Jump to content

ପୃଷ୍ଠା:Kathalahari (RN Das, 1927) opt.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୬
ଉତ୍କଳ କାହାଣୀ ସଂଗ୍ରହ

ଏମାନେ କହିଲେ, ଆମକୁ ସାଙ୍ଗରେ ନିଅ, ଆମେ ତମର ବହୁତ ଉପକାର କରିବୁଁ, କହିଲେ, ରଜାଝିଅ ସାଙ୍ଗେ ଗଲେ । ପାଞ୍ଚ ଜଣଯାକ ମଉନାବତୀ ନଗରରେ ପହଞ୍ଚିଲେ । ରାଜା ଶୁଣିଲେ, ଏମାନଙ୍କୁ ସବୁ ସିଦ୍ଧା ସରଞ୍ଜାମ ଦେଲେ । ଅସୁର ଚାରିଜଣଙ୍କୁ ଯେତେ ଆଣି ଦେଉଥାନ୍ତି, ସେ କେଭେ ମନା କରୁ ନ ଥାନ୍ତି, ଯେତେକ ମାହାଲରେ ପରିବାପାତି ଥିଲା ସବୁ ଆଣିଦେଲେ, ତାକୁ ସୁଦ୍ଧା କଞ୍ଚାରେ ଖାଇଦେଲେ, ଦଶଭରଣ ଚାଉଳର ଭାତ ଖାଇଲେ, ନଈକପାଣି ପିଇ ଗଲେ । ଏହିପରି ଆନି, ଯାଉଁ ସନ୍ଧ୍ୟାବେଲେ ହେଲା, ରାଜାଝିଅ ସେମାନଙ୍କୁ କହିଲା, ତମେ ଜଣେ ମଉନାବତୀର ଖଟ ଖୁରାରେ ରହିବ, ଜଣେ ଦୀପରୁଖରେ ଜନେ ଚାଳରେ, ଜନେ ତା ବେକର ହାରରେ ରହିବ, ମୁଁ ଯେତେବେଲେ ଯାହାକୁ ଯାହା ପଚାରିବି ସେ ତାର ଗୋଟିଏ ଅସମ୍ଭବ ଉତ୍ତର ଦେବ । ରାତି ହେଲାରୁ ରାଜାଝିଅ ମଉନାବତୀ ପୁରକୁ ଗଲା, ଧାଈକି ପଚାରିଲା ତମ ଝିଅ କଥା କହିବେ ନାହିଁ ? ଧାଇ ସମସ୍ତଙ୍କୁ ଯେପରି କହେ, ସେହିପରି କହିଲା । ଏ କହିଲା ହଉ ନ କହନ୍ତୁ, ମୁଁ ଗୋଟିଏ କଥା କହୁଚି, ଶୁଣଣ୍ତୁ । ଅସୁରମାନେ ଅଦୃଶ୍ୟ ହୋଇ ରଜାଝିଅ ଯେମନ୍ତି କହିଥିଲା ସେହିପରି ସେ ଘରଭିତରେ ଥାନ୍ତି । ରାତି ପ୍ରଥମପ୍ରହର ରାଜାଝିଅ ଗୋଟିଏ କଥା କହିଲା-

ବେଶ୍ୟା ଓ ଶୁକପକ୍ଷୀ କଥା ।

ଗୋଟିଏ ବେଶ୍ୟାଟିଏ ଯେ ସେ ଗୋଟିଏ ଶୁଆ ପୋଷିଥିଲା । ଦିନକର ଶୁଆମେଳ [୧] ହେଲା । ଏ ଶୁଆ ବେଶ୍ୟାକୁ କହିଲା ଆମର


  1. ଶୁଆମାନଙ୍କର ସଭା