ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସଂଖ୍ୟା ମଧ୍ୟ ବଢ଼ି ଚ।ଲିବ । ତାରାମାନଙ୍କ ଗତିପଥଗୁଡ଼ିକ ବୃତ୍ତର ଅଧାରୁ ଅଧିକ ହେବ ଏବଂ ଦକ୍ଷିଣ ଆଡକୁ ଢଳି ରହିବ । ଉତ୍ତରକୁ ଯିବା ସହିତ ଆମକୁ ଦିଶୁଥିବା ତାରାଙ୍କ ମୋଟ ସଂଖ୍ୟା କମି ଚାଲିବ ।
ଉତ୍ତର ମେରୁଠାରେ ପହଞ୍ଚିଗଲେ ଆମେ ଦେଖିବା ଯେ ଧୃବ ତାରା ଆମର ମୁଣ୍ଡ ଉପରେ ରହିବ । ଏଠାରୁ ଆମେ ଖଗୋଳ ମଣ୍ଡଳର କେବଳ ଅଧା ବା ଉତ୍ତର ଗୋଲାର୍ଦ୍ଧକୁ ଦେଖିପାରିବା । ସବୁତକ ତାରା ନିରସ୍ତ ଅବସ୍ଥାରେ ରହିବେ ଅବଂ ଦିଗ୍ବଳୟ ସାଙ୍ଗରେ ସମାନ୍ତରାଳ ଭାବରେ ବୃତ୍ତାକାର ପଥରେ ଆମ ଚାରିପଟେ ବୁଲି ଚାଲିବେ । ଖଗୋଳ ବିଷୁବ ଆମର ଦିଗ୍ବଳୟରେ ରହିବ ଏବଂ ଦକ୍ଷିଣ ଗୋଲାର୍ଦ୍ଧର କୌଣସି ତାରାକୁ ଆମେ ଦେଖିପାରିବା ନାହିଁ ।