ସୁବ୍ରତ କୁମାର ପୃଷ୍ଟି

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Icono aviso borrar.png

ଛାଞ୍ଚ:Infobox person

ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ୧୯୭୬ରେ ଜନ୍ମିତ ଜଣେ ଅତି ପରିଚିତ ଭାଷା ଗବେଷକ।[୧] ଓଡ଼ିଶାର ପୁରପଲ୍ଲୀରେ ସେ ଜଣେ ଭାଷାସଂଗଠକ ଭାବରେ ସୁପରିଚିତ।[୨]

ଜୀବନ[ସମ୍ପାଦନା]

୧୮୭୬ ମସିହା ସୀତାନବମୀ ତିଥିରେ ଯାଜପୁର ସହରଠାରୁ ଅନତିଦୂରରେ ବିଦ୍ୟାଧରପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ସ୍ୱର୍ଗତ ରାଜକିଶୋର ପୃଷ୍ଟିଙ୍କ ତୃତୀୟ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ।[୩]

ଶିକ୍ଷା ଓ ଗବେଷଣା[ସମ୍ପାଦନା]

ବାଲ୍ୟଶିକ୍ଷା ଗାଁରେ କଟିଥିବାବେଳେ ହାଇସ୍କୁଲ ପଡିବାପାଇଁ ସୁବିଧା ନ ଥିବାରୁ ନିକଟସମ୍ପର୍କୀୟ ଜଣେ ଭାଇଙ୍କ ନିକଟରେ ରହି ଛତ୍ରପୁରର ଅନସ୍ଲୋ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିଲେ। ସେଠାରେ ୨ବର୍ଷ ପଢିବାପରେ ନିଜ ପଞ୍ଚାୟତରେ ହାଇସ୍କୁଲ ସ୍ଥାପନ ହେବାରୁ ପୁଣି ସେ ନିଜ ଗ୍ରାମକୁ ଫେରି ସେଠାରେ ହାଇସ୍କୁଲ କାର୍ଯ୍ୟ ସମାପ୍ତ କଲେ। ଏହାପରେ ଯାଜପୁରର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ସମାପ୍ତ କରିସାରିବାପରେ କଟକର ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କଲେ। ସେ ସମାଜସେବାକୁ ନିଜ ଜୀବନର ଏକ ପ୍ରମୁଖ ଅଙ୍ଗ ଭାବରେ ଗ୍ରହଣ କରି ନେଇଥିବାରୁ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କଲେ। ଏହି ସମୟ ଭିତରେ ଡକ୍ଟର ପୃଷ୍ଟି ୟୁଜିସି ବୃତ୍ତି ପାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନଟବର ଶତପଥୀଙ୍କ ଅଧିନରେ ଗବେଷଣା କାର୍ଯ୍ୟ କରୁଥିଲେ। ଏହି ସମୟରେ ଗବେଷଣା କାର୍ଯ୍ୟରେ ଦିଲ୍ଲୀ ଅବସ୍ଥାନ କାଳରେ ଭାରତୀୟ ପ୍ରଶାସନୀକ ସେବା ପରୀକ୍ଷା ଓଡ଼ିଆ ମାଧ୍ୟମରେ ଦେବାପାଇଁ ପ୍ରସ୍ତୁତି ଚଳାଇଲେ। ନିଜର ଗଭୀର ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଏହି ପରୀକ୍ଷାପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବାବେଳେ ଦିଲ୍ଲୀବିଶ୍ୱବିଦ୍ୟାଳୟ କେନ୍ଦ୍ରିୟ ପାଠାଗାରରେ ଓଡ଼ିଶା ସମ୍ବନ୍ଧିତ କେତେକ ଗବେଷଣାମୂଳକ ପୁସ୍ତକ ପାଠ କରି ନିଜର ନିଷ୍ପତ୍ତି ବଦଳାଇ ଓଡ଼ିଆଭାଷା କିପରି ଶାସ୍ତ୍ରୀୟମାନ୍ୟତା ପାଇବ, ସେ ବିଷୟରେ କାମ ଆରମ୍ଭ କଲେ। ନିଜର ୫ବର୍ଷର କଠୋର ସାଧନା ଓ ଗବେଷଣା କାର୍ଯ୍ୟ ଫଳରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇପାରିଲା।[୪][୫][୬]

ରଚନାବଳୀ[ସମ୍ପାଦନା]

  • Classical Odia in Historical perspective (2014) (co-authored by Debi Prasanna Pattanayak)
  • Classical Odia(2013) (co-authored by Debi Prasanna Pattanayak)
  • ଜାତି ଜାଗୃତି ଓ ପ୍ରଗତି (ପ୍ରବନ୍ଧ ସଂକଳନ, ୨୦୦୯) [୭]
  • ଭାଷା ଓ ଜାତୀୟତା (ପ୍ରବନ୍ଧ ସଂକଳନ, ୨୦୧୦)[୮]
  • ପ୍ରସଙ୍ଗ: ଓଡ଼ିଆ ଭାଷା ଓ ସାହିତ୍ୟ (ସମାଲୋଚନା, ୨୦୦୫)
  • ଓଡ଼ିଆ ଭାଷା ସାହିତ୍ୟ ପରିଚୟ (ସମାଲୋଚନା, ୨୦୦୭)
  • ସ୍ଵପ୍ନ ସବୁ ମରିଗଲା ପରେ (କ୍ଷୁଦ୍ରଗଳ୍ପ ସଂକଳନ, ୨୦୦୫)
  • ମୁକ୍ତି (ନାଟକ, ୨୦୦୫)
  • ପ୍ରବନ୍ଧ ଭାରତୀ (ପ୍ରବନ୍ଧ ସଂକଳନ, ୨୦୦୬)

ଆଧାର[ସମ୍ପାଦନା]

ଛାଞ୍ଚ:ଆଧାର

  1. ଛାଞ୍ଚ:Cite news
  2. ଛାଞ୍ଚ:Cite web
  3. ଛାଞ୍ଚ:Cite web
  4. ଛାଞ୍ଚ:Cite news
  5. ଛାଞ୍ଚ:Cite journal
  6. ଛାଞ୍ଚ:Cite web
  7. ଛାଞ୍ଚ:Cite web
  8. ଛାଞ୍ଚ:Cite web