ଆଜି ମଟରକାରରେ ଯାଇ ରହିଥିଲେ ସେମାନେ କାଲି ସକାଳୁ ଚାଲିଆସିବେ; କାରଣ ମଣିର ମଣିଂ ସ୍କୁଲ ହୋଇ ସ୍କୁଲ ବନ୍ଦ ହେବ । ବିନୋଦ କିପରି କଞ୍ଚାନିଦିଆ ହୋଇ ଉଠିଲା । ସରୋଜ ଆବାହନ ସେ ଗ୍ରହଣ କଲା ନାହି, ଆଖି ମଳୁ ମଳୁ କହିଲା- "ଏ ନିଆଁ ଲଗା ଦିପହରଟାରେ ମଣିଷ ଟିକିଏ ଶୋଇପାରିଲା ନାହିଁ ।"
ସରୋଜ କହିଲା- "ବେଶ୍ ମାଇକିନା କଥା ତ ତତେ ଆସେ ବିନୋଦ ।"
"ହଁ, ଆସେ ନାହିଁ; ଆଉ କଣ ? ଆରେ ଏ ଯୁଗରେ ସ୍ତ୍ରୀ କଣ ପୁରୁଷ କଣ ? ସୃଷ୍ଟିର ଦୁଇଟି ରହସ୍ୟ ।"
ସରୋଜ ଯିବାକୁ ତରତର, ତେଣୁ ସେ କହିଲା- "ତୁ' ଯିବୁକି ନାଁ କହ- ନଚେତ୍ ମୁଁ ଯିବି ।"
ବିନୋଦ ଯିବାକୁ ନାହିଁ କଲା । କହିଲା- "ତୁ ଯା- ମୁଁ ଟିକିଏ ଆଗ ଦିନଟାଏ ଖୁବ୍ କରି ଶୁଏଁ । ତା ପରେ ମଣି ସହିତ ଦେଖା ହବ ।"
ସରୋଜ ଆଉ ଶୁଣି ପାରିଲା ନାହିଁ । "ତୁ ଥାରେ ଟୋକା" ଏତିକି କହି ଦରହସିତ ମୁଖରେ ଦଣ୍ଡକେ ମଟରକାରରେ ବସି ଚାଲିଗଲା ।
ମଣି ପଚାରିଲା, "ଭାଇ ! ତମେ କଣ ମୋର ସବୁ ଚିଠି ପାଅ ? କାଇଁ କେବେ ତ' ଖଣ୍ଡେ ଉତ୍ତର ଦିଅ ନାହିଁ ?"
ସରୋଜ କଣ କହିବ- ବାସ୍ତବରେ ସେ ମଣିର ବହୁତ ଥର ଚିଠି ପତ୍ର ପାଇଚି, ମାତ୍ର କେବେ ତାକୁ ଖଣ୍ଡେ ବୋଇଲେ ଖଣ୍ଡେ ଚିଠିର ଉତ୍ତର ଦେଇ ନାହିଁ । ତାର କାରଣ- କଣ ଲେଖିବ ? ପୁଣି ତାର ଆଳସ୍ୟ । ସୁତରାଂ ବାଳିକାକୁ ଭୁଲାଇବା ପାଇଁ କହିଲା- "ବାଳିକା-