ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪ | ରାମଲୀଳା |
ବୋଲନ୍ତି ବଶିଷ୍ଠ ଯତି ଶୁଣ ଆହେ [୧] ମହୀପତି ।
ରାମଚନ୍ଦ୍ର ଦିଅ ମୁନି ସଙ୍ଗେ
ଶୋକ ମନୁ ହର ରାୟ [୨] ଏଥକୁ ନ କର ଭୟ
ମାରିବେ ଅସୁର ରଣ ତରଙ୍ଗ [୩] ହେ, ନୃପବର
ନ ଦେଲେ ହୋଇବ ସର୍ବନାଶ ।
ତୁମ୍ଭର ରାମ କୁମର ସ୍ୱୟଂ ହରୋ ଅବତାର
ପାଇବ ଏଥିରୁ[୪] ବହୁ ଯଶ ହେ ।।
କହନ୍ତି ସେ ନୃପବର [୫] ଏ ମୋର ବେନି କୁମର
ନ ଜାଣନ୍ତି ଧନୁଶର ଧରି
ଜନନୀଙ୍କ ସୁଖ ସୀମା ଆମ୍ଭ ନୟନ ପ୍ରତିମା
କେବଳ ନେଉଛ ତାହା ହରି ହେ, ମୁନିବର
ରାମ ଲକ୍ଷ୍ମଣଙ୍କ ଭୁଜ ଧରି ।
ପଡ଼ିଲେ [୬] ମୁନିଙ୍କ ପାଦ ହୋଇ ଶୋକେ ଗଦଗଦ
ବୋଲେ ବିଶି ସମର୍ପିଲେ ହରି ।।
ରାଗ- କମୋଦୀ
ରାମ ଲକ୍ଷ୍ମଣ ବେନି [୭] ଘେନି କୌଶିକ ମୁନି [୮]
ସରଯୂ ପାରି ହୋଇଗଲେ
ଗହନ ଗିରିମାଳ ବିବିଧ ତରୁକୁଳ
ମଧ୍ୟରେ ପ୍ରବେଶ ହୋଇଲେ ହେ, ସୁଜ୍ଞଜନେ [୯]
କାମେଶ୍ୱର ସନ୍ନିଧେ ମୁନି
ପାଶେ ବସାଇ ଭାଇ ବେନି
ଦେଲେ କୋଦଣ୍ଡ ଦୀକ୍ଷା ସମସ୍ତ ମନ୍ତ୍ର ଶିକ୍ଷା
କରାଇ ଧନୁର୍ବେଦ ଧ୍ୱନି [୧୦] ସେ ।।