ଏହି ପୃଷ୍ଠାଟି ବୈଧ ହୋଇସାରିଛି
ହେଲେ ରାଜାଙ୍କୁ ସବୁ ଖବର ଦିଆଯାଉ ଥିବାରୁ ସେ ଲୁଚିଛପି ବଣ ଜଙ୍ଗଲରେ ବୁଲିବାରେ ଲାଗିଲେ ।
ଏମିତି ଘରଦ୍ୱାର ଛାଡି ଅଖିଆ ଅପିଆ ରାଜା କେତେଦିନ ରାହିପାରିବେ ? ସେ ଠିକ କଲେ ନିଜେ ଆସି ଇଂରେଜଙ୍କ ପାଖରେ ଧରାଦେବାକୁ । ଇଂରେଜମାନେ ବି ଭାବିଲେ କେତେଦିନ ଏମିତି ରାଜାଙ୍କ ସାଥିରେ ଲୁଚୁକାଳି ଖେଳରେ ମାତିବେ ? ତେଣୁ ସେମାନେ ଘୋଷଣା କଲେ ଯେ ରାଜା ଯଦି ନିଜେ ଧରା ଦେବେ ତାଙ୍କୁ ବେଶୀ ଦଣ୍ଡ ଦିଆଯିବ ନାହିଁ । ଏଇ ଘୋଷଣା ଯେମିତି ରାଜାଙ୍କ କାନରେ ବାଜିଲା, ବିଲେଇ କପାଳକୁ ଶିକା ଛିଡିଲା ପରି ହେଲା ।
ରାଜା ନିଜେ ଆସି ଖୋର୍ଦ୍ଧାର ଇଂରେଜ ଶାସକ ଫ୍ରେଚର ସାହେବଙ୍କୁ ଦେଖା କଲେ । ସାଙ୍ଗେସାଙ୍ଗେ ତାଙ୍କୁ ଗିରଫ୍ କରି କଟକ ପଠାଇ ଦିଆଗଲା । ରାଜା ମୁକୁନ୍ଦଦେବ ବାରବାଟି ଦୁର୍ଗରେ ଅଟକବନ୍ଦୀ ହୋଇ ରହିଲେ । ତାପରେ ତାଙ୍କୁ ପୁଣି ମେଦିନୀପୁର ଜେଲ୍କୁ ପଠାଇ ଦିଆଯାଇଥିଲା ।
15