ସଙ୍ଗୀତ କଳ୍ପଲତା/ଚାହିଁବୁ ଯେବେ ଶ୍ୟାମଦ୍ଯୁତିକି ରେ

ଉଇକିପାଠାଗାର ରୁ
Jump to navigation Jump to search
ସଙ୍ଗୀତ କଳ୍ପଲତା ଲେଖକ/କବି: ବଳଦେବ ରଥ
ଚାହିଁବୁ ଯେବେ ଶ୍ୟାମଦ୍ଯୁତିକି ରେ

(ରାଗ: କାମୋଦୀ)

ଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ, କାହିଁ ହଜାଇ ଦେବୁ ମତିକି ରେ ।
ନାହିଁ ବୋଲିବା କଥା, ଜାଣିବୁ କି ସର୍ବଥା , ଅଉ କି ସମ୍ଭାଳିବୁ ଧୃତିକି ରେ । ଘୋଷା ।

ଏ ନଗରେ ଏଣିକି, ଭ୍ରମେ ଚୁମ୍ବିବ ନିକି, ‘ସତୀ’ ଏ ଦୁଇବର୍ଣ୍ଣ ଶ୍ରୁତିକି ରେ,
ସତେ ପ୍ରାଣମିତରେ ତା ସେବାରୁ ଇତରେ ଯୁବତୀଜନମକୁ ଗତିକି ରେ । ୧ ।

ଯେବେ ସେ ହେବ କୋଳେ, କଳାବତୀମଣ୍ଡଳେ, ନ ଟେକିବୁ କି ଶ୍ଵେତ ଛତିକ ରେ,
ଚୁମ୍ବିଲେ ତା ବଦନ-କଞ୍ଜଟି ଗୁରୁଜନ ଗଞ୍ଜନ ଇଭିଲେ ହେଁ କ୍ଷତି କି ରେ । ୨ ।

ଭବନ ମଣି ଶେଷ, ସେ ନବ ଯୁବା ପାଶ, ରବିନନ୍ଦନାତୀର କ୍ଷିତକି ରେ,
କି ସୁଖ ଇନ୍ଦ୍ର ଅଙ୍ଗେ, ନନ୍ଦନରେ ନିଃଶଙ୍କେ ଅରୋହିଲେ ଅଭ୍ରମୁପତିକି ରେ । ୩ ।

ଅବା ତା ପଥେ ଯିବା, ଜାଣି କଳପି ଥିବା, ତା ପଛେ ଯେତେ ପରାଭୂତିକି ରେ,
ମୋହନସ୍ମିତ ଅବଲେକେ ପାସୋର ଯିବ, ନ ଆଚରିବ କି ବିନତିକି ରେ। ୪।

ଶୁଣି ଶ୍ରୀଠାକୁରାଣୀ, ଚିତ୍ର ମଣିଲେ ଜାଣି, ନ ଥିଲା ପରି ହରିପ୍ରୀତିକି ରେ,
ସେ କାଳେ ଦୁଇ ସଖୀ, କୃପା କଲେ ସୁମୁଖୀ, ମୁକୁନ୍ଦଦେବ ଗଜପତିକି ରେ। ୫।