ପ୍ରାଚୀନ ଓଡ଼ିଆ କବିତା/ଶ୍ରୀ ସୀସୁ ବେଦ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପ୍ରାଚୀନ ଓଡ଼ିଆ କବିତା (୧୪ଶ ଶତାବ୍ଦୀ) 
ଶ୍ରୀ ସୀସୁ ବେଦ
ଶ୍ରୀ ସୀସୁ ବେଦ ଓଡ଼ିଆ ସାହିତ୍ୟର ପ୍ରଥମ ବୃହତ୍ ରଚନା । ଓଡ଼ିଶାରେ ବୈଷ୍ଣବ ଧାରାର ପ୍ରସିଦ୍ଧି ପୂର୍ବରୁ ନାଥ ସାହିତ୍ୟ ପ୍ରଚଳିତ ଥିଲା । ସେହି ନାଥ ସମ୍ପ୍ରଦାୟର ତତ୍ତ୍ୱ ଏହି ରଚନାରେ ଅଛି । ଏହାର ଲେଖକ ଏହି ସମ୍ପ୍ରଦାୟର ଜଣେ ଅଜ୍ଞାତ କବି । ରଚନାରେ ମୀନନାଥ ବା ମତ୍ସ୍ୟେନ୍ଦ୍ରନାଥ, ଚଉରଙ୍ଗିନାଥ, ଗୋରେଖନାଥ ପ୍ରଭୃତି ପ୍ରମୁଖ ନାଥ ଗୁରୁଙ୍କ ନାମଗୁଡ଼ିକ ରହିଛି ।

ଶ୍ରୀ ସୀସୁ ବେଦ

      ୟେକ ନୋହଇ ଦୁଇ ଅଲଗ ବିଲଗ
      ନିରହୁଂ ନିରନ୍ତର ସେହୁ ଅଲଗ
      ସିସୁମୁନା ମଧ୍ୟେ ସଜୋତି ପ୍ରକାଶ
      ବଦନ୍ତି ନାଥେ ୟେଟି ସିଧ୍ୟଙ୍କର ବିଶ୍ୱାସ । ୧ ।

      କାଳ କମଳ ନିରଞ୍ଜନ ତିନିହେଂ
                  ୟେକଇ ଠାବରେ ବାସ ।
      ଯେଉଁ ଗୁରୁ ୟେହା ପ୍ରତି ପ୍ରତି କରି ବୁଝାବଇଂ
                  ସେ ଗୁରୁ ମୁହିଂ ତାହା ଦାସର ଦାସ । ୨ ।

      ସପତ ସମୁଦ୍ରେ ଥିଲା ନ ଖାଇଲା ନୀର
      ମାତାର ଗର୍ଭେ ଥାଇ ନ ଖାଇଲା କ୍ଷୀର
      ଯେଡେକେ ଅଇଲା ତେଡେକେ ହେଂ ଅଛି
      ତା ସଙ୍ଗେ ପରଚେ ହୁଅ ଗୁରୁମୁଖେ ପୁଛି । ୩ ।

      ନୟନ ମନ ଦୁଇ ୟେକଇ ମତ
      ନୟନ ମନ ଦୁଇ ମଧ୍ୟେ ତତ
      ନୟନ ଉପରେ ମନୁଆ ବସେ
      ବ୍ରହ୍ମଜୋତି ତତ ସୟଂ ପ୍ରକାଶେ । ୪ ।

      ପବନ ପାଲଟିବେ ଛଡ଼ଚକ୍ର ଫୁଟିବେ
      ତତ ରହିବେ ଶୁଖିବାକ ପାଣି ।
      ଚନ୍ଦ୍ର ସୂର୍ଯ୍ୟ ଯେଉଂ ଯୋଗୀ ଗଣ୍ଠିପାଡି ପାରଇ
      ସେ ଯୋଗୀ ଅତି ଗତୁହ ବିନ୍ଧାଣୀ । ୫ ।

      ଉଦେଗିରି ଅସ୍ତଗିରି ଶୂନ୍ୟଗିରି ମେଳା
      ହସ୍ତୀ ଚରାବନ୍ତି ପାର୍ବତମାଳା
      ଯେବଣ ସେ ହସ୍ତୀ ମାହାରସ ଖାଇ
      ବେନି ପକ୍ଷେ ଜଗିଲେ ଗଗନେ ସମ୍ଭାଇ । ୬ ।

ଜସୁ ଦେଖନ୍ତେ ମନ ଥିରେ ଥା
ଆପ ପରଚେ ପରମ ପଦ ପା
ମାହାଦେବ ପୁଲକଇ ଯା । ୭ ।

ଅକଳିତ ମନ ଥମ୍ଭୀଭୂତ ବାଇ
ଫୁରେ ନ ଫୁରେ ଯାଇ ନ ଯାଇ ।
ସତି ସତି ଭାଷନ୍ତି ଗୋରେଖରାୟେ
ପିଣ୍ଡ ଛାଡ଼ି ପ୍ରାଣ କେବେ ହେଂ ନ ଯାୟେ । ୮ ।

ମନ ବାଳାରେ ପବନ ଭୋଳା
ତା ତୁଲେ ଭାବ ନ ଯାଇ ।
ଶକ୍ତି କୁଣ୍ଡଳ ସଳଖି ମୂଳକମଳ ଚାପିଲେ
ପକ୍ଷେ ନିମଗ୍ନ ବୋଲାଇ । ୯ ।

ମନେ ମନେ ଥିବା ଭେଦ ନ କହିବା
ପିଇବା ଶୀତଳ ନୀର
ଶ୍ରୀଗୁରୁ ପ୍ରସନ୍ନେ ଅମୃତ ଭୁଞ୍ଜିବା
ପିଇବା ଅମୃତ ଛୀର । ୧୦ ।

ମନ ମରଇତ ଜୀଅଂଇ ପ୍ରାଣ
ମନ ମରଇ ତ ଲଭଇ ଗ୍ୟାନ
ମନ ଇନ୍ଦ୍ରି ଯେବେ ପ୍ରକୃତି ନିବାରଇ
ତାହା ସୁଖେ ବ୍ରହ୍ମ ତାକୁ ବିଚାରଇ । ୧୧ ।

ପବନ ଥିରାନ୍ତେ ଆଶା ଛେଦଇ
ମନ ଥିରାନ୍ତେ କାମନ୍ତ ରୁନ୍ଧଇ
ସୁରତି ଅଚଳ ବାନ୍ଧିଲେ ଜାଣ
ତେ ସେ ପିଣ୍ଡକୁ ପରଚେ ପ୍ରାଣ । ୧୨ ।

ଖୋଜିଲେ ପାଇ ଧୁନିରେ ଗମିଲେ
ବାହୁଡ଼ାଇ ପାରି ମଲା ଜିଆଇଂ ପାରିଲେ

କାଳ ବିକାଳ ଦୁ ସାଧିନ୍ତା ଯେବେ ପାରି
ଯମ ରାଜାକୁ ତେ ପାଣି ବୁହାଇ ପାରି । ୧୩ ।

ଆହୁଟ ହାଥ କଳେବର ଭିଥର
କାହିଂ ଥାଇଂ ଜୀ ସେ ଦିଅଇ ଉତ୍ତର ।
ତତ ପ୍ରାପତ ଜପାଜୋ ନାହିଂ
ମଲେଣ ପ୍ରାଣ କାହିଂ ସମ୍ଭାଇ । ୧୪ ।

ସର୍ବ ଚଳନ୍ତେ ନ ଚଳଇ ଯେହୁ
ଅହନିଶ ବରଷନ୍ତେ ନ ତିନ୍ତଇ ସେହୁ
ଖଡ଼ଗେ ହାଣନ୍ତେ ନ ଲାଗଇ ରେଖ
ୟେ ସେ ପରଚେ ଗୁରୁମୁଖେ ଦେଖ । ୧୫ ।

ଶବଦ କୋଳାହଳ ନିଶବଦେ ନିନା
ଯେବଣ ଶବଦେ ସୟେଂ ଉତପନା
ଶବଦ ଯାଇ ନିଶବଦର ପାଶ
ଶବଦ ନିଶବଦ ୟେକଇ ବାସ । ୧୬ ।

ମର ମର ପଣ୍ଡିତେ ମରଣ ସେ ମିଠା
ଯେବଣ ମରଣକୁ ଗୋରେଖ ଦିର୍ଷ୍ଠ୍ୱା
ମରନ୍ତେଣ ଜୀବ ଯିବାକ ଯହିଂକି
ଜୀଉଂ ଜୀଉଂ ଜୀବ ସମର୍ପି ତହିଂକି । ୧୭ ।

ଡାହାଣା ବ୍ରର୍ତେକ ରସ ଉଜାଇଂଲେ
ଦିନେ ଦିନେ ନିବିଡଇ କାୟେ
ମାହାରସ ଶୋଷିବେ ଗୁଞ୍ଜ ନ ଖସିବେ
ନାଥ ବଦନ୍ତି କରିଅଛୁ ଜୀବନକୁ ଉପାୟେ । ୧୮ ।

ଖର ବହିଲେ ପବନାଦିର୍ବଇ ଉର୍ଦ୍ଧେ ଛାଡ଼ଇ ନାଭି
ସହଜେ ଯୋଗୀ ନିଚୟେ ସିଧ୍ୟ ମନ ପବନ ୟେକତ୍ୱ ଠାବି । ୧୯ ।

ଗଗନ ଅଭ୍ୟନ୍ତର ଫୁଟଇ ନିରନ୍ତର
ମନ ପବନ ଥିର ରହିଆ
ହେତୁ ଅଗୋଚର ମନ ବିବର୍ଜିତ
ସେ ତତୁ ସଦଗୁରି କହିଆ । ୨୦ ।

ଯେହ୍ନେ ବକା ନ ହଲଇ ନୀର
ତେହ୍ନେକ ମନ ପବନ କରି ଥିର
ବଗେ ମଛେ ନୀରେ ସମକରି ଜାଣ
ତେ ସେ ପିଣ୍ଡକୁ ପରଚେ ପ୍ରାଣ । ୨୧ ।

କେବଣ ଚକ୍ରେ ରହଇ ସମୀର
କେବଣ ଚକ୍ରେ ମନ ହୋଇ ଥିର
କେବଣ ଚକ୍ରେ ଲାଗଇ ସୁସ୍ୱାଦି
କେବଣ ଚକ୍ରେ ଲାଗଇ ସମାଦି । ୨୨ ।

ହୃଦୟ ଚକ୍ରେ ମନ ହୋଇ ଥିର
ନାଭି ଚକ୍ରେ ରହଇ ସମୀର
କଣ୍ଠ ଚକ୍ରେ ଲାଗଇ ସ୍ୱାଦି
ଗଗନ ଚକ୍ରେ ଲାଗଇ ସମାଦି । ୨୩ ।

ନାଚ ଝମକନ୍ତି ତହିଂର ତଳେ ପିଅଂଳା
ଯୋଗ ନୋହଇ ଦୀର୍ଘ ଜାଳା
ରେଖ ନାହିଂ ରୂପ ନାହିଂ ଗଣ୍ଠି ନାହିଂ ଛାୟା
ଜଗତେ ବ୍ୟାପିତ ୟେକଇ କାୟା ।
ତୁଳାହୁଂ ଉଶ୍ୱାସ ତିଭୁବନୁ ଗରୁଆ
ବାଳ ରେହ ପ୍ରମାଣେ ଅତି ବଡ଼ ସରୁଆ
ଲବଣୀ ହୁଂ କୋମଳ ସୂଚୀ ନାହିଂ ଫୁଟେ
ଅହନିଶି ବରଷନ୍ତି କିଛି ନାହିଂ ତୁଟେ । ୨୪ ।

୧୦ ପ୍ରାଚୀନ ଓଡ଼ିଆ କବିତା

ରଇକ୍ଷା କରନ୍ତି ମୀନ ଚଉରଙ୍ଗିଉ
ଗୋରେଖ ଅବଧୂତ
ମନ ମଛଇନ୍ଦ୍ର ସୁରେଶ୍ୱର ଚେତନା
ଚଉରଙ୍ଗି ଗ୍ୟାନ ଗୋରେଖ ନାଥ ।

ଯେବଣ ତତ ସଂକ୍ଷେ ପ୍ରକାଶଇ
ଯେବଣ ତତ ଜନ୍ମ ମରଣ ବିନାଶଇ
ଯେବଣ ତତ ସହଜେ ହୃଦରେ ଧରଇ
ବଦନ୍ତି ଈଶ୍ୱରେ ସେ କେବେହେଂ ନ ମରଇ । ୨୫ ।