୁମ୍ବାଇ ନେଇଯିବି । ସେଇଠି ପଢ଼ିବ ସେ । “ବାସ୍”, ଚିନ୍ତା ମୁକ୍ତ ହୋଇଗଲା ଭଳି ସେ କହିଲେ, “ଏବେ ରହିଲା ପଦ୍ମା । ତା' ବାହାଘର ବି ଠିକ କରି ଦିଅ ।” “ପଦ୍ମାର?” ମୁଁ ଆଶ୍ଚର୍ଯ୍ୟ ହେଲି, “ପିଲାଟା ସିଏ ।” ବୁଝିଲା ଭଳି ସେ କହିଲେ, “ହଁ, ପିଲାଟା ଯେ । ଲକ୍ଷ୍ମୀ କହୁଛି ତାକୁ ବି ପାଠ ପଢ଼େଇବା । ତାକୁ ପାଠ ପଢ଼େଇ ହେବ? ଝିଅ ପିଲାଟା, କୁଆଡ଼େ ଯିବ, କ'ଣ କରିବ? ଏତେ କଥା ମୁଁ କ'ଣ କରି ପାରିବି?” “ହଁ, କରି ପାରିବ । ସିଏ ଯୁଠେ ପାଠ ପଢ଼ିବ, ତମେ ଯାଇ ସେଇଠି ରହିବ । ହେବନି କାହିଁକି?” ରଜନୀର ଉତ୍ତର ବି ସେ କାଟିଲେନି । ଚିନ୍ତା କଲା ଭଳି ୧୧୮ ।ଶଙ୍ଖନାଦ କହିଲେ, “ହଁ, ସେଇଟା କଲେ ହେବ ।” ସଦାନନ୍ଦ ପାନପତ୍ରରେ ମସଲା ପକାଇଲା ବେଳେ ମୁଁ ଗୁଆ ପକାଇଲା ଭଳି ସହଜ କାମ କରୁଥିଲି । ସେ ରଜନୀକୁ ଚାହିଁଲେ, “ମସଲା କେତେ ଦେବି?” “ଅଳ୍ପ ଦିଅ ।” “ଅଳ୍ପ ଦେଲେ କ'ଣ ଜଣା ପଡ଼ିବ ହେ । ଥରେ ଚାଖ, ଜର୍ଦା ପକେଇଲି ।” ରଜନୀ କହିବା ଆଗରୁ ମୁଁ ତରତରରେ କହି ପକେଇଲି, “ନା ନା, ଥାଉ ।” ମୋର କହିବା ଢଙ୍ଗ ଦେଖ୍ ସେ ହୋ ହୋ ହୋଇ ହସିଲେ । ପାନ ଭାଙ୍ଗି ମୋତେ, ରଜନୀକୁ ବଢ଼େଇ ଦେଲେ । କହିଲେ, “ମୋତେ ଦେଖ, ଦିନକୁ କୋଡିଏଟା ଜର୍ଦା ପାନ ଚୋବଉଛି ।” “ମୁଁ ତ ଆଉ ତମେ ହେଇ ପାରିବିନି ।” “ହଁ, ସେଇଟା ଯାହା କହିଲ, ସତ । ମୁଁ ତମେ ହେଇ ପାରିବିନି । ତମେ ମୁଁ । ଶାସ୍ତ୍ର କହୁଛି; “ବୋହି ଆଣିଛୁ ବିଧିକୁ, ବିଧ୍ରୁ ପାଇବୁ ନିସ୍କୁ । ଗଲାବେଳେ ନେବୁ ବିକୁ, ରଖ୍ ଦେ ଏଇଠି ନିସ୍କୁ ।” ମୁଁ ହସି ଉଠିଲି, “କେଉଁ ଶାସ୍ତ୍ର ଇଏ?” ଶଙ୍ଖନାଦ | ୧୧୯ ଉତ୍ତର ଲକ୍ଷ୍ମୀ ଦେଲା, “ଆଉ କୁଆଡୁ? ଗଞ୍ଜେଇ ଆଡ୍ଡାରୁ ।” ସଦାନନ୍ଦ ହସିଲେ । ଖୋଲା ହସ । ନିଜ ପାନ ପାଟିରେ ପକେଇ କହିଲେ, “ମୋର ସବୁ ହିସାବ ସିଏ ରଖୁଛି ଶେଖର ଭାଇ । ମୋ ଠୁଁ ପାଠୋଇ ତ । ଖାଲି ଭାଇମାନେ । ହଇହେ ଦୁନିଆରେ କିଏ ଏମିତି ଭାଇ ଅଛି କହିଲ, ଭଉଣୀକୁ ଘରକୁ ନ ଡାକି । ପଚାର, ଯଦି ଦଶ ବର୍ଷ ହେଲା କିଏ ଜଣେ ଆସିଛି । ଲକ୍ଷ୍ମୀ ମୁଁ ମିଛ କହିଲି?” “ସେ ଗାଁକୁ ଯାଉ ସଦାନନ୍ଦ, କିଛି ଦିନ ବୁଲି ଚାଲି ଆସିବ ।” “ଗାଁ'କୁ? ତାକୁ ନେବ କିଏ? ଗଲେ ରହିବ କଉଠି? ଶାଶୁ ଥିଲା ଯାଏଁ ସବୁ ଠିକ ଥିଲା । ତାଙ୍କ ପରେ କୋର୍ଟ କଚେରୀରୁ ସେ ଚାରିଜଣଙ୍କୁ ଛାଡ଼ ମିଳିଲେ ତ । ରାତିଦିନ ସମ୍ପତ୍ତି-ବାଡ଼ି ପାଇଁ ଗଣ୍ଡଗୋଳ ।” ଅକସ୍ମାତ ତା' ଚାହାଣୀରେ ଭାବ ପରିବର୍ତ୍ତନ ହେଲା । ଦର୍ପିତ ଚାହାଣୀରେ କରୁଣ ଭାବ ଭାସି ଆସିଲା । କିନ୍ତୁ ମୋ ପ୍ରଶ୍ନରେ ସେ ବିଚଳିତ ହେଲା ଭଳି ମୋତେ ଅନୁଭବ ହେଲାନି । ଧୀରେ କହିଲା, “କେମିତି ଯିବି? ଘରେ କିଏ ଅଛି ଆଉ ରନ୍ଧାବଢା କରିବା ପାଇଁ?” “ଆରେ ବା”, ସଦାନନ୍ଦ ତା କଥା କାଟିଲେ, “ଆମର କିଛି ଅସୁବିଧା ହେବନି । ଆମେ ମା ପୁଅ କେମିତି ହେଲେ ଚଳିଯିବୁ । ହଁ, ପିଲାଙ୍କ ପାଠ କଥା ମୁଁ କହି ପାରିବିନି ।” “ଆଠଟା ଦିନ ରହି ଆସିବୁ । ମୁଁ ଜାଣିଛି, ଏବେ ନ ଗଲେ ତୁ ଆଉ ଯିବୁନି । ତୋ ଶାଶୁଙ୍କୁ କହିଥା’ । ସକାଳୁ ଆମେ ବାହାରିବା ।” ସଦାନନ୍ଦ ଉଠୁ ଉଠୁ କହିଲେ, “ବୋଉ କିଛି କହିବନି, ଶେଖର ୧୨୦ । ଶଙ୍ଖନାଦ ଭାଇ । ଆମ ଆଡୁ ପୁରା ସମ୍ମତି । ବାକି ତା' ଇଛା । ମୋର ବହୁତ କାମ ଅଛି । ମୁଁ ଯାଉଛି ।" ସଦାନନ୍ଦ ବାହାରକୁ ବାହାରିଗଲେ । ତାଙ୍କ ଯିବା ରାସ୍ତାକୁ ଚାହିଁ ଲକ୍ଷ୍ମୀ ଏକ ଦୀର୍ଘଶ୍ବାସ ନେଇ ସ୍ଵଗତୋକ୍ତି କଲା- “ପୁଣି ବାହାରିଲେ ଗଞ୍ଜେଇ ଆନ୍ଥାକୁ !” ସେ ଯାଉ ଯାଉ ମୁଁ ଉଠିଲି, “ରଜନୀ, ଆ ଯିବା ।” ଆମ ଦୁହିଁଙ୍କଠୁ ଉଠିବା ଦେଖ୍ ଲକ୍ଷ୍ମୀ ମୋତେ ଏକ ଲୟରେ ଚାହିଁ ପଚାରିଲା, “ତମେ ଚାହୁଁଛ ଶେଖର ଭାଇ ମୁଁ ଯିବା?" “ହଁ, ଖାଲି ମୁଁ ନାହିଁ, ଆମେ ସମସ୍ତେ ଚାହୁଁଛୁ ତୁ ଆସେ ବୋଲି । ନାନୀ ମୋତେ କହି କି ଯାଇଛି ତୋତେ ଡାକିବାକୁ ।” “ନାନୀ ନ କହିଥିଲେ ତମେ କହି ନ ଥାନ୍ତ ନା?” ମୁଁ ସତର୍କ ହୋଇଗଲି । ମୋର ଦୁର୍ବଳତା ପ୍ରକାଶ ନ କରିବାକୁ ଯାଇ ମୁଁ ପୁଣି ଥରେ ତା' ମନ ଦୁଃଖେଇଲି କି? କଥାଟାକୁ ସମ୍ଭାଳିଲି, “ମୁଁ ନିଜେ ଚାହେଁ ଲକ୍ଷ୍ମୀ ତୁ ମୋ ସହ ଗାଁକୁ ଯିବାଟା । ତୋ' ଭାଇମାନଙ୍କ ପାଖରେ ନ ରହିଲେ ନାହିଁ, ବୋଉ ଅଛି, ଅବନୀ ଅଛି ।” “ଆଉ ତମେ ରହିବନି?” “ମୋର ୪ ଦିନପରେ ବଡ଼ ବଡ଼ ଆପଇଣ୍ଟମେଣ୍ଟ ଅଛି । ମୋତେ ପହର ଦିନ ହିଁ ବାହାରିବାକୁ ପଡ଼ିବ ।” ଲକ୍ଷ୍ମୀ କେବଳ ଲମ୍ଵା ଧୀର ଶ୍ବାସ ନେଇ ରହିଗଲା । ଆମେ ଦୁଇ ଭାଇ ବାହାରି ଆସିଲୁ । ବର୍ତ୍ତମାନ ଯାଏଁ ରଜନୀ ଚୁପ୍ ରହିଥିଲା । ବାହାରକୁ ବାହାରୁ ବାହାରୁ ମୋ ହାତ ଧରି କହିଲା, “ଧନ୍ୟବାଦ ଭାଇନା ।” ଶଙ୍ଖନାଦ | ୧୨୧ ମୁଁ କିଛି ବୁଝି ପାରିଲିନି । ତାକୁ ଚାହିଁଲି । ତା' ଆଖ୍ ଥଳ ଥଳ ଥିଲା । ମୁହଁରେ କରୁଣ ଭାବ ଥିଲା । ମୋର, ଲକ୍ଷ୍ମୀ, ସଦାନନ୍ଦଙ୍କ ବାର୍ତ୍ତାଳାପରେ ସେ ଭାଗ ନେଇ ନଥିଲା । କିନ୍ତୁ ସେ ପ୍ରଭାବିତ ଥିଲା । ମୋର ଚାହାଣୀ ଦେଖ୍ ମୁହଁରେ କ୍ଷୀଣ ହସ ଟାଣି କହିଲା, “ଲକ୍ଷ୍ମୀ ନାନୀକୁ ସାଙ୍ଗରେ ନେବା ପାଇଁ । ଭାଇ, ମୁଁ ବହୁତ ଥର କହିଛୁ । କିଛି ହେଇ ନ ଥିଲା । ମୁଁ ଜାଣିଛି ସେ କେବଳ ତମ ପାଇଁ ହିଁ ରାଜି ହେଲା । ବୋଉ ବଡ଼ ଖୁସି ହେବ ।” ମୁଁ ବି ଜାଣିଥୁଲି, ବୋଉ ଖୁସି ହେବ । ନନାଙ୍କ ମୃତ୍ୟୁର ଦି'ଦିନ ପରେ ଯେତେବେଳେ ମୁଁ ଆସି ପହଞ୍ଚିଥିଲି, ବୋଉର ସଦ୍ୟ ବିଧବା ବେଶ ଦେଖ୍ ମୋ ପାଟିରୁ କଥା ବାହାରି ପାରି ନ ଥିଲା । ଅନେକ ବେଳ ପରେ ବୋଉ ହିଁ କହିଥିଲା, “ନନା ମଲା ପୂର୍ବରୁ ବି କହୁଥିଲେ ଲକ୍ଷ୍ମୀ ଯଦି ଏ ଘରର ବୋହୂ ହେଇଥାନ୍ତା, ତୁ କେବେହେଲେ ଘର ଛାଡ଼ି ଯାଇ ନଥାନ୍ତୁ ।” ବୋଉକୁ ଅନେକ କୈଫିୟତ ଦେଇଥିଲି । ସତ କଥା, ପ୍ରଥମେ ଘରକୁ ନ ଫେରିବା କାରଣ ଲକ୍ଷ୍ମୀ ଥିଲା । କିନ୍ତୁ ତା' ପରେ ପରେ ମୋ ପରିସ୍ଥିତି ବଦଳି ଯାଇଥିଲା । ଓଡ଼ିଆ ଛାଡ଼ି ଇଂରାଜୀରେ ମୁଁ ଲେଖୁବା ଆରମ୍ଭ କରିଥିଲି । ସିନେମା ଜଗତର ଚାକ୍ୟ-ଚମକ, ନାଁ, ପ୍ରସିଦ୍ଧିର ଦ୍ବାରଦେଶରେ ଠିଆ ହୋଇ ମୁଁ ପଛକୁ ଫେରିବାକୁ ଚାହୁଁ ନ ଥିଲି । ଏକ ଭିନ୍ନ ଶେଖର ଜନ୍ମ ହୋଇ ସାରିଥିଲା । ମୁଁ, ବୋଉର ଜଣେ ନିହାତି ସ୍ବାର୍ଥପର ମନ-କୈନ୍ଦ୍ରିକ ଅଯୋଗ୍ୟ ଯାତ୍ରାର ସାଥୀ ଥୁଲି । ଅତି କଠିନ, ଅନ୍ୟମାନଙ୍କ ପାଇଁ ଅବୋଧଗମ୍ୟ । ମୁଁ କାହିଁକି ଏମିତି ଥିଲି, ମୁଁ ନିଜେ ବି ଜାଣି ପାରୁ ନଥୁଲି । ଅଥଚ ମୁମ୍ବାଇରେ ନାୟକ ନାୟିକାଙ୍କ ଚରିତ୍ର ଗୁଡିକୁ ପରିବେଶ ଜନିତ ସମବେଦନାରୁ ମୁକୁଳେଇବା ପାଇଁ ଲେଖକ/ ନିର୍ଦ୍ଦେଶକମାନେ ମୋ ପାଖକୁ ଦୌଡୁଥିଲେ । ୧୨୨ । ଶଙ୍ଖନାଦ କଠିନ ପରିସ୍ଥିତିମାନଙ୍କ ସଞ୍ଚାଳକ ନିଜେ ଅବସ୍ଥାର କାଳ ଭଉଁରୀ ଭିତରେ ଖେଳୁଥିଲା । ସକାଳୁ ଆମେ ସବୁ ଯିବା ପାଇଁ ବାହାରିଥିଲୁ । କାଲି ରାତିରେ ହିଁ ଭାଇନା ନାନୀ ସହ ଅବନୀ ଓ ପିଲାମାନେ ଆସି ଯାଇଥିଲେ । ବଡିଭୋରରୁ ହିଁ ଆମେ ଯିବାର ଯୋଗାଡ଼ ଯନ୍ତ୍ର ଚାଲିଥିଲା । ଆମେ ଆସିବା ଦିନ ଦି'ଟା ଶଗଡ଼ରେ ଆସିଥିଲୁ । ସେହି ଶଗଡରେ ହିଁ ଯିବାର କାର୍ଯ୍ୟକ୍ରମ ଥିଲା । ଆମ ଗାଁରୁ ଆସିଲେ ଶଗଡ଼ ରାସ୍ତାରେ ଦି ଘଣ୍ଟାରେ ଆମେ ନାନୀ ଘର ଗାଁକୁ ଆସି ଯାଉଥିଲୁ । ପିଚୁ ରାସ୍ତାରେ ଟିକେ ଅଧ୍ଵ ଲାଗୁଥିଲା । ଶଗଡରେ ବସି ଆସିବା ମୋର ହିଁ ଇଛା ଥିଲା । ତାକୁ ସମ୍ମାନ ଦେବା ପାଇଁ ଅବନୀ ଆଗରୁ ଶଗଡ଼ରେ ବାଉଁଶ-ପାତର ପଟିଦିଆ ଛାତ ତିଆରି କରି ତାକୁ ସଜେଇ ବାଜେଇ ରଖୁଥିଲା । ମାଘ ଖରା ତା’ ଜାଡ଼-ବଳ ଦେଖେଇବା ଆରମ୍ଭ କରୁଥିଲା । ଲକ୍ଷ୍ମୀ ପିଲାଙ୍କୁ ଧରି ଆସି ଯାଇଥିଲା । ନାନୀ ଭାଇନା ଶଗଡ଼ ପାଖରେ ଆସି ବଳେଇବା ପାଇଁ ଠିଆ ହୋଇଥିଲେ । କିନ୍ତୁ ସଦାନନ୍ଦଙ୍କ ଦେଖା ନ ଥିଲା । ଲକ୍ଷ୍ମୀ ବାରମ୍ବାର ତାଙ୍କ ଘର ଆଡ଼କୁ ଯିବା ରାସ୍ତାକୁ ଚାହୁଁଥିଲା । ଏକ ଅଜଣା ଆଶଙ୍କାରେ ମୋ ମନ କୁହୁଳି ଉଠୁଥିଲା । ପଚାରିଲି, “ସଦାନନ୍ଦ କୁଆଡ଼େ ଗଲେ?” ସେ ଟିକେ ଧୀର ସ୍ବରରେ କହିଲା, “କେଜାଣି, ସକାଳୁ ଯାଇଛନ୍ତି । କିଛି କହି ନାହାନ୍ତି ।” ଭାଇନା କହିଲେ, “ଆଉ କୁଆଡ଼େ ଯିବ? ଗଞ୍ଜେଇ ପିଢ଼କୁ !” ଲକ୍ଷ୍ମୀ ତାଙ୍କୁ ଟିକେ ଆହତ ଚକ୍ଷୁରେ ଦେଖ୍ କ'ଣ କହିବାକୁ ଯାଉଥିବା ବେଳେ ଦେଖାଗଲା, ସଦାନନ୍ଦ ତରତରରେ ଆମ ଆଡ଼କୁ ଆସୁଛନ୍ତି । ପାଖକୁ ଆସିଲା ପରେ ଦେଖାଗଲା, ତାଙ୍କ ଶଙ୍ଖନାଦ | ୧୨୩ ହାତରେ ଗୋଟିଏ ସୁନ୍ଦର ପୁଟୁଳି ଅଛି । ଆସି ଲକ୍ଷ୍ମୀ ହାତକୁ ବଢ଼େଇ ଦେଇ କହିଲା ବେଳେ ତାଙ୍କ ହାତ ଗୋଡ଼ ଥରୁଥିଲା, “ଦେଖେ, ତୋ'ର ଶାଢ଼ୀ । ଯା'କୁ କହିଥିଲି, ସିଏ ଠିକଣା ସମୟରେ ଆଣିଲାନି । କେତେ କାଣ୍ଡ ହେଲା !” ଅଦ୍ଭୁତ ! ନିଶ୍ଚୟ ସେ ବାହାଘର ଆଗ ରାତିର ଘଟଣା ସମ୍ବନ୍ଧରେ କହୁଥିଲେ । ତା'ପରେ ମୋ ଆଡ଼େ ଚାହିଁ ହାତ ଯୋଡ଼ି କହିଲେ, “ଧନ୍ୟବାଦ ଶେଖର ଭାଇ, ଲକ୍ଷ୍ମୀକୁ ଶାଢ଼ୀ ଆଣି ଦେବା ପାଇଁ ।” ସଙ୍ଗେ ସଙ୍ଗେ ମୋ ମନରେ ଲକ୍ଷ୍ମୀର ଶାଢ଼ୀ ନେଲା ବେଳର କଥା ମନେ ପଡ଼ିଥିଲା– “କିନ୍ତୁ ମୁଁ ଯାହା ପାଇଁ ଶାଢ଼ୀ ନେବିନି କହୁଥିଲି, ତମେ ତାହା ବୁଝି ପାରିଲନି ।” ତାଙ୍କ ଥରୁଥିବା ହାତକୁ ମୁଁ ଧରି ପାଖକୁ ଟାଣି ଆଣି ଭିଡ଼ି ଧରିଲି । ମୋ କାନ୍ଧରେ ଲାଗି ସେ କଇଁ କଇଁ ହୋଇ କାନ୍ଦିବାରେ ଲାଗିଲେ । ରାତ୍ରିର ସେହି ଅନ୍ଧକାରର ରାକ୍ଷସର ମନ ଯେ ଏତେ ଦୁର୍ବଳ ମୁଁ କଳ୍ପନା କରି ପାରୁ ନଥୁଲି । ମୋତେ ଛାଡ଼ି ସେ ଆଖ୍ ପୋଛିଲେ । ମୋ କାନ ପାଖରେ ଅତି ଧୀରେ କହିଲେ, “ଦେଖ, ମୁଁ ଆଜି ପିଇନି ।” ସତରେ ସେ ପିଇ ନ ଥିଲେ । ପାଟିରୁ କେବଳ ଜଙ୍ଘା ବାସ୍ନା ଆସୁଥିଲା । ସେଥିପାଇଁ ତାଙ୍କ ହାତ ଥରୁଥିଲା । କମଳାର ମୁଣ୍ଡ ଆଉଁଷି କହିଲେ, “ମାମୁଁ କିଏ ପଚାରୁଥୁଲୁ ନା? ଦେଖେ ତୋର ତିନି ତିନିଟା ମାମୁଁ ।” ସମ୍ବନ୍ଧ-ସମ୍ପର୍କରେ ଏକ ନୂଆ ସଂଜ୍ଞା ମୋ ସମ୍ମୁଖରେ ଆସି ଠିଆ ହୋଇଥିଲା । ଲକ୍ଷ୍ମୀ ଯାହା କହୁଥିଲା, ତାକୁ ଜୀବନରେ ୧୨୪ |ଶଙ୍ଖନାଦ ପ୍ରୟୋଗ କରିଥିଲା । ମୁଁ କିନ୍ତୁ ପାରି ନଥୁଲି । ଦୈହିକ ସମ୍ପର୍କ ଛଡ଼ା ସ୍ତ୍ରୀ ପୁରୁଷ ମଧ୍ୟରେ ଅନେକ ସମ୍ପର୍କର ବୀଜ ପୋତା ଯାଇ ପାରିବ । ମାନବିକ ସମ୍ପର୍କର ସମ୍ବନ୍ଧରେ ଏକ ସଂକୀର୍ଣ୍ଣ ବିଚାରର ଅନ୍ତ ଅବସରରେ ମୁଁ ମୋ ବନ୍ଧୁକୁ ଫେରି ପାଇଥିଲି । ବାସନାସିକ୍ତ ଭାବଧାରା ଭିତରେ ଧୀରେ ଧୀରେ ନୂତନ, ବିସ୍ତାରିତ ପ୍ରେମ ବିଚାରରେ ଅନ୍ତର୍ନିହିତ ଶୃଙ୍ଗାରିକ ଶଙ୍ଖ ନାଦର ଭାବ ତରଙ୍ଗ ପ୍ରତିଧ୍ଵନିତ ହେଉଥିଲା । ତା କୋଳରେ ମୁଁ ଶାନ୍ତ ଥୁଲି । ପ୍ରଶାନ୍ତମୟ ଥ୍ଲି । ଅନେକ ଅର୍ଦ୍ଧ ସତ୍ୟ ବିଚାରର ପଦଚିହ୍ନ ଅନୁଭୂତିର ଓଦା ବାଲି ଉପରେ ସମୁଦ୍ରର ଜୁଆର-ଭଟ୍ଟା ଖେଳରେ ଧୋଇ ହେବାକୁ ଲାଗିଥିଲା । ସମସ୍ତଙ୍କୁ ଛାଡ଼ି ଆମେ ବାହାରିଲୁ । ସଦାନନ୍ଦ ସେମିତି ଠିଆ ହୋଇଥିଲେ । ପଛ ଶଗଡ଼ର ଶଗଡ଼ିଆ ପଛରେ ମୁଁ ବସିଥିଲି । ଲକ୍ଷ୍ମୀ ଆଗ ଶଗଡ଼ର ପଛରେ ଆଣ୍ଠୁ ଉପରେ ମୁଣ୍ଡ ରଖ୍ ତେଣ୍ଡା ଦେଇ ରାସ୍ତାକୁ ଦେଖୁଥିଲା । ତା’ ଆଗରେ ତା' ଝିଅ ପଦ୍ମା, ଲକ୍ଷ୍ମୀକୁ ଜାବୁଡ଼ି ଧରି କମଳା ବସିଥିଲା । ଶଙ୍ଖନାଦ | ୧୨୫ ୧୨୬ ଶଙ୍ଖନାଦ Ner ନିରୁଦ୍ଧିଷ୍ଟ Sumbert (ଏକ) ସନ୍ଧ୍ୟା ଗଡ଼ି ଯାଇଥିଲା । ମେଘ ମେଦୁର ରାତି ସମୟରେ ରାସ୍ତାର ଗୋଟିଏ ପାଖେ ଠିଆ ହୋଇଥିବା ବିଜୁଳି ଖୁଣ୍ଟରେ ଝୁଲୁଥିବା ଆଲୁଅ ପର୍ଯ୍ୟାପ୍ତ ନ ହେଲେ ବି ଛାତ୍ରାବାସ ଭିତରକୁ ଯିବା ରାସ୍ତା ପରିଷ୍କାର ରୂପେ ଦେଖା ଯାଉଥିଲା । ଅଟକି ଅଟକି ଶୁଭୁଥିବା ଝିଙ୍କ ସ୍ବନ, ବେଙ୍ଗ ରଡ଼ି ଓ ମୋରମ-ମାଟି ଉପରେ ପଡ଼ି ଶୁଣା ଯାଉଥିବା ବର୍ଷା ପାଣିର ବିରତିଶୂନ୍ୟ ଝିପି ଝିପି ସ୍ଵର ମୋ' ମନ ଭିତରେ ଅଦେଖା ଭୟର ଆକାର ତା’ର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଥିଲା । ତଥାପି ମନରେ ଦମ୍ଭ ଧରିବାର ଅସଫଳ ପ୍ରୟାସ ମୁଁ କରୁଥୁଲି । ଏଇଠିକୁ ଆସିବା ପୂର୍ବରୁ ପ୍ରଫେସର ମୋତେ ଫୋନ୍ କରି ଡାକିଛନ୍ତି ଶୁଣିବା ମାତ୍ରେ ଅଞ୍ଜଳି କହିଥିଲେ, “ମନୋଜକୁ ଫୋନ୍ କରୁନ । ତିନି ଦିନ ହେଲା ସେ ଫୋନ୍ ବି କରିନି ।” ମନୋଜର ଫୋନ୍ ନ କରିବା ନେଇ ଆମେ କେବେ ବିଶେଷ ଗମ୍ଭୀର ନ ଥିଲୁ । ତା’ର ଫୋନ୍ରେ କିଛି କଥା ହେବା ପାଇଁ ଇଛା ଥିଲେ ହିଁ ସେ କରୁଥିଲା । ନଚେତ୍ ଆମେ ଫୋନ୍ କଲେ ସେ ବିରକ୍ତ ହେଉଥିଲା । ସେଥ୍ ନିମନ୍ତେ ତା'ର ତିନିଦିନ ଧରି ଫୋନ୍ ନ କରିବା ଆମ ପକ୍ଷେ ଏକ ସାଧାରଣ କଥା ଥିଲା । ମନୋଜର ପଢ଼ାପଢ଼ି, ବ୍ୟବହାର ସମ୍ପର୍କରେ କିଛି ପ୍ରତିକୂଳ ଆକ୍ଷେପ ଶୁଣିବା ଆଶା, ଆଶଙ୍କାରେ ମୁଁ ଥିଲି । ମନା କରିଥିଲି, “ଯେତେବେଳେ ପ୍ରଫେସର ନିଜେ ଡାକିଛନ୍ତି, ତାଙ୍କ ସହ କଥା ହେଲା ପରେ ହିଁ ମନୋଜ ସହ ମୁଁ କଥା ହେବି । ସେ ଫୋନ୍ ଶଙ୍ଖନାଦ | ୧୨୭ କଲେ ମଧ୍ୟ ଏ ବିଷୟରେ ତା' ସହ କଥା ହେବନି, କିମ୍ବା ମୁଁ ଯିବା ବିଷୟ ମଧ୍ଯ କହିବନି ।”
ସଙ୍ଗେ ସଙ୍ଗେ ମୁଁ ପରବର୍ତ୍ତୀ ଟ୍ରେନ୍ରେ ବାହାରି ପଡ଼ିଥିଲି ।
ବାହାରେ ଝିପ୍ ଝିପ୍ ବର୍ଷୁଥିବା ମେଘର କୁହୁଡ଼ିଭରା ପରିବେଶକୁ ଭେଦି ମୋ ଟାକ୍ସି କଲେଜ ଛାତ୍ରାବାସ ସମ୍ମୁଖରେ ଅଟକିଲା । ଛତା ଧରି ଓହ୍ଲାଉ ଓହ୍ଲାଉ ଡ୍ରାଇଭରକୁ କହିଲି, “ମୋତେ ଏଇଠି ଅପେକ୍ଷା କର । ପୁଣି ମୋତେ ମୋ' ହୋଟେଲରେ ଛାଡ଼ିଦେବ ।”
ଉତ୍ତରକୁ ଅପେକ୍ଷା ନ କରି ମୁଣ୍ଡରେ ଛତା ଧରି ନିଃଶବ୍ଦରେ ଛାତ୍ରାବାସ ବାରଣ୍ଡା ସାମନାରେ ଜମି ଯାଇଥିବା ସୂତାଏ ସୂତାଏ ପାଣିରେ ଧୀର ପଦକ୍ଷେପରେ ପାହାଚ ଉପରକୁ ଉଠିଲି । ବାରଣ୍ଡା ପରେ ପରେ ଦୁଇ ପାଖ ଯାକ ଲମ୍ବା ଗଳି । ଗଳି ଦୁଇ ପାଖେ ଛାତ୍ରମାନଙ୍କ କୋଠରୀ ରହିଛି । ଆଗରେ ସିଢ଼ି ଉପରକୁ ଯାଇଛି । ମନୋଜର କୋଠରୀ ଉପରେ ଅଛି ।
ସିଢ଼ି ପାଖରେ ସୁଉଚ୍ଚ, ଓସାରିଆ ଦ୍ବାର । ପ୍ରବେଶ ଦ୍ବାର ଉପରେ ଲେଖା ଯାଇଛି- କେଣ୍ଟିନ । କେଣ୍ଟିନକୁ ଯିବା ରାସ୍ତାର ବାମ ପାଖେ ଉପରକୁ ଉଠିଥିବା ଓସାରିଆ ସିଡ଼ି, ଡାହାଣ ପାଖେ ତାକୁ ଲାଗି ଯେଉଁ କୋଠରୀଟି ଦେଖା ଯାଉଥିଲା ଏବଂ ଯାହାର ଦ୍ବାରରେ ପରଦା ଝୁଲୁଥିଲା ।
ଆଗନ୍ତୁକ ଦେଖିଲା ଭଳି ଦ୍ବାର ଉପରେ ଫଳକ ଟଙ୍ଗା ଯାଇଥିଲା - ହଷ୍ଟେଲ ସୁପରିଟେଣ୍ଡେଣ୍ଟ ।
ସେହି କୋଠରୀ ଦିଗକୁ ମୁଁ ମୁହାଁଇଲି । ବାରଣ୍ଡା ଓ ସିଢ଼ି ପାଖରେ ଅପେକ୍ଷାକୃତ ଭଲ ଆଲୁଅର ବ୍ୟବସ୍ଥା ଥିଲା ।
“ଆଜ୍ଞା !” ଜଣେ କେହି ମୋତେ ଡାକୁଥିଲେ । ମୋ ପାଦ ଅଟକି ଗଲା । ପଛକୁ ବୁଲି ଚାହିଁଲି । ଜଣେ ଭଦ୍ରବ୍ୟକ୍ତି ମୋ ଆଡ଼କୁ ଆସୁଥିଲେ, “କାହାକୁ ଖୋଜୁଛନ୍ତି?” “ମୁଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ମିଶିବାକୁ ଆସିଛି । ମୋ ପୁଅ ଏଇଠି ରହି ପଢ଼ୁଛି ।” “କିଏ କହିଲେ?” “ମନୋଜ, ଶେଷ ବର୍ଷ ତା'ର ।” “ଓହୋ । ତା’ ହେଲେ ଆସନ୍ତୁ, ସାରଙ୍କ ଘରକୁ ଯିବା । ସେ ଏଇଠି କ୍ୱାର୍ଟରରେ ରହୁଛନ୍ତି ।” “ଠିକ ଅଛି । ପ୍ରଥମେ ମୁଁ ମନୋଜ ସହ ମିଶି ସାରେ ।” “ଆସନ୍ତୁ, ପ୍ରଥମେ ସାରଙ୍କ ଘରକୁ ଯିବା ।” ସେ ମୋତେ ଡାକିନେଲେ । ମୁଁ ଆଉ କିଛି ପ୍ରତିବାଦ ନ କରି ଅପେକ୍ଷାକୃତ ଅନ୍ଧାର ରାସ୍ତା ଧରି ତାଙ୍କ ସହ କ୍ୱାର୍ଟର ଆଡ଼େ ଆଗେଇଲି । ତାଙ୍କର ଚପଲ ବର୍ଷା ପାଣିରେ ଚପର ଚପର ଶବ୍ଦ ସୃଷ୍ଟି କରୁଥିଲା ବେଳେ ମୁଁ ନିଃଶବ୍ଦରେ ଚାଲିଥିଲି । ମୋ ମନ ଭିତରେ ଅନବରତ ସୃଷ୍ଟି ହେଉଥିବା ଅହେତୁକ ଆଶଙ୍କାର ଜଳ ଭଉଁରୀରେ ମୁଁ ସ୍ଥିର ହେବାକୁ ଚେଷ୍ଟା କରୁଥୁଲି । ଅନତି ଦୂରରେ ଦେଖା ଯାଉଥିବା ଘର ଗୁଡ଼ିକ ଭିତରୁ କାଚ ଝରକା ଦେଇ ଆଲୁଅ ସ୍ପଷ୍ଟ ରୂପେ ଦେଖା ଯାଉଥିଲା । ଗୋଟିଏ ଘର ସମ୍ମୁଖରେ ଆମେ ଅଟକିଲୁ । ବାରଣ୍ଡାର କ୍ଷୀଣ ଆଲୁଅରେ ସେଠାରେ ଠିଆ କରା ଯାଇଥିବା ମୋଟର ସାଇକେଲ ସ୍ପଷ୍ଟ ରୂପେ ବାରି ହେଉଥିଲା । ଘର ଭିତରୁ ଟିଭିର ଶବ୍ଦ ଶୁଣାଯାଉଥିଲା । ଶଙ୍ଖନାଦ | ୧ ୧୨୯ “ଏଇଟା ସାରଙ୍କ ଘର । ମୁଁ ଆସୁଛି ।” ସେହି ଘର ଦିଗରେ ଆଙ୍ଗୁଠି ଦେଖାଇ ଭଦ୍ରବ୍ୟକ୍ତି ଜଣକ ଫେରିଗଲେ । ତାରଜାଲିର କବାଟରେ ଲଗା ଯାଇଥବା ଶିକୁଳୀ ଦ୍ବାରା ଶବ୍ଦ କରି ଡାକିଲି, “ଆଜ୍ଞା ।” ଭିତରୁ ସଙ୍ଗେ ସଙ୍ଗେ ଜଣେ ପ୍ରତ୍ୟୁତ୍ତର ଦେଲେ, “କିଏ?” “ମୁଁ, ମନୋଜର ବାପା ।” ଭିତର କବାଟ ସଙ୍ଗେ ସଙ୍ଗେ ଖୋଲିଗଲା । ଜଣେ ପୁଥୁଳକାୟ ପୌଢ଼ ଭିତରୁ ବାହାରି ଆସି ଜାଲି କବାଟ ସେ ପାଖେ ଠିଆ ହୋଇ ମୋତେ ଚାହିଁ ପୁଣି ପ୍ରଶ୍ନ କଲେ, “କିଏ କହିଲେ ।” “ଆପଣଙ୍କ ଛାତ୍ର ମନୋଜ, ମୁଁ ତା'ର ବାପା ।” ତରତର ହୋଇ ସେ କବାଟ ଖୋଲିଲେ, “ଓହୋ, ଆସନ୍ତୁ, ଆସନ୍ତୁ ।” ବାହାରର ଅନ୍ଧାରରୁ ମୁଁ ବାରଣ୍ଡାର କ୍ଷୀଣ ଆଲୁଅ ଭିତରକୁ ପ୍ରବେଶ କଲି । ହାତରେ ଧରିଥିବା ଗାମୁଛାଟିକୁ ମୋ ଦିଗକୁ ବଢ଼େଇଦେଲେ ସେ, “ଟିକେ ପୋଛି ଦିଅନ୍ତୁ ।” ଭଦ୍ର ବ୍ୟକ୍ତି ଭିତରକୁ ଆଗେଇଲେ । ମୋତେ ପଛରେ ଆସିବାକୁ ନିମନ୍ତ୍ରଣ ଦେଲେ, “ଆସନ୍ତୁ ।” ମୁହଁ ହାତ ପୋଛି ପୋଛି ମୁଁ ତାଙ୍କ ପଛରେ ଭିତରକୁ ପଶୁ ପଶୁ ଭିତରର ଭବ୍ୟତା ପ୍ରଥମେ ମୋର ଦୃଷ୍ଟିଗୋଚର ହେଲା । ସୁସଜ୍ଜିତ ବୈଠକଖାନା, ରୁଚିପୂର୍ଣ୍ଣ ସାଜସଜ୍ଜା । ବୈଠକଖାନାରେ କୋଉଠି ହେଲେ ଟିଭି ନଥିଲା, ତଥାପି ଟିଭିର ଶବ୍ଦ ଶୁଣା ଯାଉଥିଲା । ଅବଶ୍ୟ ଶବ୍ଦର ପରିମାଣ କମି ଯାଇଥିଲା । ୧୩୦ ।ଶଙ୍ଖନାଦ ମୋତେ ଗୋଟିଏ ଚେୟାରରେ ବସିବାକୁ ହାତ ଦେଖାଇ ସେ ଗୋଟିଏ ଚେୟାରରେ ବସିଲେ, “ଆପଣଙ୍କର ରାସ୍ତାରେ କିଛି ଅସୁବିଧା ହେଇନି ତ?" “ନା, ଏଇଠି ପହଞ୍ଚି ମୁଁ ପ୍ରଥମେ ଆପଣଙ୍କ ସହ ମିଶିବା ପାଇଁ ଆସିଲି । ତା'ପରେ ଯାଇ ମନୋଜ ସହ ମିଶିବି । କ'ଣ କିଛି ଅସୁବିଧା ହୋଇଛି ପ୍ରଫେସର ?" କିଛି କ୍ଷଣ ସେ ତଳକୁ ମୁହଁ ପୋତି ବସିଲେ । ପରେ ମୁଣ୍ଡ ଉଠେଇ କହିଲେ, “ମନୋଜ ଦେଖା ଯାଉନି, ତିନି ଦିନ ହେବ ।” ହଠାତ୍ ମୋ କାନରେ ଆସି ପଡୁଥିବା ଚାରିଆଡ଼ର ଶବ୍ଦ ଯେମିତି ବନ୍ଦ ହୋଇଗଲା । ସହସ୍ର ସୂର୍ଯ୍ୟର ତୀବ୍ର ରଶ୍ମିଯୁକ୍ତ ସ୍ବର୍ ମୋ' କାନ ମୁଣ୍ଡା ପାଖରେ ଝଙ୍କୃତ ହେବା ଅନୁଭୂତ ହେଲା । ମୁଁ ଚିହିଁକି ପଡ଼ିଲି, “ମାନେ !” ବାସ୍ତବରେ ପ୍ରଫେସରଙ୍କଠୁଁ ମୁଁ ଏହା ଆଶା କରୁ ନ ଥିଲି । ଚେୟାରରୁ ଉଠି ପ୍ରଫେସର ଝରକା ପାଖରେ ଯାଇ ଠିଆ ହେଲେ । ନୀରବରେ ଅନ୍ଧାରର ବର୍ଷାକୁ ନିରେଖ୍ ଦେଖ୍ର ବୃଥା ଚେଷ୍ଟା କରୁଥିଲେ । ମୋ ପାଇଁ ଉତ୍ତର ବୋଧହୁଏ ସେ ଖୋଜୁଥିଲେ । ମୁଁ ମଧ୍ୟ ଚେୟାରରେ ବସି ପାରିଲିନି । ତାଙ୍କ ପାଖରେ ଯାଇ ଛିଡ଼ା ହେଲି । ଅଶୁଭ ସୂଚନାଟିକୁ ଯଦିଓ ମୁଁ ଶୁଣି ପାରିଥିଲି, ତଥାପି ତା'କୁ ଗ୍ରହଣ କରିବା ଅବସ୍ଥାରେ ମୁଁ ନ ଥିଲି । କୋଡ଼ିଏ ବର୍ଷ ବୟସର ପୁଅ ମୋର । ମାଆବାପାଙ୍କ ଅତି ଆଶା, ଉଦ୍ଦୀପନାରେ ଝଙ୍କୃତ ମାନସିକ ଉଦବେଳନର ପ୍ରତୀକ । ଭଉଣୀମାନଙ୍କର ଗର୍ବ ! ଅଞ୍ଜଳି ତା’ର ଫୋନ୍ ପାଇଁ ଅପେକ୍ଷାରତ । ସେ ପୁଣି ନିଖୋଜ ! ଦିନେ ନୁହେଁ, ପୁଣି ତିନି ଦିନ ହେବ ! ଶଙ୍ଖନାଦ | ୧୩୧ ବାହାର ଅନ୍ଧକାର ଦିଗରୁ ଦୃଷ୍ଟି ଫେରାଇ ମୋତେ ଚାହିଁଲେ ପ୍ରଫେସର, “ଗୁରୁବାର ସନ୍ଧ୍ୟା ଜଳ ଖାଇନି ସେ । ଏକୁଟିଆ ବାହାରକୁ ଯାଇଥିଲା । ରାତିରେ ବି ଫେରି ନଥିଲା । ସକାଳୁ ତା' ହଷ୍ଟେଲମେଟମାନେ ତା’ ମୋବାଇଲକୁ ଫୋନ୍ କରିଥିଲେ । ମୋବାଇଲ ସୁଇଚ-ଅଫ୍ ଥିଲା । କାଲି ଦିନଟା ଅପେକ୍ଷା କଲୁ । ଆଜି ସକାଳୁ ଡାଇରେକ୍ଟରଙ୍କୁ ଜଣେଇଲି, ତା' ପରେ ଆପଣଙ୍କୁ ଫୋନ୍ କଲି । ଆପଣଙ୍କ ସହ କଥା ହେଲା ପରେ ଯେତେବେଳେ ଜାଣି ପାରିଲି, ସେ ଘରକୁ ମଧ୍ୟ ଯାଇନି, ପୋଲିସ୍କୁ ଖବର ଦେଲି ।” ପୋଲିସ ଜାଣିସାରିଲାଣି, ଅଥଚ ମୁଁ ଜାଣିନି, ଶିହିରି ଉଠିଲି । କ'ଣ ହେଲା ମୋ ପୁଅର? ପଚାରିଲି, “ପୋଲିସ୍ କ'ଣ କହିଲା?” “ସନ୍ଧାନ କରୁଛି । ମୋବାଇଲ ଟ୍ରାକ୍ କରୁଛି । କିନ୍ତୁ ଯଦି ଆପଣ ଜାଣି ନାହାନ୍ତି, ତା’ ହେଲେ ଗଲା କୁଆଡ଼େ? ଆପଣ ଆଉ କିଛି ରେନସମ୍ ନୋଟ୍ ପାଇ ନାହାନ୍ତି ତ?” ମୁଣ୍ଡରେ ମୋର ଅସହ୍ୟ ଜ୍ୱାଳା ଆରମ୍ଭ ହୋଇ ଯାଇଥିଲା । ବିଚାର ସବୁ ଏ ପାଖ ସେ ପାଖକୁ ଅତି ତୀବ୍ରତ୍ତର ଗତିରେ ଘୂରୁଥିଲେ । ତାଙ୍କ ପ୍ରଶ୍ନ ମୁଁ ଶୁଣି ପାରୁ ନଥୁଲି । ଠିଆ ହେବା ଜାଗାରୁ ବୁଲି ପଛକୁ ଫେରିଲି । ପ୍ରଫେସରଙ୍କ ଅନୁମତିକୁ ଅପେକ୍ଷା ନ କରି ଦ୍ରୁତ ଗତିରେ ବାରଣ୍ଡାକୁ ଆସିଗଲି । ମୋ ପଛେ ପଛେ ପ୍ରଫେସର ବି ବାରଣ୍ଡାକୁ ଆସିଲେ, “ଆପଣ ମୋ ପ୍ରଶ୍ନର ଉତ୍ତର ଦେଲେନି ।” “ସାର୍, ମନୋଜ ମୋ ପୁଅ । ଯଦି ଲୁଚେଇବାର ଥାଆନ୍ତା, ମୁଁ ଆପଣଙ୍କ ପାଖକୁ ଦୌଡ଼ି ଆସି ନଥାନ୍ତି ।" ପ୍ରକୃତରେ ମୁଁ ଅସହ୍ୟ ଗରମ ଅନୁଭବ କରୁଥିଲି । ପ୍ରଫେସରଙ୍କୁ ମୁଁ ଭଲ ଭାବେ ଚାହିଁ ମଧ୍ଯ ପାରୁ ନଥୁଲି । ଆସିଲା ୧୩୨ । ଶଙ୍ଖନାଦ ବେଳର ମୋର ନିଃଶବ୍ଦ ପାଦରେ କିଏ ଚକ ଲଗେଇ ଦେଇଥିଲା । ଲମ୍ବା ଲମ୍ବା ପାଦରେ ଦ୍ରୁତ ଗତିରେ ମୁଁ ଟ୍ୟାକ୍ସି ଆଡ଼କୁ ଆଗେଇଲି । ଏମିତି ପରିସ୍ଥିତିରେ କ'ଣ କରାଯିବା ଉଚିତ, ମୁଁ ଦୋଳାୟମାନ ଅବସ୍ଥାରେ ଥିଲି । ମୋତେ ମୋର ନିଜର ସଠିକ୍ ପଦକ୍ଷେପ ନେବାକୁ ହେବ । ଟ୍ୟାକସିରେ ବସିବା ଆଗରୁ ଥରେ ମନୋଜର ଛାତ୍ରାବାସ ଦିଗେ ଦେଖିଲି । ସିଢ଼ିର ମଝିରୁ ଜଣେ କିଏ ଉଙ୍କି ମାରି ଟ୍ୟାକ୍ସି ଦିଗେ ଦେଖୁଥିବାର ମୋର ବୋଧ ହେଲା । ଟିକିଏ ଠିଆ ହୋଇ ସେ ଦିଗେ ଭଲ ଭାବେ ଦେଖିଲି । ମୋର ଦେଖୁ ଦେଖ୍ ଉଙ୍କି ମାରୁଥିବା ଚେହେରାଟି ହଠାତ୍ ଅଦୃଶ୍ୟ ହୋଇଗଲା । ଚିନ୍ତା କଲି, ଯାଇ ଦେଖିବି କିଏ ସେ ପିଲା । ନା, ମନକୁ ବୁଝାଇଲି । ମନୋଜ ନଥିଲେ ଏମାନଙ୍କ ସହ ମୋର କି କଥା? ଛତା ବନ୍ଦ କରି ଟ୍ୟାକସିରେ ବସିଲି । ଘୁମାଉଥିବା ଡ୍ରାଇଭରକୁ କହିଲି, “ଏଇଠିର ପୋଲିସ୍ ଷ୍ଟେସନ ଜାଣିଛ? ମୋତେ ସେଇଠିକୁ ନେଇ ପାରିବ?” ପୋଲିସ୍ ନାଁ ଶୁଣୁ ଶୁଣୁ ତାଙ୍କ ତନ୍ଦ୍ରା ଭାଙ୍ଗିଗଲା, “ହଁ, ଦେଖୁଛି । ଯିବା?” ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି । ବର୍ଷଣୋନ୍ମୁଖ ଅନ୍ଧକାର ସନ୍ଧ୍ୟାରେ କଲେଜ ପରିସରରୁ ବାହାର ରାସ୍ତାକୁ ଆସିଲା ବେଳେ ଟ୍ୟାକ୍ସି ଆଲୁଅରେ ଧୂଆଁଳିଆ ବାତାବରଣ ମଧ୍ଯରେ କଳା ପିଚୁ ରାସ୍ତା ଉପରେ ପଡୁଥିବା ବର୍ଷା ପାଣିର ଅବିରତ ଧାର ମୋର ଦୃଷ୍ଟିଗୋଚର ହେଉଥିଲା । ଅଞ୍ଜଳିଙ୍କୁ ମୁଁ ଏହି ଖବର ଦେଇ ପାରିବି ତ? ମୋର ଅନୁପସ୍ଥିତିରେ ସେ ଏହି ଖବରକୁ ସମ୍ଭାଳି ପାରିବେ ତ? ମୁଁ ନିଜକୁ ନିଜେ ପଚାରୁଥୁଲି । ଶଙ୍ଖନାଦ | ୧୩୩ (ଦୁଇ) କାନ ପାଖରେ କିଛି ଶବ୍ଦ ଶୁଣି ମୋ ନିଦ ଆପଣାଛାଏଁ ଭାଙ୍ଗିଗଲା । ହୋଟେଲରେ ମୋତେ ଦିଆ ଯାଇଥିବା କୋଠରୀର ପଲଙ୍କ ଉପରେ ମୁଁ ଶୋଇଥିଲି । ଭିତରେ ଦିନର ଆଲୁଅ ବିଛେଇ ହୋଇ ପଡ଼ିଥିଲା । ବାହାର ପାଖେ ଥିବା କାଚ ଝରକାରେ ଝୁଲିଥିବା ପରଦା ଫାଙ୍କ ଦେଇ ଶରତର ଅଦିନିଆଁ ମେଘ ଭିତରୁ ଅବସାଦଗ୍ରସ୍ତ ସୂର୍ଯ୍ୟ ରଶ୍ମି କୋଠରୀ ଭିତରକୁ ପଶି ଆସୁଥିଲା । କାଲିର ଅନବରତ ଝଡ଼ି ବର୍ଷା ପରେ ଆଜି ପାଗ ଅପେକ୍ଷାକୃତ ଶୁଖୁଲା ଥିବା ବୋଧ ହେଉଥିଲା । ମୁଣ୍ଡ ପାଖରେ ହୋଟେଲ୍ର ଫୋନ୍ ବାଜୁଥିଲା । ଆସ୍ ଜଡ଼ିତ ତନ୍ଦ୍ରାକୁ ବଳପୂର୍ବକ ବାହାର କରି ଅଳସ ପାଟିରେ ଫୋନ୍ର ଉତ୍ତର ଦେଲି, “ହାଲୋ !” “ସାର୍, ମୁଁ ରିସେପସନରୁ କହୁଛି । ଆପଣଙ୍କ ପାଇଁ ଫୋନ୍ ଅଛି । ରିସିଭ୍ କରନ୍ତୁ ।" ଜଣେ ଅପରିଚିତର କଣ୍ଠ ଥିଲା, “ହାଲୋ !” “କିଏ, କାହାକୁ ଦରକାର?” ମୋତେ ଏଇଠି କିଏ ଚିହ୍ନି ଥାଇପାରେ? ପୋଲିସ ଅଫିସର କି? “ଆପଣଙ୍କ ସହ ହିଁ ମୋର କଥା ଥିଲା । ଆପଣଙ୍କ ପୁଅ ମନୋଜ ଜଣେ ନିହାତି ଅଭଦ୍ର ଶ୍ରେଣୀର ଲୋକ । ତା' ପାଇଁ ୧୩୪|ଶଙ୍ଖନାଦ କଲେଜ ଭିତରେ ମିଛରେ ଏକ ଭଦ୍ରତାର ଭାବ ଚାଲିଛି । କିନ୍ତୁ ସେ ସେଥିପାଇଁ ଯୋଗ୍ୟ ନୁହେଁ । ସେ ଜଣେ ବ୍ଲାକ୍ମେଲର୍ । ବୁଝିଲେ, ବ୍ଲାକ୍ମେଲର୍ ।" ଶେଷ ପଦଟିକୁ ସେ ଟିକେ ବଡ଼ ପାଟିରେ କହିଥିଲେ । ମୁଁ ସେ କଥାର ବିନ୍ଦୁ-ବିସର୍ଗ କିଛି ବୁଝିବା ଆଗରୁ ଫୋନ୍ କଟି ଯାଇଥିଲା । କାଳେ ଲାଇନ୍ରେ କିଛି ଅସୁବିଧା ହେଉଛି ଭାବି, ମୁଁ ତିନି ଚାରି ଥର ‘ହାଲୋ' 'ହାଲୋ' କରିଥିଲି । କିଛି ଫଳ ମିଳି ନ ଥିଲା । ଫୋନଟି ରଗ୍ଦେଇ ଅପେକ୍ଷା କଲି କାଳେ ପୁଣିଥରେ ଫୋନ୍ ଆସିବ । ରିସେପସନ୍କୁ ଫୋନ୍ କରି କହିଥିଲି, “ମୋ ପାଖକୁ ଆସିଥିବା ଫୋନର ନମ୍ବର ମିଳି ପାରିବ? ସେ ନମ୍ବରଟି ମୋତେ ଦରକାର ।” “ଠିକ୍ ଅଛି ସାର, ମୁଁ ବାହାର କରି ଦେଇଥିବି ।” ଗତକାଲି ରାତିରେ ପୋଲିସ ଷ୍ଟେସନରେ ବିଶେଷ କିଛି ସମ୍ବାଦ ମିଳି ନ ଥିଲା । ଦାୟିତ୍ବରେ ଥିବା ଅଫିସର ନ ଥିଲେ ସେଠାରୁ ଫେରିଲା ପରେ ହୋଟେଲର ମୋ' କୋଠରୀରେ ଅନେକ ରାତିଯାଏଁ ମୁଁ ଶୋଇପାରି ନଥିଲି । ଅଞ୍ଜଳିଙ୍କୁ ଫୋନ୍ କରି ଏହି ଖବର ଦେବାର ସାହାସ ମୋ ପାଖରେ ନ ଥିଲା । ସେ ହିଁ ହୋଟେଲରେ ପହଞ୍ଚିଲା ପରେ ଫୋନ୍ କରିଥିଲେ, “କ'ଣ ହେଲା, କିଛି ଖବର ଦେଲନି । ତା'ର ଫୋନ୍ ବି ସୁଇଚ-ଅଫ୍ ଅଛି ।” ମୋ ଥଙ୍ଗିଲା ଥଙ୍ଗିଲା କଣ୍ଠର କଥାବାର୍ତ୍ତା ଶୁଣି ସେ କିଛି ଠଉରେଇ ନେଇଥିଲେ । କହିଲେ, “ବ୍ୟସ୍ତ ହୁଅନା । ନକହି କୁଆଡ଼େ ପଳେଇ ଯାଇଥବ । ଆଉ ଦିନେ ଦି' ଦିନ ଭିତରେ ତା'ର ଶଙ୍ଖନାଦ| ୧୩୫ ନିଶ୍ଚୟ ଖବର ମିଳିଯିବ । ତମେ ସେଇଠି ଏକୁଟିଆ ରହନ୍ତି । ଏଇଠିକୁ ଚାଲିଆସ, ନ ହେଲେ ମୁଁ ତମ ପାଖକୁ ଆସୁଛି ।” ତତ୍କ୍ଷଣାତ୍ ମୁଁ ମନା କରି ଦେଇ ଥ୍ ଲି, “ ମୁଁ କା । ଲି କି ପଳେଇଯିବି । ତମକୁ ଆଉ ଏଇଠିକୁ ଆସିବା ଦରକାର ନାହିଁ ।” ଘରୁ ଯିଏ ଦିନେ ହେଲେ ବାବା, ମାମାଙ୍କୁ ନ ଜଣେଇ କୁଆଡ଼େ ହେଲେ ଯାଇ ନଥୁଲା, ଆଜି ଆମ ଅଜାଣତରେ, ସୁପରିଟେଣ୍ଡେଣ୍ଟଙ୍କ ବିନା ଅନୁମତିରେ ଚାରି ଦିନ ହେଲା ଫେରାର ଅଛି, ଏହା ମୋ ପକ୍ଷେ ବିଶ୍ଵାସ ଯୋଗ୍ୟ ନଥିଲା । ଅଞ୍ଜଳି ବି ଏ କଥା ନିଶ୍ଚୟ ହୃଦୟଙ୍ଗମ କରିପାରୁଥିବେ । ତଥାପି, ପ୍ରକୃତରେ ପୁଅର ନିଖୋଜ ଖବରକୁ ସେ ମଧ୍ୟ ବୋଧହୁଏ ଭଲ ଭାବେ ଗ୍ରହଣ କରି ପାରି ଥିଲେ । ଏକ ଅଜଣା ଭୟର ଶିହରଣରେ ମୁଁ ଭୟଭୀତ ହୋଇ ଉଠୁଥିଲି । ରାତିରେ ଶୋଇଲାବେଳେ ତା'ର ଏଆଈଟ୍ରିପଲ୍ଈର ଫଳାଫଳ ବାହାରିବା ଦିନର କଥା ମୋର ମନେ ପଡ଼ିଥିଲା । ରଜ-ସଙ୍କ୍ରାନ୍ତି ପରେ ପରେ ଦିନେ ୟୁନିଭରସିଟିରେ ଅଛି, ମୋ ମୋବାଇଲରେ ଅଞ୍ଜଳିଙ୍କ ଫୋନ୍ ଆସିଥିଲା, “ଶୁଣ, ଗୋଟେ ଭଲ ଖବର । ମନୋଜ ଏଆଈଟ୍ରିପଲ୍ରେ ପାଇ ଯାଇଛି ।" ମୁଁ ମୋ ପ୍ରକୋଷ୍ଠରେ ବସିଥିଲି । ଖବରଟା ଶୁଣୁ ଶୁଣୁ ମନରେ ଅଫୁରନ୍ତ ଆନନ୍ଦ ଖେଳିଗଲା, “କାହିଁ, ସେ କୁଆଡ଼େ ଗଲା? ସେ କାହିଁକି ମୋତେ ଫୋନ୍ କଲାନି?” ଅଞ୍ଜଳି ଫୋନ୍ ତାକୁ ଦେଇଥିଲେ । ମନୋଜ କହିଥିଲା, “ବାବା, ଆଇଆଇଟିରେ ମିଳିବନି ।” “ହଉ, କିଛି ନ ହେଲେ ଭଲ କଲେଜରେ ମିଳିଯିବ । ଯାହା ୧୩୬ ଶଙ୍ଖନାଦ ହେଲା ଠିକ୍ ହେଲା, ବ୍ୟସ୍ତ ହେ'ନା । କଂଗ୍ରାଚୁଲେସନ ।” କହିବାକୁ ସିନା ମୁଁ କହିଦେଲି, କିନ୍ତୁ ମୁଁ ମନୋଜର ଉଚ୍ଚ ଅଭିଳାଷକୁ ଜାଣିଥିଲି । ସହଜରେ ସନ୍ତୁଷ୍ଟ ହେବା ପିଲା ନୁହେଁ ସେ । ସାଙ୍ଗେ ସାଙ୍ଗେ ଯାଇ ଘରେ ପହଞ୍ଚିଥିଲି । ତା'ର ଉଦାସ ମନକୁ ମାରିବା ପାଇଁ ଆମେ ସମସ୍ତେ କାର୍ରେ ଗୋଟିଏ ଯାତ୍ରା ନିମନ୍ତେ ସ୍ଥିର କରିଥିଲୁ । ସେଦିନ ଏମିତି ହିଁ ବର୍ଷାପାଗ ଥିଲା । ଓଡ଼ିଶା ମାଟିରେ ମୌସୁମୀର ପ୍ରଥମ ସ୍ପର୍ଶର ଝିପିରି ଝିପରି ବର୍ଷାରେ ଆମେ ବାହାରିଥିଲୁ । ବ୍ରହ୍ମପୁରରୁ ଭୁବନେଶ୍ବର, ଭୁବନେଶ୍ବରରୁ କୋଣାର୍କ ଦେଇ ପୁରୀ । ମୋଟ୍ରେ ଦୁଇ ଦିନିଆ ପ୍ରୋଗ୍ରାମ୍ ଥ୍ଲା । କାର୍ ମୁଁ ନିଜେ ଚଲଉଥ୍ଲି । ଆଗରେ ଅଞ୍ଜଳି । ପଛରେ ମୀନୁ ଓ ସେ, ଭାଇ ଭଉଣୀ ଦୁହେଁ, ବସିଥିଲେ । ମନୋଜର ଉଦାସୀ ମନରେ କିଛି ଅନ୍ତର ଆସିଥିଲା । ତାହା ପୁଣି, ତା'ର ବଡ଼ ଭଉଣୀ ସରୋଜର ଫୋନ୍ ପରେ । ସରୋଜ କହିଥିଲା, “ବୁଝିଲୁ ବାପା, ତୋ’ ଭିଣୋଇ ଏ ଖବର ଶୁଣି ବେଶି ଖୁସୀ । ଦୁଇଥର ଚେଷ୍ଟାରେ ତାଙ୍କୁ ବୁର୍ଲାରେ ସିଟ୍ ମିଳିଥିଲା । ତୋର ତ ପ୍ରଥମ ଥରରେ ନିଟ୍ରେ ମିଳିଗଲା । ଖୁସି ହୋ ।” ଜାତୀୟ ରାଜପଥର କଳା ମଚମଚିଆ ଦୁଇ ଥାକିଆ ରାସ୍ତା ଉପରେ ମୋ କାର୍ ତା' ସାମନାରେ ଆସୁଥିବା ବଡ଼ବଡ଼ ଗାଡ଼ିଗୁଡ଼ିକୁ କାଟି କାଟି ଆଗକୁ ବଢ଼ୁଥିଲା ମନୋଜ ପୁଲକିତ ହୋଇ ଉଠୁଥିଲା, "ମୋ ମୁଁ ଗାଡ଼ି ଶିଖ୍ । ତମେ କାର ଚଲେଇବା । ପଛରେ ବସିଥିବା ଶେଷବର୍ଷରେ ବାବା, ଦେଖିଲେ ମୋତେ ବହୁତ ଖୁସି ଲାଗୁଛି । ଚଲେଇବା ପାଇଁ ଇଛା ବି ହେଉଛି ।" ମୀନୁ କହିଥିଲା, “ପାଠ ସରୁ ସରୁ ଭାଇ ଗାଡ଼ି ଶିଖ୍ବ, ଗାଡ଼ି ଶଙ୍ଖନାଦ| ୧୩୭ କିଣିବ, ମୋଟା ଅଙ୍କର ଦରମା ପାଇବ ନା, ସେଥିପାଇଁ ।" ତା' କଥାକୁ ମନୋଜ କାଟିଥିଲା, “ଆରେ ନାଇଁ, ମୋ ଟାର୍ଗେଟରେ ଆଇଆଇଏମ୍ର ଏମ୍.ବି.ଏ ଅଛି । ତା’ ପରେ ଗାଡ଼ି କିଣିବି । ଦେଖିବୁ, ବାବାଙ୍କଠୁଁ ଗୋଟେ ବଡ଼ ଗାଡ଼ି କିଣିବି ।” ସ୍ବାଭାବିକ ଢଙ୍ଗରେ ମୀନୁ ମୁହଁ ଫୁଲେଇଥିଲା, “ହଁ, କିଣି ତ ନିଶ୍ଚୟ ପାରିବ, ଏଥରେ ଦେଖୁବାର କ'ଣ ଅଛି?” ସାନ ଭଉଣୀର ମୁହଁ ଫୁଲା ଦେଖ୍ ମନୋଜ କହିଥିଲା, “ଆଉ ସେଥିରେ ପ୍ରଥମେ ମୋ ମୀନୁ ବସିବ, ଠିକ ଅଛି?" କାର୍ର ଦର୍ପଣରେ ମୁଁ ମୀନୁର ଓଠରେ ଚେନାଏ ହସକୁ ଦେଖୁ ପାରିଥିଲି । ସେମାନଙ୍କ କଥାରେ ପୂର୍ଣ୍ଣଛେଦ ପକେଇବା ପାଇଁ ଅଞ୍ଜଳି ପାଟି କରି ଉଠିଥିଲେ, “ମୂଳରୁ ବା’ ହେଇନି, ପୁଅର ନାଁ ରଖା ହେଇଗଲାଣି । ଆଉ କିଛି ନାହିଁ କି’ରେ ତମ ଦି' ଜଣଙ୍କର କଥା ହେବା ପାଇଁ ।” ବର୍ଷାଜଳ ପ୍ଲାବିତ ରାସ୍ତା ଉପରେ ଦୃଷ୍ଟି ନିବଦ୍ଧ ରଖ୍ କାରର ଗତି ପାଇଁ ଧ୍ୟାନ ଦେଲାବେଳେ ମନୋଜର ଦୃଢ଼ ନିଶ୍ଚୟ ନିମନ୍ତେ, ତା'ର ଦୃଢ଼ ସଂକଳ୍ପ ନିମନ୍ତେ ମୁଁ ନିଶ୍ଚିନ୍ତ ଥିଲି! ଆଉ ଆଜି? ସେ ନିଶ୍ଚୟ, ସଂକଳ୍ପ ସବୁ ଏକ ସ୍ବପ୍ନ, ପ୍ରହେଳିକା ପାଲଟି ଯାଇଛି । ଅଜଣା ବ୍ୟକ୍ତିଙ୍କର ଫୋନ୍ ଆସିଲା ପରଠୁଁ ମୋର ନିତ୍ୟକର୍ମ ସ୍ବୟଂମେବ ହୋଇ ଚାଲିଥିଲା । କେତେବେଳେ କ'ଣ କରିଥିଲି, ମୋର ସଠିକ କିଛି ମନେ ନାହିଁ । ମନୋଜ ସମ୍ବନ୍ଧରେ ଗୋଟିଏ ପରେ ଗୋଟିଏ ଭୁଲରେ ବି ଭାବି ନ ଥିବା ଦୁଃସମ୍ବାଦ ଶୁଣିଲା ପରେ ଶରୀରସାରା ତରଙ୍ଗାକୃତିରେ ଖେଳି ଯାଇଥିବା ଦଗ୍ଧଭୂତ ୧୩୮ । ଶଙ୍ଖନାଦ ମନ ଗତ ରାତି ଅପେକ୍ଷା ଅଧିକ ଅସ୍ଥିର ହୋଇ ଉଠିଥିଲା । ରିସେପସନ୍ରେ ଚାବି ଦେଲାବେଳେ ପଚାରିଲି, “ମୁଁ କହିଥିବା ଫୋନ୍ ନମ୍ବର ରଖୁଛ?” ମୋତେ ସଙ୍ଗେ ସଙ୍ଗେ ମୋ ରୁମ୍ର କଲ୍ ବିବରଣୀ ଥାଇ କମ୍ପ୍ୟୁଟର ଛାପାଟି ମିଳିଗଲା । ହୋଟେଲର ଏ ପ୍ରକାର ଯୋଗାଡ଼ ଫଳରେ ମୁଁ ଆଶ୍ବସ୍ତି ଅନୁଭବ କଲି । ଏହି ପ୍ରାମାଣିକ ତଥ୍ୟଟି ପୋଲିସ୍ର ବହୁତ ଦରକାରରେ ଆସିବ । ହୋଟେଲ ବାହାରେ ଗତକାଲିର ସେହି ଟ୍ୟାକ୍ସି ଡ୍ରାଇଭର ମୋତେ ଅପେକ୍ଷା କରିଥିଲେ । ଯଦିଓ, ମେଘ ଆକାଶ ବକ୍ଷ ଛାଡ଼ି ନ ଥିଲେ, ତଥାପି ପାଗ ଶୁଖୁଲା ଥିଲା । ଟ୍ୟାକ୍ସିରେ ବସିଲି, “ଇଞ୍ଜିନିୟରିଂ କ୍ୟାମ୍ପସକୁ ଯିବା, ଚାଲ ।” ହୋଟେଲରୁ କଲେଜ ଖୁଆଡ଼ ପାଞ୍ଚ କିଲୋମିଟରରୁ ଅଧ୍ଵ ହେବ । ସହରର ପିଚୁ ରାସ୍ତା ଉପରେ ଆମ ଗାଡ଼ି ଦୌଡ଼ୁ ଦୌଡ଼ୁ ମୋ ମନରେ ଅନବରତ ଖରାପ ଭାବନା ଗୁଡ଼ିକ ଏଣେତେଣେ ପଇଁତରା ମାରୁଥିଲେ ତାକୁ ଭାଙ୍ଗି ଡ୍ରାଇଭରଙ୍କ ପ୍ରଶ୍ନ ମୋ କାନରେ ଆସି ପଡ଼ିଲା, “ସାର୍, କିଛି ଅସୁବିଧା ହେଲା କି?” କାଲିଠୁଁ ମୋର କଲେଜ ଛାତ୍ରାବାସ, ପୋଲିସ୍ ଷ୍ଟେସନ ଆଦି ଧାଁ-ଦୌଡ଼ ଦେଖ୍ ତାଙ୍କର ବି କୌତୁହଳ ଜାତ ହେଉଥିଲା । ତାହା ତ ସ୍ବାଭାବିକ ଥିଲା । ବାଧ୍ୟ ହୋଇ ମୁଁ କହିଲି, “ମୋ ପୁଅ ଏଇଠି ପଢୁଥିଲା । ଚାରି ଦିନ ହେଲା ଦେଖା ଯାଉନି ।” “ମୁଁ କିଛି କହିବି, ଖରାପ ଭାବିବେନି ସାର ।” “କୁହ ।” ମୁଁ ସମର୍ପିତ କଣ୍ଠରେ କହିଲି । ମୁଁ ଜାଣି ପାରୁ ନଥ୍ଲି ସେ କ'ଣ କହିବେ । ବୈଷୟିକ ଶିକ୍ଷା ଶଙ୍ଖନାଦ| ୧୩୯ ନିମନ୍ତେ ଓଡ଼ିଶାରେ ଥିବା ହାତ ଗଣତି ଉଚ୍ଚମାନର ଶିକ୍ଷାନୁଷ୍ଠାନମାନଙ୍କ ଭିତରୁ ଇଏ ଅନ୍ୟତମ ଥିଲା । ଏଇଠି ପଢୁଥିବା ଶିକ୍ଷାର୍ଥୀମାନେ ବଜାର-ବାଟରେ ବାରି ହୋଇ ପଡ଼ନ୍ତି । ହାତିରେ ଉତ୍କୃଷ୍ଟମାନର ମୋବାଇଲ, ପିଠିରେ ଲେପ୍ପ ବ୍ୟାଗ, ଟୁପ୍ଟାପ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥାବାର୍ତ୍ତା ଏମାନଙ୍କୁ ଅନ୍ୟମାନଙ୍କ ଭିତରେ ଅଲଗା କରି ଚିହ୍ନେଇ ଦେଇଥାଏ । ହୁଏତ ସେ ମନୋଜକୁ କେଉଁଠି ଦେଖୁଥାଇ ପାରନ୍ତି । ପକେଟରୁ ମୋ ପର୍ସ ବାହାର କରି ସେଥିରେ ଥିବା ଗୋଟିଏ ଗ୍ରୁପ୍ ଫୋଟ ଆଗକୁ ଝୁଙ୍କିପଡ଼ି ତାଙ୍କୁ ଦେଖେଇଲି । ମନୋଜର ଫୋଟ ଉପରେ ଆଙ୍ଗୁଠି ରଖ୍ କହିଲି, “ଇଏ ମୋ ପୁଅ । କେବେ ଦେଖୁଛ? ଟିକିଏ ମନେ ପକାଅ ତ ।” ଗାଡ଼ି ଚଳାଉ ଚଳାଉ ସେ ଫୋଟ ଉପରେ ନଜର ଦେଲେ, “ମୋତେ ଏମାନେ ସମସ୍ତେ ଏକା ଦେଖା ଯାଆନ୍ତି, ସାର୍ । ତେବେ, ମୋତେ ଫୋଟ ଦେଇଥି, ମୁଁ ଟ୍ୟାକସି ଷ୍ଟାଣ୍ଡରେ ୟାକୁ ଦେଖେଇବି ।” 9 ମୋ ମୋବାଇଲରେ ମନୋଜର ଫୋଟ ଥିଲା । ତତ୍କ୍ଷଣାତ୍ ପର୍ସରୁ ଫୋଟ ବାହାର କରି ମୁଁ ତାଙ୍କ ହାତକୁ ବଢ଼େଇଦେଲି । ତାକୁ ସେ ପକେଟରେ ରଖ୍ ଆଗକୁ ଦେଖ୍ ଗାଡ଼ି ଚଳାଉ ଚଳାଉ କହିଲେ, “ମୁଁ କିଛି ଅଲଗା କଥା କହୁଥୁଲି ସାର୍ । ଏଇଠି ବହୁତ ଜଣଙ୍କୁ ମୁଁ ନିଶା କରିବାର ଦେଖୁଛି । ମାଲ୍ ନୁହେଁ ସାର, ସେଇଟା ତ ସମସ୍ତଙ୍କର ଆଜିକାଲି କମନ୍ ହେଲାଣି । ମୁଁ ଡ୍ରଗ୍ କଥା କହୁଛି ସାର । ସେମିତି କିଛି ଅଭ୍ୟାସ ତାଙ୍କର ଥିଲା କି?” ମନେ ମନେ ମୁଁ ତାଙ୍କ କଥାରେ ଭୟ ପାଇଗଲି । କିଛି କହି ପାରିଲିନି । ପାଟି ମୋର ଜାଡୁ ବାନ୍ଧି ଦେଲା । ଅନ୍ଧାର ଗର୍ଭ ଭିତରର ଅଦୃଶ୍ୟ ବିଷଧର ଠୁଁ ବି ଅଧିକ ଭୟଙ୍କର ଥିଲା ସେହି ଆଶଙ୍କା । ୧୪୦ । ଶଙ୍ଖନାଦ କଲେଜ ଖୁଆଡ଼ଯାଏଁ ମୁଁ ଚୁପଚାପ ବସି ରହିଥୁଲି । ଯଦିଓ ମୋ ହୋଟେଲ ପାଖରେ ପାଗ ଶୁଖୁଲା ଥିଲା, ତଥାପି କଲେଜ ପାଖରେ ଅସରାଏ ବର୍ଷା ହୋଇ ଛାଡ଼ି ଯାଇଥିଲା । ଗତକାଲି ରାତିର ହଷ୍ଟେଲ ଯିବାବେଳେ ଉଠିଥିବା ମୋର ଅତ୍ୟାଗ୍ରହ, ଆଜି କଲେଜ କୋଠାରେ ପ୍ରବେଶ କଲାବେଳେ ନ ଥିଲା । ମୋର ବୋଧ ହେଉଥ୍ଲା, ମୋ ଉପରେ ନିବଦ୍ଧ ଶହଶହ ଦୃଷ୍ଟି ଯେମିତି କହି ଉଠୁଛନ୍ତି, “ଦେଖ ଦେଖ ! ଇଏ ସେହି ମନୋଜର ବାପା, ଯିଏ ଚାରି ଦିନ ହେଲା ନିରୁଦ୍ଧିଷ୍ଟ ଅଛି ।” ତଥାକଥ୍ତ ଅହେତୁକ ଅପଦସ୍ତ ଗ୍ରସ୍ତ ଭାବ ଯୋଗୁଁ ଟ୍ୟାକ୍ସିରୁ ଓହ୍ଲାଇ ବହୁ କଷ୍ଟରେ ମୁଁ ପ୍ରଫେସରଙ୍କ ରୁମ୍ ଭିତରକୁ ଯାଇ ପାରିଥିଲି । ପରେ ସେଠାରୁ ତାଙ୍କୁ ଧରି ଡାଇରେକ୍ଟରଙ୍କ ପାଖକୁ । ଶଙ୍ଖନାଦ | ୧୪୧ (ତିନି) ସେହି ବିଲିଂ ଛାଡ଼ି ଆଗରେ ଥିବା ଅନ୍ୟ ଏକ ବିଲିଂ ଭିତରେ ଡାଇରେକ୍ଟରଙ୍କ କୋଠରୀ । ତଳ ତାଲାର ଲମ୍ବା କରିଡର ଅତିକ୍ରମ କରି ଶେଷମୁହଁରେ ଥିବା ଅପେକ୍ଷାକୃତ ଓସାରିଆ ହଲ୍ ଭିତର କାନ୍ଥ ମୋଟା କାଚର । ଲମ୍ବା ଲମ୍ବା ପରଦାମାନ ଓହଳା ଯାଇଛି । ଲମ୍ବା- ଓସାରିଆ ଭବ୍ୟ ସୋଫା, ବେଲଜିଅମ କାଚର ଗ୍ଲାସ, ଟିକ୍-କାଠର ଚା’ ପିଆ ମେଜ, ସୁଗନ୍ଧିତ ପରିବେଶ । ମୋଟ ଉପରେ ଓଡ଼ିଶାର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଇଂଜିନିୟରିଂ କଲେଜ ଭାବେ ଆଗନ୍ତୁକଙ୍କ ପାଇଁ ଅତୀବ ଆକର୍ଷଣୀୟ ସ୍ବାଗତ କକ୍ଷ ଥିଲା । ପରଦା ଆଡ଼େଇ ଆମେ ଭିତରେ ପଶିଲୁ । ଭିତରେ ପଶୁ ପଶୁ ଦ୍ବାର ପାର୍ଶ୍ଵରେ ଟଙ୍ଗା ଯାଇଥିବା କାଚ ଆବରଣରେ ଆବଦ୍ଧ ଗୋଟିଏ ଫୋଟଚିତ୍ର ଉପରେ ମୋ ଧ୍ୟାନ ଯାଇଥିଲା । କ୍ଷଣକ ପାଇଁ ମୁଁ ସେଇଠି ଅଟକି ଯାଇ ତାକୁ ଦେଖିବାରେ ଲାଗିଥିଲି । ଫୋଟ ଚିତ୍ର ମନୋଜର ଥିଲା । ତା' ଉପରେ ଶୀର୍ଷକ ଥିଲା – ଏ ବର୍ଷର ଶ୍ରେଷ୍ଠ ଛାତ୍ର । ଏହି ବର୍ଷ କଲେଜ ଖୋଲିଲା ପରେ ଏଠାକୁ ଆସୁ ଆସୁ ମନୋଜର ଫୋନ୍ ଯାଇଥ୍ଲା, “ବାବା, ଗୁଡ଼୍ ନିଉଜ୍ । ମୁଁ ଏ ବର୍ଷର ଶ୍ରେଷ୍ଠ ଛାତ୍ର ବଛା ହେଇଛି । ପ୍ରାଇଜ୍ ମିଳିନି । କଲେଜ ଆନୁଏଲ୍ ଡେ'ରେ ଦିଆଯିବ ।” ପୁଣି ଆଉଥରେ ଘରେ ହର୍ଷର ପରିବେଶ ଥିଲା । ସରୋଜ ଫୋନ୍ କରିଥିଲା, “ବାବା, ଶୁଣିଲଣି? ମନୋଜ ଶ୍ରେଷ୍ଠ ଛାତ୍ର ।” ୧୪୨ । ଶଙ୍ଖନାଦ ________________
ଇଲିଆନସ୍ରୁ ତା' ମାମୁଁ ଫୋନ କରିଥିଲେ, “ଭାଇନା ଶୁଣିଲଣି, ମନୋଜ ଏ ବର୍ଷର ଶ୍ରେଷ୍ଠ ଛାତ୍ର ।” କ'ଣ ହେଲା ମନୋଜର? କୁଆଡ଼େ ଗଲା ସେ? କୁଆଡ଼େ ଗଲା ତା'ର ଶ୍ରେଷ୍ଠତାର ପ୍ରଦର୍ଶନ? ମୋତେ ଦ୍ବାର ମୁହଁରେ ଅଟକି ଯାଇଥିବାର ଦେଖ୍ ପ୍ରଫେସର ପଛକୁ ଫେରିଲେ । ମୋ କାନ୍ଧରେ ହାତ ରଖିଲେ । ସହାନୁଭୁତିର ସ୍ବରରେ କହିଲେ, “ଆସନ୍ତୁ, ଭିତରକୁ ଯିବା ।” ଡାଇରେକ୍ଟର ଅପେକ୍ଷାକୃତ ଜଣେ ଶାନ୍ତ, ଭଦ୍ର ଆଚରଣର ପୌଢ଼ ବ୍ୟକ୍ତି ଥିଲେ । ମୋ ପରିଚୟ ପାଇ କହିଲେ, “ପୋଲିସ୍ ଇନ୍ସପେକ୍ଟର ଆସୁଛନ୍ତି । କାଲି ଆମ ଉପସ୍ଥିତିରେ ତା’ କୋଠରୀର ତାଲା ଭଙ୍ଗାଯାଇ ଯାହା ବାହାରିଛି, ତାକୁ ସିଜ୍ କରି ନେଇଛନ୍ତି । ସେ ଆସି ଆପଣଙ୍କୁ କହିବେ ।" କିଛି ସମୟ ପରେ ଇନ୍ସପେକ୍ଟର ଆସିଲେ । ଆମକୁ ଦେଖୁ ଦେଖୁ କହିଲେ, “ଆମ ମୋବାଇଲ ଟ୍ରାକିଂରେ କିଛି ସଫଳତା ମିଳୁନି । ବାରମ୍ବାର ସୁଇଚ୍ ଅଫ୍ ଦେଖଉଛି ।” ମୋତେ ଚାହିଁ କହିଲେ, “ଖଟ, ଶେଯ, ଚେୟାର, ଟେବୁଲ ବ୍ୟତୀତ ଟେବୁଲ ଉପରେ ଲାପ୍ଟପ୍ ଓ ତଳେ ଜୋତା ଥିଲା । ଖଟ ଉପରେ ସାର୍ଟ-ପେଣ୍ଟ ପଡ଼ିଥିଲା । ଆଉ ସବୁ କିଛି ଗତାନୁଗତିକ ଭାବରେ ରହିଥିଲା । ଯାହା ସବୁଠୁ ଖରାପ, ତାହା ଥିଲା ତା’ ସୁଟକେଶ୍ ଭିତରୁ ବାହାରିଥିବା କିଛି ନାଲି, ନେଳି ରଙ୍ଗର ଔଷଧ କେପସୁଲ୍ । ଗୋଟିଏ ବ୍ୟାଙ୍କ୍ ଲକର୍ ଚାବି ଓ ଜଣେ ସୁନ୍ଦରୀ ତରୁଣୀର ଫୋଟ, ଏଠାକାର ଏକ ନାଇଟ କ୍ଲବ୍ରେ ନାଚ କରେ ।” ଶୁଣୁ ଶୁଣୁ ମୋ ମୁଣ୍ଡରେ ଟ୍ୟାକ୍ସି ଡ୍ରାଇଭର କହିଥିବା କଥା ମନେ ପଡ଼ିଗଲା । ଶିହିରି ଉଠିଲି ମୁଁ । ମନୋଜ ଡ୍ରଗ୍ ବ୍ୟବହାର ଶଙ୍ଖନାଦ । ୧୪୩ କରୁଥୁଲା? କାହିଁ, କେବେ ତ ତା' କଥାବାର୍ତ୍ତାରେ ଜଣା ପଡୁ ନଥିଲା । ସେଥୁରେ ପୁଣି ଲକର୍, ଜଣେ ନାଚବାଲୀର ଫୋଟ? ଫୋଟକୁ ଦେଖେଇ ଇନ୍ସପେକ୍ଟର କହିଲେ, “ଇଏ ସେଇ ଫୋଟ । ତା’ ସହ ଆପଣଙ୍କ ପୁଅର ବନ୍ଧୁତା ଥିବା କଥା ଆପଣଙ୍କୁ କିଛି କହିଛି କି?” ଉତ୍ତର ପ୍ରଫେସର ଦେଇଥିଲେ, “ଗଲା ବର୍ଷ ଆମ କଲେଜ ଡ୍ରାମାରେ ୟାକୁ ଡକା ଯାଇଥିଲା । ଲିଡ଼ିଙ୍ଗ ରୋଲରେ କିଏ ନ ମିଳିବାରୁ ।” ଗଲା ବର୍ଷର ଡ୍ରାମା ବିଷୟରେ ସେ ଘରେ କଥା ହୋଇଥିଲା । କିନ୍ତୁ, ତାର ନାୟିକା ସହ ଯେ ସେ ସମ୍ପର୍କ ରଖୁଛି ସେ ବିଷୟ ମୁଁ ଜାଣି ନ ଥିଲି । ମୁଁ ଇନ୍ସପେକ୍ଟରଙ୍କ ଅନ୍ୟ ତଥ୍ୟ ଉପରେ ପ୍ରଶ୍ନ ଗୁଡ଼ିକର ଉତ୍ତର ମଧ୍ୟ ଦେଇ ପାରି ନ ଥିଲି । ତାଙ୍କ ଓ ପ୍ରଫେସରଙ୍କ ପ୍ରଶ୍ନବାଚୀ ନୟନର ସାମ୍ନା କରିବାକୁ ସୁଦ୍ଧା ମୋ ମନରେ ସାହାସ ନ ଥିଲା । ହୋଟେଲରୁ ଆଣିଥିବା ଫୋନ ନମ୍ବରକୁ ମୁଁ ତାଙ୍କୁ ଦେଖେଇଥ୍ଲି । ମୋତେ ଫୋନ କରି ଯାହା କୁହା ଯାଇଥିଲା, ତାକୁ ବି କହିଲି । ମୋ ହାତରୁ କାଗଜକୁ ନେଇ ସେ କିଛି ସମୟ ଦେଖିଲେ । ପରେ କିଛି ମନେ ପଡ଼ିଲା ଭଳି ଡାଇରେକ୍ଟରଙ୍କୁ ଚାହିଁ କହିଲେ, “ଇଏ ଆପଣଙ୍କ ଅଫିସ ନମ୍ବର ।” ଡାଇରେକ୍ଟର ସେ କାଗଜକୁ ନେଇ ଦେଖିଲେ ଓ ଆଶ୍ଚର୍ଯ୍ୟ ହୋଇ ସ୍ଵଗତୋକ୍ତି କଲେ, “ମୋ ଅଫିସ ନମ୍ବରରୁ ଫୋନ?” ଇନ୍ସପେକ୍ଟର ତାଙ୍କୁ କହିଲେ, “ଏବେ ଆପଣଙ୍କ ଅଫିସ ମଧ୍ଯ ୧୪୪ । ଶଙ୍ଖନାଦ ମୋ ତଦନ୍ତ ପରିସରକୁ ଆସିଗଲା ।” ପୁଣି ମୋତେ ଚାହିଁ କହିଲେ, “ଆପଣ ହଠାତ୍ ଯିବେନି । ଡ୍ରଗ୍ଧ ବାହରିଛି, ଅର୍ଥ କିଛି ଗୁରୁତ୍ତର । ଲକର୍ ଖୋଲିଲା ବେଳେ ଆପଣଙ୍କ ଉପସ୍ଥିତି ଦରକାର ପଡ଼ିପାରେ । ଆମେ ମାଜିଷ୍ଟ୍ରେଟଙ୍କ ଅନୁମତି ଆଣି ଲକର ଖୋଲିବୁ ।” ମୋ ଅବସ୍ଥା ଜଣେ ଘଟଣାସ୍ଥଳରେ ଧରା ପଡ଼ି ଯାଇଥିବା ଚୋର ଭଳି ଥିଲା । ପ୍ରଫେସରଙ୍କ, ଡାଇରେକ୍ଟରଙ୍କ ମୁହଁର ରଙ୍ଗ ବି ବଦଳି ଯାଇଥିଲା । ଧକ୍କା ଉପରେ ଧକ୍କା ଆମମାନଙ୍କ ବିଶ୍ବାସରେ ଆସି ବାଜୁଥିଲା । ଆମ ପାଟିରେ ଭାଷା ନ ଥିଲା । କେମିତି ଥାଆନ୍ତା? ତୃତୀୟ ବର୍ଷର ଶ୍ରେଷ୍ଠ ଛାତ୍ର ଚତୁର୍ଥ ବର୍ଷରେ ଯେ ନକାରାତ୍ମକ ସ୍ଥିତିକୁ ଆସିଯିବ, କିଏ ଅବା ବିଶ୍ବାସ କରି ପାରିବ? ଡାଇରେକ୍ଟର ତାଙ୍କୁ ଅନୁରୋଧ କରୁଥିଲେ, “ଦୟାକରି ଏ ବିଷୟରେ କାହାକୁ କିଛି କହିବେନି । କଲେଜର ପ୍ରତିଷ୍ଠାର ପ୍ରଶ୍ନ ।” ଇନ୍ସପେକ୍ଟର ତାଙ୍କ କଥାର କିଛି ଉତ୍ତର ନ ଦେଇ ଉଠି ଠିଆ ହେଲେ । ତାଙ୍କ ଯିବାପରେ ସେମାନଙ୍କଠାରୁ ବିଦା ନେଇ ମୁଁ ହଷ୍ଟେଲ ମୁହାଁ ହେଲି । ଟ୍ୟାକ୍ସିରୁ ଓହ୍ଲାଉଛି, ସିଡ଼ିର ଉପର ମୋଡ଼ରେ ପୁଣି ସେହି ଚେହେରା ମୋତେ ଦେଖାଗଲା । କିଏ ଜଣେ ଉଙ୍କି ମାରି ମୋତେ ଦେଖୁଥିଲା । ଆଜି ଆଉ ମୁଁ ତାକୁ ଉପେକ୍ଷା କରି ପାରିଲିନି । ହଷ୍ଟେଲ ଭିତରକୁ ଗଲି । ସିଡ଼ି ଚଢ଼ି ମନୋଜର କୋଠରୀ ଆଡ଼େ ପୁଣି ଅଗ୍ରସର ହେଲି । ସିଡ଼ି ଶେଷରେ ଜଣେ ଠିଆ ହୋଇଥିଲେ । ପତଳା ଚେହେରା, ଗୋଜିଆ ନାକ, କୁଞ୍ଚି କୁଞ୍ଚି ବାଳ । ବଡ଼ ବଡ଼ ଆଖ୍ । ମୋତେ ହଠାତ୍ ପାଖରେ ପାଇ ହତଭମ୍ବ ହେଇଗଲା ଭଳି ଅନୁଭବ ହେଲା । ଶଙ୍ଖନାଦ | ୧୪୫ କହିଲି, “ମୁଁ ମନୋଜର ବାପା । କିଛି କହିବ କି ତମେ ତା’ ବିଷୟରେ?" ମୁଣ୍ଡ ହଲେଇ ମନା କରି ଦେଇ ସେ ତା' କୋଠରୀ ଭିରେ ପଶିଗଲା । କବାଟ ବନ୍ଦ କରିବାକୁ ସେ ସୁଯୋଗ ପାଇଲାନି । ପଛେ ପଛେ ମୁଁ ପଶିଲି । ସେହି ଜଣକିଆ କୋଠରୀ । ଇତସ୍ତତଃ ବିଞ୍ଛାଡ଼ି ହୋଇ ପଡ଼ିଥିବା ଆସବାବ ପତ୍ର । କିଛି ଉପାୟ ନ ଦେଖ୍ ପିଲାଟି ମୋତେ ଚୌକି ଦେଲା ବସିବା ପାଇଁ । ନିଜେ ଖଟରେ ବସିଲା । କିଛି ନ କହି ମୁଣ୍ଡ ତଳକୁ କରି ରହିଲା । ମୁଁ ହିଁ ଆରମ୍ଭ କଲି, “ତମେ ଯଦି କିଛି ଜାଣିଛ, ମୋ ସହ ସେୟାର୍ କର । ତମ କଥା ଆମକୁ ତାକୁ ଖୋଜିବା ପାଇଁ ସାହାଯ୍ୟ କରିବ ।” ସେ ରହି ରହି କହିଲା, “ପୋଲିସ୍ ମୋତେ ଧରିବ ।” “ମୁଁ ତମ ନାଁ କହିବିନି । ତମେ ମୋତେ କୁହ ।” “ମନୋଜ ଡ୍ରଗ୍ ବିକୁଥିଲା ।” କିଛି କ୍ଷଣ ପାଇଁ ଭୁଲି ଯାଇଥିବା କଥା ମୋ ମାନସ ପଟଳରେ ଆଉଥରେ ସେ ମନେ ପକେଇ ଦେଇଥିଲା । ହଠାତ୍ ମୁଁ କିଛି କହି ପାରିଲିନି । ମୋତେ ଚୁପ୍ ରହିଯାଇ ଥିବାର ଦେଖ୍ ସେ ପୁଣି କହିଲା, “ଇଏ ମୋ'ପାଇଁ ଅତି ଆଶ୍ଚର୍ଯ୍ୟ ଥିଲା । ମୁଁ ଦିନେ ଦେଖୁଥିଲି । ସେ ଜଣେ ଲୋକାଲ୍ ଟୋକା ସହ କିଛି ଦିଆନିଆ କରୁଥିଲା । ମୋତେ ଦେଖ୍ ଦୁହେଁ ଚୁପ୍ ହେଇ ଯାଇଥିଲେ । ତା' ପରେ ଦିନେ ମୁଁ ସ୍ପଷ୍ଟ ଦେଖିଲି, ତାକୁ ସେହି ଡ୍ରଗ୍ଧ ଯୋଗାଉ ଏଇ କଲେଜର ଜଣେ ଜୁନିୟରକୁ । ଆପଣ କିନ୍ତୁ ପୋଲିସ୍ କୁ ମୋ କଥା କହିବେନି । ମୋ କ୍ୟାରିୟର ନଷ୍ଟ ହୋଇଯିବ ।” ୧୪୬ । ଶଙ୍ଖନାଦ ଏହି କଲେଜରେ ଡ୍ରଗ୍ଧ କାରବାର ଚାଲିଛି? ସବୁ ନୂଆ ନୂଆ ତଥ୍ୟ ମୋ ମୁଣ୍ଡ ଭିତରେ ଆସି ପଶୁଥିଲା । ମୋତେ ତା' ନାଁ ବି ପଚାରିବାକୁ ଇଛା ହେଲାନି । ଛି, ନିହାତି ଭୟାଳୁ ପିଲାଟା । ମୋ ହୃଦୟ ମାନୁ ନ ଥିଲା । ମିଳୁଥିବା ତଥ୍ୟ ଶୁଣି ମୋ ମୁଣ୍ଡ ଭିତରଟା ଗୋଳେଇ ଘାଣ୍ଟି ହେଉଥ୍ଲା । ମୋ ଦେହରେ ଅଦେଖା କମ୍ପନର ଅନୁଭବ ଅନୁଭୂତ ହେବାକୁ ଲାଗିଲା । ଅଞ୍ଜଳି ଠିକ୍ କହୁଥିଲେ । ସେ ଏ ସମୟରେ ମୋ ପାଖରେ ଥିଲେ ଭଲ ହୋଇଥାନ୍ତା । ଟ୍ୟାକ୍ସି ଭିତରେ ମୁଁ ଅସହାୟ ଅବସ୍ଥାରେ ବସୁଥିଲି । ମୋ ଆଖ୍ ବୁଜି ହୋଇ ଯାଉଥିଲା । ଶଙ୍ଖନାଦ | ୧୪୭ ଆରମ୍ଭ ଧୀରେ ଧୀରେ ନକାରାତ୍ମକ ଅନ୍ଧାରର ଆଗମନ ମୋ ଚୈତନ୍ୟର ଆଲୁଅକୁ ଅପସରି ନେଇ ଯାଉଥିଲା । ମୁଣ୍ଡ ଘୂରିବାକୁ ଆରମ୍ଭ ହେଲା । ଏକ ଗମ୍ଭୀର ଅନ୍ଧକାର ଗର୍ଭ ଭିତରକୁ ଚକ୍ରାକାରରେ ମୁଁ ଠେଲି ହୋଇ ତଳକୁ ତଳକୁ ବିସ୍ତାରି ଯାଉଥିବା ଅନୁଭବ କରୁଥିଲି । ତଳୁ ହଠାତ୍ ଏକ ଦ୍ରୁତ ଚାପର ପ୍ରୟୋଗ ମୋତେ ପୁଣି ଥରେ ଉପର ଦିଗକୁ ଉଠେଇ ଆଣ୍ଠୁଥିଲା । ସ୍ତର ପରେ ସ୍ତର । ପୃଥିବୀ ପୃଷ୍ଠର ସବୁଜ ଗାଲିଚାର କୋମଳତା ଉପରେ ମୁଁ ଭାସି ବୁଲୁଥୁଲି । ମୋ ଚେତନା ବିସ୍ତାରିତ ଅବସ୍ଥାରୁ ସଙ୍କୁଚିତ ଅବସ୍ଥା ଭିତରକୁ ପ୍ରବେଶ କରୁଥିଲା । ଭାସମାନ ଶରୀର ସନ୍ତୁଳିତ ହେବାରେ ଲାଗିଥିଲା । ଚେତନା ଫେରିଲା ବେଳେ ଅର୍ଥ-ଅନ୍ଧକାର ଆବୃତ କୋଠରୀରେ ମୁଁ ନିଜକୁ ପାଇଥିଲି । ଗୋଟିଏ ଶେଯରେ ମୁଁ ଶୋଇଥିଲି । କିନ୍ତୁ ମୋର ସ୍ପର୍ଶ, ଗନ୍ଧ ଶବ୍ଦର ଅନୁଭୂତ ହୋଇ ପାରୁ ନ ଥିଲା । ତଥାପି ମୁଁ ଦେଖି ପାରୁଥିଲି । ଶେଯ ଉପରେ ଉଠି ବସିଲି । ଦ୍ବାରର କାଚ କବାଟରୁ ବାହାରର ତୋଫା ଆଲୁଅକୁ ମୁଁ ସ୍ପଷ୍ଟ ଦେଖ୍ପାରୁଥିଲି । କବାଟ ଖୋଲି ବାହାରକୁ ଜଣେ ନର୍ସଙ୍କୁ ଯାଉଥିବାର ମୁଁ ଦେଖୁଥୁଲି । ଉଠି ଠିଆ ହେଲି । ସାମର୍ଥ୍ୟବାନଙ୍କ ଭଳି ବାହାରକୁ ଆସିଲି । ବାହାରେ ଗୁଡ଼ାଏ ଲୋକ ଜମା ହୋଇ କଥାବାର୍ତ୍ତା ହେଉଥିଲେ । ଦି'ଜଣ ଡାକ୍ତର ବି ତାଙ୍କ ସହ ଠିଆ ହୋଇଥିଲେ । ନର୍ସ ଜଣଙ୍କ ତାଙ୍କ ପାଖକୁ ଯାଇ ଡାକ୍ତରଙ୍କ କାନରେ କ'ଣ କହୁଥିଲେ । ଡାକ୍ତର ତର ୧୪୮|ଶଙ୍ଖନାଦ ତର ହୋଇ ପଛକୁ ବୁଲିଲେ । ମୋ କୋଠରୀ ଆଡ଼କୁ ଦୌଡ଼ିଲା ପ୍ରାୟେ ଆସୁଥିଲେ । ମୁଁ ବାହାରକୁ ବାହାରି ସାରିଥିଲି । କିନ୍ତୁ ସେମାନେ ମୋ ଆଡ଼େ ଚାହୁଁ ନଥିଲେ । ଜଣକ ପରେ ଜଣେ ଦୌଡ଼ିବାରେ ଲାଗିଥିଲେ । ସେମାନଙ୍କ ପଛରେ ଅଞ୍ଜଳି ଥିଲେ, ମୀନୁ ଥିଲା, ସରୋଜ ଥିଲା । ଆରେ, ମନୋଜ ବି ସେମାନଙ୍କ ସହ ଥିଲା । ମୁଁ ଚିତ୍କାର କରି ମନୋଜକୁ ଡାକିବାକୁ ଚେଷ୍ଟା କରୁଥିଲି । ମୋ ପାର୍ଟିର କଥା ମୋତେ ଶୁଣା ଯାଉ ନଥିଲା । ମୋ ଆଡ଼କୁ ଦୌଡ଼ି ଆସୁଥିବା ମନୋଜକୁ ମୁଁ ଜାବୁଡ଼ି ଧରିବାକୁ ଚେଷ୍ଟା କରୁଥିଲି । ମୁଁ ତାକୁ ଧରି ପାରୁ ନ ଥିଲି, ସେ ମୋତେ ଡେଇଁ ଆଗକୁ ପଳେଇଗଲା । ସମସ୍ତେ ମୋତେ ବାହାରେ ଛାଡ଼ି କୋଠରୀ ଭିତରକୁ ପଶିଗଲେ । ସମସ୍ତଙ୍କ ପଛେ ପଛେ ମୁଁ ବି ଗଲି । ଡାକ୍ତର ମୋ ଖଟ ପାଖରେ ଠିଆ ହୋଇଥିଲେ । ଅଞ୍ଜଳି, ମୀନୁ, ସରୋଜ, ମନୋଜ ଜୋର ଜୋରରେ କାନ୍ଦୁଥିଲେ । ଖଟର ଶେଯରେ ମୁଁ ଶୋଇଥିଲି, ପ୍ରଶାନ୍ତ ମୟ ମୁଖା କୃତିରେ, ଚିରନିଦ୍ରାରେ । ଶଙ୍ଖନାଦ । ୧୪୯ | ୧୫୦ । ଶଙ୍ଖନାଦ ଦ୍ବିପହରର ଛାଇ Sumbeet (ଏକ) ଦିନେ, ଦି’ଦିନ ନୁହେଁ ! ସପ୍ତାହେ ହେଲା ସ୍ମୃତି ଦେଖୁଛି ତାକୁ । ଆଜି ବି ଦେଖିବ କି? କ୍ଲାସ ସରିବାକୁ ଯାଉଛି । ଏଇ ଭାବନା ଆସୁ ଆସୁ ସ୍ମୃତିର ଛାତିରେ କମ୍ପନ ବଢ଼ିଗଲା । କ୍ଲାସ୍ ଶେଷ ହେଲା । ମାଳବିକା ସହ ସେ କଲେଜରୁ ବାହାରକୁ ଆସିଲା । କଲେଜ ସାମନା ବସ୍ ରହିବା ଜାଗାରେ ସେ ଆଜି ବି ଠିଆ ହୋଇଛି । ତାକୁ ଚାହିଁ ହସୁଛି । ଏକମୁଖୀ, ସ୍ଥିରଦୃଷ୍ଟି, ସ୍ମିତହାସ୍ୟ । ଆମନ୍ତ୍ରଣ ଜଣାଉଥିବା ହସ ! ସ୍ମୃତି ନିଜ ସ୍ମୃତିକୋଷରେ ଖୋଜିଲା । ନା, ମାମାଙ୍କର କିଏ ସାଥୀ ଭଳି ତ ମନେ ହେଉନି । ତାହାହେଲେ କ'ଣ ପାଇଁ, କେବଳ ତାକୁ ହିଁ ଚାହିଁ ହସେ? ସିଏ ତ ଆଉ ଛୋଟପିଲା ହୋଇନି ଯେ ହସି, ଫୁଲ ଶୁଝେଇ ତା' ପଛେ ପଛେ ଟାଣି ନେଇଯିବ ! ତାହାହେଲେ କିଏ ସେ? କ'ଣ ଦରକାର ତା'ର? ଅଜଣା ଅଘଟଣର ଆଶଙ୍କାରେ ସ୍ମୃତି ଶିହିରି ଉଠିଲା । ମାଳବିକା ପ୍ରଶ୍ନ କଲା, “କିଏ ଲୋ ସ୍ମୃତି, ଚିହ୍ନିଛୁ? ସବୁବେଳେ ତୋତେ ହିଁ ଚାହିଁ ହସୁଛି ।” ମୁଣ୍ଡ ହଲେଇ ସ୍ମୃତି ମନା କଲା । “ମୁଁ ପଚାରିବି ତାକୁ?” “କ'ଣ ବୋଲି?” “ଏମିତି । ଜଣେ ପୁଅ ଜଣେ ଝିଅର ପିଛା ଧରିବାରେ କିଛି ଶଙ୍ଖନାଦ | ୧୫୧ କାରଣ ଅଛି । କିନ୍ତୁ ଜଣେ ଦରବୁଢ଼ୀ ଏଇ ସୁନ୍ଦରୀର ପଛେ କାହିଁକି?” “ନା, ଆମର କିଛି ଦରକାର ନାଇଁ ସେସବୁ ସମ୍ପର୍କରେ ଆସିବା ।” ସ୍ମୃତି କହିଲା । ମାଳବିକା ପ୍ରତିବାଦ କଲାନି । “ସ୍କୃତି, ଶୁଣିବୁ?” ପ୍ରଶ୍ନ ଠିକ୍ ସେମାନଙ୍କୁ ଲକ୍ଷ୍ୟ କରି କରା ଯାଇଥିଲା । ଦିହେଁ ସେତେବେଳେ ବସ୍ ରହିବା ଜାଗାକୁ ଅତିକ୍ରମ କରୁଥିଲେ । ତାକୁ ହିଁ ଲକ୍ଷ୍ୟ କରି ଡାକୁଥିବା ଜାଣି ବି ସ୍ମୃତି ଚାହିଁ ହିଁ ପାରିଲାନି । ଅନ୍ୟଦିଗେ ମୁହଁ ବୁଲେଇ ନେଲା । ମାଳବିକା ସିଧା ଚାହିଁଲା । ପୌଢ଼ାକୁ ଚାହିଁ ଆଖ୍ ଆଖିରେ ପଚାରିଲା – ମୋତେ? “ନା, ତମକୁ ନୁହଁ । ସ୍ମୃତିକୁ । ଟିକେ ମୋ ପାଖକୁ ଆସିବୁ ମାଆ?” ମନେ ମନେ ଚିଡ଼ିଗଲା ସ୍ମୃତି । ହୁଁ, ନାଁ ବି ଜାଣିଛି ! ମାଳବିକା କହୁଣୀରେ ତାକୁ ସ୍ପର୍ଶ କଲା, “ଯା, ଡାକୁଛି । ମୁଁ ଅଛି ଏଇଠି ।” ସେ ପାଖକୁ ଗଲା । କ୍ଷଣକାଳ ପାଇଁ ନିରିଖେଇ ଚାହିଁଲା । ଗୌରାଙ୍ଗୀ ଏଇ ମହିଳା ଜଣକ ଅତୀତରେ ଯେ କେବେ ଦିନେ ସୁନ୍ଦରୀ ଥିଲେ, ସେଥିରେ ସନ୍ଦେହ ନାହିଁ । କୁନ୍ଦିଲା କୁନ୍ଦିଲା ଚେହେରାର ସୌନ୍ଦର୍ଯ୍ୟ ଏବେ ବି ମଉଳିନି । ପଚାରିଲା, “କ'ଣ?” ହଠାତ୍ ତା'ର ମନେ ହେଲା ସେ ଠିକ ଭାବେ ପ୍ରଶ୍ନ କରି ପାରୁନି । କଣ୍ଠରୁ ସ୍ବର ଏକ ଭିନ୍ନ ଲହରରେ ବାହାରୁଛି । “ତୁ ବିଏ ପଢୁଛୁ ମା'?” କୋମଳ ଭାବେ ପ୍ରଶ୍ନ କରାଗଲା । ସେ ମୁଣ୍ଡ ହଲେଇଲା । ୧୫୨ । ଶଙ୍ଖନାଦ “କେତେ ବଡ଼ ହେଇ ଗଲୁଣି । ଏତେ ଟିକେ ଥିଲୁ । ଦେଖୁଥ୍ଲି ।” “କିନ୍ତୁ ମୁଁ ତ ଆପଣଙ୍କୁ ଜାଣିନି । କେବେ ଦେଖୁନି ।” ଆଖରେ ତାଙ୍କର ଗତ ଯୁଗର ସ୍ବପ୍ନ ଭାସି ଉଠିଲା । ଡୋଳା ଦୁଇଟି ଉପରେ ପାଣିର ଏକ ଆସ୍ତରଣ ଦେଖାଗଲା । ସେ ସ୍ମୃତିର ଚିବୁକ ସ୍ପର୍ଶ କଲେ, “ମୋ ନାଁ ରମା । ରମା କହିଲେ ତୋ' ବାପା ଚିହ୍ନିବେ । କହିବୁ?” ସ୍ମୃତି ପ୍ରଶ୍ନର ଉତ୍ତର ଦେଇ ପାରିଲାନି । (ଦୁଇ) ବାବା ଆସିଲାବେଳେ ରାତିର ପ୍ରଥମ ପ୍ରହର ବିତି ସାରିଥିଲା । ମାମା ତାଙ୍କ ହାତରୁ କୋଟ୍ ନେଇ ୱାର୍ଡ଼ରୋବ ବାହାର କରୁଥିଲେ । ସ୍ମୃତି କବାଟରେ ଆଘାତ ଦେଲା, “ବାବା !” ଦିବ୍ୟନ୍ଦୁ ବୁଲି ଚାହିଁଲେ ଏବଂ ଝିଅକୁ ଦୁଆର ମୁହଁରେ ଦେଖ୍ କହିଲେ, “ଆ ଇତି, ଏଇଠିକୁ ଆସେ । ପାଖକୁ ଆସି ସେ ପଚାରିଲା, “ବାବା, ଆପଣ ରମା ନାଆଁରେ କାହାକୁ ଜାଣନ୍ତି, ଜଣେ ସ୍ତ୍ରୀ ଲୋକକୁ?” ଜୋତା ଖୋଲୁ ଖୋଲୁ ଦିବ୍ୟନ୍ଦୁଙ୍କ ହାତ ଅଟକି ଗଲା । କିଛି ସମୟ ଚୁପ୍ ହେଇଯିବା ପରେ ସେ ସ୍ମୃତିକୁ ଚାହିଁଲେ, “କାହିଁକି, କ'ଣ ହେଲା କି?” “ସପ୍ତାହେ ହେଲା ସେ କଲେଜ ସମନା ପାସେଞ୍ଜର ସେଡ୍ରେ ଠିଆ ହୁଅନ୍ତି । ମୋତେ ଦେଖ୍ ହସନ୍ତି । ଆଜି କହିଲେ ଆପଣ ତାଙ୍କୁ ଶଙ୍ଖନାଦ | ୧୫୩ ଜାଣନ୍ତି ବୋଲି । କିଏ ସେ ବାବା?” ଦିବ୍ୟନ୍ଦୁ ଜବରଦସ୍ତ ହସିଲେ, “ଡରି ଯାଇଛୁ? ଜଣେ କିଏ ତୋତେ ରୀତିମତ ଫଲୋ କରୁଛି । ଏଥିରେ ଡରିବାର କ'ଣ ଅଛି? 'ବି ଏ ବ୍ରେଭ୍ ଗର୍ଲ ଏଣ୍ଡ ଫେସ୍ ଇଟ୍ ବ୍ରେଭଲି' । ମୋତେ ସେ ଜାଣି ଥାଇପାରେ । କିନ୍ତୁ ମୁଁ ତାକୁ ଜାଣିନି ।” ସ୍ମୃତି ସନ୍ତୁଷ୍ଟ ହୋଇ ପାରିଲାନି । ତଥାପି ପ୍ରତିବାଦ କଲାନି । ଫେରି ପଡୁଥିଲା । ବାବା ପଛରୁ ଡାକିଲେ, “ଶୁଣ ଇତି, କାଲିଠୁ ତୁ ଚାଲି ଚାଲି କଲେଜ ଯିବୁନି । ମୋ ଜିପ୍ରେ ଯିବୁ । ସେଥିରେ ଆସିବୁ । ଆଜିକାଲି ଏମିତି ଘଟଣା ରାଜଧାନୀରେ ପ୍ରବଳ । ଫୁଲ ଶୁଝେଇ କଲିକତାରେ ନେଇ ବିକିଦେବେ ।" ରମା ନାମ୍ନୀ ସେହି ସ୍ତ୍ରୀ ଲୋକଟି ମାଲୁଣୀ କି? ଫୁଲ ଶୁଝେଇ ମେଣ୍ଢା କରିଦେବ? ସେ ଶୀତେଇ ଉଠିଲା ! ଝିଅ ଚାଲିଗଲା ପରେ ବିରଜା ପଚାରିଲେ, “ରମା ହଠାତ୍ ଏବେ କାହିଁକି ଦେଖା ଦେଇଛି?” ସେ ଉତ୍ତର ଦେଲେ, “ଦେଖାଯଉ । ସମୟ କହିବ ।” (ତିନି) ସେଦିନ ତିନିଟା ପରର ସମସ୍ତ କ୍ଲାସ ହଠାତ୍ ସସ୍ପଣ୍ଡ ହୋଇଗଲା । ସ୍ମୃତି ଘରକୁ ଫୋନ୍ କଲା । ମାମା କହିଲେ – ଡ୍ରାଇଭର ଶୋଇ ଯାଇଛି । ସେ ଯାଇ ଉଠେଇ ପଠେଇବେ । - ଚାଲି ଚାଲି ଗେଟ୍ ପର୍ଯ୍ୟନ୍ତ ଗଲା ସ୍ମୃତି । ସେଇଠି ଠିଆ ହୋଇଥିଲେ ରମା ! ତା'ର ସମସ୍ତ ରକ୍ତ ମୁଣ୍ଡ ଉପରକୁ ଉଠିଗଲା । ୧୫୪|ଶଙ୍ଖନାଦ କ୍ରୋଧରେ ଫାଟି ପଡ଼ିଲା ସେ, “କ'ଣ ଦରକାର ଆପଣଙ୍କର? କାହିଁକି ମୋ ପିଛା ଧରିଛନ୍ତି?” ରମାଙ୍କ ଆସ୍ରୁ ହସ ଲିଭିଗଲା, “ପିଛା ନୁହେଁ ଝିଅ । ମାଆ ତା' ଝିଅକୁ ଦେଖିବାଟା ଅପରାଧ?” ସେ ଚମକି ଉଠିଲା, “କିଏ କା ମାଆ?” “ତୁ ମୋ ଝିଅ ସ୍ମୃତି । ମୁଁ ତୋ' ମାଆ ।” ସ୍ମୃତିର କଣ୍ଠରୁ ଠିକ୍ ସ୍ବର ବାହାରିଲାନି । ଫିସ୍ ଫିସ୍ ସ୍ବରରେ କହିଲା, “ଅସମ୍ଭବ, ଅସମ୍ଭବ, ମୋ ମାଆ ମୋତେ ଜନ୍ମ କଲା ପରେ ମରି ସାରିଛନ୍ତି ।” ମୁଣ୍ଡ ହଲେଇଲେ ରମା, “ମୋ ଫୋଟ କେବେ ଘରେ ଦେଖୁନୁ?” "ନାଁ” “ତୋ ବାବାଙ୍କୁ ଫୋଟ ମାଗେ, ଜାଣି ପାରିବୁ ।” ଏମିତି କେମିତି ହୋଇଗଲା? ଗୋଟିଏ ମୁହୁର୍ତ୍ତରେ ସବୁ କିଛି ଓଲଟପାଲଟ ହୋଇଗଲା । ତା' ମାଆ ବଞ୍ଚିଛନ୍ତି ! ଅଥଚ ତାକୁ ପିଲାଦିନୁ କୁହାଯାଇଛି ସେ ମରି ସାରିଛନ୍ତି । ଏମିତି କେମିତି କରିପାରିଲେ ବାବା? ଗୋଟିଏ ଛୋଟ ଦୁଧ ଛୁଆ ପାଖରୁ ତା’ ମା'କୁ ଛଡ଼େଇ କେମିତି ନେଇ ପାରିଲେ? ମାଆ ! ପ୍ରଥମେ ପରିଚୟ ନ ଜାଣି ଯେଉଁ ସ୍ତ୍ରୀ ଲୋକଟିକୁ ଦେଖ୍ ସେ ବିରକ୍ତ ହେଉଥିଲା, ସେ ତା’ ମାଆ ! ଇସ୍ ତାଙ୍କ ଛାତିରୁ ସେ କେତେଦିନ ଦୁଧ ଖାଇଛି? ଶଙ୍ଖନାଦ | ୧୫୫ “ବାବା?” “କ'ଣ ଇତି?” (ଚାରି) “ମା’ଙ୍କର ଫୋଟ ନାହିଁ?” “ଆଲବମ୍ରେ ଅଛି । ଦେଖୁନୁ ।” “ମାମାଙ୍କର ନାହିଁ ବାବା, ମୋ ମା'ଙ୍କର ଫୋଟ ।” ଦିବ୍ୟନ୍ଦୁ ଝିଅକୁ ଚାହିଁଲେ । ସ୍ମୃତି ଆଜି ସବୁଦିନଠୁ ଅଲଗା ଦେଖା ଯାଉଛି । ରମାକୁ ପୁଣି ଭେଟିଛି କି? ପଚାରିଲେ, “ଆଜି ତୋର ଫୋଟ କାହିଁକି ଦରକାର ପଡ଼ିଲା?" “ମୋ ମା'ଙ୍କର ନାଁ ରମା କି ବାବା?” ସେ ଥଣ୍ଡା ପଡ଼ିଗଲେ । ନିଜକୁ ଯଥାସମ୍ଭବ ସଂଯତ ରଖ୍ ଉତ୍ତର ଦେଲେ, “ହଁ ।” “ସେ ମରି ସାରିଛନ୍ତି ବୋଲି ମିଛ କାହିଁକି କହିଛ ବାବା? ତାଙ୍କୁ ଘରୁ ତଡ଼ି ଦେଇଛ?” “ତୋର ଏ ସବୁରେ ମୁଣ୍ଡ ଖେଳେଇବା ଦରକାର ନାହିଁ । ସ୍ମୃତିର ସମସ୍ତ ତନ୍ତୁ ଆନ୍ଦୋଳିତ ହୋଇଗଲା । ଉତ୍ତେଜିତ ହୋଇ ପାଟି କଲା, “ମୋ ମା' ବଞ୍ଚି ଥାଉ ଥାଉ ସେ ମରି ସାରିଛନ୍ତି ବୋଲି କାହିଁକି କହିଲ? ମୋର ଉତ୍ତର ଦରକାର ।” ଦିବ୍ୟନ୍ଦୁ ଚେୟାରରୁ ଉଠି ସ୍ତ୍ରୀଙ୍କୁ ଚାହିଁ କହିଲେ, “ତାକୁ ୧୫୬ ଶଙ୍ଖନାଦ କହିଦିଅ ବିରଜା, କାଲିଠୁ ତା'ର କଲେଜ ଯିବା ବନ୍ଦ । ମୁଁ ଚେଷ୍ଟା କରିବି, ଅନ୍ୟ କେଉଁଠି ହଷ୍ଟେଲରେ ରହି ସେ ଯେମିତି ପଢ଼ି ପାରିବ ।” ବିରଜା ଝିଅକୁ ବିକଳରେ ଚାହିଁଲେ । ଗଡ଼ି ଆସୁଥିବା ଲୁହକୁ ଦୁଇ ହାତ ପାପୁଲିରେ ଘୋଡ଼ାଇ ସ୍ମୃତି ନିଜ କୋଠରୀକୁ ଚାଲିଗଲା । (ପାଞ୍ଚ) ସବୁ ରବିବାରରେ ଦିବ୍ୟନ୍ଦୁ ଘରେ ରହନ୍ତି । ସେଦିନ ବି ଥିଲେ । ସ୍ତ୍ରୀଙ୍କ ସହ ବସି ଟିଭି ଦେଖୁଥିଲେ । ସ୍ମୃତି ନିଜ କୋଠରୀରେ ପଡ଼ି ରହି ଶୀତୁଆ ଆକାଶକୁ ଚାହିଁ ରହିଥିଲା । ବିରଜା ଆସି ତାକୁ ଡାକିଲେ ଟିଭି ଦେଖିବା ପାଇଁ । ଅଭିମାନରେ ମାମାଙ୍କ ଡାକ ବି ଶୁଣିଲାନି ସେ । ଶୋଇ ସ୍ବପ୍ନ ଦେଖିଲା । ସୁନ୍ଦର, ଦିବ୍ୟ ଚେହେରା ନେଇ ତା' ମାଆ ତାକୁ ଡାକୁଛନ୍ତି – ମୋ ପାଖକୁ ଆସିବୁନି ମାଆ? ସ୍ମୃତି ଯାଇ ପାରୁନି । କୁହୁଡ଼ିରେ ପହଁରୁଛି । ପାଖରେ ପହଞ୍ଚି ପାରୁନି । ତା'ର ଶ୍ବାସରୁଦ୍ଧ ହୋଇ ଯାଉଛି । ସେ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଚାହୁଁଛି । କିନ୍ତୁ ପାରୁନି । ତା'ର ନିଦ ଭାଙ୍ଗିଗଲା । କୋଠରୀ ଭିତରେ ପୌଷ ମଧ୍ୟାହ୍ନର ତୀକ୍ଷଣାଲୋକ । ବୈଠକଖାନାରେ ବାବା ଏବଂ ଅନ୍ୟ ଏକ ସରୁ କଣ୍ଠର ଜୋର୍ଦାର୍ ତର୍କ-ବିତର୍କ ଝଙ୍କାର ଶୁଣା ଯାଉଛି । କିଏ ଆସିଛି? ସେ ଉଠି ବୈଠକଖାନା ଦ୍ବାର ନିକଟକୁ ଗଲା । ବାବା ଡାକିଲେ, “ଆ ଇତି । ଦେଖେ, କିଏ ଆସିଛି ।” ରକ୍ତ-ପାଣ୍ଡୁର ଓସାରିଆ ମୁହଁ ନେଇ ରମା ବସିଥିଲେ । ତା' ଶଙ୍ଖନାଦ ୧୫୭ ମାଆ ! ସ୍ମୃତି ହଠାତ୍ ବୁଝି ପାରିଲାନି ସେ କ'ଣ କରିବ? ଦୌଡ଼ିଯାଇ ତା' ମାଆଙ୍କ କୋଳରେ ପଡ଼ିଯିବ ନା ପ୍ରାଣ ଖୋଲି ହସିବ? ତା'ର ହାତ ଧରି ପାଖରେ ବସେଇ ବାବା ପଚାରିଲେ, “ତାଙ୍କ ସହ ଯିବୁ ଇତି? ଡାକି ଆସିଛନ୍ତି ।” ସ୍ମୃତି କି ଉତ୍ତର ଦେବ? ଦିବ୍ୟଦ୍ରୁ କହିଲେ, “ଦେଖ ରମା, ଇଏ ମୋ ଝିଅ । ତମର ନୁହେଁ । ଗୋଟିଏ ଜୀବନ୍ତ ମାଂସ ପିଣ୍ଡୁଳାକୁ ତମେ ଜନ୍ମ କରିଥିଲ ସତ, କିନ୍ତୁ ତାକୁ ମଣିଷ ଆମେ କରେଇଛୁ । ଆମେ ।” V ରମାଙ୍କ ମୁହଁ ଅଧିକ ରକ୍ତାଭ ଦେଖାଗଲା, “ସ୍ମୃତିକୁ ମୋତେ ନ ଦେଲେ ମୁଁ କୋର୍ଟରେ ଠିଆ ହେବି ।" ସେ ହସିଲେ, “ଓ, ସେଇ କୋର୍ଟରେ, ଯାହାର କାଠଗଡ଼ା ଭିତରେ ଠିଆ ହୋଇ ତମେ ସ୍ବୀକାର କରିଥିଲ; ସ୍ବାମୀ, ଝିଅ, ସମ୍ପତ୍ତି କାହାରି ଉପରେ ତମର ଅଧିକାର ନାହିଁ । ଆଉ ତମେ ନିଜ ଖୁସିରେ ହିଁ ତ୍ୟାଗପତ୍ର ଦେଇଛ । ମୁଁ ତ ତମକୁ ଛାଡ଼ି ନଥୁଲି । ତମେ ହିଁ ଆମକୁ ଛାଡ଼ି ଦେଇଥୁଲ । ଇତିକୁ ଛାଡ଼ି ଗଲାବେଳେ ସେ କେତେଦିନର ହୋଇଥିଲା, ମନେ ଅଛି?” ରମାଙ୍କ ମୁହଁ ଧଳା ପଡ଼ିଗଲା । ସେ ଚୌକିରୁ ଉଠି ଠିଆ ହେଲେ । ସ୍ମୃତିକୁ ଚାହିଁ ବିକଳ ହୋଇ ଡାକିଲେ, “ମୁଁ ତୋ' ମାଆ ଲୋ ଇତି । ଆ, ମୋ ସହ ଯିବୁ ।” ଭୟରେ ସେ ଚୌକିରୁ ଉଠି ପାରିଲାନି । ଅଜାଣତରେ ତା' ହାତ ବାବାଙ୍କ ହାତକୁ ଭିଡ଼ି ଧରିଲା । ହାତର ସ୍ପର୍ଶରୁ ଝିଅର କମ୍ପନ ସେ ଅନୁଭବ କଲେ । କହିଲେ, “ରୂପର ନିଶାରେ ପାଗଳ ହୋଇ ହିରୋଇନ୍ ହେବ ବୋଲି ଗୋଟିଏ ଛୋଟ ଛୁଆକୁ ଛାଡ଼ି ଚାଲି ୧୫୮ । ଶଙ୍ଖନାଦ ଯାଇଥିଲ, କେତେ ତଙ୍କା ରୋଜଗାର କଲେ ରମା? ନା, ନିରାଶ ହୋଇ ସ୍ମୃତିର ଆଶ୍ରା ଧରିଛ? ତାକୁ ବି ହିରୋଇନ୍ କରିବ?” “ଦିବ୍ୟନ୍ଦୁ !!” ରମା ଚିତ୍କାର କଲେ । ପରେ ତାକୁ ଛାତିର କ୍ଷୀର “ମିଛ ତ କହିନି, ରମା । ଜନ୍ମ କଲା କେତେଦିନ ଖୁଆଇଛ? ପ୍ରଥମେ ସନ୍ତାନ ପାଳିବା ଶିଖ । ପରେ ତା’ ଉପରେ ଅଧିକାର ସାବ୍ୟସ୍ତ କରିବ ।” ସତ, ସତ, ନିଷ୍ଠୁର ସତ । ଅବାକ୍ ସ୍ମୃତିର ମୁହଁକୁ ରମା ଚାହିଁ ପାରିଲେନି । ଏହି ସବୁ ଶୁଣିଲା ପରେ କେମିତି ସେ ଝିଅ ଆଗରେ ଠିଆ ହୋଇ ପାରିବେ? ଝଡ଼ ବେଗରେ କୌଠରୀରୁ ବାହାରି ଯାଇ ମଧ୍ୟାହ୍ନର ଖରାରେ ମିଶିଗଲେ । ରମାଙ୍କୁ ଦେଖ୍ ଅନ୍ୟ ଘରେ ଲୁଚିଥିବା ବିରଜା, ସେ ଚାଲିଗଲା ପରେ ସ୍ବାମୀଙ୍କ ପାଖକୁ ଆସିଲେ, “ସେ ଚାଲିଗଲେ?" ହାତମୁଠାରେ ଥିବା ଝିଅର ହାତକୁ ସ୍ତ୍ରୀଙ୍କ ହାତରେ ଦେଇ ଦିବ୍ୟଦୁ ସ୍ମୃତିକୁ ଚାହିଁ କହିଲେ, “ଇଏ ଥିଲା ତୋ'ର ସେଇ ମା', ଯାହାକୁ ମୁଁ ଲୁଚେଇ ରଖୁଥୁଲି ।” ସ୍ମୃତିର ଆଖ୍ ଢଳ ଢଳ ହୋଇଗଲା । ଏଇ ଥିଲେ ତା'ର ମାଆ ! ଯାହାଙ୍କୁ ସେ ସ୍ବପ୍ନରେ ଦେଖୁଥିଲା, ଯାହାଙ୍କୁ ସେ ସ୍ବର୍ଗୀୟ ମନେ କରିଥିଲା ଏବଂ ଇଏ ତା'ର ମାମା, ବାବ କେବେ ଦିନେ କହିଥିଲେ, କେବଳ ତାକୁ ପାଳିବା ନିମନ୍ତେ ନିଜର ଗର୍ଭପାତ କରି ଦେଇଥିଲେ ! ସେ ଦେଖିଲା, ମାମା ଝରକା ଦେଇ ଦୂର ପର୍ଯ୍ୟନ୍ତ ଦେଖା ଯାଉଥିବା ଲମ୍ବା ପିଚୁ ରାସ୍ତା କଡ଼େ କଡ଼େ ଶୀତୁଆ ଖରାରୁ ବଞ୍ଚିବା ଶଙ୍ଖନାଦ | ୧୫୯ ପାଇଁ ମୁଣ୍ଡ ଉପରେ ଲୁଗାକାନିକୁ ଟାଣି ଯାଉଥିବା ଜଣେ ସ୍ତ୍ରୀ ଲୋକକୁ ଚାହିଁଛନ୍ତି । ସେ ଝରକା ବନ୍ଦ କରିଦେଇ ମାମାଙ୍କ ଛାତିରେ ମୁହଁ ଲୁଚେଇ ଦେଲା, “ବାବାଙ୍କୁ କହିଦିଅ ମାମା, ମୁଁ ତମକୁ ଛାଡ଼ି କୁଆଡ଼େ ଯିବିନି ।” ବିରଜା ଝିଅର ଢଳ ଢଳ ଆଖୁକୁ ଚାହିଁଲେ ଏବଂ ତା' କପାଳ ଚୁମି ନେଲେ । ୧୬୦ ଶଙ୍ଖନାଦ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡାଙ୍କର ଜନ୍ମ ହୁଏ ୧୯୫୮ ମସିହା ଜାନୁୟାରୀ ମାସରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥ ଗୋଷାଣି ନୂଆ ଗାଆଁରେ । ପିତା, ବ୍ରହ୍ମପୁର ମ୍ୟୁନିସିପାଲଟି ସ୍କୁଲ ପ୍ରଧାନଶିକ୍ଷକ ସ୍ୱର୍ଗତ ଗଦାଧର ପଣ୍ଡାଙ୍କ ତତ୍ତ୍ଵାବଧାନରେ ପିଲାଟି ଦିନରୁ ମେଧାବୀ ରହିଆସିଥିବା ଶ୍ରୀଯୁକ୍ତ ପଣ୍ଡାଙ୍କର ସାରସ୍ବତ ସାଧନାରେ ଥିଲା ଅନେକ ରୁଚି ଓ ଆଗ୍ରହ । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶିତ ହେବାପରେ ତାଙ୍କର ପ୍ରଥମ ପୁସ୍ତକ 'ସାଗର ବେଳା' ଆତ୍ମପ୍ରକାଶ କରେ ୧୯୭୭ ମସିହାରେ ବ୍ରହ୍ମପୁରର ଦାସବ୍ରଦର୍ସ ପବ୍ଲିକେସନ୍ରେ । ଏହାପରେ ଦୁର୍ଘଟଣା ଜନିତ ଦୀର୍ଘ ଅସୁସ୍ଥତା ତଥା ବୃତ୍ତିଗତ ବାଧ୍ୟବାଧକତା ତାଙ୍କୁ ଦୂରେଇ ରଖେ ସାରସ୍ବତ ସାଧନାରୁ ବେଶ୍ କିଛି ବର୍ଷ । ବୃତ୍ତିଗତ ଜୀବନରୁ ଅବସର ନେବାପରେ ସେହି ଆଦିମ ପ୍ରବୃତ୍ତି ପୁନଃ ଆତ୍ମପ୍ରକାଶ କରେ ବିସ୍ତାରିତ ରୂପ ନେଇ । ଦୀର୍ଘ ନିରବତାର ସମୟରେ ଆମ ସଂସ୍କୃତି, ପରମ୍ପରା ତଥା ଇତିହାସ ଉପରେ ଗବେଷଣାଲବ୍ଧ ତଥ୍ୟସବୁ ଝରିଉଠେ କଲମ ମୁନରେ । ବିଭିନ୍ନ ପତ୍ରପତ୍ରିକାରେ ସେ ସବୁ ପ୍ରକାଶିତ ତଥା ବହୁଳଭାବେ ଆଦୃତ ହେବା ପରେ ତାଙ୍କର ଦ୍ୱିତୀୟ ପୁସ୍ତକ ଶଙ୍ଖନାଦ ଏବେ ଆତ୍ମପ୍ରକାଶ କରିଛି ଶୁଭପଲ୍ଲବ ପବ୍ଲିକେସନ୍ରେ । ତାଙ୍କ ଲେଖାରେ ଝଟକି ଉଠୁଥିବା ଆଧ୍ୟାତ୍ମିକ ତଥା ଦାର୍ଶନିକ ଦିବ୍ୟ ଚେତନା ଯେ ପାଠକର ହୃଦୟକୁ ଅଚିରେ ସଞ୍ଚରିଯିବ ଏଥିରେ ସନ୍ଦେହ ନାହିଁ । ଶ୍ରୀଯୁକ୍ତ ପଣ୍ଡାଙ୍କୁ ତାଙ୍କର ଏହି ଦ୍ୱିତୀୟ ଉପଲବ୍ଧି ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । - ପ୍ରକାଶକ ଗାଳ୍ପିକ: ପ୍ରମୋଦ କୁମାର ପଣ୍ଡା ସମ୍ପାଦନା: ତାପସ ରଞ୍ଜନ ପ୍ରଚ୍ଛଦ: ସମ୍ବିତ ଦାସ ଅଂଳକରଣ: ସଂଗ୍ରାମ ସେନାପତି Right - cc-by-sa-4.0 Publication ମୂଲ୍ୟ: ୨୪୯ ଟଙ୍କା Available on