ତରୁଣୀଦଳ ଗୋଟି ଗୋଟି ହୋଇ ଆକାଶ ପ୍ରାଙ୍ଗଣରେ ବିହାର କଲେ । ପ୍ରାଣପତିର ଅଦର୍ଶନରେ ବିକଚ କମଳବନ ମୁଦ୍ରିତ ହେବାରୁ ଶୋଭାରାଣୀ କୌମୁଦୀ ଦର୍ଶନରେ ଉଲ୍ଲସିତ କୈରବ କାନନର ଆଶ୍ରୟ ନେଲେ । ବିରହାକୁଳ ଚକ୍ରବାକ ଦମ୍ପତୀର ପରସ୍ପର କରୁଣ ଆନନ୍ଦରେ ଶଶିସେଣାର ପତି-ବିରହ ଦ୍ୱିଗୁଣତର ହୋଇ ଉଠିଲା । ଶେଷରେ ସେ ସମୀପସ୍ଥ ମନ୍ଦିରରେ ପ୍ରବେଶ କରି ପ୍ରାଣର ଆକୁଳତା ଜ୍ଞାପନ ପୂର୍ବକ ଦେବୀଙ୍କ ଆରାଧନା କଲା । ସହାୟହୀନା ଅବଳାର କାତର ପ୍ରାର୍ଥନାରେ ଦେବୀ ଜଗଦ୍ଧାତ୍ରୀ ପ୍ରସନ୍ନ ହୋଇ ଅଭୀଷ୍ଟ ବର ପ୍ରଦାନ କଲେ । ଦେବୀଙ୍କର ବରଦାନ ପ୍ରସଙ୍ଗ ଏବଂ ତାହାର ଫଳରେ ଶଶିସେଣାର ପୁରୁଷ ବେଶ ଧାରଣ ମୂଳଗଳ୍ପରେ ଆଦୌ ବର୍ଣ୍ଣିତ ହୋଇ ନାହିଁ । କଥା ସଂଗଠନରେ କବିଙ୍କର ଏହ କଳ୍ପନା ଚାତୁରୀ ଅନନ୍ୟସାଧାରଣ । ନାରୀର ପୁରୁଷ ବେଶ ଧାରଣ ମାନବୀ ଶକ୍ତିର ବହରର୍ଭୁତ । ତେଣୁ କାର୍ଯ୍ୟୋଦ୍ଧାର ପାଇଁ ଦେବୀଙ୍କ ବରଦାନ ଛଳରେ ଦୈବୀଶକ୍ତିର ଅବତାରଣା କରିବାକୁ କବି ସତେ ଯେପରି ବାଧ୍ୟ ହୋଇଅଛନ୍ତି ।
ପରଦିନ ପ୍ରଭାତରେ ଦେବୀଙ୍କ ବରଦାନ ଫଳରୁ ଶଶିସେଣା ପୁରୁଷବେଶ ଧାରଣ କରି କାମନ୍ତା ନଗର ଅଭିମୁଖରେ ଗମନ କଲା । ସୌଭାଗ୍ୟ କ୍ରମେ ବ୍ରାହ୍ମଣ ମନ୍ତ୍ରୀ ଆଦିକନ୍ଦଙ୍କ ସଙ୍ଗେ ତାର ସାକ୍ଷାତ ହେଲା । ନିଜର କୁଳ ଶୀଳ ଓ ନାମ (ଶଶିଧର) କହିବାରୁ ମନ୍ତ୍ରୀ ତାହାକୁ ରାଜା ମାଧବ ଚନ୍ଦ୍ରଙ୍କ ନିକଟକୁ ଘେନିଗଲେ ଏବଂ ରାଜାଙ୍କର ଅନୁମତି କ୍ରମେ ତାହାକୁ ଯଥାଯୋଗ୍ୟ କର୍ମରେ ନିଯୁକ୍ତ କଲେ । କେତେକ ଦିନ ପରେ ଗୋଟିଏ ବନ୍ୟଗଣ୍ଡା ରାଜ୍ୟରେ ଉପଦ୍ରବ କଲା । ରାଜା ବହୁ ଚେଷ୍ଟା କରି ସୁଦ୍ଧା ତାହାର ପ୍ରାଣନାଶ କରି
ପୃଷ୍ଠା:Sashi Sena.pdf/୨୬
Appearance
ଏହି ପୃଷ୍ଠାଟି ବୈଧ ହୋଇସାରିଛି