Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୪.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଦ୍ଵିତୀୟ ସଂସ୍କରଣର ପ୍ରକାଶକଙ୍କ ନିବେଦନ


ଶ୍ରୀଭଗବାନଙ୍କ ଅଶେଷ କରୁଣାରୁ ‘ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା’ର ଚତୁର୍ଥ ଖଣ୍ଡର ଦ୍ଵିତୀୟ(ନୂତନ) ସଂସ୍କରଣ ସ୍ଵାମୀଜୀଙ୍କର ୧୨୫ ତମ ଜନ୍ମବର୍ଷ–ଉତ୍ସବ ଅବସରରେ ଓଡ଼ିଶାବାସୀଙ୍କ ହସ୍ତରେ ଅର୍ପିତ ହୋଇପାରିଲା ।
ଏହି ଖଣ୍ଡରେ ‘ଭକ୍ତିଯୋଗ’ ସମ୍ବନ୍ଧୀୟ ସ୍ଵାମୀଜୀଙ୍କର ବକ୍ତୃତା ଓ ପ୍ରବନ୍ଧାଦି ସନ୍ନିବେଶିତ ହୋଇଛି । ଅନେକଙ୍କ ଧାରଣା ଯେ, ସ୍ଵାମୀଜୀ ଜ୍ଞାନ ଓ କର୍ମ ଉପରେ ଯେପରି ଗୁରୁତ୍ଵ ଦେଇଛନ୍ତି, ଭକ୍ତି ଉପରେ ସେପରି ଗୁରୁତ୍ୱ ଆରୋପ କରି ନାହାନ୍ତି । ଏକଥା ଅବଶ୍ୟ ସତ୍ୟ ଯେ, ସ୍ଵାମୀଜୀ ଭକ୍ତି ସମ୍ବନ୍ଧରେ ବେଶୀ କଥା କହି ନାହାନ୍ତି; କିନ୍ତୁ ଯେତିକି କହିଛନ୍ତି, ତାହା ଅତୀବ ଗଭୀର – ଏହି ସଂକଳନରେ ତାହା ସ୍ପଷ୍ଟଭାବରେ ଫୁଟିଉଠିଛି । ସ୍ଵାମୀଜୀଙ୍କର ପ୍ରଚାରିତ ଭକ୍ତି ହିଁ ପରାଭକ୍ତି, ଏବଂ ପରାଭକ୍ତି ଓ ପରଜ୍ଞାନ ଏକ । ସ୍ଵାମୀଜୀଙ୍କର ଏହି ‘ଭକ୍ତିଯୋଗ’ ସର୍ବପ୍ରକାର ସାମ୍ପ୍ରଦାୟିକ ଭାବର ଉର୍ଦ୍ଧ୍ବରେ – ସମନ୍ଵୟ ଏହାର ମୂଳତତ୍ତ୍ଵ । ଜ୍ଞାନ ଓ ଭକ୍ତି ମଧ୍ୟରେ ଯେଉଁ ଦ୍ଵ ତାହା ମାର୍ଗର ଦ୍ଵନ୍ଦ, ଲକ୍ଷ୍ୟର ନୁହେଁ ।
ଏହି ଖଣ୍ଡର ପ୍ରଥମାଂଶରେ ରହିଛି ଭକ୍ତିଯୋଗ–ନାମକ ବିଖ୍ୟାତ ବକ୍ତୃତାଗୁଡ଼ିକର ସଂକ୍ଷିପ୍ତ ବିବରଣ । ପରବର୍ତ୍ତୀ ଅଂଶ ‘ଭକ୍ତିରହସ୍ୟ’ରେ ପ୍ରାୟ ସମାନ ବିଷୟ ଆଲୋଚିତ ହୋଇଛି, ମାତ୍ର ବିସ୍ତାରିତ ଓ ସହଜ ଭାବରେ । ସ୍ଵାମୀ ବିବେକାନନ୍ଦଙ୍କର ହୃଦୟରୁ ଉତ୍ତ ଶ୍ରୀରାମକୃଷ୍ଣଙ୍କ ପ୍ରତି ଭକ୍ତି-ନିବେଦନର କେତୋଟି ସ୍ତବ ‘ଶ୍ରୀରାମକୃଷ୍ଣସ୍ତୋତ୍ରାଣି’ ନାମରେ ଏହି ଅଂଶରେ ସଂଯୁକ୍ତ କରାଯାଇଛି ।
ଶେଷ ଅଂଶ ‘ଭକ୍ତି ପ୍ରସଙ୍ଗ’ରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଭକ୍ତି ସମ୍ବନ୍ଧରେ ପ୍ରଦତ୍ତ ବକ୍ତୃତା ଓ କଥୋପକଥନ ଏକତ୍ର ସଂକଳିତ ହୋଇଛି । ‘ନାରଦ–ଭକ୍ତିସୂତ୍ର’ର ନିର୍ବାଚିତ ଅଂଶର ଅନୁବାଦ ଏବଂ ଭକ୍ତି-ବିଷୟକ ଗଳ୍ପ- ଦୁଇଟି ସ୍ଵାମୀଜୀଙ୍କର ବହୁମୁଖୀ ପ୍ରତିଭାର ଏକ ଅଜ୍ଞାତ ଦିଗର ପରିଚୟ ବହନ କରେ ।
ଅନ୍ୟାନ୍ୟ ଖଣ୍ଡ ଭଳି ଏହି ଖଣ୍ଡରେ ମଧ୍ଯ ତଥ୍ୟପଞ୍ଜୀ ଓ ନିର୍ଦ୍ଦେଶିକା ସଂଯୁକ୍ତ କରାଯାଇଛି ।
ଅଧ୍ୟାପକ ଶ୍ରୀ ମହାପାତ୍ର ନୀଳମଣି ସାହୁ ‘ଭକ୍ତି ପ୍ରସଙ୍ଗ’ ଅଂଶଟିର ସମ୍ପୂର୍ଣ୍ଣ ଅନୁବାଦ କରିଛନ୍ତି । ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ), ଡକ୍ଟର ରବିନାରାୟଣ ପ୍ରହରାଜ ଓ ଶ୍ରୀ ଉମେଶଚନ୍ଦ୍ର ଦାଶ ଏହି ଖଣ୍ଡର ସମ୍ପାଦନାରେ ବହୁ କଷ୍ଟ ସ୍ଵୀକାର କରିଛନ୍ତି । ଅଧ୍ୟାପକ ଶ୍ରୀ ତତ୍ତ୍ଵକନ୍ଦର ମିଶ୍ର ଅନ୍ୟାନ୍ୟ ଖଣ୍ଡଭଳି ଏହି ଗ୍ରନ୍ଥର ମୁଦ୍ରଣ ସମ୍ବନ୍ଧୀୟ ସମସ୍ତ ଦାୟିତ୍ଵ ନିଃସ୍ୱାର୍ଥପର ଭାବରେ ତୁଲାଇଛନ୍ତି । ଏମାନଙ୍କ ସହିତ ଅନ୍ୟ ଯେଉଁମାନେ ମଧ୍ୟ ଆମକୁ ନାନା ଭାବରେ