ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଆଦ୍ୟକାଣ୍ଡ
ଅଯୋଧ୍ୟା କଟକେ ଦୂତୀ [୧] ସ୍ୱର୍ଗପ୍ରାୟ ଶୋଭା |
ଦଶରଥ ମହୀପତି [୨] ଦ୍ୱିତୀୟ ମଘବା ||
କାମ ରତୀ ପ୍ରାୟ ସେ ନଗ୍ର ନାରୀ ପୁରୁଷ[୩] |
ବୈକୁଣ୍ଠ ତେଜିଣ ଯହିଁ ଶ୍ରୀହରି ପ୍ରବେଶ [୪]||
ସେ କଟକ ଶୋଭାକୁ ମୁ କି ଦେବୀ ଉପମା |
ତହିଁରେ ବିଜୟ କରିଛନ୍ତି ସିନ୍ଧୁଜେମା ||
ରଥ ଗଜ ଅଶ୍ୱ ନର ଚତୁରଙ୍ଗ ବଳ |
ସକଳ ନୃପ ଖଟନ୍ତି ଚରଣର ତଳ ||
ସମସ୍ତ ନୃପତି ମାନେ ହୋଇଲେ ମେଲାଣି |
ଯେ ଯେମନ୍ତେ ତେମନ୍ତେ ବେଭାର ଦେଲେ ଆଣି ||
ରାଜାମାନଙ୍କୁ ମେଲାଣି ଦେଉ ମହୀପତି [୫]|
ଯେ ଯାହା ଦେଶକୁ ଗଲେ ସକଳ ନୃପତି ||
ଜଣାଇଲେ ଭ୍ରତ [୬] ଶତ୍ରୁଘନକୁ ନେବାକୁ [୭] |
ନୃପତି ଶରଧା କରିଛନ୍ତି ଦେଖିବାକୁ ||
ଶୁଣି ଦଶରଥ ରାଜା ସିଉକାର କଲେ |
ଭ୍ରାତା ଶତ୍ରୁଘନକୁ ମାତୁଳ ଘେନି ଗଲେ ||
ରଥଚଢ଼ି ନିଜଦେଶେ ହୋଇଲେ ପ୍ରବେଶ |
ନାତିକି ଦେଖି କୈକେୟ[୮] ହେଲେ ଅତି ତୋଷ ||
ବହୁ ସୁଖେ ରହିଲେ ସେ ଭ୍ରତ ଶତ୍ରୁଘନ |
ବୋଲେ ବିଶି ଏମନ୍ତେ ହେ ଗଲା କିଛି ଦିନ [୯] ||